spot_img
Home Blog Page 6993

ଯାଜପୁରରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ପୁଣି ୨ କରୋନା ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ ।  ସେ ଯାଜପୁର ହେଉ କି ବାଲେଶ୍ୱର, ଅଧିକାଂଶ ସଂକ୍ରମିତଙ୍କ ମଧ୍ୟରେ କଲିକତା ଲିଙ୍କ୍‌ ରହୁଛି । ଆଜି ବାଲେଶ୍ୱର ଏବଂ ବଲାଙ୍ଗିରରୁ ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି ଥରେ ଯାଜପୁରରୁ ଆହୁରି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଚିହ୍ନଟ ହୋଇଥିବା ସଂକ୍ରମିତ ମାନେ ହେଉଛନ୍ତି ଯାଜପୁର କଣ୍ଟେନମେଣ୍ଟ ଜୋନର । ଜଣେ ହେଉଛନ୍ତି କଟିକଟା କଣ୍ଟେନମେଣ୍ଟ ଜୋନର ୭୫ ବର୍ଷୀୟ ମହିଳା । ସେ କଲିକତାରୁ ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏବଂ ଦ୍ୱିତୀୟ ସଂକ୍ରମିତ ହେଉଛନ୍ତି ବିରାଜପୁର କଣ୍ଟେନମେଣ୍ଟ ଅଞ୍ଚଳର ୫୫ ବର୍ଷୀୟ ବ୍ୟକ୍ତି । ସେ କଲିକତାରୁ ଫେରିଥିଲେ । ସେପଟେ ଆଜି  କିଛି ଘଣ୍ଟା ମଧ୍ୟରେ ମୋଟ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଯଦି ଦେଖିବା ଗତ କାଲି ୨୪ ଘଣ୍ଟା ଭିତରେ ଯାଜପୁରରେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଭୁବନେଶ୍ୱର: ଯାଜପୁରରୁ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ଯାଜପୁରରୁ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେଲେ ଅନାହାର ମୃତ୍ୟୁ ବଢ଼ିବ: ଇନ୍‌ଫୋସିସ୍‌ ଫାଉଣ୍ଡର

ନୂଆଦିଲ୍ଲୀ: ମେ’୩ ରେ ଶେଷ ହେବାକୁ ଯାଉଛି ଲକ୍‌ଡାଉନ୍‌ ଅବଧି । କିନ୍ତୁ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଲକ୍‌ଡାଉନ୍‌ ଅବଧି ବଢ଼ାଯାଇପାରେ ବୋଲି ଆଲୋଚନା ହେଉଛି । ତେବେ ଏନେଇ ଦେଶର ଜଣାଶୁଣା ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ଫାଉଣ୍ଡର ଏନ୍‌ ନାରାୟଣମୂର୍ତ୍ତି ଏକ ବଡ଼ ବୟାନ୍‌ ଦେଇଛନ୍ତି । ସେ କହିଛନ୍ତି ଯଦି ଲକ୍‌ଡାଉନ୍‌ ଅବଧି ଆଗକୁ ବଢ଼େ ତେବେ ଲୋକମାନେ କରୋନା ନୁହେଁ ବରଂ ଭୋକ ଉପାସରେ ମିରିଯିବେ । ସରକାର ଏନେଇ ବାସ୍ତବିକ୍‌ ସ୍ତରରେ ଚିନ୍ତା କରିବା ଆବଶ୍ୟକ ।

