spot_img
Home Blog Page 7138

ଆଜିବି ବଞ୍ଚିଛନ୍ତି ଭଗବାନ ରାମଙ୍କ ବଂଶଜ, ଜାଣନ୍ତୁ କିଏ ସେମାନେ ଏବଂ କେଉଁଠି ରହୁଛନ୍ତି

ଲବ, କୁଶ ଶ୍ରୀରାମ ଏବଂ ମାତା ସୀତାଙ୍କର ଯାଆଁଳା ପୁଅ ଥିଲେ । ଯେତେବେଳେ ରାମ ବନବାସ ଯିବାକୁ ନିର୍ଣ୍ଣୟ କରି ଭରତକୁ ରାଜ୍ୟଭିଷେକ କରିବାକୁ ଚାହିଁଥିଲେ ସେତେବେଳେ ଭରତ ଏଥିରେ ରାଜି ହୋଇନଥିଲେ । ତେଣୁ ଦକ୍ଷିଣ କୋଶଳ ପ୍ରଦେଶ (ଛତିଶଗଡ଼) ରେ କୁଶ ଏବଂ ଉତ୍ତର କୋଶଳ ପ୍ରଦେଶରେ ଲବଙ୍କର ରାଜ୍ୟାଭିଷେକ କରାଯାଇଥିଲା ।

ଶ୍ରୀରାମ ପୁତ୍ର କୁଶଙ୍କୁ ଦକ୍ଷିଣ କୋଶଳ ( କୁଶବତୀ) ଏବଂ ଅଯୋଧ୍ୟା ରାଜ୍ୟ ଦେଲେ ଏବଂ ପୁତ୍ର ଲବଙ୍କୁ ପଞ୍ଜାବ ଦେଇଥିଲେ । ଲବ ଲାହୋରକୁ ନିଜ ରାଜଧାନୀ କରିଥିଲେ । ଆଜିର ତକ୍ଷଶିଳାରେ ସେହି ସମୟରେ ଭରତ ପୁତ୍ର ତକ୍ଷ ଏବଂ ପୁଷ୍କରାବତୀରେ ପୁଷ୍କର ସିଂହାସନରେ ବସିଥିଲେ । ହିମାଚଳରେ ଲକ୍ଷ୍ମଣ ପୁତ୍ର ଅଙ୍ଗଦ ଏବଂ ଦ୍ୱିତୀୟ ପୁତ୍ର ଶତୃଘାତୀଙ୍କର ଶାସନ ଥିଲା ।

ରାଜା ଲବଙ୍କ ପାଖରୁ ରାଘବ ରାଜପୁତ ମାନଙ୍କର ଜନ୍ମ ହୋଇଥିଲା ଯେଉଁଥିରେ ବଡ଼ଗୁଜର, ଜୟାସ ଏବଂ ସିକରୱାରଙ୍କ ବଂଶ ଚାଲିଲା । ଏହାର ଦ୍ୱିତୀୟ ଶାଖାର ସିସୋଦିୟା ରାଜପୁତ ବଂଶରେ ଜନ୍ମିତ ବୌଛଲା ଏବଂ ଗୈହଲୋତ ବଂଶଜ ରାଜା ହୋଇଥିଲେ । କୁଶଙ୍କ ଠାରୁ କୁଶବାହ ରାଜପୁତଙ୍କର ବଂଶ ବିସ୍ତାର ହେଲା ।

କୁଶଙ୍କ ବଂଶଜ କିଏ..

ରାମଙ୍କ ଦୁଇ ପୁତ୍ର ମଧ୍ୟରୁ କୁଶଙ୍କ ବଂଶ ଆଗକୁ ବଢିଥିଲା । ତାଙ୍କ ବଂଶରେ  ଅତିଥି, ନିଷଧନ, ନଭ, ପୁଣ୍ଡରୀକ, କ୍ଷୋମଧ୍ନୱା, ଦେବାନୀକ, ଅହୀନକ, ରୁରୁ, ପାରିୟାତ୍ରା, ଦଲ, ଛଲ, ଉକ୍ତ, ବଜ୍ରନାଥ, ଗଣ, ବ୍ୟୁଷିତାକ୍ଷ୍ୱ, ବିଶ୍ୱସହ, ହିରଣ୍ୟନାଭ, ପୁଷ୍ୟ, ଧୃବସାନ୍ଧୀ, ସୁଦର୍ଶନ, ଅଗ୍ରିବର୍ଣ୍ଣ, ପଜ୍ଞାବର୍ଣ୍ଣ, ଶୀଘ୍ର, ମରୁ, ପ୍ରୟୁକ୍ଷେତ, ହର୍ଯ୍ୟବ, କୁତୀରଥ, ଦେବମୀଢ଼, ବିବୁଧ, ମହାଧୃତି, କୀର୍ତ୍ତିରାମ, ମହାରୋମା, ସ୍ୱର୍ଣ୍ଣରୋମା ଏବଂ ହସ୍ୱରୋମା, ସୀରଧ୍ୱଜ ଜନ୍ମ ହୋଇଥିଲେ ।

କୁହାଯାଏ ଯେ ଯେଉଁମାନେ  ନିଜକୁ ଶାକ୍ୟବଂଶୀ ବୋଲି କୁହନ୍ତି ସେମୀନେ ମଧ୍ୟ ଶ୍ରୀରାମଙ୍କ ବଂଶଜ ଅଟନ୍ତି ।

ତେବେ ଏହା ସିଦ୍ଧ ହେଲା ଯେ, ବର୍ତ୍ତମାନ ଯେଉଁ ସିସୋଦିଆ, କୁଶବାହ, ମୌର୍ଯ୍ୟ, ଶାକ୍ୟ, ବୈଛଲା ଏବଂ ଗୌହଲୋତ ଆଦି ରାଜପୁତ ବଂଶ ଅଛନ୍ତି ସେମାନେ ସମସ୍ତେ ଭଗବାନ ପ୍ରଭୁ ଶ୍ରୀରାମଙ୍କ ବଂଶଜ ଅଟନ୍ତି ।

