ଭୁବନେଶ୍ୱର: ୭୧ ବର୍ଷ ବୟସରେ ବର୍ଷୀୟାନ ଓଲିଉଡ୍ କଳାକାର ଅଜିତ୍ ଦାସଙ୍କ ଦେହାନ୍ତ । କୋଭିଡ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଅଜିତ୍ ।
ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ କରୋନା….
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ପ୍ରଭାରୀ ଭାବେ ସଦ୍ୟ ନିଯୁକ୍ତ ତାମିଲନାଡ଼ୁ ସାଂସଦ ଏ ଚେଲ୍ଲା କୁମାର କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଏନେଇ ସେ ନିଜେ ତାଙ୍କ ଟ୍ୱିଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ଟ୍ୱିଇଟରେ ଉଲ୍ଲେଖ କରିଛନ୍ତି ଯେ, ମୋ କରୋନା ପଜିଟିଭ୍ ଅଟେ ।
I have been tested positive for Covid-19.I would like to request to all those who had come in contact with me the past few days to get themselves tested as a precautionary measure.Stay Safe 🙏🏻
— Dr A Chella Kumar (@DrAChellaKumar) September 12, 2020
ବିଗତ ଦିନରେ ମୋ ସହ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ନିଜ ନିଜର ଟେଷ୍ଟ କରାଇନେବା ପାଇଁ ମୁଁ ଅନୁରୋଧ କରୁଛି । ସେହିଭଳି ସେ ସମସ୍ତଙ୍କର ସୁସ୍ଥତା କାମନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏବେ ରାଜ୍ୟ କଂଗ୍ରେସର ପ୍ରଭାରୀ ଦାୟିତ୍ୱ ତୁଲାଉଛନ୍ତି । ତାମିଲନାଡ଼ୁର କ୍ରୀଷ୍ଣଗିରି ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବେ କାର୍ଯ୍ୟରତ ।
୪୦ ନୁହେଁ ଗଲବାନରେ ମରିଥିଲେ ୬୦ ଚୀନ୍ ସୈନିକ
ନୂଆଦିଲ୍ଲୀ: ଗଲବାନ ସଂଘର୍ଷରେ ୪୦-୪୫ ଜଣ ନୁହେଁ ବରଂ ୬୦ ଜଣ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ଏଭଳି ତଥ୍ୟ ରଖିଛି ଆମେରିକାର ଏକ ଗଣମାଧ୍ୟମ ସଂସ୍ଥା । ଆମେରିକୀୟ ଖବରକାଗଜ ନ୍ୟୁଜବିକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୀନ-ଭାରତ ସୀମା ବିବାଦରେ ପ୍ରାୟ ୬୦ ଜଣ ସୈନିକଙ୍କ ଜୀବନ ଯାଇଛି । ସେହିଭଳି ରିପୋର୍ଟରେ ଚୀନର ବିସ୍ତାରବାଦୀ ନୀତିକୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ଭାରତ ସହ ଥିବା ସୀମା ବିବାଦର ପ୍ରଚ୍ଛଦପଟ୍ଟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ର ଚକ୍ରାନ୍ତ ରହିଛି । ଚୀନ୍ ସେନାକୁ ସୀମାରେ ବିଶୃଙ୍ଖଳା କରିବା ପାଇଁ ନିର୍ଦ୍ଦେଶ ମିଳିଥିବା ବେଳେ ଚୀନ୍ ସେନା ନିଜ ଚକ୍ରାନ୍ତରେ ବିଫଳ ହୋଇଥିବା ରିପୋର୍ଟ କହୁଛି ।

ଅନ୍ୟପକ୍ଷରେ ଭାରତଠାରୁ ସୀମାରେ ପରଜାୟର ସ୍ୱାଦ ଚାଖିବା ପରେ ଚୀନ୍ ଅଧିକ ଆକ୍ରମଣାତ୍ମକ ହୋଇପାରେ । ଭାରତୀୟ ସୀମାରେ ପରିସ୍ଥିତି ଆହୁରି ସମ୍ୱେଦନଶୀଳ ହେବ । ଚୀନ୍ ସେନାରେ କମ୍ୟୁନିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତ କରି ଖୁବ୍ ଶୀଘ୍ର ଭାରତ ବିରୋଧୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହିବ ବୋଲି ସଂପୃକ୍ତ ଖବରକାଗଜ ସଂସ୍ଥା ଆଶାବ୍ୟକ୍ତ କରିଛି । ଏଣୁ ଭାରତ-ଚୀନ୍ ସୀମାରେ ବିବାଦ ଆଗାମୀ ଦିନରେ ଆହୁରି ପ୍ରବଳ ହେବ ।

