spot_img
Home Blog Page 6612

ସାହିତ୍ୟ ପାଇଁ ଆମେରିକୀୟ ଲେଖିକା ଲୋଇସ ଗ୍ଲକ ମନୋନୀତ

ଚଳିତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି । ଆମେରିକାର ପ୍ରସିଦ୍ଧ କବିତା ଏବଂ ପ୍ରାବନ୍ଧିକ ଲୋଇସ ଗ୍ଲକ ଏହି ପୁରସ୍କାର ପାଇଁ ମନୋନୀତି ହୋଇଛି । ୧୯୪୩ରେ ଜନ୍ମ ହୋଇଥିବା ଏହି ମହିଳା ଜଣଙ୍କ ୟାଲେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଆସିଛନ୍ତି ।  ‘for her unmistakable poetic voice that with austere beauty makes individual existence universal’ ପାଇଁ ସେ ବିଶ୍ୱ ସାହିତ୍ୟର ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

୧୯୬୮ ମସିହାରେ ଫାଷ୍ଟବର୍ନ ପୁସ୍ତକ ମାଧ୍ୟମରେ ସେ ନିଜର ସାହିତ୍ୟ ସାଧନା ଆରମ୍ଭ କରିଥିଲେ ।  ନୋବେଲ ପୁରସ୍କାର ପୂର୍ବରୁ ୧୯୯୩ରେ ସମ୍ମାନଜନକ ପୁଲିଜର ପୁସ୍ତକ ମଧ୍ୟ ସେ ପାଇସାରିଛନ୍ତି । ଏହା ପରେ ଗତ ୨୦୧୪ରେ ସେ ସମ୍ମାନଜନକ ନ୍ୟାସନାଲ ବୁକ୍ ଆୱାର୍ଡ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି । ସେ ଏଯାବତ ୧୨ଟି କବିତା ସଙ୍କଳନ ସହ କେତେକ ପ୍ରବନ୍ଧାତ୍ମକ ରଚନାବଳୀ ପ୍ରକାଶ କରିପାରିଛନ୍ତି ।

The Triumph of Achilles (1985) and Ararat (1990) ବହି ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ପ୍ରସିଦ୍ଧି ଆଣିଦେଇଥିଲା । ସେହିପରି “Snowdrops” କବିତା ସଙ୍କଳନ ଶୀତଦିନ ଉପରେ ଲେଖାଯାଇଥିବା ତାଙ୍କର ଆଉ ଏକ ଅନବଦ୍ୟ କୃତି ବୋଲି କୁହାଯାଇଥାଏ ।

A Louise Glück poem

 

The iconic 132-year-old Chhatrapati Shivaji Maharaj Terminus is up for a historic overhaul under the railway station privatization plan. (Photo: Hindustan Times)

ବିହାରରେ ମୁଣ୍ଡ ଟେକିଲା ତୃତୀୟ ସାମ୍ମୁଖ୍ୟ, ଏକାଠି ହେଲେ କୁଶୱା-ଓବେସୀ

ପାଟନା, ବିହାର ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି । ନିର୍ବାଚନୀ ରାଜନୀତି ସେତିକି ଜମୁଛି । କିଏ କାହା ପଟେ ରହିବ, କିଏ କାହାକୁ ଛାଡିବ । ସେ ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ମୁଖ୍ୟତଃ ବିହାର ରାଜନୀତିକୁ ତ୍ରିକୋଣୀୟ ବୋଲି କୁହାଯାଇଥାଏ ।  ଏହି ଦଳତ୍ରୟ ହେଉଛନ୍ତି- ବିଜେପି, ଜେଡିୟୁ ଏବଂ ରାଜେଡି । ତ୍ରିଭୁଜର ଯେମିତି ୨ କୋଣ ମିଶି ଅନ୍ୟ ଗୋଟିଏ କୋଣଠାରୁ ଅଧିକ ହୋଇଥାନ୍ତି, ଉପରୋକ୍ତ ୩ ଦଳ ମଧ୍ୟରୁ ଯେଉଁପଟେ ୨ ଦଳ ରହେ, ସେହି ବାଜି ମାରିଥାଏ । ହେଲେ ଚଳିତ ନିର୍ବାଚନରେ ରାମବିଳାସପାଶୱାନଙ୍କ ଏଲଜେପିର ବିଜେପି ପ୍ରେମ, ଜେଡିୟୁ ପ୍ରତି ବିତୃଷ୍ଣା ନୂଆ ରାଜନୈତିକ ସମ୍ଭାବନାକୁ ଜନ୍ମ ଦେଇଛି ।