ଜୟପୁର ରାଜପରିବାରରେ ଅଛନ୍ତି ରାମଙ୍କ ବଂଶଜ

ଜୟପୁର ରାଜପରିବାରର ମହାରାଣୀ ପଦ୍ମିନୀ ଏବଂ ତାଙ୍କର ପରିବାର ମଧ୍ୟ ରାମଙ୍କ ପୁତ୍ର କୁଶଙ୍କ ବଂଶଜ ଅଟନ୍ତି । କିଛି ସମୟ ପୂର୍ବରୁ ମହାରାଣୀ ପଦ୍ମିନୀ ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲରେ କହିଥିଲେ ଯେ, ତାଙ୍କ ସ୍ୱାମୀ ଭବାନୀ ସିଂହ କୁଶଙ୍କ ୩୦୭ତମ ବଂଶଜ ଅଟନ୍ତି ।

ଏମିତି ଅନେକ ରାଜା ମହାରାଜ ଅଛନ୍ତି ଯେଉଁମାନେ ଶ୍ରୀରାମଙ୍କ ବଂଶଜ ଅଟନ୍ତି ରାଜସ୍ଥାନରେ କିଛି ମୁସଲମାନ ସମୁହ କୁଶବାହ ବଂଶ ସହିତ ଜଡ଼ିତ ଅଟନ୍ତି । ମୁଗଲ ଶାସନ କାଳରେ ଏହି ସମସ୍ତଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଥିଲା । କିନ୍ତୁ ଏମାନେ ସମସ୍ତେ ଆଜି ବି ନିଜକୁ ରାମଙ୍କ ବଂଶଜ ବୋଲି ମାନି ଆସୁଛନ୍ତି ।

 

ରାଜ୍ୟରେ ସଂକ୍ରମିତଙ୍କ ହାର ୨ ଗୁଣା ଏବଂ ସୁସ୍ଥତା ହାର ୩ ଗୁଣାକୁ ବୃଦ୍ଧି

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶର ଜନ ବହୁଳତା ଦୃଷ୍ଟିରେ ଆଗାମୀ ଦିନରେ ସଂକ୍ରମିତ ଦେଶର ତାଲିକାର ଭାରତ ତୃତୀୟ କିମ୍ୱା ୪ର୍ଥ ସ୍ଥାନକୁ ଯାଇପାରେ । ସେହିଭଳି ରାଜ୍ୟରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣା ବଢ଼ିଥିବା ବେଳେ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ୩ ଗୁଣା ରହିଛି । ଯାହା ଏକ ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି ରାଜ୍ୟ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଅପରପକ୍ଷରେ ଆଗକୁ ରଜ ଆସୁଥିବା ଏହି ସମୟରେ ଲୋକେ କିଭଳି କିଣା ବିକା କରିବେ ସେ ନେଇ ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ । ଦୋକାନୀ ଭାଇମାନେ ମାସ୍କ ପିନ୍ଧିବେ, ମାସ୍କ ଓହ୍ଲାଇ କଥାବାର୍ତ୍ତା ନ କରିବାକୁ ଓ ବିନା ମାସ୍କରେ ଗ୍ରାହକୁ ଭିତରକୁ ନଆଣିବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହିତ କିଣା କିଣା ବେଳେ ସତର୍କତା ଅବଲମ୍ୱନ ପାଇଁ ଗ୍ରାହକମାନଙ୍କୁ ପରାମର୍ଶ ଦେଇଛନ୍ତି ବାଗଚୀ । ବଜାରକୁ ପରିବାରର ଏକାଧିକ ସଦସ୍ୟ ନ ଯାଇ ଯଥା ସମ୍ଭବ ଜଣେ ମାତ୍ର ସଦସ୍ୟ ମଧ୍ୟରେ ସାମଗ୍ରୀ କିଣିବା, ଗହଳିଥିବା ଦୋକାନ ଓ ବଜାରଠାରୁ ଦୂରେଇ ରହିବା ଏବଂ ଦୋକାନ ବାହାରେ ଏବଂ ଭିତରେ ୬ ଫୁଟର ଦୂରତ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ବାଗଚୀ ।

 

ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର

ହାତରେ ଚୁମା ଦେଇ ଚିକିତ୍ସା କରୁଥିଲେ ଅସଲମ୍ ଫକିର: କରୋନାରେ ନିଜେ ମଲେ, ଭକ୍ତଙ୍କ ଭିତରେ ଭାଳେଣି

ଭୋପାଳ: ଆପଣ ବାବା ମାନଙ୍କ ପାଖକୁ କୌଣସି ସମାଧାନ ପାଇଁ ଯାଉଛନ୍ତି କି ? ଯଦି ଦେହ ଖରାପ ଅଛି, ଭଲ ହେବା ପାଇଁ ବାବା ମାନଙ୍କ ଆଶ୍ରୟ ନେଉଛନ୍ତି କି ? ଯଦି ହଁ ତେବେ ସାବଧାନ ହୋଇଯାନ୍ତୁ  । କାରଣ ଏହାଦ୍ୱାରା ଆପଣରଙ୍କୁ ମଧ୍ୟ କରୋନା ହୋଇପାରେ । ଖାସକରି କରୋନା ସମୟରେ ଏଭଳି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ ନକରି ଏହାଠାରୁ ଦୁରେଇ ରୁହନ୍ତୁ । ଆପଣଙ୍କୁ ଝଡ଼ା ଫୁଙ୍କା କରୁଥିବା ବାବା ଯଦି କରୋନା କବଳରେ ଆସିଥିବେ ତେବେ ଆପରଙ୍କୁ ମଧ୍ୟ କରୋନା ହୋଇପାରେ ।

