spot_img
Home Blog Page 6718

ଅଶୁଭ ୨୦୨୦: ବିଜୟଙ୍କ ପରେ ଅଜିତଙ୍କ ପ୍ରସ୍ଥାନ, ଶୋକରେ ଓଲିଉଡ୍

ଭୁବନେଶ୍ୱର: ଆରପାରିରେ ଭେଟେରାନ୍ ଓଲିଉଡ୍ କଳାକାର ଅଜିତ୍ ଦାସ । କିଛିଦିନ ତଳେ କୋଭିଡ୍ ସଂକ୍ରମିତ ହୋଇଥିବା ଅଜିତ୍ ଦାସଙ୍କ ମୃତ୍ୟୁ ହୋଇଛି । ୭୧ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି । କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ୍ ଦାସ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର ।

ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ଉତ୍କଳ ସଂଗୀତ ବିଶ୍ୱ ବିଦ୍ୟାଳୟର ଡ୍ରାମା ବିଭାଗ ଅଧ୍ୟାପକ ଥିଲେ । ମେଘ ମୁକ୍ତି ସିନେମାରେ ପ୍ରଥମ ଥର ପାଇଁ ନାୟକ ଭୂମିକାରେ ନଜର ଆସିଥିଲେ । ଗତ ୧ ତାରିଖରେ ସେ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ।

ଭାରତ ଏବଂ ଚୀନ୍ ମଧ୍ୟରେ LACରେ ଯୁଦ୍ଧ ଭଳି ପ୍ରସ୍ତୁତି, ଜମାଟ ବାନ୍ଧିଲାଣି ଟ୍ୟାଙ୍କ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର

ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ପରିସ୍ଥିତି ଏଭଳି ହେଲାଣି, ଲାଗୁଛି ଯେମିତି କିଛି ଦିନ ମଧ୍ୟରେ ଯୁଦ୍ଧ ହୋଇଯିବ । କାରଣ LACରେ ଜମା ହେବାରେ ଲାଗିଲାଣି ଦୁଇ ସେନାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଦୁଇ ଦେଶ ପାଖରେ ଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଆଣି ସୀମାରେ ରଖିଲେଣି । ଯାହାଫଳରେ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ଯୁଦ୍ଧ ପରିସ୍ଥିତି ଉପୁଜିଲାଣି । LAC ନିକଟରେ ଉଭୟ ପାର୍ଶ୍ୱରେ ଟ୍ୟାଙ୍କ, ମେସିନ ଗନ୍‌ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବାୟୁସେନାର ଶକ୍ତି ମଧ୍ୟ ବୃଦ୍ଧି କରାଯାଉଛି ।

ସୀମାକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ ଶନିବାର ଦିନ ଚୁସୁଲରେ ବ୍ରିଗେଡ୍-କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମଳିପାରିନଥିଲା । ଭାରତକୁ ଯୁଦ୍ଧରେ ସାମ୍ନା କରିବା ପାଇଁ ଚାଇନା ସଜାଇବାରେ ଲାଗିଛି ତାର ସାମରିକ ବାହିନୀକୁ । ଟାଇପ୍ ୧୫ ଲାଇଟ ଟ୍ୟାଙ୍କ, ଇନଫେଣ୍ଟ୍ରି ଯୁଦ୍ଧ ଯାନ, AH4 ହାୱିଜର୍ ବନ୍ଧୁକ, HJ-୧୨ ଆଣ୍ଟି ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର, NAR-୭୫୧ ଲାଇଟ ମେସିନ୍ ଗନ୍‌, W-୮୫ ହେଭି ମେସିନ୍ ଗନ୍‌ ଏବଂ ଆଣ୍ଟି ମ୍ୟାଟେରିଆଲ୍ ସ୍ନାଇପର ରାଇଫଲକୁ ସୀମାରେ ନିଯୋଯିତ କରିଛି ।

