spot_img
Home Blog Page 6959

ରାହୁଲ ଗାନ୍ଧୀଙ୍କୁ ବିଦେଶମନ୍ତ୍ରୀଙ୍କ ଜବାବ: ‘ଅସ୍ତ୍ର ନେଇ ଯାଇଥିଲେ ଭାରତୀୟ ସୈନିକ’

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି, ଭାରତୀୟ ସେନାର ଯବାନମାନେ ଅସ୍ତ୍ର ନେଇ ସୀମାରେ ଡ୍ୟୁଟି କରନ୍ତି । ଏବଂ ୧୫ ଜୁନରେ ମଧ୍ୟରେ ସୈନିକ ଅସ୍ତ୍ର ନେଇ ଯାଇଥିଲେ । ବିନା ଅସ୍ତ୍ରରେ ଯବାନମାନଙ୍କୁ ସୀମାକୁ ଯିବା ନେଇ କିଏ ଅନୁମତି ଦେଇଥିଲା ବୋଲି ରାହୁଲ ଗାନ୍ଧୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜୟଶଙ୍କର ।

ସେ ଟ୍ୱିଟ୍ ଯୋଗେ ପଚରାଯାଇଥିବା ପ୍ରଶ୍ନର ରିଟ୍ୱିଟ୍ କରି ଉତ୍ତର ଦେଇଛନ୍ତି । ଏବଂ କହିଛନ୍ତି ଆସନ୍ତୁ ଆମେ ଫେକ୍ଟକୁ ସ୍ପଷ୍ଟ କରିବା । ସୀମାରେ ନିୟୋଜିତ ସମସ୍ତ ସୈନିକ ସବୁବେଳେ ଅସ୍ତ୍ର ନେଇ ଯାଆନ୍ତି । ବିଶେଷ କରି ପୋଷ୍ଟରୁ ବାହାରିବା ସମୟରେ । ୧୫ ଜୁନ୍‌ରେ ଗଲଓ୍ୱାନ ଘାଟିରେ ମଧ୍ୟ ସୈନିକ ଏଭଳି କରିଥିଲେ । ଆବଶ୍ୟ ଲମ୍ୱା ସମୟ ଚାଲିଆସୁଥିବା ପ୍ରଥା (୧୯୯୬-୨୦୦୫ ବୁଝାମଣା) ଅନୁଯାୟୀ ଅସ୍ତ୍ରର ବ୍ୟବହାର କରନ୍ତିନାହିଁ ।

ସୂଚନା ଯୋଗ୍ୟ ଯେ, ୧୫ ଜୁନ୍‌ ରାତିରେ ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ ସୈନିକ ହତାହାତି ହୋଇଥିଲେ । ଯେଉଁଥିରେ ୨୦ ଯବାନ ଶହୀଦ ହୋଇଛନ୍ତି ।

୭ ଘଣ୍ଟାର ‘ରକ୍ତାକ୍ତ ସଂଘର୍ଷ’, କମ୍ ସଂଖ୍ୟା ସତ୍ତ୍ୱେ ନିଜ ସ୍ଥାନରୁ ହଟି ନଥିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ସୋମବାର ରାତିରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ପ୍ରାୟ ୭ ଘଣ୍ଟା ଧରି ସଂଘର୍ଷ ଚାଲିଥିଲା । ସଂଘର୍ଷ ସନ୍ଧ୍ୟା ପ୍ରାୟ ୭ଟାରୁ ଆରମ୍ଭ ହୋଇଥିଲା । ସେହି ସମୟରେ ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ସାଥୀମାନଙ୍କ ସହ ପେଟ୍ରୋଲ ପଏଣ୍ଟ ୧୪ରେ ପହଞ୍ଚି ଥିଲେ । ଯେଉଁଠାରେ ଚୀନ ସୈନିକ ମହଯୁଦ୍ ଥିଲେ । ପ୍ରୋଟୋକଲ ପ୍ରକାରେ ଭାରତୀୟ ସେନା ନିଜ ସାଥିରେ କୌଣସି ଅସ୍ତ୍ରଶସ୍ତ୍ର ନେଇ ନଥିଲେ । ସୀମାରେ ଦୁଇ ଦେଶର ଯବାନ ପାଖରେ ବନ୍ଧୁକ ରଖିନଥାନ୍ତି । ବନ୍ଧୁକ ରଖିଲେ ମଧ୍ୟ ପିଠିରେ ଥାଏ ଓ ସେଥିରେ ଗୁଳି ନଥାଏ ।

