ଦଫା କୋହଳ ପାଇଁ ଥାନା ଅଧିକାରୀ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଥାନା ବାବୁ । ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଥାନା ଅଧିକାରୀ । ଖୋର୍ଦ୍ଧାର ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା । ଜାଗାବାଡ଼ି ବିବାଦରେ ଦଫା କୋହଳ କରିବା ପାଇଁ ନେଉଥିଲେ ଲାଞ୍ଚ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ରେଡ କରିଛି । ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପୈତୃକ ବାସଭବନ ବାଣପୁର ଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ।

ସୂଚନା ଅନୁଯାୟୀ, ଆଶିଷ ପଣ୍ଡା ନାମ ଜଣେ ବ୍ୟକ୍ତି ତାଙ୍କର ଜାଗା ବାଡ଼ି ସମ୍ବନ୍ଧରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଥାନା ଅଧିକାରୀ ଅଶୋକ ପଣ୍ଡା ତାଙ୍କର ଦଫା କୋହଳ କରିଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଆକାରରେ ଡିମାଣ୍ଡ କରିଥିଲେ ।

ଏନେଇ ଆଶିଷ ଭିଜିଲାନ୍ସକୁ ଜଣାଇଥିଲେ । ପରେ ଭିଜିଲାନ୍ସ ତାର ପ୍ଲାନ କରିଥିଲା । ପ୍ଲାନ ଅନୁଯାୟୀ ଆଶିଷ ୨୦ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଧରିଥିଲା । ତାଙ୍କ ଠାରୁ ଲାଞ୍ଚ ନେଉଥିବା ଟଙ୍କା ଜବତ କରିବା ପରେ ଘଟଣାର ତଦନ୍ତ ଚଳାଇଛି । ତାଙ୍କ ପୈତୃକ ବାସଭବନ ବାଣପୁର ଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ।

Leave a Reply