spot_img
Home Blog Page 7137

୮୩ ଜିଲ୍ଲାର ୦.୭୩% ଲୋକ କରୋନା ସଂକ୍ରମିତ: ଭାରତରେ ସବୁଠାରୁ କମ୍ ମୃତ୍ୟୁହାର

ନୂଆଦିଲ୍ଲୀ: ଦେଶର ୮୩ ଜିଲ୍ଲାରେ ୦.୭୩% ଜନସଂଖ୍ୟା କରୋନା ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟ ମଧ୍ୟ ସାରାବିଶ୍ୱରେ କମ୍‌ । ପ୍ରତି ୧ଲକ୍ଷ ଜନସଂଖ୍ୟା ଅନୁପାତରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ସାରା ବିଶ୍ୱ ତୁଳନାରେ ଭାରତରେ କମ୍‌ ବୋଲି କହିଛନ୍ତି ଆଇସିଏମ୍‌ଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ । ଲକ୍‌ଡାଉନ୍‌ପରେ ୩୦ ଏପ୍ରିଲ ଯାଏଁ ଏଭଳି ସ୍ଥିତି ରହିଥିଲା

NBT

ତେବେ ସେ ଏହା ଭି କହିଛନ୍ତି, ଜନସଂଖ୍ୟ ବହୁଳ ଅଞ୍ଚଳରେ ଏବେ ମଧ୍ୟ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏହି ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ସଂକ୍ରମଣ ବଢ଼ିପାରେ । ଗ୍ରାମାଞ୍ଚଳ ଅପେକ୍ଷା  ସହରାଞ୍ଚଳରେ ୧.୦୯ ଓ ବସ୍ତି ଅଞ୍ଚଳରେ ୧.୮୯ ଗୁଣ ଅଧିକ ସଂକ୍ରମଣ ଆଶଙ୍କା । ଏଭଳି ସମୟରେ ଆମକୁ ସମସ୍ତ ପ୍ରକାର ସାବଧାନତା ଆବଲମ୍ୱନ କରିବା ଆବଶ୍ୟକ । ସହରାଞ୍ଚଳଗୁଡ଼ିକରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯିବାର ଆବାଶ୍ୟକତା ରହିଛି । ସେ ଆହୁରୀ କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନ୍‌ରେ ସଂକ୍ରମଣ ହାର ଅଧିକ ରହିଛି ।

Over 5 million COVID-19 tests done: ICMR

ଆଇସିଏମ୍‌ଆର ଦ୍ୱାରା କରାଯାଇଥିବା ସର୍ଭେ ତଥ୍ୟ

ସିରୋ (serosurvey)ରେ ସାଧାରଣ ଲୋକଙ୍କ ଆଣ୍ଟିବଡ଼ି ଯାଞ୍ଚ କରାଯାଏ । ଏହି ଯାଞ୍ଚରେ ଲୋକଙ୍କ ରକ୍ତ ନମୁନା ନେଇ ଆଣ୍ଟିବଡ଼ି ଯାଞ୍ଚ କରାଯାଉଥିବା କହିଛନ୍ତି  ଡା. ଭାର୍ଗବ । ଯଦି କେହି ଲୋକ ପଜିଟିଭ ଚିହ୍ନଟ ହୁଅନ୍ତି ଏହାରମାନେ ହେଉଛି ସେ ସାର୍ସ କୋବ-୨ରେ ସଂକ୍ରମିତ ହୋଇଥିଲେ ।

Balram Bhargava appointed Director-General of ICMR - eHealth Magazine

ଏହା ଦ୍ୱାରା ଜଣାପଡ଼େ ମୋଟ କେତେ ପ୍ରତିଶତ ଜନସଂଖ୍ୟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେଉଁ କେଉଁ ବ୍ୟକ୍ତିଙ୍କ ଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ସୂଚନା ଯୋଗ୍ୟ ଯେ, ଦେଶର ୮୩ ଜିଲ୍ଲରେ ୨୮  ହଜାର ୫୯୫ ଘରେ ପହଞ୍ଚି ୨୬ ହଜାର ୪୦୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁଯାୟୀ ଏହି ଜିଲ୍ଲାରେ ୦.୭୩% ଲୋକ ହିଁ ସଂକ୍ରମିତ ହୋଇଥିବା ପ୍ରମାଣ ମିଳିଛି ।