ସେପଟେ ଭାରତ ମଧ୍ୟ ଚୀନ୍‌କୁ ଟକ୍କର ଦେବା ପାଇଁ LACରେ ଟି -୨୦ ଭୀଷ୍ମ ଟ୍ୟାଙ୍କ, ବିଏମ୍ପି-୨କେ ଯୁଦ୍ଧ ଯାନ, M୭୭୭ ଅଲଟ୍ରା ଲାଇଟ୍ ହାୱିଜର୍ ବନ୍ଧୁକ, ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ୍, NEGEV ଲାଇଟ୍ ମେସିନ୍ ଗନ୍‌, ଟିଆରଜି ସ୍ନାଇପର ରାଇଫଲ LAC ଉପରେ ନିୟୋଜିତ କରିଛି ଭାରତ । ଖାଲି ସେତିକି ନୁହେଁ, ଚୀନ୍‌କୁ ଚକମା ଦେବାପାଇଁ ଭାତୀୟ ବାୟୁସେନା ମଧ୍ୟ ପୁରା ତୟାର ହୋଇ ରହିଛି ।

ଆକାଶ ମାର୍ଗରୁ ଆକ୍ରମଣ ପାଇଁ ଭାରତ ସୁଖୋଇ ୩୦, ମିଗ୍ ୨୯, ମିରାଜ୍ ୨୦୦୦, ଚିନୁକ୍ ଏବଂ ଆପାଚେ ହେଲିକପ୍ଟର ନିୟୋଜିତ କରାଯାଇଛି । ଚାଇନା ଭାରତକୁ ଡ଼ରାଇବା ପାଇଁ ଚେଙ୍ଗଡୁ ଜେ -୨୦ ଷ୍ଟିଲ୍ଥ ଯୁଦ୍ଧ ବିମାନ LAC ରେ କିଛି ଦିନ ପୂର୍ବରୁ ଉଡିଥିଲା । ବର୍ତ୍ତମାନ ତିବ୍ବତରେ ପଠାରୀ ଅଞ୍ଚଳରେ ପରମାଣୁ ବୋମା ବିମାନ ଉଡ଼ାଇବାରେ ଲାଗିଛି ।

ପ୍ରଥମେ ଋଷ ଏହି ଦେଶକୁ ଦେବ କରୋନା ଭ୍ୟାକ୍ସିନ Sputnik Vର ୫ କୋଟି ଡୋଜ୍

ନୂଆଦିଲ୍ଲୀ: ଦୁନିଆରେ ପ୍ରଥମ କରୋନା ଭାଇରସ୍ ପାଇଁ ଭ୍ୟାକ୍ସିନ୍ ବାହାର କରିଥିବା ନେଇ ଋଷ ଦାବି କରିଥିଲା । ଏବେ ବ୍ରାଜିଲକୁ ପ୍ରଥମେ ଭ୍ୟାକ୍ସିନ୍ ଯୋଗାଣ ପାଇଁ ନିଷ୍ପତ୍ତି ନେଇଛି । ବ୍ରାଜିଲକୁ ୫ କୋଟି ଡୋଜ୍ ଭ୍ୟାକ୍ସିନ୍ ଦେବ ଋଷ । ଋଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ କହିଛି- ନଭେମ୍ବରରେ Sputnik V ଭ୍ୟାକ୍ସିନ୍ ଡେଲିଭରୀ ଆରମ୍ଭ ହେବ । ତେବେ, ବ୍ରାଜିଲ୍ ରେଗୁଲଟର୍ସ ତରଫରୁ ଅନ୍ତିମ ମଞ୍ଜୁରୀ ଏବେ ଯାଏଁ ମିଳିନାହିଁ ।

Russia Ship 50 Million Coronavirus Vaccine Sputnik V Doses Brazil

କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରୁ ଅନ୍ୟତମ ହେଉଛି ବ୍ରାଜିଲ୍ । ସେଠାରେ ଏବେ ଯାଏଁ କରୋନାର ୪୩ ଲକ୍ଷ ୧୫ ହଜାର ୮୫୮ ସଂକ୍ରମିତ ମାମଲା ମିଳିଛି । ୧ ଲକ୍ଷ ୩୧ ହଜାର ୨୭୪ରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ କରୋନା । ମୃତ୍ୟୁ ମାମଲାରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ୍ । ଯେତେବେଳେ କି ସଂକ୍ରମିତ ମାମଲାରେ ଆମେରିକା, ଭାରତ ପରେ ବ୍ରାଜିଲ୍ ତୃତୀୟ ସ୍ଥାନରେ ରହିଛି ।