ତେବେ ରିପୋର୍ଟରେ କୁହାଯାଇଛି ଯେ, ୨୦୧୨ରେ ସି ଜିନ୍ ପିଙ୍ଗ୍ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଗ୍ରହଣ କଲେ । ପରେ ଖୁବ୍ କମ୍ ଦିନ ମଧ୍ୟରେ ତାଙ୍କୁ ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ଦାୟିତ୍ୱ ମିଳିଲା । ଦାୟିତ୍ୱ ପାଇବା ପରେ ସେ ନିଜର ଭାରତ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ଆରମ୍ଭ କଲେ । ସୀମାରେ ବିବାଦ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ହେଲା । ମୋଟାମୋଟୀ ଭାବେ କହିଲେ ଚୀନ ଓ ଭାରତର ସୀମା ବିବାଦ ପାଇଁ ସି ଜିନ୍ ପିଙ୍ଗ୍ ପ୍ରମୁଖ ଭାବେ ଦାୟୀ । ସେହିଭଳି ଭାରତର ମିତ୍ର ରାଷ୍ଟ୍ର ଋଷ୍ ଏହି ସଂଘର୍ଷ ପୂର୍ବରୁ ଭାରତକୁ ସଟେତନ କରାଇଥିବା ନେଇ ଉକ୍ତ ଆମେରିକୀୟ ଖବରକାଗଜ ସଂସ୍ଥା କହିଛି । ଖବରକାଗଜ ସଂସ୍ଥାର କହିବା ଅନୁଯାୟୀ, ମଇ ମାସରେ ଋଷ ଭାରତ ସହ ସମ୍ପର୍କ କରି ଚୀନର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଥିଲା । ଏପରିକି ତିବ୍ବତରେ ଚୀନ ସମାରାଭ୍ୟାସ କରୁଥିବା ନେଇ ମଧ୍ୟ ସୂଚନା ଦେଇଥିଲା । ଏହାପରେ ଜୁନ ୩୦ରେ ଋଷର ସୂଚନା ସତ୍ୟ ସାବ୍ୟସ୍ତ ହେଲା ।
କରୋନା ଭାଇରସ୍ ଯୋଗୁଁ କମ୍ ଲୋକେ ହେଉଛନ୍ତି ଅସୁସ୍ଥ: ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଫେସ୍ ମାସ୍କ ଲୋକଙ୍କୁ ଭାଇରସ୍ ଏବଂ ଅନ୍ୟ ପ୍ରଦୂଷଣରୁ ସୁରକ୍ଷା ଦିଏ । ଏହି କାରଣରୁ କରୋନା ମହାମାରୀରେ ଲୋକଙ୍କୁ ଫେସ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଭଳି ଫେସ୍ ମାସ୍କ ଯୋଗୁଁ ଲୋକଙ୍କ ନିକଟରେ କମ୍ ମାତ୍ରାରେ ଭାଇରସ୍ ପହଞ୍ଚୁଛି । ଏବଂ କମ୍ ସଂଖ୍ୟକ ଲୋକ ମଧ୍ୟ ଅସୁସ୍ଥ ହେଉଛନ୍ତି । ଏଭଳି କି ଲୋକଙ୍କ ମଧ୍ୟରେ ଇମ୍ୟୁନିଟି ପାଓ୍ୱାର ମଧ୍ୟ ବୃଦ୍ଧି ଘଟୁଛି । ଏ ନେଇ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଆଲେଖ୍ୟରେ ଦାବି କରାଯାଇଛି । ଡାକ୍ତରଙ୍କ କହିବା ହେଲା ଯେ, ଏହା ଉପରେ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ।

ବ୍ରିଟିସ୍ ଟେଲିଗ୍ରାଫ୍ ରିପୋର୍ଟ ମୁତାବକ କିଛି ଗବେଷକଙ୍କ କହିବା ହେଲା ଯେ, ମାସ୍କ ଅଜ୍ଞାତରେ ହିଁ କରୋନା ବିରୋଧରେ ଲୋକଙ୍କ ଇମ୍ୟୁନିଟି ବୃଦ୍ଧି ହେଉଛି । ଏଥିଯୋଗଁ ଲୋକେ ମଧ୍ୟ କମ୍ ଅସୁସ୍ଥ ହେଉଛନ୍ତି । ତେବେ ସାଇଣ୍ଟିଫିକାଲି ଏହା ପ୍ରମାଣିତ ହୋଇନାହିଁ, କିନ୍ତୁ ଗବେଷକଙ୍କ ଭରସା ରହିଛି ଯେ, ଏହାଇ ସାଇଣ୍ଟିଫିକାଲି ପ୍ରମାଣିତ ହୋଇପାରିବ ।