ମସଜିଦରେ ସାନିଟାଇଜର ବ୍ୟବହାର ନକରିବାକୁ ଫତୱା, ସାବୁନ ବ୍ୟବହାର କରିବାକୁ ପରାମର୍ଶ

ବରେଲୀ: ଉତ୍ତର ପ୍ରଦେଶ ବରେଲୀର ଦରଗାହ ଆଲା ହଜରତର ମୌଲାନା ମସଜିଦରେ ସାନିଟାଇଜର ବ୍ୟବହାର ନକରିବାକୁ ନେଇ ଫତୱା ଜାରି କରିଛନ୍ତି । ମୌଲାନାଙ୍କ ନିବେଦନ ଅନୁସାରେ ସାନିଟାଇଜରରେ ଆଲ୍କୋହଲ ମିଶିଥାଏ ଏବଂ ଇସଲାମ ଧର୍ମ ଏହାର ଅନୁମତି ଦିଏନାହିଁ ।

ଦରଗାହ ଆଲା ହଜରତରୁ ଜାରି ହୋଇଥିବା ଏହି ପ୍ରେସ ନୋଟରେ କୁହାଯାଇଛି ଯେ, ଆଲ୍କୋହଲରେ ପ୍ରସ୍ତୁତ ସାନିଟାଇଜରର ବ୍ୟବହାର ମୁସଲମାନ ମାନଙ୍କର ପାଇଁ ନିଷେଧ ଅଟେ । ସାନିଟାଇଜରରେ ମସଜିଦ ଗୁଡ଼ିକୁ ସଫା କରିବାର ଅର୍ଥ ମସଜିଦକୁ ଅପବିତ୍ର କରିବା ଏବଂ ଅପବିତ୍ର ସ୍ଥାନରେ ନମାଜ ପାଠ କରାଯାଏ ନାହିଁ । ତେଣୁ ଏହା ପ୍ରତିବଦଳରେ ସାବୁନ ବ୍ୟବହାର କରିବାକୁ ନିବେଦନ କରାଯାଇଛି ।

ଏହି ଫତୱାକୁ ନେଇ ଅଲ୍ ଇଣ୍ଡିଆ ତଞ୍ଜିମ ଇଲମା-ଏ ଇସଲାମର ଜେନେରାଲ ସେକ୍ରେଟାରୀ ମୌଲାନା ଶାହବୁଦ୍ଧୀନ ରଜୱୀ କହିଛନ୍ତି ଯେ, ମସଜିଦ ଗୁଡ଼ିକୁ ସଫା ରଖିବା ଅତ୍ୱନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ମଧ୍ୟ ସ୍ୱଚ୍ଛତାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ଆଲ୍କୋହଲ ଯୁକ୍ତ ସାନିଟାଇଜକୁ ବ୍ୟବହାର କରି ମସଜିଦ ଗୁଡ଼ିକୁ ସଫା କରିବା କଥା ଉଲ୍ଲେଖ କରାଯାଇଛି ।

ମୌଲାନା ଶାହବୁଦ୍ଧୀନ ରଜୱୀ କହିଛନ୍ତି ଯେ, ଯେହେତୁ ଆଲ୍କୋହଲର ବ୍ୟବହାର ଉଚିତ ନୁହେଁ ତେଣୁ ଫତୱା ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ, ଅଲ୍କୋହଲ ବ୍ୟତୀତ ଅନେକ ଜିନିଷ ରହିଛି, ଯାହା ଦ୍ୱାରା ମସଜିଦକୁ ସଫା କରାଯାଇପାରିବ ।

ତେବେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏବଂ କରୋନା ଭାଇରସ ଠାରୁ ସୁରକ୍ଷିତ ରହିବା ପାଇଁ ବୈଜ୍ଞାନିକ ଏବଂ ଡାକ୍ତର ମାନେ ୭୦ ପ୍ରତିଶତ ଆଲ୍କୋହଲ ଯୁକ୍ତ ସାନିଟାଇଟର ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି, କିନ୍ତୁ ମୌଲାନା ଏହାକୁ ଧର୍ମ ବିରୋଧୀ ବୋଲି ମନେ କରୁଛନ୍ତି ।

 

ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ୫

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛି ଉତ୍କଳ ୟୁନିଭରସିଟି । ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ତାଲିକାର ୯୬ ତମ ସ୍ଥାନରେ ରହିଛି ଉତ୍କଳ ୟୁନିଭରସିଟି ।

