ରାଜ୍ୟସଭାରେ ଯେତେବେଳେ ସାମ୍ନାସାମ୍ନି ହେଲେ ସିନ୍ଧିଆ-ଦିଗବିଜୟ

1 min read

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ୪୫ ଜଣ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୩୬ ସାଂସଦ ରାଜ୍ୟସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ନର୍ବାଚନରେ ୨୦ ରାଜ୍ୟରୁ ୬୧ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୪୫ ଜଣ ଆଜି ଶପଥ ଗ୍ରହଣ କରିଛନ୍ତି ।

Image

ଯେଉଁମାନଙ୍କ ମଧ୍ୟରେ ଶରଦ ପାଓ୍ୱାର , ଦିଗବିଜୟ ସିଂହ ଏବଂ ରାମଦାସ ଆଠଓ୍ୱାଲେ ସମେତ ଏଭଳି ୧୨ ସିଟିଂ ସାଂସଦ ମଧ୍ୟ ଅନ୍ତର୍ଭୁକ୍ତ । ଯେଉଁମାନେ ଆଜି ଶପଥ ଗ୍ରହଣ କରିଛନ୍ତି । ଏଥିସହିତ ଓଡ଼ିଶାର ୪ ସାଂସଦ ମଧ୍ୟ ରାଜ୍ୟସଭାରେ ଶପଥପାଠ କରିଛନ୍ତି । ତେବେ କଂଗ୍ରେସ ଛାଡ଼ି କରି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି ।

Image

ଏହି ସମୟରେ ରାଜ୍ୟସଭା ପରିସରରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ସମସ୍ତ ସଦସ୍ୟ ଶପଥ ନେଉଥିଲେ ସେତେବେଳେ ଏଭଳି ଏକ ସମୟ ଆସିଲା ଯେତେବେଳେ ଉଭୟ ସିନ୍ଧିଆ ଓ ଦିଗବିଜୟ  ସମ୍ନାସାମ୍ନୀ ହୋଇଥିଲେ । ଆଉ ଏହି ସମୟରେ ଉଭୟ ପରସ୍ପରଙ୍କୁ ନମସ୍କାର କରିବା ସହ  ଅଭିବାଦନ ଜଣାଇଥିଲେ ।

ଯେତେବେଳେ ୨ ନେତା ପରସ୍ପରକୁ ଅଭିନନ୍ଦନ ଜଣାଉଥିଲେ ସେହି ସମୟରେ ରାଜ୍ୟସଭା ବିରୋଧୀ ନେତା ତଥା କଂଗ୍ରେସର ବରିଷ୍ଠ ସାଂସଦ ଗୁଲାମ ନବୀ ଆଜାଦ  ମଧ୍ୟ  ଉପସ୍ଥିତ ଥିଲେ । ତେବେ ଆଜାଦଙ୍କୁ ମଧ୍ୟ କିଛି ଇସାରା ଦେଉଥିବା ଦେଖିବାକୁ ମିଳିଥିଲା ।

ସୂଚନା ଯୋଗ୍ୟ ଯେ, ରାଜ୍ୟସଭାରେ ସିନ୍ଧିଆ ଏବଂ ଦିଗବିଜୟ ସିଂହଙ୍କ ଏହି ଫଟୋ ଏଥିଯୋଗୁଁ ଖାସ୍ କାହିଁକି ନା, ଦୁଇ ନେତା ମଧ୍ୟପ୍ରଦେଶରୁ ଆସିଛନ୍ତି । ଏହି ବର୍ଷ ମାର୍ଚ୍ଚ ମାସରେ ଯେତେବେଳେ ସିନ୍ଧିଆ କମଳନାଥ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ସେତେବେଳେ ଦିଗବିଜୟ କମଲନାଥଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ ।

ତେବେ ଏଭଳି ବିଦ୍ରୋହ ପଛର ଗୋଟିଏ କାରଣ ରାଜ୍ୟସଭା ଆସନ ଥିଲା ବୋଲି କୁହାଯାଉଥିଲା । ଯେଉଁ ରାଜ୍ୟସଭା ଆସନରେ ଦିଗବିଜୟ ବିଜୟୀ ହୋଇ ଆସିଥିଲେ ସେହି ସିଟ୍ ପାଇଁ ଜ୍ୟୋତିରାଦିତ୍ୟଙ୍କ ନାଁ ଅଗ୍ରାଧିକାର ଭିତ୍ତିରେ ଦିଆଯାଉ । କିନ୍ତୁ ଦଳ ତାଙ୍କ ବଦଳରେ ଦିଗବିଜୟଙ୍କ ପ୍ରାଥମିକତା ଦେଇଥିଲା । ଏଭଳି ତିକ୍ତତା ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଜ୍ୟୋତିରାଦିତ୍ୟ । ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଥିଲେ ଜ୍ୟୋତିରାଦିତ୍ୟ । ଏଥିଲାଗି କମଳନାଥଙ୍କ ସରକାର ଭାଙ୍ଗିବା ସହ ମଧ୍ୟପ୍ରଦେଶରେ ପୁଣି ବିଜେପି କ୍ଷମତାସୀନ ହୋଇଥିଲା । ଏବଂ ବିଜେପି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଜ୍ୟୋତିରାଦିତ୍ୟ

Leave a Reply