ନାରାୟଣ ମୁର୍ତ୍ତୀଙ୍କ କହିବାନୁଯାୟୀ, ଆମ ଦେଶ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଅବଧିକୁ ସହ୍ୟ କରିପାରିବ ନାହିଁ । ଯଦି ଲକଡାଉନ୍ ଅବଧି ଆଗକୁ ବଢ଼ାଯାଏ, ତେବେ ଏପରି ଏକ ସମୟ ଆସିବ ଯେତେବେଳେ କରୋନାଠାରୁ ଅଧିକ ମୃତ୍ୟୁ ଅନାହାର ଯୋଗୁଁ ହେବ । ଭାରତରେ ପ୍ରତି ବର୍ଷ ବିଭିନ୍ନ କାରଣରୁ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ଗତ ଦୁଇ ମାସ ମଧ୍ୟରେ କରୋନା ଜନିତ ହୋଇଥିବା ମୃତ୍ୟୁ ସହ ଯଦି ୯୦ ଳକ୍ଷ ଲୋକଙ୍କ ମୃତ୍ୟୁକୁ ତୁଳନା କରିବା, ତେବେ ଏହା କୌଣସି ଚିନ୍ତାର ବିଷୟ ନୁହେଁ । ଏହି ଭାଇରସ୍‌କୁ ସାଧାରଣ ଭାବେ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ନାରାୟଣ ମୁର୍ତ୍ତୀଙ୍କ ଅନୁଯାୟୀ ଦେଶର ଏକ ବଡ଼ ଭାଗ ଲକ୍‌ଡାଉନ୍‌ ଯୋଗୁଁ ଜୀବିକା ହରାଇସାରିଲାଣି । ଯଦି ଲକ୍‌ଡାଉନ୍ ଜାରି ରହେ, ତେବେ ଅଧିକ ଲୋକ ନିଜର ଜୀବିକା ହରାଇବେ । ଭାରତରେ କରୋନା ଜୀବାଣୁ ପରୀକ୍ଷା କରିବାର ଗତିକୁ ନେଇ ମଧ୍ୟ ମୁର୍ତ୍ତୀ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀମାନଙ୍କୁ ଟେଷ୍ଟିଂ ଦିଗରେ ନୁହେଁ ବରଂ ଭ୍ୟାକ୍ସିନ୍‌ ତିଆରି ଦିଗରେ ଆଗେଇବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱର: ବଲାଙ୍ଗିରରୁ ୨ କରୋନା ସଂକ୍ରମିତ ଚିହ୍ନଟ । ୨ ସଂକ୍ରମିତ ପୁରୁଷ ବୟସ ୨୨ ଓ ୧୮ । ଉଭୟ ତାମିଲନାଡ଼ୁରୁ ଫେରିଥିଲେ । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଆକ୍ରାନ୍ତ ଲେଖାରିଆ ଗାଁର ସୂଚନା । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ।

ଭୁବନେଶ୍ୱର: ବଲାଙ୍ଗିରରୁ ୨ କରୋନା ସଂକ୍ରମିତ ଚିହ୍ନଟ । ୨ ସଂକ୍ରମିତ ପୁରୁଷ ବୟସ ୨୨ ଓ ୧୮ । ଉଭୟ ତାମିଲନାଡ଼ୁରୁ ଫେରିଥିଲେ । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଆକ୍ରାନ୍ତ ଲେଖାରିଆ ଗାଁର ସୂଚନା । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ।

ମହାରାଷ୍ଟ୍ର ସାମ୍ବିଧାନିକ ସଂକଟ : ବଂଚିଗଲା ଉଦ୍ଧବଙ୍କ ଚୌକି !

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦବୀକୁ ନେଇ ଲାଗିରହିଥିବା ଆଶଙ୍କା ଦୁର ହେବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୨୧ ଦିନ ମଧ୍ୟରେ ନିର୍ବାଚନ ଶେଷ ହେବ । ୨୭ ମେ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ନେଇ ସୂଚନା ମିଳିଛି । ଖୁବ୍ ଶୀଘ୍ର ମହାରାଷ୍ଟ୍ରର ବିଧାନ ପରିଷଦର ଖାଲିଥିବା ୯ଟି ଆସନରେ ନିର୍ବାଚନ କରିବାକୁ ରାଜ୍ୟପାଳ ଭାଗବତ ସିଂହ କୋଶିଆରି ନିର୍ବାଚନ ଆୟୋଗକୁ ଅନୁରୋଧ କରାଥିଲେ । ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ରାଜ୍ୟରେ ଲାଗି ରହିଥିବା ସାମ୍ବିଧାନିକ ସଂକଟକୁ ଦୃଷ୍ଟିରେ ରଖି ୨୪ ଏପ୍ରିଲରେ ଖାଲି ପଡିଥିବା ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଯିବ ଉଚ୍ଚିତ ।

