ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କି ? କରୋନା କାଳରେ ଏହି ୬ ଉପାୟରେ କରନ୍ତୁ ଟଙ୍କାର ବ୍ୟବସ୍ଥା

1 min read

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସମୟରେ ଅଧିକାଂଶ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରୁଛନ୍ତି ବା ତାଙ୍କ ଦରମା ହ୍ରାସ କରାଉଛନ୍ତି। ଲକଡାଉନ୍ ଯୋଗୁଁ ବହୁ ଲୋକ କାମ ହରାଇବା ସହ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସମସ୍ୟା କାରଣରୁ ଅନେକ ଲୋକ ନିଜର ଖର୍ଚ୍ଚକୁ କମାଉଛନ୍ତି । କିନ୍ତୁ ଏପରି ଅନେକ ଖର୍ଚ୍ଚ ରହିଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ହ୍ରାସ କରାଯାଇପାରିବ ନାହିଁ । ଯଦିଓ ସରକାର ସମସ୍ତ ଲୋନ୍ ଏବଂ ବୀମାର ନବୀକରଣ ତାରିଖ ବଢ଼ାଇ ଦେଇଛନ୍ତି, କିନ୍ତୁ ଯଦି ଆପଣଙ୍କୁ ଟଙ୍କା ଆବଶ୍ୟକତା ରହିଛି ତେବେ ନିମ୍ନ ଲିଖିତ କିଛି ଉପାୟକୁ ଅବଲମ୍ବନ କରି ଆପଣ ଏହି ମହାମାରୀ ସମୟରେ ଅର୍ଥ ବ୍ୟବସ୍ଥା କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ସଂପର୍କରେ…

୧- ନିଜ ପିଏଫ୍ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କ ଆବଶ୍ୟକତା ପିଏଫ୍ ଆକାଉଣ୍ଟରୁ ପୂରଣ ହୋଇପାରିବ । ଯଦିଓ ପିଏଫ୍ ଆକାଉଣ୍ଟ୍ ସର୍ବାଧିକ ସୁଧ ଦିଏ କିନ୍ତୁ ଯଦି ଆପଣଙ୍କର ବିପୁଳ ଅର୍ଥ ସଙ୍କଟ ରହିଛି ତେବେ ଆପଣ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ମନେରଖନ୍ତୁ ଯଦି ଆପଣଙ୍କର ଅଧିକ ଅସୁବିଧା ନାହିଁ, ତେବେ ପିଏଫ୍ ଟଙ୍କା ଉଠାନ୍ତୁ ନାହିଁ । ପିଏଫ୍ ଅଧୀନରେ ଆପଣ ଆକାଉଣ୍ଟରୁ କେବଳ ୭୫ ପ୍ରତିଶତ ଟଙ୍କା ଉଠାଇ ପାରିବେ ।

୨- ମୋଦୀ ସରକାରଙ୍କ ରିଲିଫର ସୁଯୋଗ ନିଅନ୍ତୁ

ଯଦି ଆପଣଙ୍କର ଚାକିରି ଚାଲିଯାଇଛି ଏବଂ ଆୟ ବନ୍ଦ ହୋଇଯାଇଛି, ତେବେ ଆପଣ କିଛି ଛୋଟ ମୋଟ ବ୍ୟବସାୟ ଆରମ୍ଭ କରିପାରିବେ । କାରଣ ବର୍ତ୍ତମାନ ବଜାର ଖୋଲିଯାଇଛି । ଏଭଳି ପରିସ୍ଥିତିରେ ମୋଦି ସରକାରଙ୍କ ସେହି ସୁବିଧା ଦ୍ୱାରା ଆପଣଙ୍କ ଅର୍ଥର ଆବଶ୍ୟକତା ପୂରଣ ହେବ । ଛୋଟ ଦୋକାନ ଏବଂ ପନିପରିବା ବିକାଳିଙ୍କ ପାଇଁ ୧୦,୦୦୦ ଟଙ୍କା ଋଣ ପ୍ରଦାନ କରାଯାଇଛି, ଯାହା କିସ୍ତିରେ ଫେରସ୍ତ କରାଯାଇପାରିବ । ଏହି ଟଙ୍କାକୁ ବ୍ୟବହାର କରି ଆପଣ ଏକ ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ ।

