ହାତରେ ଚୁମା ଦେଇ ଚିକିତ୍ସା କରୁଥିଲେ ଅସଲମ୍ ଫକିର: କରୋନାରେ ନିଜେ ମଲେ, ଭକ୍ତଙ୍କ ଭିତରେ ଭାଳେଣି

ଭୋପାଳ: ଆପଣ ବାବା ମାନଙ୍କ ପାଖକୁ କୌଣସି ସମାଧାନ ପାଇଁ ଯାଉଛନ୍ତି କି ? ଯଦି ଦେହ ଖରାପ ଅଛି, ଭଲ ହେବା ପାଇଁ ବାବା ମାନଙ୍କ ଆଶ୍ରୟ ନେଉଛନ୍ତି କି ? ଯଦି ହଁ ତେବେ ସାବଧାନ ହୋଇଯାନ୍ତୁ  । କାରଣ ଏହାଦ୍ୱାରା ଆପଣରଙ୍କୁ ମଧ୍ୟ କରୋନା ହୋଇପାରେ । ଖାସକରି କରୋନା ସମୟରେ ଏଭଳି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ ନକରି ଏହାଠାରୁ ଦୁରେଇ ରୁହନ୍ତୁ । ଆପଣଙ୍କୁ ଝଡ଼ା ଫୁଙ୍କା କରୁଥିବା ବାବା ଯଦି କରୋନା କବଳରେ ଆସିଥିବେ ତେବେ ଆପରଙ୍କୁ ମଧ୍ୟ କରୋନା ହୋଇପାରେ ।

ଦେଶରେ ଅନ୍ଧବିଶ୍ୱାସର ବୃଦ୍ଧି ହେବା ସହ ବାବା ମାନଙ୍କର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଧର୍ମକୁ ମଝିରେ ରଖି ନିରିହ ଲୋକଙ୍କୁ ବାବା ମାନେ ଶୋଷଣ କରୁଛନ୍ତି । ଦେହ ଖରାପ ହେଲା ଡାକ୍ତରଖାନ ନଯାଇ ବାବା ପାଖକୁ ଯାଉଛନ୍ତି ନିରିହ ଲୋକେ । ଏବେ ଯଦି ଆମେ ଏପରି ବାବାଙ୍କ ଉପରେ ବିଶ୍ୱାସ କରିବା ତେବେ ଆପଣ ମାନଙ୍କୁ କରୋନା ହୋଇପାରେ  । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମରେ । ସେଠାରେ ଜଣେ ବାବା ତାଙ୍କର ସମସ୍ତ ଭକ୍ତଙ୍କୁ କରୋନା ଦାନ କରିଛନ୍ତି ।

୪ ଜୁନ୍ ରେ କରୋନା କାରଣରୁ ଅସଲମ୍ ନାମକ ଜଣେ ବାବାଙ୍କର ମୃତ୍ୟୁ ହୋଇଥିଲା । ସେହି ବାବାଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜି ସ୍ଥାନୀୟ ପ୍ରଶାସନ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରିଥିଲା । ଯେତେବେଳେ ଏହି ସମସ୍ତ ନମୁନା ଯାଞ୍ଚ ପାଇଁ ପଠାଗଲା, ସହରରେ କରୋନା ବିସ୍ଫୋରଣ ହୋଇଥିଲା । ଏହି ବାବା ମୃତ୍ୟୁ ପୂର୍ବରୁ ୨୯ ଜଣଙ୍କୁ କରୋନା ରୋଗ ଦେଇ ଯାଇଥିଲେ ।

ରତଲାମ ନୟାପୁରାର ଏହି ବାବା ଝଡ଼ା ଫୁଙ୍କା କରିବା ସହ ଲୋକଙ୍କୁ ତାବିଜ ବି ଦେଉଥିଲା । ଲୋକମାନେ ବହୁ ସଂଖ୍ୟାରେ ଏହି ବାବାଙ୍କ ନିକଟକୁ ଯାଉଥିଲେ ଏବଂ ବାବା ବେଳେବେଳେ ଲୋକଙ୍କ ହାତକୁ ଚୁମ୍ବନ ମଧ୍ୟ ଦେଉଥିଲେ ।

ବର୍ତ୍ତମାନ ଏହି ବାବାଙ୍କ ସହ ଯୋଗାଯୋଗ କରିଥିବା ଲୋକଙ୍କୁ ଖୋଜୁଛି ପ୍ରଶାସନ । ନୟାପୁରା ସହରର କରୋନା ହଟସ୍ପଟରେ ପରିଣତ ହୋଇଛି ।

Leave a Reply