କର୍ଣ୍ଣେଲ ସନ୍ତୋଷ ବାବୁ ଅନ୍ୟ ଯବାନଙ୍କ ପେଟ୍ରୋଲ ପଏଣ୍ଟ ୧୪ରେ ପହଞ୍ଚିଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ଓ ଠେଲାପେଲା । କର୍ଣ୍ଣେଲଙ୍କ ସହିତ ୫୦ ଜଣ ଯବାନ ଥିଲେ । ଚୀନ ସେନାକୁ ପୋଷ୍ଟ ଖାଲି କରିବାକୁ କହିବାରୁ ସେମାନେ ମନା କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଯାହା ପରେ ଭୟଙ୍କର ରୂପ ନେଇଥିଲା । ଉଭୟ ପକ୍ଷର ଯବାନ ପରସ୍ପରକୁ ଆକ୍ରମଣ କରିଥିଲେ । ଭାରତୀୟ ସୈନିକ ଚୀନ ସେନାର ଟେଣ୍ଟ ଭାଙ୍ଗି ଦେଇଥିଲେ । ଏହାପରେ ସେଠାରେ ହୋଇଥିଲା ବୀରତ୍ୱର ରକ୍ତପାତ । ରକ୍ତାକ୍ତ ସଂଘର୍ଷ ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା ।

ଠେଲାପେଲାରୁ ଢ଼େଲା ମାଡ଼

ଉଭୟ ପକ୍ଷର ସୈନିକ ଠେଲାପେଲା ପରେ ପରସ୍ପରକୁ ପଥର ଫିଙ୍ଗିଥିଲେ । ଏହାପରେ ଚୀନ ସେନା ଭାରତୀୟ ଯବାନଙ୍କ ଉପରେ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଯାହାର କଳ୍ପନ କରିପାରି ନଥିଲେ ଭାରତୀୟ ଯବାନ । ଏଭଳି ଚୀନ ଶ୍ରମିକ ପୂରା ଯୋଜନାର ସହିତ କରିଥିଲେ । ଏଥିରେ ଉଭୟ ପକ୍ଷର କେତକ ଶ୍ରମିକ ନଦୀରେ ଖସି ପଡ଼ିଥିଲେ । ମଙ୍ଗଳବାର ସକାଳୁ ସେମାନଙ୍କ ମୃତଦେହ ମିଳିଥିଲା ।

୫୦ ସୈନିକଙ୍କ ଆଗରେ ୨୫୦ ଯବାନ

ବିବାଦ ଆରମ୍ଭରୁ ସେଠାରେ ଚୀନର ପ୍ରାୟ ୨୫୦ ଜଣ ସୈନିକ ଥିଲେ । ଯେତେବେଳେ କି ଭାରତ ପକ୍ଷରୁ ପ୍ରାୟ ୫୦ ଜଣ ଯବାନ ଥିଲେ । ସଂଖ୍ୟା ବହୁତ୍ କମ ଥାଇ ବି ଭାରତୀୟ ଯବାନଙ୍କ ମନୋବଳ ଦୃଢ଼ ଥିଲା । ସେମାନେ ନିଜ ସୀମାରୁ ଟିକିଏ ବି ପଛକୁ ହଟି ନଥିଲେ । ବରଂ ଡ୍ରାଗନକୁ ପଛକୁ ହଟିବା ପାଇଁ ଅଡ଼ି ବସିଥିଲେ । କିନ୍ତୁ, ସେମାନ ପଛକୁ ହଟିବା ପରିବର୍ତ୍ତେ ଆକ୍ରମଣ କରିଥିଲେ । ପ୍ରଥମ ଆକ୍ରମଣରେ କର୍ଣ୍ଣେଲ ବାବୁଙ୍କ ସହ ଅନ୍ୟ ୨ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ ।

୭ ଘଣ୍ଟାର ସଂଘର୍ଷରେ ୨୦ ସହିଦ

ମୁହାଁମୁହିଁର ଘଣ୍ଟାଏ ଭିତରେ ସେଠାରେ ଭାରତ ପକ୍ଷରୁ ଆଉ ଯବାନ ପହଞ୍ଚିଥିଲେ । ଉଭୟ ପକ୍ଷର ପ୍ରାୟ ୫ ଶହ ଯବାନଙ୍କ ମଧ୍ୟରେ ଉତ୍ତେଜନା ହିଂସାତ୍ମକ ହୋଇଥିଲା । ଯେଉଁଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ସହ ୧୮ ଜଣ ଗୁରୁତର ଆହତ ହୋଇଥିଲେ । ଯେତେବେଳେ କି ଚୀନର ୪୦ରୁ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ ଲେଖିଲେ ମନ କଥା

ବ୍ରହ୍ମପୁର: ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି, ଏହା ମୋର ନିଜସ୍ୱ ନଷ୍ପତ୍ତି । ନିଜ ଫେସବୁକ୍ ଆକାଉଣ୍ଟରେ କିଛି ଏଭଳି ଲେଖି ସାରି ନିଜ ଜୀବନ ହାରିଛନ୍ତି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ମନମୋହନ ମାନସନ୍‌ ଆପାର୍ଟମେଣ୍ଟର ହାର୍ଦ୍ଧିକ ପଟ୍ଟନାୟକ । ନିଜ ଜୀବନକୁ ନିଜେ ଶେଷ କରିବା ପୂର୍ବରୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହାଥିଲା ତାଙ୍କର ଶେଷ ମେସେଜ୍‌ । ୨୪ ବର୍ଷୀୟ ଏହି ଇଞ୍ଜିନିୟରିଂ ଛାତ୍ର ଜଣଙ୍କ ଲକଡାଉନ୍‌ ସମୟରୁ ବେଙ୍ଗାଲୁରୁରୁ ଫେରିଆସି ନିଜ ମାଆ ବାପାଙ୍କ ସହ ରହୁଥିଲେ ।  ହେଲେ ହଠାତ୍ କାହିଁକି ସେ ଜୀବନ ପ୍ରତି ବିତସ୍ପୃତ ହୋଇ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ତନାଘନା ଚଳାଇଛି ପୋଲିସ ।

ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

ଲୁଟ୍ କରି ଖସି ଯାଉଥିଲେ, ଦୁର୍ଘଟଣାର ଶିକାର ହେଲେ

ଭୁବନେଶ୍ୱର: ଲୁଟ୍ କରି ଖସି ପଳାଇବା ବେଳେ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଦୁହେଁ ଚେନ୍ ଲୁଟ୍ କରି ଖସି ଯାଉଥିଲେ । ଦ୍ରୁତ ଗତିରେ ପଳାଇବା ବେଳେ ଧଉଳି ପାହାଡ଼ ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଘଟଣାସ୍ଥଳରୁ ମାରଣାସ୍ତ୍ର, ମୋବାଇଲ୍, ମନି ପର୍ସ ପୋଲିସ ଜବତ କରିଛି । ଉଭୟଙ୍କୁ ଗୁରୁତର ଅବସ୍ଥାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ, ଲୁଟପାଟ୍ ନେଇ ସବିଶେଷ ସୂଚନା ମିଳିପାରିନାହିଁ ।

ସହିଦଙ୍କ ଭାଇ କହିଲେ ବୀରତ୍ୱର କାହାଣୀ : ଯାହା ଉପରେ ହାତ ଉଠାଇଲା,ସେ ଉଠିଲା ନାହିଁ

ପଂଜାବର ପଟିଆଲା ଜିଲ୍ଲାର ମନଦିପ ସିଂହ ଭାରତ ଓ ଚୀନ ସୀମା ବିବାଦରେ ସହିଦ ହୋଇଛନ୍ତି । ୧୫ ଦିନ ତଳେ ସେ ଘରୁ ପୋଷ୍ଟିଂ ସ୍ଥାନକୁ ଫେରିଥିଲେ । ସହିଦ ହେବା ପୂର୍ବରୁ ମନଦୀପ୍ ଯେଉଁ ସାହସର ସହ ଲଢିଥିଲେ ସେ ବାବଦରେ ତାଙ୍କରି ଦଳର ଜଣେ ସଦସ୍ୟ ଏବେ କହିଛନ୍ତି । ତାଙ୍କ ସହ ଲଢୁଥିବା ସାଥୀ ଏବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମନଦୀପଙ୍କ ଭାଇ ନିର୍ମଲ ସିଂହ ସେହି ପୋଷ୍ଟରୁ ଏପ୍ରିଲ ୩୦ ତାରିଖରେ ରିଟାୟର ହୋଇଥିଲେ,ଯେଉଁଠି ମନଦୀପ୍ ସହିଦ ହୋଇଛନ୍ତି । ନିର୍ମଲଙ୍କ ଅନୁସାରେ ମନଦୀପ ନିଜ ଦଳର ଲିଡର ଥିଲା । ଯେତେବେଳେ ଚୀନ୍ ସୈନିକ ଆକ୍ରମଣ କରିଥିଲେ ସେତେବେଳେ ସେ ସାହସ ଓ ଆତ୍ମବିଶ୍ୱାସର ସହ ଲଢିଥିଲେ । ମନଦୀପ ଦୁଇ ଜଣ ଚୀନ୍ ସୈନିକଙ୍କୁ ମାଡି ବସିଥିଲେ । କିନ୍ତୁ ପଛପଟୁ ତୃତୀୟ ଚୀନ୍ ସୈନିକ ତାଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ମନଦୀପଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଯାହା ଉପରେ କଲେ ଆକ୍ରମଣ,ସେ ଉଠିଲା ନାହିଁ

ନିର୍ମଲଙ୍କ ଅନୁସାରେ ମନଦୀପଙ୍କ ସାଥୀ ସୈନିକ କୁହନ୍ତି ଯେ,ସେ ଯେଉଁ ଚୀନ ସୈନିକଙ୍କ ଉପରେ ହାତ ଉଠାଉଥିଲେ ସେ ଆଉ ଉଠୁନଥିଲେ । ମନଦୀପକୁ ଚୀନ୍ ସୈନିକ ଅଟକାଇ ପାରୁନଥିଲେ । ଶତ୍ରୁ ସୈନିକଙ୍କୁ ସଫା କରି ସେ ଆଗକୁ ବଢୁଥିଲେ । ଦୁଇ ଜଣ ଚୀନ ସୈନିକଙ୍କୁ ସେ ଏକାକୀ ଧରି ରଖିଥିଲେ । କିନ୍ତୁ ପଛ ପାଖରୁ ତୃତୀୟ ଚୀନ୍ ସୈନିକ ତାଙ୍କ ଉପରେ ଆକ୍ରମଣ କରିଥିଲା ।