Russia Ship 50 Million Coronavirus Vaccine Sputnik V Doses Brazil

ଋଷର କରୋନା ଭ୍ୟାକ୍ସିନ୍ ପାଇଁ ବ୍ରାଜିଲର ବହିୟା ରାଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି । ଅନୁମାନ କରାଯାଉଛି ରାଷ୍ଟ୍ରୀୟ ସ୍ତରରେ ବ୍ରାଜିଲ୍ ଋଷ ଟିକାକୁ ଆପଣାଇବ । କେତେକ ଦେଶ Sputnik V ଭ୍ୟାକ୍ସିନ୍ ଉପରେ ଆଲୋଚନା କରିବା ପରେ ଋଷ ଦ୍ୱିତୀୟ ଥର ଦାବି କରିଥିଲା ଭ୍ୟାକ୍ସିନ୍ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ।

Russia Ship 50 Million Coronavirus Vaccine Sputnik V Doses Brazil

ଋଷର କହିବା ଅନୁଯାୟୀ, ଭ୍ୟାକ୍ସିନର ପ୍ରସ୍ତୁତି ନେଇ ପୂର୍ବରୁ ଭିତ୍ତିଭୂମି ଥିଲା । ଏଥିପାଇଁ ବହୁତ କମ୍ ସମୟ ମଧ୍ୟରେ ଭ୍ୟାକ୍ସିନ୍ ପ୍ରସ୍ତୁତିରେ ସଫଳତା ମିଳିଲା । ଏହା ପୂର୍ବରୁ ଋଷିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ କହିଥିଲା ଆଶା ରହିଛି ଲ୍ୟାଟିନ୍ ଆମେରିକା ଅଞ୍ଚଳ ଭ୍ୟାକ୍ସିନର ୧୦ କୋଟି ଡୋଜ୍ ଗ୍ରହଣ କରିବ ।

Russia Ship 50 Million Coronavirus Vaccine Sputnik V Doses Brazil

Sputnik V ଲଞ୍ଚ ପରେ ବିଭିନ୍ନ ଦେଶ ଏବେ ଯାଏଁ ଭ୍ୟାକ୍ସିନର ଏକ ଅରବ ଡୋଜ୍ ଅର୍ଡର କରି ସାରିଲେଣି । ଅଗଷ୍ଟ ୧୧ରେ ଋଷ କରୋନା ଭ୍ୟାକ୍ସିନ୍ ଲଞ୍ଚ କରିଥିଲା । ସର୍ବସାଧାରଣଙ୍କ ପାଇଁ ଏହି ଭ୍ୟାକ୍ସିନ୍ ଜାନୁଆରୀ ୨୦୨୧ରୁ ଉପଲବ୍ଧ ହୋଇପାରେ ।

ସାମନାରେ ଆହ୍ୱାନ- ‘ମୁମ୍ବାଇ ଉପରେ ଲାଗିଛି ବାହାର ଲୋକଙ୍କ ଗ୍ରହଣ, ଏକାଠି ହୁଅ ମହାରାଷ୍ଟ୍ର ଭୂମିପୁତ୍ର’

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ, ସୁଶାନ୍ତ ସିଂହ ରାଜପୁତ କେସ ସମେତ କେତେକ ମାମଲାରେ ବିରୋଧର ସମ୍ମୁଖୀନ ହୋଇଥିବା ଶିବସେନା ପୁଣିଥରେ ମରାଠା ସମ୍ମାନ କାର୍ଡ ଖେଳିଛି । ଶିବସେନାର ମୁଖପତ୍ର ସାମନାରେ କୁହାଯାଇଛି- ମୁମ୍ବାଇର ମହତ୍ୱକୁ କମ୍ କରିବାକୁ ଯୋଜନାବଦ୍ଧ ପ୍ରୟାସ କରାଯାଉଛି । ମୁମ୍ବାଇ ବାରମ୍ବାର ବଦନାମ ହେବା ଷଡ଼ଯନ୍ତ୍ରର ଅଂଶ ।

