ଏଥର ଭଙ୍ଗାଯିବନି ଲକ୍‌ଡାଉନ୍‌ରେ ଟଣା ହୋଇଥିବା ରଥ, ରହିବ ସଂଗ୍ରାହଳୟରେ..!

Puri: Three Chariots Of Holy Trinity Will Not Broken This Year

ପୁରୀ: ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇସାରିଛି । ଆଉ ନିୟମ ଅଉଛି ରଥଯାତ୍ରା ସରିବା ପରେ ରଥ ଭଙ୍ଗା ପର୍ବ ଆରମ୍ଭ ହୋଇଥାଏ । ହେଲେ ଏଥର ତିନି ରଥ ଭଙ୍ଗାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ପୂରୀ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷର ତିନି ରଥକୁ ସଂଗ୍ରାହଳୟରେ ରଖାଯିବ । ଜଗନ୍ନାଥ ବଲ୍ଲଭ ପରିସରରେ ଏହି ରଥଗୁଡ଼ିକୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଥ ରଖାଯିବା ନେଇ ସ୍ଥାନ ପ୍ରସ୍ତୁତ କରାଯାଉଛି ।

ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ । ବିଶେଷ କରି ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ପ୍ରସ୍ତୁତ କରାଯାଇଛି, ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତି ହୋଇଛି ।

ତେବେ ଵିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଂଗାଯିବ । ଭଂଗାଯିବା ପରେ ଯେତିକି ଅଂଶ ସଂରକ୍ଷିତ ରଖାଯାଇ ପାରିବ ସେହି ଅଂଶକୁ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉନ୍ନୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷୀତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ ।

ପରବର୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ଏନେଇ ନିଷ୍ପତି ନେବାକୁ ସ୍ଥିର ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବିଶେଷ କରି ଏକ ଟେକ୍ନିକାଲ ଟିମ୍‌ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ।

Leave a Reply