ଦେଶରେ ଅନ୍ଧବିଶ୍ୱାସର ବୃଦ୍ଧି ହେବା ସହ ବାବା ମାନଙ୍କର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଧର୍ମକୁ ମଝିରେ ରଖି ନିରିହ ଲୋକଙ୍କୁ ବାବା ମାନେ ଶୋଷଣ କରୁଛନ୍ତି । ଦେହ ଖରାପ ହେଲା ଡାକ୍ତରଖାନ ନଯାଇ ବାବା ପାଖକୁ ଯାଉଛନ୍ତି ନିରିହ ଲୋକେ । ଏବେ ଯଦି ଆମେ ଏପରି ବାବାଙ୍କ ଉପରେ ବିଶ୍ୱାସ କରିବା ତେବେ ଆପଣ ମାନଙ୍କୁ କରୋନା ହୋଇପାରେ  । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମରେ । ସେଠାରେ ଜଣେ ବାବା ତାଙ୍କର ସମସ୍ତ ଭକ୍ତଙ୍କୁ କରୋନା ଦାନ କରିଛନ୍ତି ।

୪ ଜୁନ୍ ରେ କରୋନା କାରଣରୁ ଅସଲମ୍ ନାମକ ଜଣେ ବାବାଙ୍କର ମୃତ୍ୟୁ ହୋଇଥିଲା । ସେହି ବାବାଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜି ସ୍ଥାନୀୟ ପ୍ରଶାସନ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରିଥିଲା । ଯେତେବେଳେ ଏହି ସମସ୍ତ ନମୁନା ଯାଞ୍ଚ ପାଇଁ ପଠାଗଲା, ସହରରେ କରୋନା ବିସ୍ଫୋରଣ ହୋଇଥିଲା । ଏହି ବାବା ମୃତ୍ୟୁ ପୂର୍ବରୁ ୨୯ ଜଣଙ୍କୁ କରୋନା ରୋଗ ଦେଇ ଯାଇଥିଲେ ।

ରତଲାମ ନୟାପୁରାର ଏହି ବାବା ଝଡ଼ା ଫୁଙ୍କା କରିବା ସହ ଲୋକଙ୍କୁ ତାବିଜ ବି ଦେଉଥିଲା । ଲୋକମାନେ ବହୁ ସଂଖ୍ୟାରେ ଏହି ବାବାଙ୍କ ନିକଟକୁ ଯାଉଥିଲେ ଏବଂ ବାବା ବେଳେବେଳେ ଲୋକଙ୍କ ହାତକୁ ଚୁମ୍ବନ ମଧ୍ୟ ଦେଉଥିଲେ ।

ବର୍ତ୍ତମାନ ଏହି ବାବାଙ୍କ ସହ ଯୋଗାଯୋଗ କରିଥିବା ଲୋକଙ୍କୁ ଖୋଜୁଛି ପ୍ରଶାସନ । ନୟାପୁରା ସହରର କରୋନା ହଟସ୍ପଟରେ ପରିଣତ ହୋଇଛି ।

ଚୀନର ମାଇଣ୍ଡ୍ ଗେମ୍,ଲଦାଖ ସୀମାକୁ ଆଣିଲା ‘ବାହୁବଳୀ’ ଟ୍ୟାଙ୍କ୍

ନୂଆଦିଲ୍ଲୀ:  ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଜାରିଥିବା ଗତିରୋଧ ଭିତରେ ଚୀନର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଭାରତ ବିରୋଧରେ ମାଇଣ୍ଡ୍ ଗେମ୍ ଖେଳୁଛି । ପାହାଡ ଉପରେ ଯୁଦ୍ଧାଭ୍ୟାସ ଓ ଟ୍ୟାଙ୍କର ଭିଡିଓ ଜାରି କରିବା ପରେ ଏବେ ଗ୍ଲୋବାଲ ଟାଇମ୍ସ ଅତ୍ୟାଧୁନିକ ତୋପର ଧମକ ଦେଇଛି । ଗ୍ଲୋବାଲ ଟାଇମ୍ସ ଅନୁସାରେ ଭାରତ ସହ ଚାଲିଥିବା ସୀମା ବିବାଦକୁ ନେଇ ପିପୁଲ’ସ ଲିବରେସନ୍ ଆର୍ମି ଲଦାଖ ସୀମାରେ ନିଜର ଆଧୁନିକ ତୋପ PCL-181କୁ ମୁତ୍ତୟନ କରିଛି । ଏହି ତୋପ ସାମରିକ ଦୁନିଆରେ ବାହୁବଳୀ ଭାବେ ପରିଚିତ ।

ଭାରତ ସହ ବିବାଦ ଭିତରେ ବାହୁବଳୀର ଏଣ୍ଟ୍ରି

ଗ୍ଲୋବାଲ ଟାଇମ୍ସର ଦାବି ଯେ, ଏହି ଟ୍ୟାଙ୍କକୁ ନିକଟରେ ସେନାରେ ସାମିଲ କରାଯାଇଛି । ଗ୍ଲୋବାଲ ଟାଇମ୍ସ ଅନୁସାରେ ପିଏଲଏର ୭୫ତମ ଗ୍ରୁପ୍ ଆର୍ମି ଅନ୍ତର୍ଗତରେ ଆସୁଥିବା ବ୍ରିଗେଡ ନିକଟରେ ଦକ୍ଷୀଣ ସାମାରେ ଆୟୋଜିତ ସମାରୋହରେ ଅନେକ ପ୍ରକାରର ନୂଆ ଅସ୍ତ୍ରଶସ୍ତ୍ରକୁ ସାମିଲ କରିଛି । ଖବର କାଗଜ ଅନୁସାରେ ଏହି ତୋପ ୧୫୫ ଏମଏମ ବିଶିଷ୍ଟ ଓ ଏହାକୁ ପ୍ରଥମ ଥର ପାଇଁ ଅକ୍ଟୋବର ୧,୨୦୧୯ରେ ନ୍ୟାସନାଲ୍ ଡେ’ ଅବସରରେ ପ୍ୟାରେଡରେ ସାମିଲ କରାଯାଇଥିଲା ।