ଏଥିସହିତ ରାଜ୍ୟର ଅନ୍ୟ ୪ ଶିକ୍ଷାନୁଷ୍ଠାନ ମଧ୍ୟ ନ୍ୟାସନାଲ ରାଙ୍କ୍ ପାଇଛନ୍ତି । ଏମାନଙ୍କ ମଧ୍ୟରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ରାରକେଲା ଓଭରଓଲ ବର୍ଗରେ ୩୨ ନମ୍ୱର ସ୍ଥାନରେ ରହିଥିବା ବେଳେ ଆଇଆଇଟି ଭୁବନେଶ୍ୱର ୪୪ ନମ୍ୱର ସ୍ଥାନରେ ରହିଛି । ଅନ୍ୟ ୨ ଟି ଘରୋଇ ଶିକ୍ଷାନୁଷ୍ଠାନ ୩୮ ଓ ୪୪ ନମ୍ୱର ସ୍ଥାନରେ ରହିଛି ।

NIT Rourkela

ଉଲ୍ଲେଖ ଯୋଗ୍ୟ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଓଡିଶାର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ । ଏହି ୟୁନିଭରସିଟି ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନ ଏବଂ ମାନବିକତା କ୍ଷେତ୍ରରେ ଏହା ସର୍ବୋଚ୍ଚ ଗୁଣାତ୍ମକ ଗବେଷଣା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ଜଣାଶୁଣା । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷଗ୍ରହଣ ପରବର୍ତ୍ତୀ ସମୟରେ ପ୍ରଶାସକ, ବୈଜ୍ଞାନିକ ଓ ରାଜନୀତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ରାଜ୍ୟ ତଥା ଦେଶ ପାଇଁ କାର୍ଯ୍ୟ କରୁଛନ୍ତି ।

ଛେପ ପକାକୁ ନେଇ ବଢ଼ିଲା ଏମିତି ବିବାଦ ଯେ ହତ୍ୟା କରିବାକୁ ପଛାଇଲେନି ଯୁବକ

ନୂଆଦିଲ୍ଲୀ- ଦିଲ୍ଲୀର ମନ୍ଦିର ମାର୍ଗ ଅଞ୍ଚଳରେ ଛେପ ପକାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ସାମ୍ନାରେ ଛେପ ପକାଇଦେଲେ ଯାହା କାରଣରୁ ବିବାଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଏହି ବିବାଦରେ ଦୁହେଁ ଦୁହିଁଙ୍କୁ ବୋତଲରେ ଆକ୍ରମଣ କରିବାକୁ ଲାଗିଲେ ଯେଉଁଥିରେ ଅଙ୍କିତ ନାମକ ଏକ ଯୁବକର ମୃତ୍ୟୁ ହୋଇଛି ।

ଦିଲ୍ଲୀ ପୋଲିସ ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୮ଟା ୩୦ରେ ସହିଦ ଭଗତ ସିଂହ କମ୍ପ୍ଲେକ୍ସରେ ଦୁଇ ଯୁବକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ତଦନ୍ତ ପରେ ଜଣା ପଡ଼ିଲା ଯେ, ଅଙ୍କିତ ଏବଂ ପ୍ରବୀଣ ନାମକ ଦୁଇ ଯୁବକ ପରସ୍ପର ସହ ଝଗଡ଼ା କରୁଥିଲେ ।

ଝଗଡ଼ାରେ ଉଭୟ କ୍ଷତ ବିକ୍ଷତ ମଧ୍ୟ ହୋଇଥିଲେ । ଦୁହିଁଙ୍କୁ ରାମ ମନୋଗର ଲୋହିୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଦୁହିଁଙ୍କ ମଧ୍ୟରେ ଛେପ ପକାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏହି ବିବାଦ ହତ୍ୟା ଯାଏଁ ପହଁଞ୍ଚିଯାଇଥିଲା ।