ସାମନା ଖବରକାଗଜରେ ଲେଖାଯାଇଛି ମୁମ୍ବାଇକୁ ପାକିସ୍ତାନ କହୁଥିବା ଜଣେ ଦୁଷ୍ଟ (ଅଭିନେତ୍ରୀ)ଙ୍କ ପଛରେ କିଏ ରହିଛନ୍ତି । ମହାରାଷ୍ଟ୍ର ଭୂମିପୁତ୍ର ଏକାଠି ହୋଇଯିବା ଉଚିତ୍ । ଏବେ କଷ୍ଟର ସମୟ ଆସିଛି । ଖବରକାଗଜ ମୁତାବକ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଗ୍ରହଣ ଲଗାଇବା ପାଇଁ ପ୍ରୟାସ ଆଉ ଥରେ ଆରମ୍ଭ ହୋଇଛି । ଏହି ଗ୍ରହଣ ‘ବାହାର’ ଲୋକ ଲଗାଉଛନ୍ତି ।

ସାମନାରେ ଲେଖାଯାଇଛି, ଦିଲ୍ଲୀ ଅଥବା ମହାରାଷ୍ଟ୍ରରେ ସରକାର କାହାକୁ ବି, କୌଣସି ଅଜ୍ଞାତ ଶକ୍ତି ଆମ ମୁମ୍ବାଇ ବିରୋଧରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରନ୍ତି । କିନ୍ତୁ ସଂଯୁକ୍ତ ମହାରାଷ୍ଟ୍ରର ଜେଲ୍ ଦ୍ୱାରରେ ଧାଡ଼ି ହୋଇ ଛିଡ଼ା ହେଉଥିବା ‘ବୀର’ ଆଜି କୁଣ୍ଠିତ ହୋଇ ଯାଇଛନ୍ତି କି ?

Shiv Sena Saamna Invokes Maratha Pride Maharashtra Appeals Unity
Courtesy: Saamna

ମରାଠୀ ଅସ୍ମିତା କଥା କହି ଖବରକାଗଜରେ ଲେଖାଯାଇଛି- ଆଜି ପୁଣି ଥରେ ଭୂମିପୁତ୍ର ତଥା ମରାଠୀ ସ୍ୱାଭିମାନକୁ ଯୋଜନାବଦ୍ଧ ଭାବେ ଦମନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ମହାରାଷ୍ଟ୍ର ରକ୍ତରେ ମରାଠୀ କଣିକାକୁ ଶେଷ କରିବାକୁ ଷଡ଼ଯନ୍ତ୍ର କରାଯାଇଛି । ସୂର୍ଯ୍ୟ, ଚନ୍ଦ୍ର ଯେବେ ଯାଏଁ ଥିବେ, ମହାରାଷ୍ଟ୍ରକୁ ମୁମ୍ବାଇ ମିଳିବନି । ଏମିତି ଶବ୍ଦ ଉଚ୍ଚାରଣ କରି ଭୂମିପୁତ୍ରଙ୍କୁ ଖରାପ ଦର୍ଶାଇବାକୁ ଷଡ଼ଯନ୍ତ୍ର ରାଜନୀତି କରାଯାଉଛି ।

