ସନ୍ଧ୍ୟା ୬ ଟାରେ ଦେଶକୁ ସମ୍ବୋଧିତ କରିବେ ମୋଦି, ସମସ୍ତଙ୍କୁ ଯୋଗ ଦେବା ପାଇଁ ଟ୍ୱିଟରେ କଲେ ଅନୁରୋଧ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୬ ଟାରେ ଦେଶ ପାଇଁ ନିଜର ବାର୍ତ୍ତା ରଖିବେ । କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଅନେକ ଥର ଦେଶକୁ ସମ୍ବୋଧିତ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଦେଶକୁ ସମ୍ବୋଧିତ କରିବେ ବୋଲି ତାଙ୍କ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି । ତେବେ ସେ ତାଙ୍କ ବାର୍ତ୍ତାରେ କଣ କହିବେ ? ଆଗକୁ କଣ ସବୁ କଟକଣାକୁ ମୁକ୍ତ କରିବେ ? ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଅନଲକ୍‌ ହେବା ଠାରୁ ମୋଦି ତାଙ୍କ ବାର୍ତ୍ତାରେ ପ୍ରତ୍ୟେକ ଥର କିଛି ନା କିଛି କ୍ଷେତ୍ରରେ କୋହଳ କରୁଛନ୍ତି । ସେପଟେ ଦେଶରେ କରୋନା ଟିକା ପରୀକ୍ଷଣ ଉପରେ ମଧ୍ୟ କିଛି ବାର୍ତ୍ତା ରଖିପାରନ୍ତି ।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଟୁଇଟ୍ କରି କହିଛନ୍ତି ଯେ ଆଜି ସନ୍ଧ୍ୟା ୬ ଟାରେ କରୋନା ସମୟରେ ପ୍ରତି ଥର ଭଳି ଏଥର ମଧ୍ୟ ଦେଶକୁ ଏକ ବାର୍ତ୍ତା ଦେବି । ବାର୍ତ୍ତାରେ ପୁରା ଦେଶବାସୀଙ୍କୁ ଯୋଗ ଦେବା ପାଇଁ ତାଙ୍କ ଟ୍ୱିଟରେ ଅନୁରୋଧ କରିଛନ୍ତି । ଯଦି ଦେଖିବା ଏପର୍ଯ୍ୟନ୍ତ ଦେଶରେ କରୋନାର ସଙ୍କଟ ଜାରି ରହିଛି । ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ନିୟମ ପାଳନ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ମୋଦି ଏହି ମନ୍ତ୍ର ଦେଇଛନ୍ତି ଯେଉଁ ପର୍ଯ୍ୟନ୍ତ ଔଷଧ ନାହିଁ ସେପର୍ଯ୍ୟନ୍ତ ଆମକୁ ଆରାମ ମିଳିବ ନାହିଁ ।

ତେବେ ଆଗକୁ ଏଥିପ୍ରତି ବୁହୁତ ଧ୍ୟାନ ଦେବା ଆବଶ୍ୟକତା ରହିଛିକି ଆମେ ଏହି ସମୟରେ କେମିତି ନିଜକୁ ସୁରକ୍ଷିତ ରଖିପାରିବା । କାରଣ ଦେଶରେ ଏବେ ପର୍ବପର୍ବାଣି ସମୟ ଚାଲିଛି । ଆଗାମୀ ଦିନରେ ମଧ୍ୟ ବହୁ ପର୍ବପର୍ବାଣୀ ଆସିବ । ତେବେ ଏପରି ପରିସ୍ଥିତିରେ ସରକାର ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କାରଣ ଉତ୍ସବ ଯୋଗୁଁ ବଜାର ଭିଡ଼ ହୋଇପାରେ ଏବଂ କରୋନା ପୁଣି ଦେଶରେ ବଢ଼ିପାରେ । ସେଥିପାଇଁ ସରକାର କ୍ରମାଗତ ଭାବରେ ଲୋକମାନଙ୍କୁ ନିବେଦନ କରୁଛନ୍ତି ସଚେତନ ରହିବା ପାଇଁ ।

Leave a Reply