ହାଲୁକା ଓଜନ,ପାହାଡ ଯୁଦ୍ଧରେ ମାହିର

ଗ୍ଲୋବାଲ ଟାଇମ୍ସ ଅନୁସାରେ ଏହି ତୋପର ଓଜନ ୨୫ ଟନ୍ । ସ୍ୱଂୟଚାଳିତ ଏହି ତୋପ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇ ହେବ । ଏହାପୂର୍ବରୁ ଏଭଳି ତୋପର ସର୍ବନିମ୍ନ ଓଜନ ୪୦ ଟନ୍ ହେଉଥିଲା । କମ ଓଜନ ହୋଇଥିବାରୁ ଏହା ପାହାଡିଆ ଅଂଚଳରେ ଉପଭୋଗୀ ହୋଇ ପାରିବ ।କମ ଅମ୍ଲଜାନ ଥିବା ଅଂଚଳରେ ତୋପର ଇଂଜିନ୍ ପ୍ରଭାବିତ ହୋଇଥାଏ କିନ୍ତୁ ଏହି ତୋପ ଉପରେ ସେଭଳି ପ୍ରଭାବ ପଚିନଥାଏ । ଅଳ୍ପ ଅମ୍ଲଜାନ ଥିବା ଅଂଚଳରେ ମଧ୍ୟ ଏହା କାମ କରିପାରିବ ।

ଡୋକଲାମକୁ ବି ଆସିଥିଲା ବାହୁବଳୀ

ଗ୍ଲୋବାଲ ଟାଇମ୍ସ ଅନୁସାରେ ୨୦୧୭ ମସିହାରେ ଡୋକଲାମକୁ ନେଇ ଭାରତ ଓ ଚୀନ୍ ମୁହାଁମୁହିଁ ହୋଇଥିବା ବେଳେ ଚୀନ୍ ସେଠାରେ ଏହି ଟ୍ୟାଙ୍କକୁ ଭାରତ ଉପରେ ଚାପ ପକାଇବାକୁ ମୁତୟନ କରିଥିଲା । ଏବେ ପୁଣି ଥରେ ଲଦାଖରେ ପିସିଏଲ-୧୮୧କୁ ଚୀନ୍ ସେନା ମୁତୟନ କରିଛି । ତେବେ ଗ୍ଲୋବାଲ ଟାଇମ୍ସର କହିବା ହେଲା ଶନିବାର ଦିନ ଏହି ଟ୍ୟାଙ୍କକୁ ମୁତୟନ କରାଯାଇଥିଲା । ସେତେବଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇ ନଥିଲା ।

ହୁବାଇରେ ଟ୍ୟାଙ୍କ,ତୋପ

ଚୀନର ସେଣ୍ଟ୍ରାଲ ଟେଲିଭିଜନ୍ ଅନୁସାରେ ହୁବାଇରୁ କରୋନା ସଂକ୍ରମଣ ବିପଦ ଟଳିବା ପରେ ସେଠାରେ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି । ସୈନିକ ଓ ସାମରିକ ଯାନକୁ ସେଠାକୁ ଟ୍ରାନ୍ସଫର କରାଯାଉଛି । ରବିବାର ଦିନ୍ ଚୀନର ସ୍ଥଳସେନା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଏଥିରେ ହଜାର ହଜାର ସଂଖ୍ୟାରେ ଟ୍ୟାଙ୍କ,ସାଂଜୁଆ ଗାଡି ଭାଗ ନେଉଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ଉପରେ ମନୋବୈଜ୍ଞାନିକ ଚାପ ପକାଇବା ପାଇଁ ଚୀନ୍ ଏଭଳି କରୁଛି ବୋଲି କୁହାଯାଉଛି ।

 

ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କି ? କରୋନା କାଳରେ ଏହି ୬ ଉପାୟରେ କରନ୍ତୁ ଟଙ୍କାର ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସମୟରେ ଅଧିକାଂଶ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରୁଛନ୍ତି ବା ତାଙ୍କ ଦରମା ହ୍ରାସ କରାଉଛନ୍ତି। ଲକଡାଉନ୍ ଯୋଗୁଁ ବହୁ ଲୋକ କାମ ହରାଇବା ସହ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସମସ୍ୟା କାରଣରୁ ଅନେକ ଲୋକ ନିଜର ଖର୍ଚ୍ଚକୁ କମାଉଛନ୍ତି । କିନ୍ତୁ ଏପରି ଅନେକ ଖର୍ଚ୍ଚ ରହିଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ହ୍ରାସ କରାଯାଇପାରିବ ନାହିଁ । ଯଦିଓ ସରକାର ସମସ୍ତ ଲୋନ୍ ଏବଂ ବୀମାର ନବୀକରଣ ତାରିଖ ବଢ଼ାଇ ଦେଇଛନ୍ତି, କିନ୍ତୁ ଯଦି ଆପଣଙ୍କୁ ଟଙ୍କା ଆବଶ୍ୟକତା ରହିଛି ତେବେ ନିମ୍ନ ଲିଖିତ କିଛି ଉପାୟକୁ ଅବଲମ୍ବନ କରି ଆପଣ ଏହି ମହାମାରୀ ସମୟରେ ଅର୍ଥ ବ୍ୟବସ୍ଥା କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ସଂପର୍କରେ…

୧- ନିଜ ପିଏଫ୍ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କ ଆବଶ୍ୟକତା ପିଏଫ୍ ଆକାଉଣ୍ଟରୁ ପୂରଣ ହୋଇପାରିବ । ଯଦିଓ ପିଏଫ୍ ଆକାଉଣ୍ଟ୍ ସର୍ବାଧିକ ସୁଧ ଦିଏ କିନ୍ତୁ ଯଦି ଆପଣଙ୍କର ବିପୁଳ ଅର୍ଥ ସଙ୍କଟ ରହିଛି ତେବେ ଆପଣ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ମନେରଖନ୍ତୁ ଯଦି ଆପଣଙ୍କର ଅଧିକ ଅସୁବିଧା ନାହିଁ, ତେବେ ପିଏଫ୍ ଟଙ୍କା ଉଠାନ୍ତୁ ନାହିଁ । ପିଏଫ୍ ଅଧୀନରେ ଆପଣ ଆକାଉଣ୍ଟରୁ କେବଳ ୭୫ ପ୍ରତିଶତ ଟଙ୍କା ଉଠାଇ ପାରିବେ ।