ମନଦୀପଙ୍କ ବୀରତା କାହାଣୀ ଶୁଣାଇ ନିର୍ମଲ ସିଂହ କହିଥିଲେ ଯେ, ବୁଧବାର ଦିନ ସକାଳେ ତାଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା । ମନଦୀପ ଆହତ ହୋଇଥିବା ତାଙ୍କୁ କୁହାଯାଇଥିଲା । କିନ୍ତୁ ଦି’ପହରର କୁହାଗଲା ଯେ,ମନଦୀପ ସହିଦ ହୋଇଛନ୍ତି ।

ଦେଶର ସାର୍ବଭୌମତ୍ୱ ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ

ନୂଆଦିଲ୍ଲୀ: ଏଲଏସିକୁ ନେଇ ପୁଣି ଭାରତ ସ୍ପଷ୍ଟ ପ୍ରତିକ୍ରିୟା ରଖିଛି । ଦେଶରେ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ନେଇ କୌଣିସ ବୁଝାମଣା ହେବନି । ପରିସ୍ଥିତି ଯାହା କିଛି ବି ହେଉ ସମ୍ମୁଖରେ ଯେ କେହି ବି ଥାଉ ଭାରତ ପାଇଁ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ଗୁରୁତ୍ୱପୂର୍ଣ୍ଣ । ସୀମାରେ ଡ୍ରାଗନର ହରକତକୁ ନେଇ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି- ‘ମତଭେଦକୁ ଶାନ୍ତିର ସହ ସମାଧାନ ଭାରତ ଚାହୁଁଛି । ଏଥିସହ ବିଗୁଡ଼ୁଥିବା ସ୍ଥିତିକୁ ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବି ଆମେ ପ୍ରସ୍ତୁତ ଅଛୁ ।’

ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ସୀମାରେ ଶାନ୍ତି ଓ ଭାଇଚାରା ବନାଇ ରଖିବା ଦରକାର । ଏଥିସହ କଥାବାର୍ତ୍ତା ଜରିଆରେ ମତଭେଦ ଦୂର ପାଇଁ ଆମେ ଚାହୁଁଛୁ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିବା ଭଳି ଦେଶରେ ସାର୍ବଭୌମତ୍ୱ ଓ ଅଖଣ୍ଡତା ରକ୍ଷା ନେଇ ଆମର ପ୍ରତିବଦ୍ଧତା ରହିଛି ।

ଲଦାଖର ଗଲୱାନ୍ ଘାଟିରେ ଉପୁଜିଥିବା ସ୍ଥିତିକୁ ନେଇ ଆଲୋଚନା ଚାଲିଛି । ଆଶା କରୁଛୁ- ଚୀନ ନିଜ ସୀମା ଭିତରେ ରହି ତାର କାମ କରିବ । ୨ ଦେଶ ମଧ୍ୟରେ ଥିବା ସମ୍ପର୍କ ବର୍ତ୍ତମାନ ଯାଏଁ ଅତୁଟ ରହିଛି । ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଛି । ଗୁରୁବାର ୨ ଦେଶର ମେଜର ଜେନରାଲ ଲେବଲ ମିଟିଂ ହୋଇଛି । ପୂର୍ବ ଲଦାଖରେ ଅଶାନ୍ତ ପରିସ୍ଥିତିକୁ ଶାନ୍ତିପୂର୍ଣ୍ଣ ସମାଧାନର ରାସ୍ତା ବାହାର କରିବାକୁ ୨ ପକ୍ଷ ବୈଠକ ୬ ଘଣ୍ଟା ଯାଏଁ ବସିଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ବୁଧବାର ମଧ୍ୟ ବୈଠକ ବସିଥିଲା । କିନ୍ତୁ, ସେଥିରୁ କିଛି ନିର୍ଯ୍ୟାସ ବାହାରି ପାରିନାହିଁ ।

ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

ବର୍ଷେ ମଧ୍ୟରେ ନେଇଥାନ୍ତେ ଅବସର, ହେଲେ ଦୁନିଆରୁ ନେଲେ ବିଦାୟ

ତାମିଲନାଡ଼ୁ: ଶହୀଦ ଯବାନ ହାବଲଦାର କେ. ପଲାନୀ ଚୀନ ସହିତ ହିଂସା ସମୟରେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରୁ ଜଣେ । ୧୫ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଚୀନ ସୈନିକଙ୍କ ସହିତ ହୋଇଥିବା ହିଂସାରେ ଶତ୍ରୁଙ୍କୁ ବୀରତାର ସହିତ ସାମ୍ନା କରିଥିଲେ ଏବଂ ଶହୀଦ ହୋଇଥିଲେ ।

शहीद के.पलानी ने लोन लेकर बनाया था सपनों का घर, एक बार देख भी न सके

। ଶହୀଦ ପଲାନୀ ତାମିଲନାଡ଼ୁର ବାସିନ୍ଦା । ସେ କିଛି ଦିନ ପୂର୍ବରୁ ଋଣ ନେଇ ନିଜ ପରିବାର ପାଇଁ ଘର ତିଆରି କରିଥିଲେ । ଗୋଟିଏ ବର୍ଷ ମଧ୍ୟରେ ଅବସର ନେଲା ପରେ ନିଜ ପରିବାର ସହ ସେହି ଘରେ ରହିଥାନ୍ତେ । କିନ୍ତୁ ୧୫ ଜୁନ୍‌ର ସେହି ଘମାସାନରେ ସେ ଶହୀଦ ହୋଇଛନ୍ତି  ।