ପ୍ରବୀଣ ଜଣେ ନେଟୱର୍କ ଇଞ୍ଜିନିୟର, ଅନ୍ୟପଟେ ଅଙ୍କିତ ପେଶାରେ ଜଣେ ଡ୍ରାଇଭର । ଝଗଡ଼ାରେ ଦୁହେଁ ଆହତ ହୋଇଥିଲେ କିନ୍ତୁ ଅଙ୍କିତ ଅଧିକ ଗୁରୁତର ହୋଇପଡ଼ିଥିଲେ । ଆହତ ହେବା ପରେ ଅଧିକ ରକ୍ତ ବୋହିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ଅଭିଯୁକ୍ତ ପ୍ରବୀଣଙ୍କୁ ପୋଲିସ ଗିରଫ କରିଛି ଏବଂ ଏଫଆଇଆର ଦାଖଲ କରି ତଦନ୍ତ ଆରମ୍ଭ କରିଛି ।

ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ସାର୍ବଜନୀନ ସ୍ଥାନରେ ପରିସ୍ରା ଏବଂ ଛେପ ପକାଇବାକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ଯଦି କେହି ବ୍ୟକ୍ତି ସାର୍ବଜନୀନ ସ୍ଥାନରେ ପରିସ୍ରା କିମ୍ବା ଛେପ ପକାଏ ତେବେ ତାକୁ ଦଣ୍ଡ ସ୍ୱରୂପ ୧୦୦୦ ଟଙ୍କା ଏନଡିଏମସିକୁ ଦେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଛି ।

 

ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଛିଡ଼ିଲା ଅଙ୍କ । ବାତିଲ ହେଲା ପିଜି ଓ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାରର ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା। ଏନେଇ ଆଜି ଲୋକସେବା ଭବନରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଭିଡିଓ କନଫରେନସିଂ ଜରିଆରେ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କ ବୈଠକ ନେଇଥିଲେ।

ଏଥିରେ ପରୀକ୍ଷା ନେଇ ମତାମତ ନିଆଯାଇଥିଲା। କରୋନା ସମୟରେ ଅସୁରକ୍ଷିତ ବାତାବରଣରେ ପରୀକ୍ଷା ନ କରିବାକୁ ଛାତ୍ରଛାତ୍ରୀଙ୍କ ଦାବିକୁ ଯଥାର୍ଥ ବୋଲି ମତାମତ ଦେଇଥିଲେ କୁଳପତି ଓ ଅଧ୍ୟକ୍ଷ। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜମାନେ ୟୁଜିସି ସୁପାରିସ ଅନୁସାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ କରିବେ।

ଏଥିରେ ପ୍ରତ୍ୟେକ ବିଷୟ ପାଇଁ ଓ୍ୱେଟେଜ ଅନୁସାରେ ଇଣ୍ଟରନାଲ ମାର୍କ ଓ ବାକି ଓ୍ୱେଟେଜକୁ ପୂର୍ବର ସେମିଷ୍ଟାରର ଆଭରେଜ ମାର୍କ ଅନୁଯାୟୀ ମାର୍କିଂ କରାଯିବ। ତେବେ ଯଦି ପୂର୍ବ ସେମିଷ୍ଟାର ଅପେକ୍ଷା ଅଧିକ ମାର୍କ ପାଇବାକୁ ଆଶା ରଖିଛନ୍ତି ଛାତ୍ରଛାତ୍ରୀ, ସେମାନେ ନଭେମ୍ବରରେ ପରୀକ୍ଷା ଦେଇ ଡିସେମ୍ବରରେ ଫଳାଫଳ ପାଇବେ।

ଯେଉଁ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତରେ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ସରିଛି, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ବ୍ୟାକ୍‌ ପେପର ପରୀକ୍ଷା ବାତିଲ କରାଯିବ। ପ୍ରୋପରସନେଟ୍‌ କୋସେଣ୍ଟ ପାଇଁ ଅନ୍ୟ ପଦ୍ଧତିରେ ସେହି ବିଷୟର ମୂଲ୍ୟାୟନ କରାଯିବ। ହେଲେ ଦୁଇରୁ ଅଧିକ ବିଷୟରେ ବ୍ୟାକ୍‌ ଥିଲେ, ପରୀକ୍ଷା ଦେବାକୁ ପଡ଼ିବ। ଯାହା ତାରିଖ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ନିର୍ଦ୍ଧାରଣ କରିବେ।

