କମ୍‌ ଅର୍ଥରେ ଭେଣ୍ଟିଲେଟର ଉଦ୍ଭାବନ କଲେ ଆଇଆଇଟି ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଶ୍ୱବ୍ୟାପି କେରାନାର ଭୟ ଚାରିଆଡେ ଦେଖିବାକୁ ମିଳୁଛି । ଭୂତାଣୁକୁ ମାତ୍‌ ଦେବାକୁ ସବୁଠି ଚାଲିଛି ଲଢେଇ । କରୋନା ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ଯୋଗୁଁ ରାଜ୍ୟରେ କୋଭିଡ୍‌ ହସ୍ପିଟାଲ ଖୋଲିସାରିଛି, ଚାଲିଛି ର‍୍ୟାପିଡ୍‌ ଟେଷ୍ଟ । ହେଲେ ଏହି ପରିସ୍ଥିତିରେ ଅଭିନବ ପ୍ରୟାଶ କରିଛନ୍ତି ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀ । ରାଜ୍ୟରେ ଭେଣ୍ଟିଲେଟର ସମସ୍ୟା ଦୂର କରିବା ପାଇଁ ଅଗକୁ ଆସିଛନ୍ତି ଆଇଆଇଟିର ଛାତ୍ରଛାତ୍ରୀ । କମ୍‌ ମୁଲ୍ୟରେ ଭେଣ୍ଟିଲେଟର ନିର୍ମାଣ କରି ସବୁ ରାଜ୍ୟ ପାଇଁ ପାଲଟିଛନ୍ତି ଉଦାହରଣ ।

ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ନିଆରା ଉଦ୍ଭାବନ ପ୍ରଶଂସନୀୟ । କରୋନା ସଂକ୍ରମିତଙ୍କୁ ରକ୍ଷା କରିବା ପାଇଁ ଓ ଭେଣ୍ଟିଲେଟର ଅଭାବ ଦୂର କରିବାକୁ କମ୍ ଦାମରେ ନିର୍ମାଣ କରିଛନ୍ତି ଭେଣ୍ଟିଲେଟର । କମ୍‌ ଅର୍ଥରେ ଏହି ସଫଳତା ପାଇବାରେ ସକ୍ଷମ ହୋଇଛନ୍ତି ଛାତ୍ରଛାତ୍ରୀ । ମେକାନିକାଲ ବିଭାଗର ପ୍ରଫେସର ମାନସ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧନାରେ ଛାତ୍ରଛାତ୍ରୀ ଏହି ସଫଳତାର ଶିର୍ଷରେ ପହଞ୍ଚିଛନ୍ତି । ଆଇସିଏମ୍‌ଆର ଅନୁମୋଦନ ପରେ ଏହି ଯନ୍ତ୍ର ରୋଗୀଙ୍କ ସେବାରେ ଲାଗିବ ବୋଲି କହିଛନ୍ତି ଆଇଆଇଟି ନିର୍ଦ୍ଦେଶକ । ଛାତ୍ରଛାତ୍ରୀଙ୍କ ଏହି ଯନ୍ତ୍ରକୁ ଅନୁମୋଦନ ମିଳିଲେ ଓଡ଼ିଶା ଏହାର ସୁଫଳ ପାଇପାରିବ ବୋଲି ମତପ୍ରକଶା ପାଇଛି ।

Leave a Reply