୨- ମୋଦୀ ସରକାରଙ୍କ ରିଲିଫର ସୁଯୋଗ ନିଅନ୍ତୁ

ଯଦି ଆପଣଙ୍କର ଚାକିରି ଚାଲିଯାଇଛି ଏବଂ ଆୟ ବନ୍ଦ ହୋଇଯାଇଛି, ତେବେ ଆପଣ କିଛି ଛୋଟ ମୋଟ ବ୍ୟବସାୟ ଆରମ୍ଭ କରିପାରିବେ । କାରଣ ବର୍ତ୍ତମାନ ବଜାର ଖୋଲିଯାଇଛି । ଏଭଳି ପରିସ୍ଥିତିରେ ମୋଦି ସରକାରଙ୍କ ସେହି ସୁବିଧା ଦ୍ୱାରା ଆପଣଙ୍କ ଅର୍ଥର ଆବଶ୍ୟକତା ପୂରଣ ହେବ । ଛୋଟ ଦୋକାନ ଏବଂ ପନିପରିବା ବିକାଳିଙ୍କ ପାଇଁ ୧୦,୦୦୦ ଟଙ୍କା ଋଣ ପ୍ରଦାନ କରାଯାଇଛି, ଯାହା କିସ୍ତିରେ ଫେରସ୍ତ କରାଯାଇପାରିବ । ଏହି ଟଙ୍କାକୁ ବ୍ୟବହାର କରି ଆପଣ ଏକ ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ ।

୩- ମୁଦ୍ରା ଋଣ ସହିତ ଆରମ୍ଭ କରନ୍ତୁ ବଡ଼ କାମ

ଯଦି ଆପଣ କିଛି ବଡ଼ କାମ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଆପଣ ଏକ ମୁଦ୍ରା ଲୋନ୍ ମଧ୍ୟ ନେଇପାରିବେ । ଏହା ଅଧୀନରେ, ଆପଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ ଏବଂ ପରିଶୋଧ ଅବଧି ୫ ବର୍ଷ ବୃଦ୍ଧି କରାଯାଇପାରିବ ।

୪- ଗୋଲ୍ଡ ଲୋନ୍ ମଧ୍ୟ ନେଇପାରିବେ

ଯଦି କିଛି ସମୟ ପାଇଁ ଅର୍ଥର ସମସ୍ୟା ରହିଛି ତେବେ ଆପଣ ଗୋଲ୍ଡ ଲୋନ୍ ନେଇପାରିବେ । ଭାରତର ପ୍ରତ୍ୟେକ ଘରେ ନିଶ୍ଚିତ ଭାବରେ ସୁନା ରହିଛି, ଯାହାକୁ ବ୍ୟବହାର କରି ଆପଣ ଏକ ଗୋଲ୍ଡ ଲୋନ୍ ନେଇପାରିବେ । ଯେତେବେଳେ ଆପଣ ପୁଣି ଚାକିରି ପାଇବେ କିମ୍ବା ଆପଣ ପୁଣିଥରେ ଅଫିସ୍ ଯିବା ଆରମ୍ଭ କରିବେ ସେତେବେଳେ ଲୋନର ଟଙ୍କା ଫେରାଇ ପାରିବେ । ଏହି ବିପଦ ସମୟରେ ଘରେ ଅଯଥାରେ ସୁନା ରଖିବା ଠାରୁ ଭଲ ତାକୁ ବ୍ୟବହାର କରି ଏହି ଆର୍ଥିକ ମାନ୍ଦାବସ୍ତାରୁ ନିଜକୁ ଏବଂ ପରିବାରକୁ ରକ୍ଷା କରିପାରିବେ ।

୫- କୃଷକମାନେ ଏହି ଉପାୟରେ ନିଜ ଆବଶ୍ୟକତା ପୂରଣ କରନ୍ତୁ

ଅନେକ କୃଷକ ଅଛନ୍ତି ଯେଉଁମାନେ ନିଜ ଫସଲ ପାଇଁ ସଠିକ୍ ମୂଲ୍ୟ ପାଇପାରୁ ନାହାନ୍ତି କିମ୍ବା ପନିପରିବା ପରି ଏହା ନଷ୍ଟ ହୋଇଯାଉଛ । କୁକୁଡ଼ା ଫାର୍ମ ଥିବା କୃଷକମାନେ ମଧ୍ୟ କରୋନା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯଦି କୃଷକମାନେ ଟଙ୍କା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ କୃଷକ ଋଣ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ । ଯଦିଓ ସେମାନେ ସୁନା ଋଣ ଏବଂ ବ୍ୟକ୍ତିଗତ ଋଣ ପରି ଲୋନ୍ ମଧ୍ୟ ନେଇପାରିବେ କିନ୍ତୁ କୃଷକ ଋଣ ମାତ୍ର ୪% ସୁଧରେ ଉପଲବ୍ଧ ହେବ, ଯାହା କୌଣସି ବ୍ୟାଙ୍କ ଦେଇପାରିବ ନାହିଁ ।

୬- ବ୍ୟକ୍ତିଗତ ଲୋନ ମଧ୍ୟ ନେଇପାରେ

ଯଦି ଆପଣଙ୍କର କ୍ରେଡିଟ୍ ସ୍କୋର ଭଲ ଏବଂ ଆପଣ ଜାଣନ୍ତି ଯେ କିଛି ସମୟ ପରେ ଆପଣଙ୍କ ଚାକିରି ପୁଣି ଆରମ୍ଭ ହେବ କିମ୍ବା ଟଙ୍କା ଆସିବା ଆରମ୍ଭ କରିବ, ତେବେ ଆପଣ ଏକ ବ୍ୟକ୍ତିଗତ ଲୋନ ମଧ୍ୟ ନେଇପାରିବେ । ଏଥିପାଇଁ ଆପଣ ଏକ କ୍ରେଡିଟ କାର୍ଡରେ ଲୋନ୍ ନେଇପାରିବେ କିମ୍ବା ବ୍ୟାଙ୍କରୁ ସିଧାସଳଖ ଲୋନ ନେଇପାରିବେ । ତେବେ କ୍ରେଡିଟ କାର୍ଡରେ ଋଣ ସହଜରେ ମିଳିଯାଇଥାଏ ।