୮ ମାସର ଗର୍ଭ କିନ୍ତୁ କରୋନାକୁ ନାହିଁ ଭୟ, ଘରକୁ ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ଆସିକା: ଗର୍ଭବତୀ ଥିବା ସମୟରେ ଜଣେ ମହିଳା ଅଧିକ ଯତ୍ନବାନ ହୋଇଥାଏ । ଡାକ୍ତର ମଧ୍ୟ କୌଣସି କଠିନ କାମ ନ କରିବା ପାଇଁ ମହିଳାଙ୍କୁ ପରାମର୍ଶ ଦେଇଥାନ୍ତି । ନିଜ ସନ୍ତାନକୁ ସୁସ୍ଥରେ ରଖିବା ପାଇଁ କୌଣସି ପ୍ରକାରର ଅବହେଳା କରିନଥାଏ ଜଣେ ମହିଳା । କିନ୍ତୁ ଏଠାରେ ଦୃଶ୍ୟ କିଛି ଅଲଗା କହୁଛି ।

ଆସିକା ସମେଇଗୁଡ଼ା ଗାଁର ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଗୌଡ଼ । ଗର୍ଭରେ ଆଠ ମାସର ସନ୍ତାନ । ଏହି ସମୟରେ ମହିଳାଙ୍କୁ ଘରେ ରହି ଆରାମ କରିବାକୁ ପରାମର୍ଶ ଦିଆଯାଏ । ହେଲେ ସନ୍ଧ୍ୟାଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବର୍ତ୍ତମାନ କରୋନା ମହାମାରୀର ସଙ୍କଟ ବେଳେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେ । ଆଉ ଏଥିରେ ପରିବାର ଲୋକ ମଧ୍ୟ ପୂର୍ଣ୍ଣ ସମର୍ଥନ କରନ୍ତି । ସକାଳ ହେଲେ ସବୁ କାମ ସାରି ବାହାରି ପଡ଼ନ୍ତି ଆଉ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ଗତ ତିନି ମାସ ହେଲା ଏହି ସଚେତନତା କାମରେ ଲାଗିଛନ୍ତି ସନ୍ଧ୍ୟା । ଭୂତାଣୁକୁ ଭୟ ନକରି ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ତଥା ସାମାଜିକ ଦୂରତା ମାନିବା ଆଦି ଉପରେ ବୁଝାଉଛନ୍ତି । ଲୋକଙ୍କ ସେବାରେ ଲାଗି ନିଜେ ମଧ୍ୟ ଆତ୍ମସନ୍ତୋଷ ଲାଭ କରୁଥିବା ସେ କହିଛନ୍ତି । ତାଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ଅନ୍ୟ ସହକର୍ମୀ ତଥା ଗ୍ରାମବାସୀ ।

କରୋନା ଯୁଦ୍ଧରେ ନିଜକୁ ସାମିଲ କରି ଆଗେଇ ଆସିଥିବାରୁ ସନ୍ଧ୍ୟାଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଆଗଧାଡିର ଏହି ଯୋଦ୍ଧାଙ୍କ ସହଯୋଗରେ କରୋନା ନିଶ୍ଚିତ ହାରିବ ଏବଂ ଦେଶ ଜିତିବ ।

 

ଭିକାରି ଦେବ ଦାନ : ୩୪ ପ୍ରତିଶତ ଭାରତୀୟଙ୍କ ପାଖରେ ନାହିଁ ଖାଦ୍ୟ,ଆମେ କରିବୁ ସାହାଯ୍ୟ

ନୂଆଦିଲ୍ଲୀ: କଥାରେ କୁହନ୍ତି ଘରେ ଖାଇବାକୁ ଦାନା ନାହିଁ କିନ୍ତୁ ଷ୍ଟାଇଲ୍ ନବାବୀ । କରଜ ଶୁଝିବାକୁ କରଜ କରୁଥିବା ପାକିସ୍ତାନ ଭାରତକୁ ସାହାଯ୍ୟ କରିବ । ଖୋଦ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏମିତି କହିଛନ୍ତି । ଇମ୍ରାନ୍ ଖାନ୍ ଏକ ରିପୋର୍ଟର ଉଦାହରଣ ଦେଇ କହିଛନ୍ତି ଯେ, ୩୪ ପ୍ରତିଶତ ଭାରତୀୟ ବିନା ସହାୟତରେ ଏକ ସପ୍ତାହରୁ ଅଧିକ ଚଳି ପାରିବେ ନାହିଁ ।

