ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବାରୁ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

1 min read

ଜଗତସିଂହପୁର: କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ। ଝାରସୁଗୁଡା ଜିଲ୍ଲା ସମାସିଂହା ସରପଞ୍ଚକୁ ଆକ୍ରମଣ ।l  କରୋନା ପଜିଟିଭଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେବାରୁ ଆକ୍ରାନ୍ତ ଓ ତାଙ୍କ ପୁଅମାନେ ମିଶି ସରପଞ୍ଚଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି କୋଲାବିରା ଥାନା ସମାସିଂହା ପଞ୍ଚାୟତ ସରପଞ୍ଚ ହେମନ୍ତ କୁମାର ସାହୁ । ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପଞ୍ଚାୟତରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇ ବାରମ୍ବାର ଘରୁ ବାହରକୁ ବାହାରି କୋଭିଡ ନିୟମ ଉଲଙ୍ଘନ କରୁଥିବାରୁ ସେ କୋଲାବିରା ବିଡିଓଙ୍କ ସହ ବିଚାରବିମର୍ଶ କରି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଇଥିଲେ ।

ଏହାପରେ ସେ ସେହି ଅଞ୍ଚଳକୁ ରାତିରେ ପରିଦର୍ଶନ ପାଇଁ ଯାଇଥିବା ସମୟରେ କରୋନା ଆକ୍ରାନ୍ତ ଓ ତାଙ୍କ ପୁଅମାନେ ବାହାରେ ବୁଲୁଥିବାର ଦେଖିବାକୁ ପାଇଲେ । ଫଳରେ ସେମାନଙ୍କୁ ଘର ବାହାରେ ବୁଲାବୁଲି ନକରି ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ । ସରପଞ୍ଚ ଜଣଙ୍କ ଜୀବନ ବଞ୍ଚାଇବାକୁ ସେଠାରୁ ଚାଲି ଆସିଥିଲେ । ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି  । ହେଲେ ଆଗଧାଡ଼ିର କରୋନା ଯୋଦ୍ଧା ଉପରେ ହେଉଥିବା ଆକ୍ରମଣକୁ ଗ୍ରାମବାସୀ ନିନ୍ଦl କରିବା ସହ ସରପଞ୍ଚଙ୍କୁ ନ୍ୟାୟ ଦେବାପାଇଁ ଦାବି କରିଛନ୍ତି  ।

https://www.facebook.com/NandighoshaTV/videos/881568465581514

 

Leave a Reply