ରାହୁଲ ଗାନ୍ଧୀଙ୍କୁ ବିଦେଶମନ୍ତ୍ରୀଙ୍କ ଜବାବ: ‘ଅସ୍ତ୍ର ନେଇ ଯାଇଥିଲେ ଭାରତୀୟ ସୈନିକ’

1 min read

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି, ଭାରତୀୟ ସେନାର ଯବାନମାନେ ଅସ୍ତ୍ର ନେଇ ସୀମାରେ ଡ୍ୟୁଟି କରନ୍ତି । ଏବଂ ୧୫ ଜୁନରେ ମଧ୍ୟରେ ସୈନିକ ଅସ୍ତ୍ର ନେଇ ଯାଇଥିଲେ । ବିନା ଅସ୍ତ୍ରରେ ଯବାନମାନଙ୍କୁ ସୀମାକୁ ଯିବା ନେଇ କିଏ ଅନୁମତି ଦେଇଥିଲା ବୋଲି ରାହୁଲ ଗାନ୍ଧୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜୟଶଙ୍କର ।

ସେ ଟ୍ୱିଟ୍ ଯୋଗେ ପଚରାଯାଇଥିବା ପ୍ରଶ୍ନର ରିଟ୍ୱିଟ୍ କରି ଉତ୍ତର ଦେଇଛନ୍ତି । ଏବଂ କହିଛନ୍ତି ଆସନ୍ତୁ ଆମେ ଫେକ୍ଟକୁ ସ୍ପଷ୍ଟ କରିବା । ସୀମାରେ ନିୟୋଜିତ ସମସ୍ତ ସୈନିକ ସବୁବେଳେ ଅସ୍ତ୍ର ନେଇ ଯାଆନ୍ତି । ବିଶେଷ କରି ପୋଷ୍ଟରୁ ବାହାରିବା ସମୟରେ । ୧୫ ଜୁନ୍‌ରେ ଗଲଓ୍ୱାନ ଘାଟିରେ ମଧ୍ୟ ସୈନିକ ଏଭଳି କରିଥିଲେ । ଆବଶ୍ୟ ଲମ୍ୱା ସମୟ ଚାଲିଆସୁଥିବା ପ୍ରଥା (୧୯୯୬-୨୦୦୫ ବୁଝାମଣା) ଅନୁଯାୟୀ ଅସ୍ତ୍ରର ବ୍ୟବହାର କରନ୍ତିନାହିଁ ।

ସୂଚନା ଯୋଗ୍ୟ ଯେ, ୧୫ ଜୁନ୍‌ ରାତିରେ ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ ସୈନିକ ହତାହାତି ହୋଇଥିଲେ । ଯେଉଁଥିରେ ୨୦ ଯବାନ ଶହୀଦ ହୋଇଛନ୍ତି ।

Leave a Reply