ଆହୁରି ଲେଖାଯାଉଛି- ମୁମ୍ବାଇର ମହତ୍ୱ, ମୁମ୍ବାଇର ବୈଭବ କମ କରିଦେଲେ ମହାରାଷ୍ଟ୍ରର ମନକୁ ମନ ପତନ ହୋଇଯିବ । ଏମିତି ଯାହା ମନରେ ଅଛି, ସେମାନେ ଭୂମିପତ୍ରଙ୍କୁ ଦୁର୍ବଳ କରୁଛନ୍ତି । ମୁମ୍ବାଇ ଭୂମିପୁତ୍ରଙ୍କର ହେବ । ତାକୁ ଧନ-ଧ୍ୟାନ୍ୟରେ ସମ୍ପନ୍ନ ଆମ ଲୋକହିଁ ତିଆରି କରିଛନ୍ତି । ଗର୍ବ, ଅହଙ୍କାର ମୁମ୍ବାଇର ସେଠ ଲୋକଙ୍କଠାରେ ପୂର୍ବରୁ ଅଛି, ଆଜି ବି ରହିଛି । ଶିବସେନା ପ୍ରଥମେ ଏହି ଗର୍ବ ଉତ୍ତାରିବା କାମ କରିଛି । ଏଥିପାଇଁ ଶିବସେନା ପ୍ରତି ଦିଲ୍ଲୀ ମନରେ ସର୍ବଦା ଅଲଗା ଭାବନା ରହିଛି । ଯିଏ ଶିବସେନା ବିରୋଧରେ କହିବ, ସେ ଦିଲ୍ଲୀର ‘ପ୍ୟାରୀ ଡାର୍ଲିଂ’ ହେବ ।

ସାମନାରେ ଛପା ଯାଇଥିବା ଖବର ମୁତାବିକ, ମୁମ୍ବାଇ ଦେଶର ହେଉ କି ଦୁନିଆର । କିନ୍ତୁ ତା ଉପରେ ପ୍ରଥମ ଅଧିକାର ହେଉଛି ମହାରାଷ୍ଟ୍ରର । ଯେବେଯେବେ ମୁମ୍ବାଇକୁ ଦବାଇବା ପାଇଁ ପ୍ରୟାସ ହୋଇଛି ମହାରାଷ୍ଟ୍ର ତାର ପ୍ରତିକାର କରିଛି । ଖବରକାଗଜ ଅନୁସାରେ ଯେଉଁଦିନ ‘ଠାକରେ’ ବ୍ରାଣ୍ଡର ପତନ ହୋଇଯିବ ସେ ଦିନ ମୁମ୍ବାଇର ପତନ ଆରମ୍ଭ ହୋଇଯିବ ।

ଖବରକାଗଜରେ ଲେଖାଯାଇଛି- ‘ଠାକରେ’ ମହାରାଷ୍ଟ୍ର ସ୍ୱାଭିମାନର ବ୍ରାଣ୍ଡ ଅଟେ । ଅନ୍ୟ ମହତ୍ୱପୂର୍ଣ୍ଣ ‘ବ୍ରାଣ୍ଡ’ ପାୱାର ନାମରେ ଚାଲୁଛି । ମୁମ୍ବାଇରେ ଏହି ବ୍ରାଣ୍ଡକୁ ନଷ୍ଟ କରିବା ପରେ ମୁମ୍ବାଇ କବଜା କରିବାକୁ ଷଡ଼ଯନ୍ତ୍ର କରାଯାଉଛି ।

