ଆଜିବି ବଞ୍ଚିଛନ୍ତି ଭଗବାନ ରାମଙ୍କ ବଂଶଜ, ଜାଣନ୍ତୁ କିଏ ସେମାନେ ଏବଂ କେଉଁଠି ରହୁଛନ୍ତି

ଲବ, କୁଶ ଶ୍ରୀରାମ ଏବଂ ମାତା ସୀତାଙ୍କର ଯାଆଁଳା ପୁଅ ଥିଲେ । ଯେତେବେଳେ ରାମ ବନବାସ ଯିବାକୁ ନିର୍ଣ୍ଣୟ କରି ଭରତକୁ ରାଜ୍ୟଭିଷେକ କରିବାକୁ ଚାହିଁଥିଲେ ସେତେବେଳେ ଭରତ ଏଥିରେ ରାଜି ହୋଇନଥିଲେ । ତେଣୁ ଦକ୍ଷିଣ କୋଶଳ ପ୍ରଦେଶ (ଛତିଶଗଡ଼) ରେ କୁଶ ଏବଂ ଉତ୍ତର କୋଶଳ ପ୍ରଦେଶରେ ଲବଙ୍କର ରାଜ୍ୟାଭିଷେକ କରାଯାଇଥିଲା ।

ଶ୍ରୀରାମ ପୁତ୍ର କୁଶଙ୍କୁ ଦକ୍ଷିଣ କୋଶଳ ( କୁଶବତୀ) ଏବଂ ଅଯୋଧ୍ୟା ରାଜ୍ୟ ଦେଲେ ଏବଂ ପୁତ୍ର ଲବଙ୍କୁ ପଞ୍ଜାବ ଦେଇଥିଲେ । ଲବ ଲାହୋରକୁ ନିଜ ରାଜଧାନୀ କରିଥିଲେ । ଆଜିର ତକ୍ଷଶିଳାରେ ସେହି ସମୟରେ ଭରତ ପୁତ୍ର ତକ୍ଷ ଏବଂ ପୁଷ୍କରାବତୀରେ ପୁଷ୍କର ସିଂହାସନରେ ବସିଥିଲେ । ହିମାଚଳରେ ଲକ୍ଷ୍ମଣ ପୁତ୍ର ଅଙ୍ଗଦ ଏବଂ ଦ୍ୱିତୀୟ ପୁତ୍ର ଶତୃଘାତୀଙ୍କର ଶାସନ ଥିଲା ।

ରାଜା ଲବଙ୍କ ପାଖରୁ ରାଘବ ରାଜପୁତ ମାନଙ୍କର ଜନ୍ମ ହୋଇଥିଲା ଯେଉଁଥିରେ ବଡ଼ଗୁଜର, ଜୟାସ ଏବଂ ସିକରୱାରଙ୍କ ବଂଶ ଚାଲିଲା । ଏହାର ଦ୍ୱିତୀୟ ଶାଖାର ସିସୋଦିୟା ରାଜପୁତ ବଂଶରେ ଜନ୍ମିତ ବୌଛଲା ଏବଂ ଗୈହଲୋତ ବଂଶଜ ରାଜା ହୋଇଥିଲେ । କୁଶଙ୍କ ଠାରୁ କୁଶବାହ ରାଜପୁତଙ୍କର ବଂଶ ବିସ୍ତାର ହେଲା ।

କୁଶଙ୍କ ବଂଶଜ କିଏ..

