କଂଗ୍ରେସକୁ ଫେରିଲା ଗୋଷ୍ଠୀ କନ୍ଦଳ: ପାନେଲିଷ୍ଟ ତାଲିକାକୁ ନେଇ ହାତାହାତି

ଭୁବନେଶ୍ୱର: ପୁଣି କଂଗ୍ରେସକୁ ଫେରିଛି ଗୋଷ୍ଠୀ କନ୍ଦଳ । କଂଗ୍ରେସ ଭବନରେ ହାତାହାତି ହୋଇଛନ୍ତି ନେତା । କଂଗ୍ରେସ ମିଡିଆ ପାନେଲିଷ୍ଟ ତାଲିକାକୁ ନେଇ ହାତାହାତି ହୋଇଛନ୍ତି । ସୁଦର୍ଶନ ଦାସ, ନରେଶ ମହାନ୍ତି, ଚିନ୍ମୟ ଦାସଙ୍କୁ କିଛି କଂଗ୍ରେସ କର୍ମୀ ମାଡ଼ ମାରିଥିବା ସୂଚନା ରହିଛି । କିନ୍ତୁ ସୁଦର୍ଶନଙ୍କୁ କେହି ମାଡ଼ ମାରିନଥିବା ସେ କହିଛନ୍ତି । କିନ୍ତୁ ସେଠାରେ ଗଣ୍ଡଗୋଳ ହୋଇଥିବାକୁ ସ୍ୱୀକାର କରିଛନ୍ତି ।

ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆହତ ନରେଶ ମହାନ୍ତି । ମଦ ପିଇ ଅନ୍ୟ ଗୋଷ୍ଠୀର ଲୋକଙ୍କ ତାଙ୍କୁ ଆକ୍ରମଣ କରିଛନ୍ତି । କାରରୁ ଟାଣି ଆଣି ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଛନ୍ତି । ଏଥିସହିତ ନିରଞ୍ଜନ ଗୋଷ୍ଠୀର ଲୋକଙ୍କୁ କଂଗ୍ରେସ ଭବନରେ ପୂରାଇ ଦେବୁନି କହିଛନ୍ତି ନରେଶ ।

ସେହିପରି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ହାଇକମାଣ୍ଡଙ୍କୁ ଗାଳି କରୁଥିବା ଲୋକଙ୍କୁ ଦାୟିତ୍ୱ ମିଳିଛି । ଏଣୁ କଂଗ୍ରେସ କର୍ମୀ ଅସନ୍ତୁଷ୍ଟ ଏବଂ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢ଼ୁଛି ।

Leave a Reply