ଇମ୍ରାନ୍ ସେହି ଖବରକୁ ଟ୍ୱିଟ୍ କରି କହିଛନ୍ତି ଯେ, ‘ଏହି ରିପୋର୍ଟ ଅନୁସାରେ ଭାରତର ୩୪ ପ୍ରତିଶତ ପରିବାର ବିନା ସହାୟତାରେ ଏକ ସପ୍ତାହରୁ ଅଧିକ ଚଳି ପାରିବେ ନାହିଁ । ମୁଁ ଭାରତକୁ ସାହାଯ୍ୟ କରିବାକୁ ଓ ଆମ ମନି ଟ୍ରାନ୍ସଫର ପୋଗ୍ରାମ ସେମାନଙ୍କ ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛି । ଯାହାର ସଫଳତା ଓ ପାରଦର୍ଶିତାକୁ ନେଇ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ହେଉଛି’

ଶିକାଗୋ ବିଶ୍ୱବିଦ୍ୟାଳୟ ଓ ମୁମ୍ବାଇର ସେଣ୍ଟର ଫର ମନିଟରିଂ ଦ ଇଣ୍ଡିଆନ୍ ଇକୋନମିର ରିପୋର୍ଟରେ ଦାବି କରାଯାଇଥିଲା ଯେ, ପ୍ରାୟ ୩୪ ପ୍ରତିଶତ ଭାରତୀୟ ପରିବାରର ଆୟ ଲକଡାଉନ୍ କାରଣରୁ ପ୍ରଭାବିତ ହୋଇଛି । ସରକାରୀ ସହାୟତା ବିନା ଏହି ପରିବାର ସବୁ ଏକ ସପ୍ତାହରୁ ଅଧିକ ବଂଚି ପାରିବେ ନାହିଁ । ଏହି ରିପୋର୍ଟକୁ ଆଳ କରି ଇମ୍ରାନ୍ ଭାରତକୁ ସାହାଯ୍ୟ ଅଫର କରିଛନ୍ତି
ତେବେ କଥା ହେଲା ପାକିସ୍ତାନ ନିଜେ ଚଳିବାକୁ ସକ୍ଷମ କି ? କାରଣ ପାକିସ୍ତାନ କରଜ ତଳେ ଦବି ରହିଛି । କରଜ ପାଇଁ ଆଗରୁ ଏହା ଆମେରିକା ଓ ଆଇଏମଏଫ ଉପରେ ନିର୍ଭର କରୁଥିଲା । ଏବେ ଚୀନ୍ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ୱାନ୍ ବେଲ୍ଟ ୱାନ୍ ରୋଡ୍ ପାଇଁ ଚୀନଠାରୁ ଆଣିଥିବା କରଜ ପାକିସ୍ତାନ ଶୁଝି ପାରୁନାହିଁ । ତେଣୁ ଏହା ଲୋନ୍ ଆଣି ଲୋନ୍ ଶୁଝୁଛି । ଏମିତିରେ ପାକିସ୍ତାନର ଭାରତକୁ ଅଫର ନିଶ୍ଚୟ ହାସ୍ୟସ୍ପଦ ।

ଭାରତର ଉତ୍ତର

ଭାରତ ଇମ୍ରାନଙ୍କୁ ଉତ୍ତର ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଆଇନା ଦେଖାଇ କହିଛନ୍ତି ଯେ, ପାକିସ୍ତାନ ଏହା ମନେ ରଖିବା ଉଚିତ ଯେ, ତାର ଜିଡିପିର ୯୦ ପ୍ରତିଶତ ଲୋନ୍ । ଆଉ ଆମେ ଯେତିକି ସହାୟତା ପ୍ୟାକେଜ୍ ଦେଇଛୁ ତାହା ପାକିସ୍ତାନୀ ଜିଡିପିଠାରୁ ମଧ୍ୟ ଅଧିକ ।

 