ଉଦ୍ଧବ ଠାକରେଙ୍କୁ ଏମଏଲସି ଭାବେ ମନୋନୀତ କରିବା ପାଇଁ ମହାରାଷ୍ଟ୍ର ସରକାର କ୍ୟାବିନେଟରେ ଦୁଇଥର ପ୍ରସ୍ତାବ ପାସ୍ କରିଥିଲେ । ଏହା ଉପରେ ରାଜ୍ୟପାଳ ଭାଗବତ ସିଂ କୋଶିଆରି ଦୀର୍ଘ ସମୟ ଧରି ଚୁପ୍ ରହିଥିଲେ, ତେଣୁ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ସାହାଯ୍ୟ ମାଗିଥିଲେ, ଯାହା ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦୂର ହେବା ସମ୍ଭାବନା ରହିଛି ।

ନିର୍ବାଚନ କାହିଁକି ଗୁରୁତ୍ୱପୂର୍ଣ୍ଣ ?

୨୮ ନଭେମ୍ବର ୨୦୧୯ରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସେ ଦୁଇ ସଦନ ଭିତରୁ କାହାରି ମଧ୍ୟ ସଦସ୍ୟ ନାହାନ୍ତି ।  ସମ୍ବିଧାନ ଅନୁଯାୟୀ, ସେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ଅର୍ଥାତ୍ ୨୭ ମଇ ୨୦୨୦ ସୁଦ୍ଧା କୌଣସି ଗୃହର ସଦସ୍ୟ ହେବା ଆବଶ୍ୟକ ।  ଉଦ୍ଧବ ଠାକରେ ବିଧାନ ସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନଥିବାରୁ ତାଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

କରୋନା ପ୍ରଭାବିତ ଜିଲ୍ଲା ତାଲିକାରେ ବଲାଙ୍ଗିର, ତାମିଲନାଡ଼ୁ ଫେରନ୍ତା ଦୁଇ ଯୁବକ ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଲେଖାରିଆ ଗାଁର ଦୁଇ ଯୁବକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜଣକର ବୟସ ୨୨ ହୋଇଥିବା ବେଳେ ଆଉ ଜଣେ ୧୮ ବର୍ଷ ବୟସର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଯୁବକ ଦ୍ୱୟ ତାମିଲନାଡ଼ୁ ଓଡ଼ିଶା ଆସିଛନ୍ତି । ତେବେ ବଲାଙ୍ଗିରରେ ଏହା ହେଉଛି ପ୍ରଥମ ଘଟଣା । ପୂର୍ବରୁ ବଲାଙ୍ଗିରରେ କୌଣସି କରୋନା ଆକ୍ରନ୍ତଙ୍କୁ ଚିହ୍ନଟ କରାଯାଇନଥିଲା ।

ବଲାଙ୍ଗିରର ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୦୩ ଜଣ ଏବେ ଚିକିତ୍ସାଧିନ ଅଛନ୍ତି ।  ୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ସକାଳୁ ବାଲେଶ୍ୱରରୁ ମଧ୍ୟ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗତକାଲି ଯାଜପୁରରୁ ଏକାଥରକେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ବାହାରିବା ପରେ ସାରା ରାଜ୍ୟ ଏବେ ସଙ୍କଟରେ ରହିଥିବା କଥା କୁହାଯାଉଛି ।

ସଂଘରୋଧ କେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ: ରାନ୍ଦିଆ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପ୍ରବାସୀ ଶ୍ରମିକ ଜଣଙ୍କ ଝାଡ଼ଖଣ୍ଡର ଜ୍ଞାନରଞ୍ଜନ ନାୟକ । ତାଙ୍କ ବୟସ ୪୦ ବର୍ଷ । ତେବେ, ତାଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । କ୍ୱାରେଣ୍ଟାଇନ କେନ୍ଦ୍ରରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଗତ ଏପ୍ରିଲ୍ ୨୫ ତାରିଖରେ ଜ୍ଞାନ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ଲୋକେ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖି ପରିବାର ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲା । ଗତରାତିରେ ସେ ଖାଇପିଇ ଶୋଇଥିଲେ । ତେବେ, ସକାଳୁ ତାଙ୍କୁ ମୃତଦେହ ଦେଖିବାକୁ ମିଳିଥିଲା ।

