Oxford Corona Vaccine : ତିନି ଷ୍ଟେପରେ କରୋନା ଶେଷ,ଏମିତି କାମ କରେ ଆକ୍ସଫୋର୍ଡ ଭ୍ୟାକ୍ସିନ୍

1 min read

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନ୍ କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାରେ ପହଂଚି ସାରିଛି । ଯଦି ବ୍ୟାପକ ପରିମାଣରେ ହେବାକୁ ଥିବା ଟ୍ରାଏଲର ମଧ୍ୟ ଫଳାଫଳ ଭଲ ରୁହେ ତେବେ ଏହା ମେଡିକାଲ ଜଗତରେ ଏକ ପ୍ରକାର ଅବିଶ୍ୱସନୀୟ ଘଟଣା ହେବ । ଆଜି ପର୍ଯ୍ୟନ୍ତ କୌଣସି ରୋଗର ଭ୍ୟାକ୍ସିନ୍ ଏତେ ଶୀଘ୍ର ତିଆରି ହୋଇନାହିଁ । ଅକ୍ସଫୋର୍ଡର ଭ୍ୟାକ୍ସିନ୍ ସାଧାରଣ ଥଣ୍ଡା ଜର ଭାଇରସର ଏକ ଦୁର୍ବଳ ରୂପ । ଏହାକୁ ଜେନେଟିକାଲି ଇଂଜିନିୟିରଂ କରାଯାଇଛି ଯେମିତି ଏହା ମଣିଷ ଶରିରରେ ନିଜର କପି ନବନାଏ ।ଯେତେବେଳେ କରୋନାର ସ୍ପାଇକ୍ ପ୍ରୋଟିନ୍ ସହ କାହାକୁ ଏହା ଦିଆଯାଇଥାଏ ସେତେବେଳେ ଏହା ସ୍ପାଇକ୍ ପ୍ରୋଟିନ୍ସର ଗୋଟିଏ ବିଲ୍ଡ୍ ଅପ୍ ପ୍ରସ୍ତୁତ କରିଥାଏ । ଶରିରର ରୋଗ ପ୍ରତିରୋଧକ ସିଷ୍ଟମ ଏହାକୁ ଚିହ୍ନି ନେଇଥାଏ ଓ ତୁରନ୍ତ ଆଣ୍ଟି ବଡିଜ୍ ତିଆରି କରିବା ଆରମ୍ଭ କରେ ।ଫେଜ୍ ୧ ଓ ଫେଜ୍ ୨ ଟ୍ରାଏଲ ଅନୁସାରେ ଭ୍ୟାକ୍ସିନର ସିଙ୍ଗଲ ଡୋଜ୍ ଦ୍ୱାରା ୯୫ ପ୍ରତିଶତ ଭଲ୍ୟୁଣ୍ଟର୍ସଙ୍କ ମଧ୍ୟରେ ଏକ ମାସ ଭିତରେ ଅଣ୍ଟିବଡିଜ୍ ୪ ଗୁଣ ବଢିଯାଇଥିଲା । ଆସନ୍ତୁ ଜାଣିବା ଭ୍ୟାକ୍ସିନ୍ କେମିତି ତିଆରି ହୁଏ ଓ କେମିତି ଏହା କାମ କରିଥାଏ ।

ଷ୍ଟେପ୍ ୧: ସ୍ପାଇକ୍ ପ୍ରୋଟିନକୁ ଖୋଜେ

oxford vaccine

ଭ୍ୟାକ୍ସିନ ତିଆରି ପାଇଁ ସର୍ବପ୍ରଥମେ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନର ଜେନେଟିକ୍ କୋଡକୁ ଖୋଜା ଯାଇଥିଲା । ଏଥିପାଇଁ ଜିନ୍ ସିକ୍ୱେସିଂର ସାହାଯ୍ୟ ନିଆଯାଇଥିଲା ।

ଷ୍ଟେପ୍ ୨: ଦୁର୍ବଳ ଭାଇରସ ଦ୍ୱାରା ତିଆରି ହୋଇଛି ଭ୍ୟାକ୍ସିନ୍

oxford vaccine2

ଭ୍ୟାକ୍ସିନ ଭିତରେ ଥିବା  adenovirus ଭାଇରସ ଦୁର୍ବଳ ଓ ଜେନେଟିକାଲି ମୋଡିଫାଇଡ୍ ହୋଇଥାଏ । ଯେମିତି ଏହା ମଣିଷକୁ ସଂକ୍ରମିତ କରିବ ନାହିଁ ସେଥିପାଇଁ ଏହାକୁ ମୋଡିଫାଏ କରାଯାଇଥାଏ । ଏହାଦ୍ୱାରା ଭ୍ୟାକ୍ସିନ୍ ସ୍ପାଇକ୍ ପ୍ରୋଟିନ୍ ତିଆରି କରିଥାଏ ।

