କଠୋର ହେଲେ ସରକାର, ଚୀନ୍ କମ୍ପାନୀ ପାଇଥିବା ୪୭୧ କୋଟି ଟଙ୍କାର ଠିକା କାମ ରଦ୍ଦ

1 min read

ନୂଆଦିଲ୍ଲୀ: ଲଦାଖ ଗଲୱାନ ଘାଟିରେ ଚୀନର ପାଗଳାମୀ ପରେ ପାନେ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ରେଳବାଇ ଚୀନ କମ୍ପାନୀକୁ ଦେଇଥିବା କାମକୁ ବାତିଲ୍ କରି ଦେଇଛି । ୨୦୧୬ରେ ଏକ ଚୀନ କମ୍ପାନୀକୁ ରେଳବାଇ ୪୭୧ କୋଟି ଟଙ୍କାର କାମ ଦେଇଥିଲା । ଯେଉଁଥିରେ ୪୧୭ କିଲୋମିଟର ଲମ୍ବା ରେଲୱେ ଟ୍ରାକରେ ସିଗନାଲ୍ ସିଷ୍ଟମ ଲାଗିଥାନ୍ତା । ଏହାକୁ ଏବେ ରେଲୱେ ପକ୍ଷରୁ ବାତିଲ୍ କରି ଦିଆଯାଇଛି । ଏହା ପୂର୍ବରୁ ସରାକର ବିଏସଏନଏଲ ଓ ଏମଟିଏନଏଲକୁ କମ୍ ପରିମାଣର ଚାଇନା ସାମଗ୍ରୀ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଭାରତୀୟ ରେଳବାଇର ଡେଡିକେଟେଡ୍ ଫ୍ରେଟ୍ କରିଡର କୋଅପରେସନ୍ ଅଫ୍ ଇଣ୍ଡିଆ(DFCCIL), ବେଜିଂ ନ୍ୟାସନାଲ ରେଲୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସିଗନାଲ ଆଣ୍ଡ କମ୍ୟୁନିକେସନ୍ ଗ୍ରୁପ୍ ସହିତ ହୋଇଥିବା ବୁଝାମଣାକୁ ବାତିଲ୍ କରିଛି । ଏହି ପ୍ରୋଜେକ୍ଟରେ ଚୀନ କମ୍ପାନୀ କାନପୁର ଓ ଦୀନ୍ ଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନର ସେକ୍ସନ ମଧ୍ୟରେ ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ କମା କରିଥାନ୍ତା । ୪୧୭ କିଲୋମିଟର ଲମ୍ବରେ ଏହି କାମ ହେବାକୁ ଥିବାବେଳେ ଏଥିପାଇଁ ୪୭୧ କୋଟି ଟଙ୍କା ଖର୍ଚ୍ଚ ଦିଆଯାଇଥାନ୍ତା ।

ଭାରତୀୟ ରେଲୱେ ଅଧିନରେ DFCCIL ଖରାପ କାମ ପାଇଁ ଚୀନ କମ୍ପାନୀ ସହିତ ବୁଝାମଣା ବାତିଲ୍ କରିଥିବା କହିଛି । ୨୦୧୬ରେ କମ୍ପାନୀକୁ କାମ ଦିଆଯାଇଥିବା ବେଳେ ଏଯାଏଁ ମାତ୍ର ୨୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଗଲୱାନ୍ ଘାଟିରେ ଭାରତ ଓ ଚୀନ ଯବାନ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ୍ ହୋଇଥିଲେ । ଏହି ଘଟଣା ପରେ ଚୀନକୁ ନେଇ ଦେଶରେ ପ୍ରତିବାଦର ନିଆଁ ଜଳୁଛି । ଏଭଳି ସ୍ଥିତିରେ ରେଲୱେ ଚୀନ୍ କମ୍ପାନୀ ସହ ଚୁକ୍ତି ବାତିଲ୍ କରିବା ଏକ ଝଟକା ନିଶ୍ଚୟ ।

ପୁଣି ସାମ୍ନାକୁ ଆସିଲା ଚୀନର ଅସଲି ଚେହେରା, ଭାରତକୁ ଦେଲା ଏମିତି କିଛି ଧମକ

Leave a Reply