शहीद के.पलानी ने लोन लेकर बनाया था सपनों का घर, एक बार देख भी न सके

ଶହୀଦ ପଲାନୀଙ୍କ ବୟସ ପାଖାପାଖି ୪୦ ହେବ । ସେ ତାମିଲନାଡ଼ୁର ରମନପୁରମ୍‌ ଜିଲ୍ଲାର ଥିରୁବଦନାଇ ଗାଁରେ ରହୁଥିଲେ । ସେ ଆଗକୁ ଅବସର ନେବା ପାଇଁ ଯୋଜନା କରୁଥିଲେ । ଯାହା ପରେ ସେ ନିଜ ପରିବାର ସହିତ ରହିଥାନ୍ତେ । ଶହୀଦ ପଲାନୀ ୧୭ ଲକ୍ଷ ଟଙ୍କାର ଲୋନ୍‌ ନେଇ ଘର ତିଆରି କରିଥିଲେ । ସେ ନିଜ ଘର ଗାଁରୁ ୬୫ କିଲୋମିଟର ଦୂରରେ ତିଆରି କରିଥିଲେ ଯାହାଫଳରେ ତାଙ୍କ ଛୁଆମାନଙ୍କୁ ଭଲ ସ୍କୁଲରେ ଆଡମିସନ ହୋଇପାରିବ ଏବଂ ଯିବା ଆସିବାରେ ସୁବିଧା ହେବ ।

शहीद के.पलानी ने लोन लेकर बनाया था सपनों का घर, एक बार देख भी न सके

ଗତ ଜୁନ୍ ୩ ତାରିଖରେ ପଲାନୀଙ୍କ ଜନ୍ମଦିନ ଥିଲା । ସେ ସେଦିନ ଡ୍ୟୁଟିରେ ଥିବା ବେଳେ ତାଙ୍କ ପରିବାର ଲୋକେ ଗୃହ ପ୍ରବେଶ କରିଥିଲେ । କିନ୍ତୁ ବର୍ଡରରେ ଚାଲିଥିବା ତିକ୍ତତା ଭିତରେ ସେ ଘରକୁ ଫେରିପାରିନଥିଲେ । ସେ ଫୋନ୍ ମାଧ୍ୟମରେ ହିଁ ନିଜ ପତ୍ନୀଙ୍କ ସହ କଥା ହେଲେ ଏବଂ ଗୃହ ପ୍ରବେଶ ସମୟରେ ଗଣପତି ମଧ୍ୟ ଶୁଣିଥିଲେ ।

शहीद के.पलानी ने लोन लेकर बनाया था सपनों का घर, एक बार देख भी न सके

ପାଖାପାଖି ୬ ମାସ ପୂର୍ବେ ସେ ୧୫ ଦିନ ପାଇଁ ଛୁଟିରେ ଘରକୁ ଆସିଥିଲେ । ହାବିଲଦାର ପଲାନୀ ୩ ଭାଇ ଓ ଭଉଣୀଙ୍କ ମଧ୍ୟରେ ସବୁଠୁ ଛୋଟ ହୋଇଥିବା ବେଳେ ୧୦ ଶ୍ରେଣୀ ପାସ୍‌ କରିବା ପରେ ୧୮ ବର୍ଷ ବୟସରେ ସେନାରେ ଭର୍ତ୍ତି ହୋଇଥିଲେ । ପରେ ଡିଷ୍ଟାନ୍ସ ଏଜୁକେସନ୍ ମାଧ୍ୟମରେ ଯୁକତ ୨ ଓ ଗ୍ରାଜୁଏସନ୍‌ ପାଠକ୍ରମ ପୂରା କରିଥିଲେ । ତାଙ୍କ ପତ୍ନୀ ଏକ ଘରୋଇ କଲେଜର କ୍ଳକ୍ ଭାବେ କାର୍ଯ୍ୟରତ ଅଛନ୍ତି ।

ଆସନ୍ତା ୨୦ରୁ ଦେଶର ୧୧୬ ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’, ତାଲିକାରେ ଓଡ଼ିଶାର ୪ ଜିଲ୍ଲା

