୮୩ଦିନ ପରେ ଦେଶରେ ୫୦ହଜାରରୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଅକ୍ଟୋବର ଆଣିଛି ଆଶ୍ୱସ୍ତି । ୩ ମାସ ପରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଜୁଲାଇ ପରେ ଦେଶରେ ପ୍ରଥମ ଥର ପାଇଁ ୫୦ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଦେଶରେ ଆଜି ୪୬ହଜାର ୭୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ୫୮୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧୦.୨୩ ପ୍ରତିଶତ ଥିବାବେଳେ ସୁସ୍ଥ ହୋଇଛନ୍ତି ୮୮.୨୬ ପ୍ରତିଶତ । ଏହା ସହିତ ୧.୫୨ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୫ଲକ୍ଷ ୯୭ହଜାର ୬୪ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ରହିଛି ୭ଲକ୍ଷ ୪୮ହଜାର ୫୩୮ ରହିଛି । ୬୭ଲକ୍ଷ ୩୩ହଜାର ୩୨୯ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୫ହଜାର ୧୯୭ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୬ଲକ୍ଷ ୧୩ଶହ ୬୫ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୨ହଜାର ୨୪୦ରେ ପହଞ୍ଚିଛି । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୭ଲକ୍ଷରୁ ଅଧି୍କ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । ତାମିଲନାଡୁରେ ୬ଲକ୍ଷରୁ ଅଧିକ ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ୬୯୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ,  ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଏଠାରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।

Leave a Reply