ଅପରାହ୍ଣ ୪ଟାରେ ଓଡ଼ିଶାବାସୀଙ୍କୁ ସମ୍ୱୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ । ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ଦୁଇ ଦିନ ହେଲା ରାଜ୍ୟରେ ଦୈନିକ ସଂକ୍ରମଣ ୨ହଜାର ତଳକୁ ଖସିଛି । ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତ ଟପିଛି । ଗଞ୍ଜାମ ପରେ ଖୋର୍ଦ୍ଧାରେ ମଧ୍ୟ ନିୟନ୍ତ୍ରଣକୁ ଆସିବାରେ ଲାଗିଛି କୋଭିଡ୍ ସ୍ଥିତି । ତେବେ ପାର୍ବଣ ଋତୁ ଚାଲିଥିବାରୁ ରାଜ୍ୟବାସୀ ଅଧିକ ସତର୍କ ହେବା ନେଇ ମୁଖ୍ୟମନ୍ତ୍ରୀ ଅପିଲ୍ କରିପାରନ୍ତି  ।

ରାଜ୍ୟରେ କମୁଛି କରୋନା: ୨୪ ଘଣ୍ଟା ମଧ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

Leave a Reply