 

ରାଜ୍ୟରେ ବଢ଼ିବାରେ ଲାଗିଛି ସୁସ୍ଥ ହାର, ୨୩୫୪ରେ ପହଞ୍ଚିଲା କରୋନା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ତାର ସଂଖ୍ୟା ଅତିକ୍ରମ କରିବାରେ ଲାଗିଛି । ୩ ହଜାର ପାର ହେଲାଣି କରୋନା ସଂକ୍ରଣ । ସେହିଭଳି ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତ ସୁସ୍ଥ ହେବାରେ ମଧ୍ୟ ଲାଗିଛନ୍ତି । ଆଜି ପୁଣି ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏହା ସହ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨୩୫୪ ରେ ପହଞ୍ଚିଛି । ୧୩ଟି ଜିଲ୍ଲାରୁ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।୧୩ ଜିଲ୍ଲା ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଛନ୍ତି, ସେହିପରି ସୋନପୁରରୁ ୯ ଜଣ ଏବଂ ବଲାଙ୍ଗିରରୁ ୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସେପଟେ ଜଗତସିଂହପୁରରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ କଟକ, କଳାହାଣ୍ଡି ଏବଂ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଏବଂ ମୟୂରଭଞ୍ଜରୁ ୪ ଜଣ ଲେଖାଏଁସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା, କନ୍ଧମାଳ ଏବଂ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ୩୩ଶହ ପାର୍

NEET ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: କହିଲେ, ମୌଳିକ ଅଧିକାର ନୁହେଁ ସଂରକ୍ଷଣ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ସଂଣକ୍ଷଣ ସମ୍ପର୍କରେ ବଡ଼ ଟିପ୍ପଣୀ ଦେଇଛନ୍ତି । ତାମିଲନାଡ଼ୁରେ NEET ପୋଷ୍ଟ ଗ୍ରାଜୁଏସନ ରିଜର୍ବବେସନ୍‌ ମାମଲାରେ କୋର୍ଟ କହିଛନ୍ତି କି ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ । ଏହା ସହିତ ଅଦାଲତ ତାମିଲନାଡ଼ୁର କିଛି ରାଜନୈତିକ ଦଳ ଦ୍ୱାରା ଲିଖିତ ପିଟିସନ୍‌ ଗ୍ରହଣ କରିବାକୁ ମନା କରିଛନ୍ତି ।

Prediction for DMK Party's Performance in 2019 Lok Sabha Election

ଡିଏମ୍‌କେ-ସିପିଆଇ-ଏଆଇଡିଏମ୍‌କେ ସମେତ ଅନ୍ୟ ତାମିଲନାଡ଼ୁର ରାଜନୈତିକ ଦଳମାନଙ୍କ ପକ୍ଷରୁ NEET ଅନୁଯାୟୀ ମେଡିକାଲ କଲେଜ ସିଟ ନେଇ ତାମିଲନାଡ଼ୁରେ ୫୦% ଓବିସି ସଂରକ୍ଷଣ ମାମଲା ଉପରେ ପିଟିସନ ଦାୟର କରାଯାଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି ହୋଇଥିଲା ।

Supreme Court: Latest News on Supreme Court | Top Stories & Photos ...

ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାରେ କାହାର ମାଲିକାନା ଅଧିକାର ଛିନ୍ନ କରାଯାଇନାହିଁ । ଆପଣ ଯୁକ୍ତିରୁ ଲାଗୁଛି ଯେ, ଆପଣ କେବଳ ତାମିଲନାଡୁ ଲୋକଙ୍କ ଭଲ ପାଇଁ କହୁଛନ୍ତି । ଅପରପକ୍ଷରେ ଅଧିକ ସଂଣକ୍ଷଣ ଯୋଡ଼ିବାକୁ କହୁନାହୁଁ, ବରଂ ଯାହା ଆଇନ ରହିଛି ତାକୁ ଲାଗୁ କରିବାକୁ କହୁଛି ବୋଲି କୋର୍ଟ ନିକଟରେ ଡିଏମ୍‌କେ ପକ୍ଷରୁ ଯୁକ୍ତି ବଢ଼ାଯାଇଛି ।

ସରକାରୀ ଚାକିରିରେ ସଂରକ୍ଷଣର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ଇତିମଧ୍ୟରେ ଜଷ୍ଟିସ ରାଓ କହିଛନ୍ତି ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ । ଆପଣ ସୁପ୍ରିମକୋର୍ଟରୁ ଏହି ଆବେଦନ ଫେରସ୍ତ ନିଅନ୍ତୁ ଏବଂ ହାଇକୋର୍ଟରେ ଦାଖଲ କରନ୍ତୁ । ତେବେ ଏହାରି ଭିତରେ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି କହିଛନ୍ତି, ଆମେ ଖୁସି ଯେ, ଗୋଟିଏ ମାମଲା ସପକ୍ଷରେ ସମସ୍ତ ରାଜେନୖତିକ ଦଳ ଏକାଠି ଆସିଛନ୍ତି । କିନ୍ତୁ ଆମେ ଆବେଦନର ଶୁଣାଣି କରିବୁନାହିଁ । କିନ୍ତୁ ଆମେ ଏହାକୁ ଅଗ୍ରାହ୍ୟ କରୁନାହୁଁ ବରଂ ହୋଇକୋର୍ଟରେ ଏହାର ଶୁଣାଣି ନେଇ ସୁଯୋଗ ଦେଉଛୁ ।