ରାକ୍ଷୀ ସାୱନ୍ତଙ୍କୁ କିସ୍ କରିବାକୁ ନେଇ ଏମିତି କିଛି କହିଲେ ଶାହରୁଖ, ଉତ୍ତର ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ- ବଲିଉଡରେ ଏମିକି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ନିଜ ପ୍ରଶ୍ନର ଚଟାପଟ ଉତ୍ତର ପାଇଁ ଖୁବ ଚର୍ଚ୍ଚାରେ ଥାଆନ୍ତି ।  ବର୍ତ୍ତମାନ ସମୟରେ ଲୋକମାନେ ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କର ପୁରୁଣା କଥା ସବୁ ଶୁଣିବାକୁ ପସନ୍ଦ କରୁଛନ୍ତି । ପୁରୁଣା ଇଣ୍ଟରଭ୍ୟୁ ଏବଂ ପୁରୁଣା ଚ୍ୟାଟ୍ ସୋ ଲୋକମାନେ ଦେଖୁଛନ୍ତି । ନିକଟରେ ଶାହରୁଖ ଖାନ ଏବଂ କରନ ଜୋହରଙ୍କର ଏକ ପୁରୁଣା କଥାବାର୍ତ୍ତା ପୁଣିଥରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କରନ ଶାହରୁଖଙ୍କୁ ରାକ୍ଷୀ ସାୱନ୍ତ ସମ୍ବଦ୍ଧିତ କିଛି ପ୍ରଶ୍ନ କରୁଛନ୍ତି ଏବଂ ଶାହରୁଖଙ୍କ ପାଖରୁ ସେହି ପ୍ରଶ୍ନର ଉତ୍ତର ଶୁଣି ଲୋକମାନେ ନ ହସି ରହିପାରୁ ନାହାନ୍ତି ।

କଥା କିଛି ଏହିପରି କି, ଶାହରୁଖ ଖାନ କରନ ଜୋରହଙ୍କ ଚ୍ୟାଟ ସୋ କଫି ୱିଥ୍ କରଣ ସୋରେ ଗେଷ୍ଟ ହୋଇ ଯାଇଥିଲେ, ଯେଉଁଠି କରନ ଶାହରୁଖଙ୍କୁ ପଚାରିଥିଲେ ଯେ, ଯଦି ରାକ୍ଷୀ ସାୱନ୍ତ ଆପଣଙ୍କ ଉପରେ ଜୋରଜବରଦସ୍ତି କିସ୍ କରିବାର ଅଭିଯୋଗ କରନ୍ତି, ତେବେ ଆପଣ କଣ କରିବେ ? ଏହି ପ୍ରଶ୍ନର ଉତ୍ତର ଦେଇ ଶାହରୁଖ କହିଥିଲେ ଯେ, ମୁଁ ଏହି ଆରୋପକୁ ସ୍ୱୀକାର କରିବି ।

ସେ କହିଲେ ଯେ ମୁଁ ଏଥିପାଇଁ ଏହି ଅଭିଯୋଗକୁ ସ୍ୱୀକାର କରିନେବି ଯେ ,ତାଙ୍କୁ କିସ୍ କରିବାକୁ ଆପଣଙ୍କୁ ମୋତେ ବାଧ୍ୟ କରିବାକୁ ପଡିବ । ଏହି ଏପିସୋଡରେ ତାଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା ଯେ,  ଯଦି ଆପଣ କେବେ ସକାଳୁ କରନ ଜୋହର ଭାବେ ଉଠିବେ ତେବେ କଣ ହେବ?

ଏହି ପ୍ରଶ୍ନର ଉତ୍ତର ଦେଇ ଶାହରୁଖ କହିଲେ ଯେ, ମୁଁ କରନ ଜୋହର ହୋଇ ଉଠିବାର କମ୍ ଚାନ୍ସ ଅଛି କିନ୍ତୁ କରଣ ଜୋହର ସହ ଉଠିବାର ଅଧିକ ଚାନ୍ସ ରହିଛି କାରଣ ଲୋକମାନେ ତାହା ହିଁ ଭାବୁଛନ୍ତି । ଶାହରୁଖ ଖାନଙ୍କ ଏହି ମଜାଦାର ଉତ୍ତର ତାଙ୍କୁ ଦର୍ଶକଙ୍କ ମଧ୍ୟରେ ଆଗୁରି ଲୋକପ୍ରିୟ କରିଥାଏ ।

ଜଣାଇ ରଖୁଛୁ ଯେ ଶାହରୁଖ ଖାନ ଦୀର୍ଘ କିଛି ଦିନ ହେବ ଫିଲ୍ମରୁ ଦୂରେଇ ରହିଛନ୍ତି । ଫିଲ୍ମ ଜିରୋ ପରେ ତାଙ୍କର ନୂଆ ଫିଲ୍ମ ପାଇଁ ଦର୍ଶକ ଚାହିଁବସିଛନ୍ତି ।