ବିଲରେ ଆକାଶରୁ ଖସିଲା ଉଡ଼ନ୍ତା ବେଲୁନ୍‌, ମାଓବାଦୀ ଓଡ଼ାଇଥିବା ନେଇ ସନ୍ଦେହ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସାନଡ଼ଙ୍ଗର ଗାଁରେ ଉଡ଼ନ୍ତା ବେଲୁନକୁ ନେଇ ଆତଙ୍କ । ଜମିରେ ପଡ଼ିଥିବା ଏହି ବେଲୁନରେ ଜିପିଏସ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ସର୍କିଟ ଲାଗିଥିବା ଜଣାପଡ଼ିଛି । ଫଳରେ ଏହି ରହସ୍ୟମୟ ବେଲୁନକୁ ଦେଖି ଭୟଭିତ ହୋଇଛନ୍ତି ଲୋକେ । କିଛି ମହିଳା ଜମିରେ କାମ କରୁଥିବା ବେଳେ ହଠାତ୍ ଆକାଶମାର୍ଗରୁ ଏକ ବଡ଼ ବେଲୁନ୍ ଖସି ପଡ଼ିଥିଲା । ଏଥିରେ ଜିପିଏସ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ଡିଭାଇସ ଲାଗିଥିବା ଦେଖିବାକୁ ମିଳିଥିଲା । ଏନେଇ ଗ୍ରାମବାସୀ ତୁଷୁରା ଥାନାକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବେଲୁନ୍ ଓ ସେଥିରେ ଲାଗିଥିବା ଜିପିଏସ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ସର୍କିଟକୁ ଜବତ କରିଛି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଜିପିଏସ୍ ସିଷ୍ଟମ୍ ଖଞ୍ଜା ଯାଇଥିବା ବେଲୁନ୍ ଉଡାଉଥିଲା, ଏହାକୁ ନେଇ ପୋଲିସ୍ ଅଧିକ ତଦନ୍ତ  ଜାରି ରଖିଛି । ତେବେ ବେଳୁନ ପଡ଼ିବା ସ୍ଥାନରୁ ମାତ୍ର ୧୨କିଲୋମିଟର ଦୂରରେ କଳାହାଣ୍ଡି ମୋହନଗିରିରେ ସିଆରପିଏଫ କ୍ୟାମ୍ପ ରହିଛି ଯାହାକୁ ନଜରରେ ରଖି ମାଓବାଦୀମାନେ ଛାଡ଼ିଥିବା ଲୋକେ ସନ୍ଦେହ କରୁଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଆ ଓ ଝିଅକୁ ହାଣିଦେଲେ ଦୁର୍ବୃତ୍ତ

ଯୋଡ଼ା: ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା । ରାତିରେ ଘରେ ସୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ଦୁଇ ମୃତ ଦେହ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଶଙ୍କରପୁର ଗାଁ ଧଳାଡ଼ିହି ସାହିରେ ଘଟିଛି ଏଭଳି ଡବଲ ମର୍ଡ଼ର । ଶୋଇଥିବା ଅବସ୍ଥାରେ ମାଆ ଓ ୭ ବର୍ଷର ଝିଅକୁ ନିର୍ମମ ହତ୍ୟା କରାଯାଇଛି । ମୃତ ଝିଅର ନାମ ହେଉଛି ଲଷ୍ମୀ ମୁଣ୍ଡା  ଓ ମୃତ ମାଆ ହେଉଛି ସରସ୍ଵତୀ ମୁଣ୍ଡା ।

ଦୁଇଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ତେବେ ଏଥିରେ ପାଞ୍ଚ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରସ୍ୱତୀଙ୍କ ସ୍ୱାମୀ ହତ୍ୟା ଉଦ୍ୟମ ଅଭିଯୋଗରେ ଚମ୍ପୁଆ ଜେଲରେ ରହିଛି । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି । ସେପଟେ ଦୁଇ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ଦାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ,ଲାଲୁ କହିଲେ-ମୁଁ ନିଶବ୍ଦ,ଦୁଃଖୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଯାଇଛି । ଆଜି ଦିଲ୍ଲୀର ଏମସ(AIIMS)ରେ ତାଙ୍କର ଦେହାନ୍ତ ହୋଇଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କ ନିକଟତମ ରଘୁବଂଶ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ । ରଘୁବଂଶ ବାବୁ ନାମରେ ବିହାର ରାଜନୀତିରେ ପରିଚିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ କିଛି ଦିନ ତଳେ ଏମସରେ ଭର୍ତ୍ତି କରାଯାଇଥିଲା ।

ନିଶ୍ୱାସ ନେବାରେ ଥିଲା ସମସ୍ୟା
ଗତ କିଛି ଦିନ ଧରି ରଘୁବଂଶଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ଥିଲା । କୁହାଯାଉଛି ଯେ, ନିଶ୍ୱାସ ନେବାରେ ସମସ୍ୟା ଥିଲା । ଆଇସିୟୁରେ ଭର୍ତ୍ତି ଥିବା ରଘୁବଂଶଙ୍କ ନୀରିକ୍ଷଣ ୪ ଜଣ ଡାକ୍ତର କରୁଥିଲେ । ଅଗଷ୍ଟ ୪ ତାରିଖରୁ ରଘୁବଂଶ ଏମସରେ ଭର୍ତ୍ତି ହୋଇଥିଲେ । ଗତ ୪ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ ।