ଷ୍ଟେପ୍ ୩: ଭ୍ୟାକ୍ସିନ୍ ଶରିର ଉପରେ କିଛି ଏମିତି ପ୍ରଭାବ ପକାଏ

oxford corona vaccine

ଭ୍ୟାକ୍ସିନ୍ ଦିଆଯିବା ପରେ ଶରିରରେ ସ୍ପାଇକ୍ ପ୍ରୋଟିନ୍ ତିଆରି ହେବା ଆରମ୍ଭ ହୋଇଥାଏ । ଫଳରେ ଶରିରରେ ଭାଇରସ ବିରୋଧରେ ଆଣ୍ଟି ବଡିଜ୍ ତିଆରି ହୁଏ । ଥରେ ଇମ୍ୟୁନ୍ ସିଷ୍ଟମ ସ୍ପାଇକ୍ ପ୍ରୋଟିନକୁ ଚିହ୍ନିଗଲା ପରେ ଏହା କରୋନା ସଂକ୍ରମଣର ମୁକାବିଲା କରି ପାରିବ ।

ରେସରେ ଆଗରେ ଅଛନ୍ତି ଜେନେଟିକାଲି ମୋଡିଫାଇଡ୍ ଭ୍ୟାକ୍ସିନ୍

coroana vaccine

କୋଭିଡ୍-୧୯ ପାଇଁ ଅନେକ ପ୍ରକାରର ଭ୍ୟାକ୍ସିନ ଉପରେ କାମ ଚାଲୁଛି । କିନ୍ତୁ ରେସରେ ସଭା ଆଗରେ ଅଛନ୍ତି ଜେନେଟିକାଲି ମୋଡିଫାଇଡ୍ ଭ୍ୟାକ୍ସିନ । ଚୀନର CanSino Biologics ମଧ୍ୟ ଆଡଭାନ୍ସ ଟ୍ରାଏଲ ଷ୍ଟେଜରେ ଅଛି । ଏମାନଙ୍କ ଲକ୍ଷ୍ୟ ହେଉଛି ଆଣ୍ଟି ବଡିଜ୍ ତିଆରି କରିବା,ଯେମିତିକି ଭାଇରସ ଶରିରକୁ ଆକ୍ରମଣ କଲେ ଏମାନେ ତାହାକୁ ନଷ୍ଟ କରିବେ ।  ତେବେ ଏପର୍ଯ୍ୟନ୍ତ କୌଣଶି adenovirus ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ମିଳିନାହିଁ ।

କେବେ ଆସିବ ଭ୍ୟାକ୍ସିନ୍ ?

 

ରେଗୁଲେଟାରି ଓ ଲାଇସେନ୍ସିଂ ଆପ୍ରୁଭାଲ ପାଇଁ ଭ୍ୟାକ୍ସିନକୁ ଆଡଭାନ୍ସ ଫେଜ୍ ୨ ଓ ୩ ଷ୍ଟେଜ୍ ମଧ୍ୟ ଦେଇ ଯିବାକୁ ପଡିବ । ୟୁକେରେ ୧୦ ହଜାର ଲୋକଙ୍କ ଉପରେ ଏହାର ଟ୍ରାଏଲ ଚାଲୁଛି । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଟ୍ରାଏଲ ଚାଲିଛି । ଆମେରିକାରେ ୩୦ ହଜାର ଲୋକଙ୍କ ଉପରେ ଗୋଟିଏ ବଡ ଧରଣର ଷ୍ଟଡି ହେବାକୁ ଯାଉଛି । ବିଶେଷଜ୍ଞଙ୍କ ଅନୁସାରେ ଯଦି ସବୁକିଛି ଠିକ୍ ଚାଲେ ତେବେ ବର୍ଷ ଶେଷ ସୁଧା ଭ୍ୟାକ୍ସିନ ବଜାରକୁ ଆସିବ । ଆଷ୍ଟ୍ରୋଜେନେକା ଅନୁସାରେ ଏହା ୨ଶହ କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ସରକାର ଓ ଅନ୍ୟ ଏଜେନ୍ସୀଙ୍କୁ ଦେବ ।

 

Leave a Reply