କଂଗ୍ରେସକୁ ଫେରିଲା ଗୋଷ୍ଠୀ କନ୍ଦଳ: ପାନେଲିଷ୍ଟ ତାଲିକାକୁ ନେଇ ହାତାହାତି

ଭୁବନେଶ୍ୱର: ପୁଣି କଂଗ୍ରେସକୁ ଫେରିଛି ଗୋଷ୍ଠୀ କନ୍ଦଳ । କଂଗ୍ରେସ ଭବନରେ ହାତାହାତି ହୋଇଛନ୍ତି ନେତା । କଂଗ୍ରେସ ମିଡିଆ ପାନେଲିଷ୍ଟ ତାଲିକାକୁ ନେଇ ହାତାହାତି ହୋଇଛନ୍ତି । ସୁଦର୍ଶନ ଦାସ, ନରେଶ ମହାନ୍ତି, ଚିନ୍ମୟ ଦାସଙ୍କୁ କିଛି କଂଗ୍ରେସ କର୍ମୀ ମାଡ଼ ମାରିଥିବା ସୂଚନା ରହିଛି । କିନ୍ତୁ ସୁଦର୍ଶନଙ୍କୁ କେହି ମାଡ଼ ମାରିନଥିବା ସେ କହିଛନ୍ତି । କିନ୍ତୁ ସେଠାରେ ଗଣ୍ଡଗୋଳ ହୋଇଥିବାକୁ ସ୍ୱୀକାର କରିଛନ୍ତି ।

ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆହତ ନରେଶ ମହାନ୍ତି । ମଦ ପିଇ ଅନ୍ୟ ଗୋଷ୍ଠୀର ଲୋକଙ୍କ ତାଙ୍କୁ ଆକ୍ରମଣ କରିଛନ୍ତି । କାରରୁ ଟାଣି ଆଣି ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଛନ୍ତି । ଏଥିସହିତ ନିରଞ୍ଜନ ଗୋଷ୍ଠୀର ଲୋକଙ୍କୁ କଂଗ୍ରେସ ଭବନରେ ପୂରାଇ ଦେବୁନି କହିଛନ୍ତି ନରେଶ ।

ସେହିପରି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ହାଇକମାଣ୍ଡଙ୍କୁ ଗାଳି କରୁଥିବା ଲୋକଙ୍କୁ ଦାୟିତ୍ୱ ମିଳିଛି । ଏଣୁ କଂଗ୍ରେସ କର୍ମୀ ଅସନ୍ତୁଷ୍ଟ ଏବଂ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢ଼ୁଛି ।

ଦଫା କୋହଳ ପାଇଁ ଥାନା ଅଧିକାରୀ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଥାନା ବାବୁ । ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଥାନା ଅଧିକାରୀ । ଖୋର୍ଦ୍ଧାର ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା । ଜାଗାବାଡ଼ି ବିବାଦରେ ଦଫା କୋହଳ କରିବା ପାଇଁ ନେଉଥିଲେ ଲାଞ୍ଚ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ରେଡ କରିଛି । ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପୈତୃକ ବାସଭବନ ବାଣପୁର ଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ।

ସୂଚନା ଅନୁଯାୟୀ, ଆଶିଷ ପଣ୍ଡା ନାମ ଜଣେ ବ୍ୟକ୍ତି ତାଙ୍କର ଜାଗା ବାଡ଼ି ସମ୍ବନ୍ଧରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଥାନା ଅଧିକାରୀ ଅଶୋକ ପଣ୍ଡା ତାଙ୍କର ଦଫା କୋହଳ କରିଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଆକାରରେ ଡିମାଣ୍ଡ କରିଥିଲେ ।

ଏନେଇ ଆଶିଷ ଭିଜିଲାନ୍ସକୁ ଜଣାଇଥିଲେ । ପରେ ଭିଜିଲାନ୍ସ ତାର ପ୍ଲାନ କରିଥିଲା । ପ୍ଲାନ ଅନୁଯାୟୀ ଆଶିଷ ୨୦ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଧରିଥିଲା । ତାଙ୍କ ଠାରୁ ଲାଞ୍ଚ ନେଉଥିବା ଟଙ୍କା ଜବତ କରିବା ପରେ ଘଟଣାର ତଦନ୍ତ ଚଳାଇଛି । ତାଙ୍କ ପୈତୃକ ବାସଭବନ ବାଣପୁର ଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ।