ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର

ଭୁବନେଶ୍ୱର: ରଜ ପାଇଁ ଖୁସି ଖବର । କରୋନା ପାଇଁ ପୂରା ଦେଶରେ ପ୍ରଥମେ ଲକାଡାଉନ୍ ପରେ ସଟଡାଉନ ପରେ ଏହାକୁ କୋହଳ କରି ଦେଶରେ ଜାରି ହୋଇଛି ଅନଲକ୍ ୧ । ଏବଂ ଏଥିରେ ସବୁ ପ୍ରକାର ନିୟମକୁ କୋହଳ କରିବା ସହ ରାଜ୍ୟ ସରକାରଙ୍କ ଉପରେ ସବୁ ପ୍ରକାର ନିଷ୍ପତ୍ତି ଛାଡ଼ି ଦେଇଥିଲେ । ଏବେ ରାଜ୍ୟ ସରକାର ଦୋକାନ ଖୋଲିବା ବନ୍ଦ କରିବାକୁ କେତକ ନିୟମାବଳୀ ଜାରି କରିଥିଲେ । ଏହାସହ ରାଜ୍ୟ ସରକାର ରାତି ବେଳା କର୍ଫ୍ୟୁ କରିବାର ନିୟମ ଲାଗୁ କରିଥିଲେ । ଯାହା ରାତି ୭ରୁ ଦିନ ୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ତେବେ ଆଗକୁ ଓଡ଼ିଶାର ବଡ଼ପର୍ବ ରଜ ଥିବାରୁ ଏହି ନିୟମରେ ମଧ୍ୟ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ରଜ ମହୋତ୍ସବ ପାଇଁ ଦୋକାନ ବଜାର ରାତି ୧୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଦିନ ପରେ ରଜ ଥିବାରୁ ଆସନ୍ତାକାଲି ଅର୍ଥାତ୍ କେବଳ ଶୁକ୍ରବାର ଦିନ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ସବୁ ପ୍ରକାର ଦୋକାନ ବଜାର । ତେବେ ଏନେଇ ରିଲିଫ କମିସନର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

Leave a Reply