ଆରଜେଡିରୁ ଦେଇଥିଲେ ଇସ୍ତଫା
ସୂଚନାଯୋଗ୍ୟ ଯେ, ନିକଟରେ ରଘୁବଂଶ ରାଷ୍ଟ୍ରିୟ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଏକ ସାଧାରଣ କାଗଜରେ ହସ୍ପିଟାଲ ବେଡରୁ ନିଜ ଇସ୍ତଫା ପତ୍ର ଲେଖିଥିଲେ ରଘୁବଂଶ । ଲାଲୁଙ୍କୁ ସମ୍ବୋଧିତ କରି ଲେଖିଥିବା ଇସ୍ତଫା ପତ୍ରରେ ସେ ଗତ ୩୨ ବର୍ଷ ଧରି ତାଙ୍କ ଅନୂସରଣ କରୁଥିଲେ କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ କାରଣରୁ ଆଉ ସମ୍ଭବ ନୁହେଁ ବୋଲି ଲେଖିଥିଲେ ।

ରଘୁବଂଶଙ୍କ ଦେହାନ୍ତ ପରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପ୍ରିୟ ରଘୁବଂଶ ବାବୁ ଇଏ କ’ଣ କଲେ,ପ’ରଦିନ ହିଁ ତ’ ମୁଁ ଆପଣଙ୍କୁ କହିଥିଲି-ଆପଣ କୁଆଡେ ଯାଉନାହାନ୍ତି,ଏବେ ଆପଣ ଏତେ ଦୂର ଚାଲିଗଲେ । ମୁଁ ନିଶବ୍ଦ,ଦୁଃଖୀ । ବହୁତ ମନେ ପଡିବେ ।

ଖୋର୍ଦ୍ଧାରୁ ପୁଣି ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, କରୋନାରେ ଗଲା ୧୦ ଜଣଙ୍କର ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତି ଦିନ ୩ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୯୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ହଜାର ୩୪୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଶହ ୬୫ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏକ ଲକ୍ଷ ୫୦ ହଜାର ୮୦୭ ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୭୯ ଜଣ । ରାଜ୍ୟରେ ୨୪ ଳକ୍ଷ ୨୩ ହଜାର ୧୨୪ କମୁଲେଟିଭ ଟେଷ୍ଟ ଏପର୍ଯ୍ୟନ୍ତ ହୋଇଛନ୍ତି ।

୩୦ ଜିଲ୍ଲାରୁ ୩୯୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୩, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୪୬, ଭଦ୍ରକରୁ ୧୨୩, ବଲାଙ୍ଗିରରୁ ୧୪୨, ବୌଦ୍ଧରୁ ୬୧, କଟକରୁ ୩୮୨, ଦେବଗଡ଼ରୁ ୧୫, ଢ଼େଙ୍କାନାଳରୁ ୭୪, ଗଜପତିରୁ ୧୬, ଗଞ୍ଜାମରୁ ୮୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୨୮, ଝାରସୁଗୁଡ଼ାରୁ ୧୬୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୬, କେନ୍ଦ୍ରାପଡ଼ାରୁ ୧୫୬, କେନ୍ଦୁଝରରୁ ୭୬, କୋରାପୁଟରୁ ୧୦୦, ମାଲକାନାଗିରିରୁ ୬୮, ମୟୂରଭଞ୍ଜରରୁ ୧୪୭, ନବରଙ୍ଗପୁରରୁ ୧୧୨, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୧୨୮, ପୁରୀରୁ ୨୧୨, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୧୪୧, ସୋନପୁରରୁ ୯୧, ସୁନ୍ଦରଗଡ଼ରୁ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଆଜି ମଧ୍ୟ ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ରହିଛି ୬୨୬ । ବାଲେଶ୍ୱରରୁ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଭୁବନେଶ୍ୱରରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଜଣଙ୍କ ବୟସ ୬୨ ବର୍ଷ ଏବଂ ଅନ୍ୟ ଜଣଙ୍କର ବୟସ ୬୬ ବର୍ଷ ।