ନୂଆଦିଲ୍ଲୀ: କଣ କରିବେ କରୋନା ଲକଡାଉନ୍ ପାଇଁ ଘରକୁ ଫେରଥିବା ପ୍ରବାସୀ ଶ୍ରମିକ ? ଗାଁରେ ଘର ପାଖରେ ମିଳିବ କି ପର୍ଯ୍ୟାପ୍ତ କାମ ? ନା ପୁଣି ପ୍ରବାସୀ ଫେରିବେ ପର ରାଇଜ ? ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ଘରେ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଅଭିଯାନ । ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’କୁ ଆସନ୍ତା ୨୦ ତାରିଖରେ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୬ ରାଜ୍ୟର ୧୧୬ ଦାଦନ ପ୍ରବଣ ଜିଲ୍ଲାରେ ଏହା ଲାଗୁ ହେବ । ଏନେଇ ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଦେଶର ବିଭିନ୍ନ ଭାଗରୁ ଲକଡାଉନ୍ ପାଇଁ ଘରକୁ ଫେରି ଆସିଥିବା ଶ୍ରମିକ କାମ ପାଇବେ । ୬ ରାଜ୍ୟର ୧୧୬ ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ ହେବ । ଜୁନ୍ ୨୦ରେ ଯୋଜନାର ଲଞ୍ଚିଂ ହେବାକୁ ଥିବାବେଳେ ଏଥିରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମ୍ବନ୍ଧିତ ବିଭାଗ ଭିଡିଓ କନଫରେନ୍ସିଂ ଜରିଆରେ ଭାଗନେବେ । ଏଥିପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରବାସୀ ଶ୍ରମିକଙ୍କୁ ଘର ପାଖରେ ୨୫ ପ୍ରକାର କାମ ଯୋଗାଇ ଦିଆଯିବ ।

ବିହାରର ସର୍ବାଧିକ ୩୨ ଜିଲ୍ଲା (୧୨ ଆଂକାକ୍ଷା ଜିଲ୍ଲା), ଉତ୍ତରପ୍ରଦେଶର ୩୧ ଜିଲ୍ଲା (୫ ଆଂକାକ୍ଷା ଜିଲ୍ଲା), ମଧ୍ୟପ୍ରଦେଶର ୨୪ ଜିଲ୍ଲା (୪ ଆଂକାକ୍ଷା ଜିଲ୍ଲା), ରାଜସ୍ଥାନର ୨୨ ଜିଲ୍ଲା (୨ ଆଂକାକ୍ଷା ଜିଲ୍ଲା), ଓଡ଼ିଶାର ୪ ଜିଲ୍ଲା (ଗୋଟିଏ ଆଂକାକ୍ଷା ଜିଲ୍ଲା) ଓ ଝାଡ଼ଖଣ୍ଡର ୩ ଆଂକାକ୍ଷା ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ ହେବ । ଏହି ଅଭିଯାନରେ ଘର ଫେରିଥିବା ପ୍ରବାସୀ ଶ୍ରମିକ ୧୨୫ ଦିନର କାମ ପାଇବେ ।

‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ୨୫ ପ୍ରକାର କାମ ଯୋଗାଇ ଦିଆଯିବ । ୬ ରାଜ୍ୟର ୨୫ ହଜାର ଶ୍ରମିକଙ୍କୁ ୧୨୫ ଦିନର କାମ ମିଳିବ । ରାଜ୍ୟର ଆଂକାକ୍ଷା ଜିଲ୍ଲା ସୋନପୁର ସମେତ ଗଞ୍ଜାମ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନ୍ ସେନାର ଧୋକାର ଶିକାର ହୋଇଛନ୍ତି ୨୦ ଭାରତୀୟ ଯବାନ । ଏହି ଭାରତୀୟ ଯବାନଙ୍କ ପାଇଁ ଏବେ ଦେଶବ୍ୟାପି ଆକ୍ରୋଶ । ଦୁଇ ଦେଶ ଯୁଦ୍ଧକ୍ଷେତ୍ରରେ ମୁହାଁମୁହିଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଚୀନର ଆକାର,ସୈନ୍ୟ ବଳ ଓ ଏକଛତ୍ରବାଦୀ ଶାସନ କାରଣରୁ ଏହା ଭାରତଠାରୁ ଅଧିକ ଶକ୍ତିଶାଳୀ ବୋଲି ବିଚାର କରାଯାଉଛି । କିନ୍ତୁ ବିଶେଷଜ୍ଞ ଏହାକୁ ମାନିବାକୁ ନାରାଜ । ସେମାନଙ୍କ ଅନୁସାରେ ଚୀନ୍ କାଗଜ ବାଘ ।

ୱେଲଫେୟାର ସେଣ୍ଟର ଫର ସାଇନ୍ସ ଆଣ୍ଡ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସର ରିସର୍ଚ୍ଚ ଅନୁସାରେ ଯୁଦ୍ଧ ପରିସ୍ଥିତିରେ ଭାରତ,ଚୀନ୍ ଉପରେ ଭାରି ପଡିବ । ଏଥିପାଇଁ ରିପୋର୍ଟରେ ଅନେକ କାରଣ ଦର୍ଶାଯାଇଛି । ସେଥିମଧ୍ୟରୁ ସବୁଠୁ ବଡ କାରଣ ହେଉଛି ବାସ୍ତବିକ ଯୁଦ୍ଧ ଲଢିବାର ଡ୍ରାଗନ ପାଖରେ କମ ଅନୂଭବ ରହିଛି ।