ତେବେ, ତାଙ୍କ ମୃତ୍ୟୁ କେମିତି ହେଲା ତାହା ଜଣାପଡ଼ିନାହିଁ । ଅସୁସ୍ଥତା କାରଣରୁ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ସେ ଅସୁସ୍ଥ ଥିବା ନେଇ ପଞ୍ଚାୟତ ପକ୍ଷରୁ କୌଣସି ତଥ୍ୟ ମିଳିନାହିଁ ।

ବିଧାୟକଙ୍କ ଅଜବ ଯୁକ୍ତି: ଗଳାରୁ ଭାଇରସ୍‌ ମାରିବ ମଦ, ବିକ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଜୟପୁର: କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି । ଲକ୍‌ଡାଉନ୍‌ ଯୋଗୁଁ ସବୁ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । କଥା କଥାରେ ରାଜନୈତିକ ଦଳର ନେତାମାନେ ପରସ୍ପରକୁ ସମାଲୋଚନା କରୁଥିବା ବେଳେ ଏବେ କିଛି ନେତା ମଦ ଦୋକାନ ଖୋଲିବାକୁ ଦାବି କଲେଣି ।

କେହି କେହି ଗଳାରେ ଭାଇରସ୍‌ ମାରିବା କଥା କହୁଥିବା ବେଳେ କିଛି ଲୋକ ଯୁଦ୍ଧ ପୂର୍ବରୁ ଦେବତାମାନେ ସୂରାପାନ କରୁଥିଲେ ବୋଲି ଉଦାହରଣ ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ସାଙ୍ଗୋଦ ର କଂଗ୍ରେସ ବିଧାୟକ ଭରତ ସିଂ, ଭାରତୀୟ ଜନତା ପାର୍ଟିର ପୂର୍ବତନ ମନ୍ତ୍ରୀ ଭବାନୀ ସିଂ ରାଜାଓ୍ୱତ ଏବଂ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱାନ ପୁନିଆ ପରସ୍ପରର ଘୋର ବିରୋଧୀ ହୋଇଥିଲେ ମଧ୍ୟ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ୱର ମିଳାଇଛନ୍ତି । ସମସ୍ତେ ସରକାରଙ୍କୁ ଚିଠି ଲେଖି ମଦ ଦୋକାନ ଖୋଲିବାକୁ ଦାବି କରିଛନ୍ତି ।

Bharat singh (Congress)

କଂଗ୍ରେସ ବିଧାୟକ ଭରତ ସିଂ କହିଛନ୍ତି ଯେ, ଯଦି ଆଲ୍‌କୋହଲରେ ହାତ ଧୋଇବା ଦ୍ୱାରା କରୋନା ଭୂତାଣୁ ମରୁଛନ୍ତି, ତେବେ ମଦ୍ୟପାନ କଲେ ଗଳାରେ ଥିବା ଏହି ଜୀବାଣୁ ମଧ୍ୟ ମରିଯିବେ । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ମଦ ଦୋକାନ ଖୋଲିବା ଦ୍ୱାରା ସରକାରଙ୍କ ରାଜସ୍ୱ ମଧ୍ୟ ବଢ଼ିବ । ତେଣୁ ଯଥା ଶୀଘ୍ର ମଦ ବିକ୍ରି ଆରମ୍ଭ ହେବା ଉଚିତ୍ ।

Bhawani singh rajawat (BJP)