ରାମଙ୍କ ଦୁଇ ପୁତ୍ର ମଧ୍ୟରୁ କୁଶଙ୍କ ବଂଶ ଆଗକୁ ବଢିଥିଲା । ତାଙ୍କ ବଂଶରେ  ଅତିଥି, ନିଷଧନ, ନଭ, ପୁଣ୍ଡରୀକ, କ୍ଷୋମଧ୍ନୱା, ଦେବାନୀକ, ଅହୀନକ, ରୁରୁ, ପାରିୟାତ୍ରା, ଦଲ, ଛଲ, ଉକ୍ତ, ବଜ୍ରନାଥ, ଗଣ, ବ୍ୟୁଷିତାକ୍ଷ୍ୱ, ବିଶ୍ୱସହ, ହିରଣ୍ୟନାଭ, ପୁଷ୍ୟ, ଧୃବସାନ୍ଧୀ, ସୁଦର୍ଶନ, ଅଗ୍ରିବର୍ଣ୍ଣ, ପଜ୍ଞାବର୍ଣ୍ଣ, ଶୀଘ୍ର, ମରୁ, ପ୍ରୟୁକ୍ଷେତ, ହର୍ଯ୍ୟବ, କୁତୀରଥ, ଦେବମୀଢ଼, ବିବୁଧ, ମହାଧୃତି, କୀର୍ତ୍ତିରାମ, ମହାରୋମା, ସ୍ୱର୍ଣ୍ଣରୋମା ଏବଂ ହସ୍ୱରୋମା, ସୀରଧ୍ୱଜ ଜନ୍ମ ହୋଇଥିଲେ ।

କୁହାଯାଏ ଯେ ଯେଉଁମାନେ  ନିଜକୁ ଶାକ୍ୟବଂଶୀ ବୋଲି କୁହନ୍ତି ସେମୀନେ ମଧ୍ୟ ଶ୍ରୀରାମଙ୍କ ବଂଶଜ ଅଟନ୍ତି ।

ତେବେ ଏହା ସିଦ୍ଧ ହେଲା ଯେ, ବର୍ତ୍ତମାନ ଯେଉଁ ସିସୋଦିଆ, କୁଶବାହ, ମୌର୍ଯ୍ୟ, ଶାକ୍ୟ, ବୈଛଲା ଏବଂ ଗୌହଲୋତ ଆଦି ରାଜପୁତ ବଂଶ ଅଛନ୍ତି ସେମାନେ ସମସ୍ତେ ଭଗବାନ ପ୍ରଭୁ ଶ୍ରୀରାମଙ୍କ ବଂଶଜ ଅଟନ୍ତି ।

ଜୟପୁର ରାଜପରିବାରରେ ଅଛନ୍ତି ରାମଙ୍କ ବଂଶଜ

ଜୟପୁର ରାଜପରିବାରର ମହାରାଣୀ ପଦ୍ମିନୀ ଏବଂ ତାଙ୍କର ପରିବାର ମଧ୍ୟ ରାମଙ୍କ ପୁତ୍ର କୁଶଙ୍କ ବଂଶଜ ଅଟନ୍ତି । କିଛି ସମୟ ପୂର୍ବରୁ ମହାରାଣୀ ପଦ୍ମିନୀ ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲରେ କହିଥିଲେ ଯେ, ତାଙ୍କ ସ୍ୱାମୀ ଭବାନୀ ସିଂହ କୁଶଙ୍କ ୩୦୭ତମ ବଂଶଜ ଅଟନ୍ତି ।

ଏମିତି ଅନେକ ରାଜା ମହାରାଜ ଅଛନ୍ତି ଯେଉଁମାନେ ଶ୍ରୀରାମଙ୍କ ବଂଶଜ ଅଟନ୍ତି ରାଜସ୍ଥାନରେ କିଛି ମୁସଲମାନ ସମୁହ କୁଶବାହ ବଂଶ ସହିତ ଜଡ଼ିତ ଅଟନ୍ତି । ମୁଗଲ ଶାସନ କାଳରେ ଏହି ସମସ୍ତଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଥିଲା । କିନ୍ତୁ ଏମାନେ ସମସ୍ତେ ଆଜି ବି ନିଜକୁ ରାମଙ୍କ ବଂଶଜ ବୋଲି ମାନି ଆସୁଛନ୍ତି ।

 

Leave a Reply