ଭାଗ୍ୟ ଚମକାଇବ ସାମାନ୍ୟ ଲୁଣ, ଜାଣନ୍ତୁ କିପରି

1 min read

ଖାଦ୍ୟରେ ଲୁଣକୁ ବାଦ ଦେଲେ ତାହାର କୌଣସି ସ୍ୱାଦ ଜଣାପଡ଼େ ନାହିଁ । ଖାଦ୍ୟରେ ଲୁଣର ଏକ ପ୍ରମୁଖ ଭୂମିକା ରହିଛି, କିନ୍ତୁ ଜୀବନରେ ମଧ୍ୟ ଏହାର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ଲୁଣ ବ୍ୟବହାର କରାଯାଏ । ତେବେ ଏହାକୁ କେଉଁଭଳି ବ୍ୟବହାର କଲେ ଲାଭ ମିଳିବ ଆସନ୍ତୁ ଆଲୋଚନା କରିବା । ବାସ୍ତୁ ଅନୁସାରେ ଲୁଣକୁ କେବେ ମଧ୍ୟ ଷ୍ଟିଲ କିମ୍ବା ଲୌହ ବାସନରେ ରଖିବା ଅନୁଚିତ୍‌। ଏହାକୁ ସର୍ବଦା କାଚ ମଧ୍ୟରେ ରଖିବା ଉଚିତ୍‌। ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ । ଏହାକୁ ବ୍ୟବହାର କରି ଚିନ୍ତା ଏବଂ ରୋଗରୁ ମୁକ୍ତି ପାଇପାରିବେ, ଓ ରାହୁର ଅଶୁଭ ପ୍ରଭାବରୁ ମୁକ୍ତି ମିଳିବ ।

ଯଦି ଆପଣ କୌଣସି ମାନସିକ ସମସ୍ୟାରେ ଗତି କରୁଛନ୍ତି ତେବେ, ପ୍ରତିଦିନ ପାଣିରେ ସାମାନ୍ୟ ଲୁଣ ମିଶାଇ ସ୍ନାନ କରନ୍ତୁ । ଏଭଳି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ମାନସିକ ଶାନ୍ତି ମିଳିବ ।
ଯଦି ଆପଣ କିମ୍ବା ଘରର ଅନ୍ୟ କୌଣସି ସଦସ୍ୟ ଦୀର୍ଘ ସମୟ ଧରି ରୋଗଗ୍ରସ୍ତ ଅଛନ୍ତି ତେବେ ଏକ କାଚରେ ଲୁଣ ରଖି ଶୋଇବା ସ୍ଥାନରେ ରଖନ୍ତୁ । ଏକ ସପ୍ତାହ ପରେ ସେହି ଲୁଣକୁ ବଦଳାଇ ଦିଅନ୍ତୁ । କିଛି ସପ୍ତାହ ଏଭଳି କରିବା ଦ୍ୱାରା ନକରାତ୍ମକ ପ୍ରଭାବ ଦୂର ହୋଇ ଶରୀର ସୁସ୍ଥ ରହିଥାଏ ।

ରାତିରେ ଶୋଇବା ପୂର୍ବରୁ ପାଣିରେ ଏକ ଚୁଟକୀ ଲୁଣ ପକାଇ ସେହି ପାଣିରେ ହାତ-ଗୋଡ଼ ଧୋଇ ଶୋଇବାକୁ ଯାଆନ୍ତୁ । ଏଭଳି କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ରାତିରେ ଭଲ ନିଦ ହୋଇଥାଏ ।
ସୈନ୍ଧବ ଲୁଣ ବା ପିଙ୍କ୍‌ସଲ୍ଟକୁ ଏକ ଲାଲ ରଙ୍ଗର କପଡ଼ାରେ ବାନ୍ଧି ମୁଖ୍ୟଦ୍ୱାରରେ ଝୁଲାଇ ଦିଅନ୍ତୁ । ଏହା ପ୍ରଭାବରେ ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ ।

Leave a Reply