ସେହିଭଳି ବିଜେପି ନେତା ଭବାନୀ ସିଂ ରାଜୱତ କହିଛନ୍ତି ଯେ ସତ୍ୟଯୁଗରେ ଦେବତାମାନେ ମଧ୍ୟ ସୁରାପାନ କରୁଥିଲେ । ସେ କହିଛନ୍ତି କରୋନା ଅବଧିରେ ମଦ୍ୟପାନରୁ ଲୋକଙ୍କୁ ବଞ୍ଚିତ ରଖିବା ଠିକ୍ ନୁହେଁ । ପୂର୍ବରୁ ମହାପୁରୁଷ ଓ ଦେବତାମାନେ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ଶତ୍ରୁଙ୍କ ବିନାଶ ପାଇଁ ସୁରାପାନ କରୁଥିଲେ । କରୋନା ବିରୋଧରେ ଲଢ଼େଇ ପାଇଁ ମଦ୍ୟପାନ କରିବା ଜରୁରୀ ବୋଲି ସେ କହିଛନ୍ତି ।

Banlwaan punia (CPI)

ମଦ ବିକ୍ରି ଆରମ୍ଭ କରିବା ପାଇଁ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱାନ୍‌ ପୁନିଆ ପ୍ରମେ ଚିଠି ଲେଖିଥିଲେ । ପୁନିଆ କହିଛନ୍ତି ଯେ ମଦ ବିକ୍ରି ବନ୍ଦ ଥିବାରୁ, ମଦ୍ୟପାନ କରିପାରୁନଥିବା ବ୍ୟକ୍ତି ନିରାଶ ଅଛନ୍ତି । ଏହାସହ ସରକାରଙ୍କ ରାଜସ୍ୱହାନି ହେଉଛି । । ତେଣୁ ଯଥାଶୀଘ୍ର ମଦ ବିକ୍ରି ଆରମ୍ଭ ହେବା ଉଚିତ୍ ।

ଉଲ୍ଲେଖନୀୟ କଥା ହେଉଛି, ଗେହଲତ୍ ସରକାର ମଧ୍ୟ ମଦ ବିକ୍ରି ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ମଦ ମୂଲ୍ୟରେ ସରକାର ୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିବା ସହିତ ଡିଲରମାନଙ୍କୁ ମଦ ବିତରଣ କରିବାକୁ କୁହାଯାଇଛି । ଏବେ ସୁଦ୍ଧା ମଦ ଦୋକାନ ଖୋଲା ଯାଇନଥିଲେ ମଧ୍ୟ ଏଭଳି ନିର୍ଦ୍ଦେଶ ଦିଆସରିଛି ।

Ashok Gehlot (Congress)

ଅନ୍ୟପଟେ କର୍ଣ୍ଣାଟକରେ ଏହାର ଠିକ୍‌ ବିପରିତ ଘଟଣା ଦେଖିବାକୁ ମିଳିଛି । ଜଣେ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏଚ୍.କେ ପାଟିଲ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ଚିଠି ଲେଖି ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ ଲୋକମାନେ କିଛି ସପ୍ତାହ ଧରି ମଦ୍ୟପାନ କରିନାହାଁନ୍ତି । ତେଣୁ ଏହା ହେଉଛି ଉପଯୁକ୍ତ ସମୟ ଯେତେବେଳେ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ ।

ଭାଇକୁ କୂଅରେ ପକାଇ ଭଉଣୀ ସହ କଲେ ଗଣଦୁଷ୍କର୍ମ !

କୋତବାଲି: ଭାଇକୁ କୂଅରେ ପକାଇ ଭଉଣୀକୁ କଲେ ଗଣଦୁଷ୍କର୍ମ । ଘଟଣାଟି ହେଉଛି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଯେଉଁଠାରେ ୭ଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବୈତୁଲ ଜିଲ୍ଲାର ମୁଖ୍ୟାଲୟଠାରୁ ପାଖାପାଖି ୨୦ କିମି ଦୂରରେ ଥିବା ପାଢର ଥାନା ଅଞ୍ଚଳରେ ଭାଇ ଭଉଣୀ ଗାଁକୁ ଫେରୁଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯ଼ୋଗ ହୋଇଛି ।