ଚାଷୀଙ୍କ ପାଇଁ ଖୁସି ଖବର, ଗୋଟାଏ ଦିନ ପୂର୍ବରୁ ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି କିମ୍ବା ଆସନ୍ତାକାଲି ଓଡ଼ିଶା ଛୁଇଁବା ନେଇ ଆଗରୁ ଆକଳନ କରିଥିଲା ପାଣିପାଗ ବିଭାଜ କେନ୍ଦ୍ର । ମୌସୁମୀ ପାଇଁ ବଙ୍ଗୋପସାଗରରେ ପାଗ ଅନୁକୂଳ ରହିଥିଲା ।

ଆସନ୍ତା ୨୪ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରିଥିଲା ପାଣିପାଗ କେନ୍ଦ୍ର । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଓଡ଼ିଶା ଛୁଇଁଛି ମୌସୁମୀ । ଯାହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲଗାଣ ବର୍ଷା ଲାଗି ରହିବ । ଏବର୍ଷ ଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବାରୁ ବର୍ଷା ସ୍ୱାଭାବିକ ରହିବ । କୃଷକଙ୍କୁ ପାଇଁ ଏହା ଏକ ପ୍ରକାରର ଖୁସି ଖବର । କାରଣ ସ୍ୱାଭାବିକ ବର୍ଷା ହେବା ଦ୍ୱାରା ରଜ୍ୟରେ ଏବର୍ଷ ଭଲ ଚାଷ ମଧ୍ୟ ହେବ ।

ସେପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଫଳରେ ରାଜ୍ୟରେ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ତେବେ ଲଘୁଚାପ ବର୍ଷା ସମୟରେ ରାଜ୍ୟରେ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ ପବନ ବୋହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଗାଗ କେନ୍ଦ୍ର ।

ଟେଷ୍ଟ ଡେବ୍ୟୁରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଥିଲେ,ଏବେ ନିର୍ମାଣ ଶ୍ରମିକ

0

ନୂଆଦିଲ୍ଲୀ: ଭାଗ୍ୟ କେବେ ଯେ କାହାର ବଦଳିଯିବ ତାହା କାହାକୁ ଜଣାନଥାଏ । କେବେ କିଏ ରାଜା ରଙ୍କ ପାଲଟେ ତ’ କେବେ ରଙ୍କ ପାଲଟି ଯାଏ ରାଜା ।   । ଠିକ୍ ସେହିଭଳି କ୍ରିକେଟ ର ଜଣେ ପ୍ରତିଷ୍ଠିତ ତାରକାଙ୍କ ଭାଗ୍ୟରେ ଏମିତି ପରିବର୍ତ୍ତନ ହୋଇଥିଲା ଯାହା କେହି ବିଶ୍ୱାସ କରିପାରନ୍ତି ନାହିଁ ।  ଲୁଉ ଭିନସେଣ୍ଟ ଜଣେ ଏମିତି ଖେଳାଳି ଯିଏ ନ୍ୟୁଜିଲାଣ୍ଡ ପାଇଁ ୨୩ଟେଷ୍ଟ ମ୍ୟାଚ୍, ୯ଟି ଟି୨୦ ଓ ୧୦୨ଟି ୱାନଡେ ଖେଳିଛନ୍ତି । ଲଉ ଭିନସେଣ୍ଟ ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ୬ ଶତକ ରେକର୍ଡ କରିଥିଲେ । ଲୁଉ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଶତକ କରିଥିଲେ । କେବଳ ସେତିକି ନୁହେଁ ୨୦୦୫ ମସିହାରେ ଭିନସେଣ୍ଟ ଜିମ୍ବାୱେ ବିରୋଧରେ ୧୭୨ ରନ ସହିତ ୧୧୮ ଟି ଛକା ଓ ଚୌକା କରିଥିଲେ । ଏତେ ହିଟ୍ ତାରକା ହେବା ସତ୍ତ୍ୱେ ଆଜି ଏହି ଖେଳାଳି ଦିନ ମଜରିଆ ଭାବେ ଜୀବନଯାପନ କରୁଛନ୍ତି ।

ଲୁଉ ଭିନସେଣ୍ଟ ନ୍ୟୁଜିଲାଣ୍ଡର ୱାର୍କୱର୍ଥରେ ଜନ୍ମ ହୋଇଥିଲେ। ସେ ପ୍ରସିଦ୍ଧ କ୍ରୀଡା ସାମ୍ବାଦିକ ମାଇକ୍ ଭିନସେଣ୍ଟଙ୍କ ପୁଅ ଥିଲେ। ଯେତେବେଳେ ଭିନ୍ସେଣ୍ଟ ୧୫ ବର୍ଷର ଥିଲେ, ସେତେବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଆଡିଲେଡକୁ ପଳାଇଥିଲେ । ସେଠାରେ ସେ କ୍ରିକେଟ୍ ଖେଳୁଥିଲେ କିନ୍ତୁ ତାଙ୍କୁ ସେଠାରେ ଭଲ ସୁଯୋଗ ମିଳିନଥିଲା  । ସେଥିପାଇଁ ୧୮ ବର୍ଷ ବୟସରେ ସେ ନ୍ୟୁଜିଲାଣ୍ଡକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ନ୍ୟୁଜିଲାଣ୍ଡ ଫେରିବା ପରେ ୧୯୯୮ ମସିହାରେ ତାଙ୍କୁ ନ୍ୟୁଜିଲାଣ୍ଡ ପାଇଁ ଅଣ୍ଡର ୧୯ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କୁ ଅକଲାଣ୍ଡରେ ଟିମରେ ମଧ୍ୟ ଏଣ୍ଟ୍ରି ମିଳିଥିଲା । ସେଠାରେ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୦୧ ମସିହାରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜ ସ୍ଥାନ ହାସଲ କରିଥିଲେ । ଏବଂ ସେ ଖେଳ ଟିମ୍ ପାଇଁ ସଫଳତା ଜିତିଥିଲେ। ତେବେ ଭିନସେଣ୍ଟ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ ଖେଳାଳି ଥିଲେ ।