ଚୀନର ସାମରିକ ଶକ୍ତି ବିଛୁରିତ

ଚୀନର ସାମରିକ ଶକ୍ତି ଗୋଟିଏ ସ୍ଥାନରେ ଠୁଳ ନାହିଁ । ଏହାର ଆକାର ଏହାପାଇଁ ସମସ୍ୟା । ଭାରତକୁ ସାମ୍ନା କରିବା ପାଇଁ ଏହା ତା’ର ସବୁ ଶକ୍ତିକୁ ଗୋଟିଏ ସ୍ଥାନରେ ଠୁଳ କରି ପାରିବ ନାହିଁ । ଭିଏତନାମ,ମଙ୍ଗୋଲିଆ ଭଳି ଦେଶ ଏହାର ସୀମାରେ ଅଛନ୍ତି । ସେମାନଙ୍କ ସୀମାରୁ ଚୀନ୍ ନିଜ ସେନା ପ୍ରତ୍ୟାହାର କରି ତିବ୍ବତ କିମ୍ବା ଉତ୍ତର ପୂର୍ବ ଭାରତକୁ ଆଣିବା ସାମରିକ ଦୃଷ୍ଟିକୋଣରୁ ଠିକ୍ ହେବ ନାହିଁ । ଏହାଛଡା ଚୀନ୍ ମଧ୍ୟ ରୁଷ ସୀମାରୁ ସେନା ପ୍ରତ୍ୟାହାର କରି ପାରିବ ନାହିଁ । କାରଣ ରୁଷ ଓ ଚୀନ୍ କେହି କାହାରିକି ବିଶ୍ୱାସ କରନ୍ତି ନାହିଁ । ଚୀନର ଆକାର ଏତେ ବିଶାଳ ଯେ,ଆବଶ୍ୟକ ପଡିଲେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସେନା ପଠାଇବା ଚୀନ୍ ପକ୍ଷରେ ଅସମ୍ଭବ ନହେଲେ ବି ବହୁତ ମୁସ୍କିଲ । କିନ୍ତୁ ଭାରତ ତା’ର  ଚୀନ୍ ସୀମାକୁ ୨୪ ଘଣ୍ଟା ମଧ୍ୟରେ ଅଧିକ ସେନା ପଠାଇ ପାରିବ ।

ପ୍ରକୃତ ଯୁଦ୍ଧ ଲଢିବା ଅଭିଜ୍ଞତା କମ

ଶେଷଥର ପାଇଁ ଚୀନ୍ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା । ତା’ହା ପୁଣି ଭିଏତନାମ୍ ଭଳି କ୍ଷୁଦ୍ର ଦେଶ ସହ,ଯାହାର ଆକାର ଭାରତଠାରୁ ୧୦ ଗୁଣ କମ । ୯.୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ସେତେବେଳେ ଚୀନକୁ ହରାଇ ଦେଇଥିଲା । ତା’ପରଠାରୁ ଚୀନ୍ ଆଉ କେବେ ଯୁଦ୍ଧ ଲଢିନାହିଁ । କିନ୍ତୁ ଭାରତ ୪୧ ବର୍ଷ ଭିତରେ ଛୋଟ ବଡ ଯୁଦ୍ଧ ଲଢିଛି । ଦେଶ ଭିତରେ ଯଦି କାର୍ଗିଲ ଯୁଦ୍ଧ ଲଢିକି ଯିତିଛି ତେବେ ଦେଶ ବାହାରେ ଶ୍ରୀଲଙ୍କାର ଜଙ୍ଗଲରେ ବିଶ୍ୱର ଗୋଟିଏ ପ୍ରଶିକ୍ଷିତ ଆତଙ୍କବାଦୀ ସଂଗଠନ ସହ ହାତାହାତି ହୋଇଛି । ଚୀନର ପ୍ରକୃତ ଯୁଦ୍ଧ ଅଭିଜ୍ଞତା ନଥିବାରୁ ଏହାକୁ ବିଶେଷଜ୍ଞ କାଗଜ ବାଘ କୁହନ୍ତି । କାରଣ ଏହା ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ଅଛି,ତାକୁ ଚଳାଇବାକୁ ସୈନିକ ମଧ୍ୟ ଅଛନ୍ତି କିନ୍ତୁ ଚୀନ୍ ହାଇକମାଣ୍ଡ୍ ଜାଣିନି ଯୁଦ୍ଧ ପରିସ୍ଥିତିରେ ସେମାନେ କିଭଳି ବ୍ୟବହାର କରିବେ ।

ଦେଶ ଭିତରେ ଅସ୍ଥିରତା

ଚୀନ୍ ଏବେ ନିଜ ଦେଶ ଭିତରେ ବିରୋଧର ସମ୍ମୁଖୀନ ହେଉଛି । ତିବ୍ବତ ଓ ସିନଜିଆଙ୍ଗ୍ ପ୍ରଦେଶରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବାରେ ଚୀନ୍ ସେନା ବ୍ୟସ୍ତ ଅଛି । ଏମିତିରେ ଚୀନ୍ ତା’ର ପୁରା ସୈନ୍ୟଶକ୍ତିକୁ ଭାରତ ବିରୋଧରେ ବ୍ୟବହାର କରିପାରିବ ନାହିଁ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଛିଡା ହେବା ଚୀନ୍ ପକ୍ଷରେ ସହଜ ନୁହେଁ ।

ଅନ୍ୟପକ୍ଷରେ ଚୀନ୍ ବିରୋଧରେ ଭାରତର ସାମରିକ ଶକ୍ତି ମାରକ । ଚୀନ୍ ୨ ଲକ୍ଷରୁ ଅଧିକ ସୈନିକଙ୍କ ଭାରତ ବିରୋଧରେ ଛିଡା କରାଇ ପାରିବ ନାହିଁ । ଭାରତର ବାୟୁସେନା ମଧ୍ୟ ଚୀନ୍ ମୁକାବିଲାରେ ଭଲ ସ୍ଥିତିରେ ଅଛି । କେବଳ ଚୀନକୁ ପ୍ରତିହତ କରିବା ପାଇଁ ଦେଶର ବିଭିନ୍ନ ଭାଗରେ ଏୟାର ବେସ୍ ପ୍ରତିଷ୍ଠା କରାଯାଇଛି ।

 

କଠୋର ହେଲେ ସରକାର, ଚୀନ୍ କମ୍ପାନୀ ପାଇଥିବା ୪୭୧ କୋଟି ଟଙ୍କାର ଠିକା କାମ ରଦ୍ଦ

ନୂଆଦିଲ୍ଲୀ: ଲଦାଖ ଗଲୱାନ ଘାଟିରେ ଚୀନର ପାଗଳାମୀ ପରେ ପାନେ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ରେଳବାଇ ଚୀନ କମ୍ପାନୀକୁ ଦେଇଥିବା କାମକୁ ବାତିଲ୍ କରି ଦେଇଛି । ୨୦୧୬ରେ ଏକ ଚୀନ କମ୍ପାନୀକୁ ରେଳବାଇ ୪୭୧ କୋଟି ଟଙ୍କାର କାମ ଦେଇଥିଲା । ଯେଉଁଥିରେ ୪୧୭ କିଲୋମିଟର ଲମ୍ବା ରେଲୱେ ଟ୍ରାକରେ ସିଗନାଲ୍ ସିଷ୍ଟମ ଲାଗିଥାନ୍ତା । ଏହାକୁ ଏବେ ରେଲୱେ ପକ୍ଷରୁ ବାତିଲ୍ କରି ଦିଆଯାଇଛି । ଏହା ପୂର୍ବରୁ ସରାକର ବିଏସଏନଏଲ ଓ ଏମଟିଏନଏଲକୁ କମ୍ ପରିମାଣର ଚାଇନା ସାମଗ୍ରୀ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଭାରତୀୟ ରେଳବାଇର ଡେଡିକେଟେଡ୍ ଫ୍ରେଟ୍ କରିଡର କୋଅପରେସନ୍ ଅଫ୍ ଇଣ୍ଡିଆ(DFCCIL), ବେଜିଂ ନ୍ୟାସନାଲ ରେଲୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସିଗନାଲ ଆଣ୍ଡ କମ୍ୟୁନିକେସନ୍ ଗ୍ରୁପ୍ ସହିତ ହୋଇଥିବା ବୁଝାମଣାକୁ ବାତିଲ୍ କରିଛି । ଏହି ପ୍ରୋଜେକ୍ଟରେ ଚୀନ କମ୍ପାନୀ କାନପୁର ଓ ଦୀନ୍ ଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନର ସେକ୍ସନ ମଧ୍ୟରେ ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ କମା କରିଥାନ୍ତା । ୪୧୭ କିଲୋମିଟର ଲମ୍ବରେ ଏହି କାମ ହେବାକୁ ଥିବାବେଳେ ଏଥିପାଇଁ ୪୭୧ କୋଟି ଟଙ୍କା ଖର୍ଚ୍ଚ ଦିଆଯାଇଥାନ୍ତା ।

ଭାରତୀୟ ରେଲୱେ ଅଧିନରେ DFCCIL ଖରାପ କାମ ପାଇଁ ଚୀନ କମ୍ପାନୀ ସହିତ ବୁଝାମଣା ବାତିଲ୍ କରିଥିବା କହିଛି । ୨୦୧୬ରେ କମ୍ପାନୀକୁ କାମ ଦିଆଯାଇଥିବା ବେଳେ ଏଯାଏଁ ମାତ୍ର ୨୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଗଲୱାନ୍ ଘାଟିରେ ଭାରତ ଓ ଚୀନ ଯବାନ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ୍ ହୋଇଥିଲେ । ଏହି ଘଟଣା ପରେ ଚୀନକୁ ନେଇ ଦେଶରେ ପ୍ରତିବାଦର ନିଆଁ ଜଳୁଛି । ଏଭଳି ସ୍ଥିତିରେ ରେଲୱେ ଚୀନ୍ କମ୍ପାନୀ ସହ ଚୁକ୍ତି ବାତିଲ୍ କରିବା ଏକ ଝଟକା ନିଶ୍ଚୟ ।

ପୁଣି ସାମ୍ନାକୁ ଆସିଲା ଚୀନର ଅସଲି ଚେହେରା, ଭାରତକୁ ଦେଲା ଏମିତି କିଛି ଧମକ