ଦେଶର ସାର୍ବଭୌମତ୍ୱ ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ

1 min read

ନୂଆଦିଲ୍ଲୀ: ଏଲଏସିକୁ ନେଇ ପୁଣି ଭାରତ ସ୍ପଷ୍ଟ ପ୍ରତିକ୍ରିୟା ରଖିଛି । ଦେଶରେ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ନେଇ କୌଣିସ ବୁଝାମଣା ହେବନି । ପରିସ୍ଥିତି ଯାହା କିଛି ବି ହେଉ ସମ୍ମୁଖରେ ଯେ କେହି ବି ଥାଉ ଭାରତ ପାଇଁ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ଗୁରୁତ୍ୱପୂର୍ଣ୍ଣ । ସୀମାରେ ଡ୍ରାଗନର ହରକତକୁ ନେଇ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି- ‘ମତଭେଦକୁ ଶାନ୍ତିର ସହ ସମାଧାନ ଭାରତ ଚାହୁଁଛି । ଏଥିସହ ବିଗୁଡ଼ୁଥିବା ସ୍ଥିତିକୁ ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବି ଆମେ ପ୍ରସ୍ତୁତ ଅଛୁ ।’

ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ସୀମାରେ ଶାନ୍ତି ଓ ଭାଇଚାରା ବନାଇ ରଖିବା ଦରକାର । ଏଥିସହ କଥାବାର୍ତ୍ତା ଜରିଆରେ ମତଭେଦ ଦୂର ପାଇଁ ଆମେ ଚାହୁଁଛୁ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିବା ଭଳି ଦେଶରେ ସାର୍ବଭୌମତ୍ୱ ଓ ଅଖଣ୍ଡତା ରକ୍ଷା ନେଇ ଆମର ପ୍ରତିବଦ୍ଧତା ରହିଛି ।

ଲଦାଖର ଗଲୱାନ୍ ଘାଟିରେ ଉପୁଜିଥିବା ସ୍ଥିତିକୁ ନେଇ ଆଲୋଚନା ଚାଲିଛି । ଆଶା କରୁଛୁ- ଚୀନ ନିଜ ସୀମା ଭିତରେ ରହି ତାର କାମ କରିବ । ୨ ଦେଶ ମଧ୍ୟରେ ଥିବା ସମ୍ପର୍କ ବର୍ତ୍ତମାନ ଯାଏଁ ଅତୁଟ ରହିଛି । ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଛି । ଗୁରୁବାର ୨ ଦେଶର ମେଜର ଜେନରାଲ ଲେବଲ ମିଟିଂ ହୋଇଛି । ପୂର୍ବ ଲଦାଖରେ ଅଶାନ୍ତ ପରିସ୍ଥିତିକୁ ଶାନ୍ତିପୂର୍ଣ୍ଣ ସମାଧାନର ରାସ୍ତା ବାହାର କରିବାକୁ ୨ ପକ୍ଷ ବୈଠକ ୬ ଘଣ୍ଟା ଯାଏଁ ବସିଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ବୁଧବାର ମଧ୍ୟ ବୈଠକ ବସିଥିଲା । କିନ୍ତୁ, ସେଥିରୁ କିଛି ନିର୍ଯ୍ୟାସ ବାହାରି ପାରିନାହିଁ ।

ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

Leave a Reply