ସୂଚନା ଅନୁସାରେ, ବାଇକ୍ ଯୋଗେ ଭାଇଭଉଣୀ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦୁଇଜଣଙ୍କୁ କିଛି ଯୁବକ ଅଟକାଇଥିଲେ  । ପ୍ରଥମେ ୭ଜଣ ଯୁବକ ପିଡ଼ୀତାର ଭାଇକୁ ମାରଧର କରିବା ସହ ପାଖରେ ଥିବା କୂଅରେ ଫୋପାଡ଼ି ଦେଇଥିଲେ । ତାପରେ ଉକ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଅଭିଯ଼ୋଗ କରିଛନ୍ତି ।

ଘଟଣାରେ କୋତବାଲି ପୋଲିସ୍ ୭ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଛି ଏବଂ ଅନ୍ୟ ଦୁଇଜଣ ଫେରାର ଅଛନ୍ତି  । ଅନ୍ୟପଟେ ୫ଜଣଙ୍କ ମଧ୍ୟରୁ ୩ଜଣ ନାବାଳକ ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮ଟା ପାଖାପଖି ଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି । ଏବଂ ପିଡ଼ୀତାଙ୍କ ଭାଇ କଳ ବଳେ କୌଶଳେ କୂଅରୁ ବାହାରି ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲା । ସୂଚନା ପାଇ ଗାଁଲୋକେ ଓ ପିଡ଼ୀତା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଭୁବନେଶ୍ୱର: ରେଡ୍‌ ଜୋନ୍‌ରୁ ବାଦ ପଡିଲା ଖୋର୍ଦ୍ଧା ଜିଲ୍ଲା । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନରେ ଘୋଷଣା କରାଯାଇଥିଲା । କିନ୍ତୁ ଧିରେ ଧିରେ କରୋନା ସଂକ୍ରମଣରେ ହ୍ରାସ ଘଟିବାରୁ ଖୋର୍ଦ୍ଧା ଜିଲ୍ଲାକୁ ଆଜି ଅରେଞ୍ଜ ଜୋନକୁ ଆସିଛି । ସେପଟେ କିନ୍ତୁ ଅନ୍ୟପକ୍ଷରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ୍‌ ଜୋନ୍‌ରେ ସାମିଲ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ।  ଯଦି ଦେଖାଯାଏ ତେବେ ସମଗ୍ର  ଉତ୍ତର ଓଡ଼ିଶା ଏବେ ରେଡ୍‌ ଜୋନ୍‌ରେ ରହିଛି ।

କେନ୍ଦ୍ର ସରକାରଙ୍କ ତାଲିକାକୁ ପର୍ଯ୍ୟବେକ୍ଷଣ କଲେ ଗୋଟିଏ କଥା ଜଣା ପଡୁଛି । ତାହା ହେଲା  ପୂର୍ବରୁ ଯେଉଁ ଜିଲ୍ଲା ସବୁ ଅରେଞ୍ଜ ଜୋନରେ ଥିଲା ତାହା ଏବେ ରେଡ୍‌ ଜୋନକୁ ଯାଇଛି ଏବଂ ଯାହା ରେଡ୍‌ ଜୋନରେ ଥିଲା ତାହା ଏବେ ଅରେଞ୍ଜ ଜୋନ୍‌କୁ ଆସିଛି । ତେବେ ଖୋର୍ଦ୍ଧାକୁ ମିଶାଇ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ , ଢେଙ୍କାନାଳ , କଳାହାଣ୍ଡି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ରାଜ୍ୟର ଅବଶିଷ୍ଟ ୨୧ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି । ସାରା ଭାରତର ୧୩୦ଟି ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କରାଯାଇଥିବାବେଳେ ୨୮୪ ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ଏପର୍ଯ୍ୟନ୍ତ ଭାରତର ୩୧୯ଟି ଜିଲ୍ଲାରେ କରୋନା ସଂକ୍ରମଣ ହୋଇନଥିବାରୁ ଏହି ଜିଲ୍ଲା ଗ୍ରୀନ ଜୋନରେ ରହିଛି ।