୭ ଘଣ୍ଟାର ‘ରକ୍ତାକ୍ତ ସଂଘର୍ଷ’, କମ୍ ସଂଖ୍ୟା ସତ୍ତ୍ୱେ ନିଜ ସ୍ଥାନରୁ ହଟି ନଥିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ସୋମବାର ରାତିରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ପ୍ରାୟ ୭ ଘଣ୍ଟା ଧରି ସଂଘର୍ଷ ଚାଲିଥିଲା । ସଂଘର୍ଷ ସନ୍ଧ୍ୟା ପ୍ରାୟ ୭ଟାରୁ ଆରମ୍ଭ ହୋଇଥିଲା । ସେହି ସମୟରେ ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ସାଥୀମାନଙ୍କ ସହ ପେଟ୍ରୋଲ ପଏଣ୍ଟ ୧୪ରେ ପହଞ୍ଚି ଥିଲେ । ଯେଉଁଠାରେ ଚୀନ ସୈନିକ ମହଯୁଦ୍ ଥିଲେ । ପ୍ରୋଟୋକଲ ପ୍ରକାରେ ଭାରତୀୟ ସେନା ନିଜ ସାଥିରେ କୌଣସି ଅସ୍ତ୍ରଶସ୍ତ୍ର ନେଇ ନଥିଲେ । ସୀମାରେ ଦୁଇ ଦେଶର ଯବାନ ପାଖରେ ବନ୍ଧୁକ ରଖିନଥାନ୍ତି । ବନ୍ଧୁକ ରଖିଲେ ମଧ୍ୟ ପିଠିରେ ଥାଏ ଓ ସେଥିରେ ଗୁଳି ନଥାଏ ।

କର୍ଣ୍ଣେଲ ସନ୍ତୋଷ ବାବୁ ଅନ୍ୟ ଯବାନଙ୍କ ପେଟ୍ରୋଲ ପଏଣ୍ଟ ୧୪ରେ ପହଞ୍ଚିଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ଓ ଠେଲାପେଲା । କର୍ଣ୍ଣେଲଙ୍କ ସହିତ ୫୦ ଜଣ ଯବାନ ଥିଲେ । ଚୀନ ସେନାକୁ ପୋଷ୍ଟ ଖାଲି କରିବାକୁ କହିବାରୁ ସେମାନେ ମନା କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଯାହା ପରେ ଭୟଙ୍କର ରୂପ ନେଇଥିଲା । ଉଭୟ ପକ୍ଷର ଯବାନ ପରସ୍ପରକୁ ଆକ୍ରମଣ କରିଥିଲେ । ଭାରତୀୟ ସୈନିକ ଚୀନ ସେନାର ଟେଣ୍ଟ ଭାଙ୍ଗି ଦେଇଥିଲେ । ଏହାପରେ ସେଠାରେ ହୋଇଥିଲା ବୀରତ୍ୱର ରକ୍ତପାତ । ରକ୍ତାକ୍ତ ସଂଘର୍ଷ ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା ।

ଠେଲାପେଲାରୁ ଢ଼େଲା ମାଡ଼

ଉଭୟ ପକ୍ଷର ସୈନିକ ଠେଲାପେଲା ପରେ ପରସ୍ପରକୁ ପଥର ଫିଙ୍ଗିଥିଲେ । ଏହାପରେ ଚୀନ ସେନା ଭାରତୀୟ ଯବାନଙ୍କ ଉପରେ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଯାହାର କଳ୍ପନ କରିପାରି ନଥିଲେ ଭାରତୀୟ ଯବାନ । ଏଭଳି ଚୀନ ଶ୍ରମିକ ପୂରା ଯୋଜନାର ସହିତ କରିଥିଲେ । ଏଥିରେ ଉଭୟ ପକ୍ଷର କେତକ ଶ୍ରମିକ ନଦୀରେ ଖସି ପଡ଼ିଥିଲେ । ମଙ୍ଗଳବାର ସକାଳୁ ସେମାନଙ୍କ ମୃତଦେହ ମିଳିଥିଲା ।

୫୦ ସୈନିକଙ୍କ ଆଗରେ ୨୫୦ ଯବାନ

ବିବାଦ ଆରମ୍ଭରୁ ସେଠାରେ ଚୀନର ପ୍ରାୟ ୨୫୦ ଜଣ ସୈନିକ ଥିଲେ । ଯେତେବେଳେ କି ଭାରତ ପକ୍ଷରୁ ପ୍ରାୟ ୫୦ ଜଣ ଯବାନ ଥିଲେ । ସଂଖ୍ୟା ବହୁତ୍ କମ ଥାଇ ବି ଭାରତୀୟ ଯବାନଙ୍କ ମନୋବଳ ଦୃଢ଼ ଥିଲା । ସେମାନେ ନିଜ ସୀମାରୁ ଟିକିଏ ବି ପଛକୁ ହଟି ନଥିଲେ । ବରଂ ଡ୍ରାଗନକୁ ପଛକୁ ହଟିବା ପାଇଁ ଅଡ଼ି ବସିଥିଲେ । କିନ୍ତୁ, ସେମାନ ପଛକୁ ହଟିବା ପରିବର୍ତ୍ତେ ଆକ୍ରମଣ କରିଥିଲେ । ପ୍ରଥମ ଆକ୍ରମଣରେ କର୍ଣ୍ଣେଲ ବାବୁଙ୍କ ସହ ଅନ୍ୟ ୨ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ ।

୭ ଘଣ୍ଟାର ସଂଘର୍ଷରେ ୨୦ ସହିଦ

ମୁହାଁମୁହିଁର ଘଣ୍ଟାଏ ଭିତରେ ସେଠାରେ ଭାରତ ପକ୍ଷରୁ ଆଉ ଯବାନ ପହଞ୍ଚିଥିଲେ । ଉଭୟ ପକ୍ଷର ପ୍ରାୟ ୫ ଶହ ଯବାନଙ୍କ ମଧ୍ୟରେ ଉତ୍ତେଜନା ହିଂସାତ୍ମକ ହୋଇଥିଲା । ଯେଉଁଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ସହ ୧୮ ଜଣ ଗୁରୁତର ଆହତ ହୋଇଥିଲେ । ଯେତେବେଳେ କି ଚୀନର ୪୦ରୁ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

Leave a Reply