ଗବେଷକଙ୍କ କହିବା ହେଲା ଯେ, ମାସ୍କ ପିନ୍ଧିବା ଯୋଗୁଁ ଅଧିକାଂଶ ଲୋକ ବିନା ଲକ୍ଷଣରେ କରୋନା ପଜିଟିଭ ହେଉଛନ୍ତି । ମାସ୍କ ଯୋଗୁଁ ବହୁତ କମ୍ ମାତ୍ରାରେ ଭାଇରସ୍ ତାଙ୍କ ନିକଟରେ ପହଞ୍ଚୁଛି । ଆର୍ଜେଣ୍ଟିନାର ଏକ ଜାହାଜରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ଗବେଷଣ ପ୍ରାପ୍ତ ତଥ୍ୟ ଅନୁଯାୟୀ ଯେଉଁ ଲୋକମାନେ N-95 ମାସ୍କ ପିନ୍ଧୁଥିଲେ । ସେମାନଙ୍କ ଠାରେ ବିନା ଲକ୍ଷଣରେ ସଂକ୍ରମିତ ହେବାର ହାର ୮୧% ରହିଛି । କିନ୍ତୁ ଏହା ପୂର୍ବରୁ ଯେଉଁ ଜାହାଜ ଉପରେ ଲୋକେ ମାସ୍କ ପିନ୍ଧିନଥିଲେ ସେମାନଙ୍କ ଠାରେ ବିନା ଲକ୍ଷଣରେ ସଂକ୍ରମିତ ହେବା ହାର ମାତ୍ର ୨୦% ରହିଥିଲା
ଦେଶରେ ପ୍ରତିଦିନ କରୋନା ପାଇଁ ମରୁଛନ୍ତି ହଜାରେରୁ ଅଧିକ ଲୋକ, ସୁସ୍ଥ ହେଲେଣି ୩୭ ଲକ୍ଷରୁ ଅଧିକ ରୋଗୀ
ପୁଣି କଂଗ୍ରେସରେ ଉଠିଲା ପ୍ରତିବାଦର ସ୍ୱର: ଅଦଳବଦଳ ନେଇ ଅସନ୍ତୋଷ ଜାହିର କଲେ ବରିଷ୍ଠ ନେତା
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଗତ ଦିନରେ ପାର୍ଟିରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିଛନ୍ତି । ପାର୍ଟିରେ ଏ ନେଇ ବହୁ ଦିନ ଧରି ଦାବି ହୋଇଆସୁଥିଲା । କଂଗ୍ରେସର ୨୩ ବରିଷ୍ଠ ନେତା ଦଳର ଶୀର୍ଷ ନେତୃତ୍ୱଙ୍କୁ ଚିଠି ଲେଖି ସାଂଗଠନିକ ପରିବର୍ତ୍ତନ ସହିତ ସ୍ଥାୟୀ ନେତୃତ୍ୱର ଦାବି କରିଥିଲେ । ଏହାପରେ ଶନିବାର ପାର୍ଟିର କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା, କିନ୍ତୁ ପରିବର୍ତ୍ତନ ସତ୍ତ୍ୱେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତା ।

ସୂଚନା ଅନୁଯାୟୀ, ପାର୍ଟିରେ ଅଦଳବଦଳ ନେଇ ଦାବି କରୁଥିବା ଅଧିକାଂଶ କଂଗ୍ରେସ ନେତା କଂଗ୍ରେସରେ ଏଭଳି ପରିବର୍ତ୍ତନ ନେଇ ଅସନ୍ତୁଷ୍ଟ ଅଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ଅଦଳବଦଳ ନିରାଶାଜନକ । ଏବଂ ଆମେ ଏହା ଦ୍ୱାରା ଅସନ୍ତୁଷ୍ଟ । ଏଭଳି ପରିବର୍ତ୍ତନ ଦ୍ୱାରା କଂଗ୍ରେସ ପାର୍ଟିର ପୁନରୁଦ୍ଧାର ହେଲା ଭଳି ମନେହେଉନି ।

୨୩ କଂଗ୍ରେସ ନେତା ଲେଖିଥିଲେ ପତ୍ର
ଉଲ୍ଲେଖ ଥାଉ ଯେ, ୧୩୫ ବର୍ଷ ପୁରୁଣା ପାର୍ଟିର ପଦର୍ଶନରେ ଦୀର୍ଗ ସମୟ ଧରି ଲଗାତାର ଅବନତି ପରିଲକ୍ଷିତ ହେଉଥିବାରୁ ଚିନ୍ତା ପ୍ରକଟ କରିଥିଲେ ବରିଷ୍ଠ ନେତା । କପିଲ ସିବଲ, ଗୁଲାମ ନବି ଆଜାଦ୍, ଆନନ୍ଦ ଶର୍ମା, ମୁକୁଲ ବାସନିକ, ଜିତିନ ପ୍ରସାଦ, ଶଶି ଥରୁର୍ ଏବଂ ମନିଷ ତିଓ୍ୱାରୀ ସମେତ ବହୁ ନେତା ପୁରୁଖା ନେତା ନିଜ ହସ୍ତାକ୍ଷର ଥିବା ଚିଠି ଲେଖିଥିଲେ । ସେମାନେ ପାର୍ଟିର ସ୍ଥିତି ନେଇ ଆତ୍ମସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଶନିବାର କଂଗ୍ରେସରର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଚିଠି ଲେଖିଥିବା ୨୩ ମଧ୍ୟରୁ ୧୮ କଂଗ୍ରେସ କର୍ମକର୍ତ୍ତା ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ ।
ସାମନାରେ ଆହ୍ୱାନ- ‘ମୁମ୍ବାଇ ଉପରେ ଲାଗିଛି ବାହାର ଲୋକଙ୍କ ଗ୍ରହଣ, ଏକାଠି ହୁଅ ମହାରାଷ୍ଟ୍ର ଭୂମିପୁତ୍ର’