୩- ମୁଦ୍ରା ଋଣ ସହିତ ଆରମ୍ଭ କରନ୍ତୁ ବଡ଼ କାମ

ଯଦି ଆପଣ କିଛି ବଡ଼ କାମ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଆପଣ ଏକ ମୁଦ୍ରା ଲୋନ୍ ମଧ୍ୟ ନେଇପାରିବେ । ଏହା ଅଧୀନରେ, ଆପଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ ଏବଂ ପରିଶୋଧ ଅବଧି ୫ ବର୍ଷ ବୃଦ୍ଧି କରାଯାଇପାରିବ ।

୪- ଗୋଲ୍ଡ ଲୋନ୍ ମଧ୍ୟ ନେଇପାରିବେ

ଯଦି କିଛି ସମୟ ପାଇଁ ଅର୍ଥର ସମସ୍ୟା ରହିଛି ତେବେ ଆପଣ ଗୋଲ୍ଡ ଲୋନ୍ ନେଇପାରିବେ । ଭାରତର ପ୍ରତ୍ୟେକ ଘରେ ନିଶ୍ଚିତ ଭାବରେ ସୁନା ରହିଛି, ଯାହାକୁ ବ୍ୟବହାର କରି ଆପଣ ଏକ ଗୋଲ୍ଡ ଲୋନ୍ ନେଇପାରିବେ । ଯେତେବେଳେ ଆପଣ ପୁଣି ଚାକିରି ପାଇବେ କିମ୍ବା ଆପଣ ପୁଣିଥରେ ଅଫିସ୍ ଯିବା ଆରମ୍ଭ କରିବେ ସେତେବେଳେ ଲୋନର ଟଙ୍କା ଫେରାଇ ପାରିବେ । ଏହି ବିପଦ ସମୟରେ ଘରେ ଅଯଥାରେ ସୁନା ରଖିବା ଠାରୁ ଭଲ ତାକୁ ବ୍ୟବହାର କରି ଏହି ଆର୍ଥିକ ମାନ୍ଦାବସ୍ତାରୁ ନିଜକୁ ଏବଂ ପରିବାରକୁ ରକ୍ଷା କରିପାରିବେ ।

୫- କୃଷକମାନେ ଏହି ଉପାୟରେ ନିଜ ଆବଶ୍ୟକତା ପୂରଣ କରନ୍ତୁ

ଅନେକ କୃଷକ ଅଛନ୍ତି ଯେଉଁମାନେ ନିଜ ଫସଲ ପାଇଁ ସଠିକ୍ ମୂଲ୍ୟ ପାଇପାରୁ ନାହାନ୍ତି କିମ୍ବା ପନିପରିବା ପରି ଏହା ନଷ୍ଟ ହୋଇଯାଉଛ । କୁକୁଡ଼ା ଫାର୍ମ ଥିବା କୃଷକମାନେ ମଧ୍ୟ କରୋନା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯଦି କୃଷକମାନେ ଟଙ୍କା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ କୃଷକ ଋଣ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ । ଯଦିଓ ସେମାନେ ସୁନା ଋଣ ଏବଂ ବ୍ୟକ୍ତିଗତ ଋଣ ପରି ଲୋନ୍ ମଧ୍ୟ ନେଇପାରିବେ କିନ୍ତୁ କୃଷକ ଋଣ ମାତ୍ର ୪% ସୁଧରେ ଉପଲବ୍ଧ ହେବ, ଯାହା କୌଣସି ବ୍ୟାଙ୍କ ଦେଇପାରିବ ନାହିଁ ।

୬- ବ୍ୟକ୍ତିଗତ ଲୋନ ମଧ୍ୟ ନେଇପାରେ

ଯଦି ଆପଣଙ୍କର କ୍ରେଡିଟ୍ ସ୍କୋର ଭଲ ଏବଂ ଆପଣ ଜାଣନ୍ତି ଯେ କିଛି ସମୟ ପରେ ଆପଣଙ୍କ ଚାକିରି ପୁଣି ଆରମ୍ଭ ହେବ କିମ୍ବା ଟଙ୍କା ଆସିବା ଆରମ୍ଭ କରିବ, ତେବେ ଆପଣ ଏକ ବ୍ୟକ୍ତିଗତ ଲୋନ ମଧ୍ୟ ନେଇପାରିବେ । ଏଥିପାଇଁ ଆପଣ ଏକ କ୍ରେଡିଟ କାର୍ଡରେ ଲୋନ୍ ନେଇପାରିବେ କିମ୍ବା ବ୍ୟାଙ୍କରୁ ସିଧାସଳଖ ଲୋନ ନେଇପାରିବେ । ତେବେ କ୍ରେଡିଟ କାର୍ଡରେ ଋଣ ସହଜରେ ମିଳିଯାଇଥାଏ ।

 

Leave a Reply