ଶବ ସତ୍କାର ପାଇଁ ଅନୁମତି ପରେ ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ୍

 ପୁରୀ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବଦାହ ଉପରୁ କଟକଣା ଉଠିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି | ଅଗ୍ନିଶମ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ସାନିଟାଇଜ କରାଯାଇଛି | ବାହାର ଜିଲ୍ଲା ଲୋକଙ୍କ ଶବ ସଂସ୍କାର ପାଇଁ ଅନୁମତି ମିଳିଥିବାରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇ ପ୍ରଦୂଷଣ ଓ ସଂକ୍ରମଣ ମୁକ୍ତ କରାଯାଇଛି |

ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ କଟକଣା ହଟାଯାଇଥିଲା | ତେବେ କୋଭିଡ କଟକଣା ବଳବତ୍ତର ରହିଛି | ସ୍ୱର୍ଗଦ୍ୱାରରେ କୋଭିଡ୍‌ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି  । ସୂଚନା ଯୋଗ୍ୟ, ଗତ ଜୁଲାଇ ମାସରେ କରୋନା ମହାମାରୀ କାରଣରୁ ରଥଯାତ୍ରା ପାଇଁ ପୁରୀ ସହର ଚାରିପଟୁ ସିଲ୍‌ ହୋଇଥିଲା ବେଳେ, ରଥଯାତ୍ରା ପରେ ମଧ୍ୟ ସହର ବାହାର ଲୋକଙ୍କୁ ପୁରୀକୁ ବାରଣ କରାଯାଇଛି । ତେବେ ପୁରୀ ସହରକୁ ସମ୍ପୂର୍ଣ୍ଣ ବାରଣ ହୋଇନଥିବା ବେଳେ ସ୍ୱର୍ଗ ଦ୍ୱାରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ବାହାର ଜିଲ୍ଲାର କୌଣସି ମୃତ ଲୋକଙ୍କୁ  ପୁରୀ ସ୍ୱର୍ଗଦ୍ୱାରରେ ପୋଡ଼ିବାକୁ ସମ୍ପୂର୍ଣ୍ଣ ବାରଣ କରିଛି ପ୍ରଶାସନ । ସ୍ୱର୍ଗଦ୍ୱାରରେ ପୁରୀ ବାହାରର କେହିବି ଶବ ସତ୍କାର କରିପାରିବେ ନାହିଁ । କୋଭିଡ୍‌ କଟକଣା ଓ ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଅଧିକାଂଶ ଲୋକ ପ୍ରାୟତଃ ପୁରୀ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସ୍ୱଜନଙ୍କ ଶବ ସତ୍କାର ତଥା ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ କରୋନା ଭଳି ବିଷମ ପରିସ୍ଥିତିରେ ଏହି ସବୁକୁ ବାରଣ କରାଯାଇଥିଲା ।

୮୩ଦିନ ପରେ ଦେଶରେ ୫୦ହଜାରରୁ କମ ସଂକ୍ରମିତ ଚିହ୍ନଟ

Leave a Reply