ସାରା ଜୀବନ କ୍ରିକେଟ୍ ଖେଳିଥିବା ଲୁଉ ଭିନସେଣ୍ଟ ଏବେ ବଞ୍ଚିବା ପାଇଁ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବିଲ୍ଡିଂ ରିପେୟାରିଂର କାମ କରୁଥିଲେ । ରିପୋର୍ଟ ଅନୁସାରେ ଭିନସେଣ୍ଟ ପ୍ଲାଟିନମ୍ ହୋମ୍ସ କମ୍ପାନୀ ସହ ଜଡିତ ଥିଲେ । ମ୍ୟାଚ୍ ଫିକ୍ସି ଅଭିଯୋଗରେ ତାଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ ହୋଇଥିଲା । କେବଳ କ୍ରିକେଟ୍ ଖେଳିବା ଉପରେ ନୁହେଁ କ୍ରିକେଟ୍ ସହ ସଂପର୍କିତ କୌଣସି କାମ ସେ କରିପାରିବେ ନାହିଁ ବୋଲି ଆଦେଶରେ କୁହାଯାଇଥିଲା । ଏପରିକି ଷ୍ଟାଡିୟମ ମଧ୍ୟକୁ ତାଙ୍କ ପ୍ରବେଶ ବର୍ଜିତ । କ୍ରିକେଟରୁ ବାସନ୍ଦ ହେବା ପରେ ତାଙ୍କ ପାଖରେ ଚଳିବା ପାଇଁ ଟଙ୍କା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିର୍ମାଣ ଶ୍ରମିକ ପାଲଟି ଯାଇଥିଲେ । ଏହାକୁ ହିଁ କୁହନ୍ତି କର୍ମଫଳ ।

ଲଦାଖରେ ଏବେବି ଅଛନ୍ତି ଦଶ ହଜାର ଚୀନ ସୈନିକ, ଆଜି ପୁଣି ଦୁଇ ଦେଶ ସେନାଧିକାରୀଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ, ୧୧/୦୬: ଲଦାଖରେ ଚୀନ ସୈନିକ ୨ରୁ ତିନି କିଲୋମିଟର ପଛକୁ ଘୁଂଚିଛନ୍ତି  ।  କିନ୍ତୁ ଏବେବି ଚୀନର ୧୦ହଜାର ସୈନ୍ୟ  ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖରେ ମୁତ୍ତୟନ ଅଛନ୍ତି । ତେବେ ଏହାର ଅର୍ଥ ନୁହେଁ ଭାରତୀୟ ସେନା ସେଠାରେ ନାହାନ୍ତି ।  ଚୀନ ସୈନିକଙ୍କୁ ଜବାବ ଦେବାପାଇଁ  ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଏଲଏସିରେ ଭାରତର ଦଶରୁ ବାର ହଜାର ସୈନ୍ୟ ଉପସ୍ଥିତ ଅଛନ୍ତି ।  ଚୀନ୍ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲକୁ ଅକ୍ତିଆର କରିବାକୁ ଚାହୁଁଛି । ଏନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ଆଲୋଚନା ଆଗକୁ ବଢିଛି। ବୁଧବାର ୪ ଘଣ୍ଟା ଧରି  ଭାରତ  ଓ ଚୀନ ମଧ୍ୟରେ ମେଜର ଜେନେରାଲ୍ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା | ଚୀନ୍ ସହିତ ଆଜି ମଧ୍ୟ ଆଲୋଚନା ହେବ ।  କିନ୍ତୁ ଏପର୍ଯ୍ୟନ୍ତ ଆଲୋଚନାର ସ୍ଥାନ ସ୍ଥିର ହୋଇନାହିଁ। ତେବେ ଗତକାଲିର ବାର୍ତ୍ତାଳାପ ସକରାତ୍ମକ ଥିଲା ବୋଲି ସେନା ସୂତ୍ରରୁ ପ୍ରକାଶ ।

ସୂଚନା ଯୋଗ୍ୟ ଯେ ଚୀନ୍ ପଛକୁ ଫେରିଛି, କିନ୍ତୁ ଏହାର ୧୦ ହଜାରରୁ ଅଧିକ ସୈନ୍ୟ ଏଲଓସିରେ ଏବେବି ନିୟୋଜିତ ଅଛନ୍ତି । ଚୀନ୍ ସୈନ୍ୟଙ୍କୁ ସାମନା କରିବାପାଇଁ  ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଚୀନ୍ ନିଜର ସେନା ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭାରତୀୟ ସେନା ମଧ୍ୟ ପଛକୁ ଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି ।  ଚୀନର କର୍ଣ୍ଣେଲ, ବ୍ରିଗେଡିୟର୍ ଏବଂ ମେଜର ଜେନେରାଲଙ୍କ ସହିତ ପେଟ୍ରୋଲିଂ ପଏଣ୍ଟ ୧୪, ୧୫ ଏବଂ ୧୭ ଉପରେ ଉପରେ ଆଲୋଚନା ହେବ  ।

ବୁଧବାର ଅନୁଷ୍ଠିତ ଏକ ବାର୍ତ୍ତାଳାପରେ ମୁଖ୍ୟ ଜେନେରାଲ୍ ସ୍ତରର ଅଧିକାରୀମାନେ ମୁହାଁମୁହିଁ ବସିଥିଲେ । ଜୁନ୍ ୬ରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା  କିନ୍ତୁ ଚୀନର ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ  । ଏହି କାରଣରୁ, ପୈଂଗାଁନ୍ଗ ହ୍ରଦରେ ଉତ୍ତେଜନା ରହିଆସିଛି  ।  ପୈଂଗାଁନ୍ଗ ହ୍ରଦ ନିକଟ ଫିଙ୍ଗର ଅଞ୍ଚଳରେ ଭାରତୀୟ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ଚୀନ୍ ରାଜି ନାହିଁ। କେବଳ ଏତିକି ନୁହେଁ, ଗାଲଭାନ ଉପତ୍ୟକାର ଡାରବୁକ୍-ଶାୟୋକ-ଦୌଲତା ବାଗ ଓଲଡି ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ନିର୍ମାଣରେ ମଧ୍ୟ ଚୀନ ଅସନ୍ତୁଷ୍ଟ ଅଛି ।