ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

1 min read

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନ୍ ସେନାର ଧୋକାର ଶିକାର ହୋଇଛନ୍ତି ୨୦ ଭାରତୀୟ ଯବାନ । ଏହି ଭାରତୀୟ ଯବାନଙ୍କ ପାଇଁ ଏବେ ଦେଶବ୍ୟାପି ଆକ୍ରୋଶ । ଦୁଇ ଦେଶ ଯୁଦ୍ଧକ୍ଷେତ୍ରରେ ମୁହାଁମୁହିଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଚୀନର ଆକାର,ସୈନ୍ୟ ବଳ ଓ ଏକଛତ୍ରବାଦୀ ଶାସନ କାରଣରୁ ଏହା ଭାରତଠାରୁ ଅଧିକ ଶକ୍ତିଶାଳୀ ବୋଲି ବିଚାର କରାଯାଉଛି । କିନ୍ତୁ ବିଶେଷଜ୍ଞ ଏହାକୁ ମାନିବାକୁ ନାରାଜ । ସେମାନଙ୍କ ଅନୁସାରେ ଚୀନ୍ କାଗଜ ବାଘ ।

ୱେଲଫେୟାର ସେଣ୍ଟର ଫର ସାଇନ୍ସ ଆଣ୍ଡ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସର ରିସର୍ଚ୍ଚ ଅନୁସାରେ ଯୁଦ୍ଧ ପରିସ୍ଥିତିରେ ଭାରତ,ଚୀନ୍ ଉପରେ ଭାରି ପଡିବ । ଏଥିପାଇଁ ରିପୋର୍ଟରେ ଅନେକ କାରଣ ଦର୍ଶାଯାଇଛି । ସେଥିମଧ୍ୟରୁ ସବୁଠୁ ବଡ କାରଣ ହେଉଛି ବାସ୍ତବିକ ଯୁଦ୍ଧ ଲଢିବାର ଡ୍ରାଗନ ପାଖରେ କମ ଅନୂଭବ ରହିଛି ।

ଚୀନର ସାମରିକ ଶକ୍ତି ବିଛୁରିତ

ଚୀନର ସାମରିକ ଶକ୍ତି ଗୋଟିଏ ସ୍ଥାନରେ ଠୁଳ ନାହିଁ । ଏହାର ଆକାର ଏହାପାଇଁ ସମସ୍ୟା । ଭାରତକୁ ସାମ୍ନା କରିବା ପାଇଁ ଏହା ତା’ର ସବୁ ଶକ୍ତିକୁ ଗୋଟିଏ ସ୍ଥାନରେ ଠୁଳ କରି ପାରିବ ନାହିଁ । ଭିଏତନାମ,ମଙ୍ଗୋଲିଆ ଭଳି ଦେଶ ଏହାର ସୀମାରେ ଅଛନ୍ତି । ସେମାନଙ୍କ ସୀମାରୁ ଚୀନ୍ ନିଜ ସେନା ପ୍ରତ୍ୟାହାର କରି ତିବ୍ବତ କିମ୍ବା ଉତ୍ତର ପୂର୍ବ ଭାରତକୁ ଆଣିବା ସାମରିକ ଦୃଷ୍ଟିକୋଣରୁ ଠିକ୍ ହେବ ନାହିଁ । ଏହାଛଡା ଚୀନ୍ ମଧ୍ୟ ରୁଷ ସୀମାରୁ ସେନା ପ୍ରତ୍ୟାହାର କରି ପାରିବ ନାହିଁ । କାରଣ ରୁଷ ଓ ଚୀନ୍ କେହି କାହାରିକି ବିଶ୍ୱାସ କରନ୍ତି ନାହିଁ । ଚୀନର ଆକାର ଏତେ ବିଶାଳ ଯେ,ଆବଶ୍ୟକ ପଡିଲେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସେନା ପଠାଇବା ଚୀନ୍ ପକ୍ଷରେ ଅସମ୍ଭବ ନହେଲେ ବି ବହୁତ ମୁସ୍କିଲ । କିନ୍ତୁ ଭାରତ ତା’ର  ଚୀନ୍ ସୀମାକୁ ୨୪ ଘଣ୍ଟା ମଧ୍ୟରେ ଅଧିକ ସେନା ପଠାଇ ପାରିବ ।

ପ୍ରକୃତ ଯୁଦ୍ଧ ଲଢିବା ଅଭିଜ୍ଞତା କମ

ଶେଷଥର ପାଇଁ ଚୀନ୍ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା । ତା’ହା ପୁଣି ଭିଏତନାମ୍ ଭଳି କ୍ଷୁଦ୍ର ଦେଶ ସହ,ଯାହାର ଆକାର ଭାରତଠାରୁ ୧୦ ଗୁଣ କମ । ୯.୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ସେତେବେଳେ ଚୀନକୁ ହରାଇ ଦେଇଥିଲା । ତା’ପରଠାରୁ ଚୀନ୍ ଆଉ କେବେ ଯୁଦ୍ଧ ଲଢିନାହିଁ । କିନ୍ତୁ ଭାରତ ୪୧ ବର୍ଷ ଭିତରେ ଛୋଟ ବଡ ଯୁଦ୍ଧ ଲଢିଛି । ଦେଶ ଭିତରେ ଯଦି କାର୍ଗିଲ ଯୁଦ୍ଧ ଲଢିକି ଯିତିଛି ତେବେ ଦେଶ ବାହାରେ ଶ୍ରୀଲଙ୍କାର ଜଙ୍ଗଲରେ ବିଶ୍ୱର ଗୋଟିଏ ପ୍ରଶିକ୍ଷିତ ଆତଙ୍କବାଦୀ ସଂଗଠନ ସହ ହାତାହାତି ହୋଇଛି । ଚୀନର ପ୍ରକୃତ ଯୁଦ୍ଧ ଅଭିଜ୍ଞତା ନଥିବାରୁ ଏହାକୁ ବିଶେଷଜ୍ଞ କାଗଜ ବାଘ କୁହନ୍ତି । କାରଣ ଏହା ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ଅଛି,ତାକୁ ଚଳାଇବାକୁ ସୈନିକ ମଧ୍ୟ ଅଛନ୍ତି କିନ୍ତୁ ଚୀନ୍ ହାଇକମାଣ୍ଡ୍ ଜାଣିନି ଯୁଦ୍ଧ ପରିସ୍ଥିତିରେ ସେମାନେ କିଭଳି ବ୍ୟବହାର କରିବେ ।

ଦେଶ ଭିତରେ ଅସ୍ଥିରତା

ଚୀନ୍ ଏବେ ନିଜ ଦେଶ ଭିତରେ ବିରୋଧର ସମ୍ମୁଖୀନ ହେଉଛି । ତିବ୍ବତ ଓ ସିନଜିଆଙ୍ଗ୍ ପ୍ରଦେଶରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବାରେ ଚୀନ୍ ସେନା ବ୍ୟସ୍ତ ଅଛି । ଏମିତିରେ ଚୀନ୍ ତା’ର ପୁରା ସୈନ୍ୟଶକ୍ତିକୁ ଭାରତ ବିରୋଧରେ ବ୍ୟବହାର କରିପାରିବ ନାହିଁ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଛିଡା ହେବା ଚୀନ୍ ପକ୍ଷରେ ସହଜ ନୁହେଁ ।

ଅନ୍ୟପକ୍ଷରେ ଚୀନ୍ ବିରୋଧରେ ଭାରତର ସାମରିକ ଶକ୍ତି ମାରକ । ଚୀନ୍ ୨ ଲକ୍ଷରୁ ଅଧିକ ସୈନିକଙ୍କ ଭାରତ ବିରୋଧରେ ଛିଡା କରାଇ ପାରିବ ନାହିଁ । ଭାରତର ବାୟୁସେନା ମଧ୍ୟ ଚୀନ୍ ମୁକାବିଲାରେ ଭଲ ସ୍ଥିତିରେ ଅଛି । କେବଳ ଚୀନକୁ ପ୍ରତିହତ କରିବା ପାଇଁ ଦେଶର ବିଭିନ୍ନ ଭାଗରେ ଏୟାର ବେସ୍ ପ୍ରତିଷ୍ଠା କରାଯାଇଛି ।

 

Leave a Reply