ସେହିଭଳି ଗଞ୍ଜାମରୁ ୫୫ ବର୍ଷୀୟ ବ୍ୟକ୍ତି, କଟକରୁ ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି ଜଣଙ୍କ ବୟସ ୪୫ ବର୍ଷ ଏବଂ ଅନ୍ୟ ଜଣଙ୍କର ବୟସ ୭୦ ବର୍ଷ । କଳାହାଣ୍ଡିରୁ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଖୋର୍ଦ୍ଧାରୁ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୬୦ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେପଟେ ସୁବର୍ଣ୍ଣପୁରରେ ମଧ୍ୟ ୮୪ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଦାୟିତ୍ୱ ତୁଲାଇ ପାରୁନି ଡ଼ାକ ବିଭାଗ, ପୋଲ ତଳେ ପଡ଼ିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର

ଦେବଗଡ଼: ଅଦରକାରୀ ଭାବେ ପୋଲ ତଳେ ପଡିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର । ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଆମ୍ବଗାଁ ପୋଲ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ଆମ୍ବଗାଁ ଲୋକେ ଏହି କାଗଜପତ୍ରକୁ ଉଦ୍ଧାର କରିଥିବା ବେଳେ ଏହା ବଣାଇ ଅନ୍ତର୍ଗତ ବଡଗୋଗୁଆ ଗ୍ରାମବାସୀଙ୍କ ବୋଲି ଜଣାପଡ଼ିଛି । ଏହି ସବୁ କାଗଜପତ୍ର ବଡଗୋଗୁଆ ପୋଷ୍ଟ ଅଫିସ୍ କୁ ଆସିଥିବା ବେଳେ କର୍ମଚାରୀଙ୍କ ବେପରୁଆ ମନୋଭାବ ପାଇଁ ଏହା ଅଦକାରୀ ଭାବେ ପଡିଥିବା ସନ୍ଦେହ କରାଯାଉଛି । ଏହି ଡକ୍ୟୁମେଣ୍ଟରେ ଆଧାର କାର୍ଡ, ପାନ୍ କାର୍ଡ, ଏଲ୍ ଆଇ ସି ପଲିସି, ପ୍ରଭୃତି ରହିଛି । ଅନ୍ୟପଟେ ବାଇକରେ ଯିବା ବେଳେ ଭୁଲବଶତଃ ଏହି କାଗଜପତ୍ର ଖସିପଡ଼ିଛି ବୋଲି ପୋଷ୍ଟାଲ କର୍ମଚାରୀ ରଜତକାନ୍ତ ସାମଲ ସଫେଇ ଦେଇଛନ୍ତି । ସେପଟେ ବଣାଇଁ ଅଞ୍ଚଳର ପୋଷ୍ଟାଲ କାଗଜପତ୍ର ଅନ୍ୟ ଏକ ଜିଲ୍ଲାକୁ ଗଲା କିପରି ତାହାର ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।

ନନ୍ଦିଘୋଷ ଟିଭିର ପ୍ରଭାବ : ନିଲମ୍ବିତ ହେଲେ ଖୋର୍ଦ୍ଧା ଟାଙ୍ଗୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାରଣା

ଖୋର୍ଦ୍ଧା: ନନ୍ଦିଘୋଷ ଟିଭିର ମହାପ୍ରଭାବ । ପିସି କାରବାର ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଟାଙ୍ଗୀ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧୀକାରୀ । ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାରଣାଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି । ବିଭାଗୀୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାରଣା  ଠିକାଦାରଙ୍କ ସହ ପିସି କାରବାର ନେଇ ମୁଲଚାଲ କରୁଥିବା ଭିଡିଓ ପ୍ରଥମେ ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।