ଶାସକ ଏନଡିଏ ଏବଂ ବିରୋଧୀ ମହାଗଠବନ୍ଧନ ପକ୍ଷରୁ ଆସନ ଚୂଡାନ୍ତ ହୋଇସାରିଛି । ତେଣୁ ମୁକାବିଲା ଦ୍ୱିମୁଖୀ ହେବ ବୋଲି ଆଶା କରାଯାଉଥିଲା । ହେଲେ ବର୍ତ୍ତମାନ କେତେକ ଛୋଟ ଦଳ ମିଶି ଏକ ତୃତୀୟ ସାମ୍ମୁଖ୍ୟ କରିଛନ୍ତି । ଏହି ମେଣ୍ଟ କେତେ ଆସନ ଜିତିବ, ତାହା ବଡ଼ କଥା ନୁହେଁ । ହେଲେ କାହାର ଭୋଟ କାଟିବ, ତାହା ଆଲୋଚନାର ବିଷୟ ହୋଇଛି । ଏକ ରାଜନୈତିକ ଘଟଣାକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ଏବଂ ଏଆଇଏମଆଇଏମ ଅସଉଦ୍ଦିନ୍ ଓବେସୀ ଏକାଠି ଆସିଛନ୍ତି । ଏଥିସହିତ ନିଜ ସହ ବିହାରରେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସକ୍ରିୟ ଥିବା ୩ ଟିଦଳକୁ ସାଙ୍ଗରେ ରହିଛନ୍ତି । ଏହି ପରିଭାବେ ଆରଏଲଏସପି, ଏଆଇଏମଆଇଏମ,ବିଏସପି,ସୁହେଲଦେବ ଭାରତୀୟ ସମାଜପାର୍ଟି, ସମାଜବାଦୀ ଜନତା ଦଳ(ଡେମୋକ୍ରେଟିକ) ଏବଂ ଜନତାନ୍ତ୍ରିକ ପାର୍ଟି(ସମାଜବାଦୀ) ଏକାଠି ହୋଇଛନ୍ତି ।

ଦେବେନ୍ଦ୍ର ଯାଦବ ଏହି ଫ୍ରଣ୍ଟର ଆବାହକ ରହିଛନ୍ତି । ତୃତୀୟ ମେଣ୍ଟ ଘୋଷଣା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓବେସୀ କହିଥିଲେ ଯେ, ଆରଜେଡିର ୧୫ ବର୍ଷ ହେଉକି ଜେଡିୟୁ-ବିଜେପି ୧୫ ବର୍ଷ ବିହାରକୁ ଧୋକ୍କା ହିଁ ଦିଆଯାଇଛି । ବିହାର ନୂଆ ରାଜନୀତି ଚାହୁଁଛି । ଏହି ବିକଳ୍ପ ପାଇଁ ତୃତୀୟ ସାମ୍ମୁଖ୍ୟର ଆବଶ୍ୟକତା ରହିଛି  । ସେହପରି ବିହାର ବନ୍ୟା ସମସ୍ୟାର ଚିର ସମାଧାନ ଏହି ମେଣ୍ଟର ପ୍ରାଥମିକତା ହେବ ବୋଲି କୁହାଯାଇଛି । ପ୍ରଥମ ଦଫାରେ ମେଣ୍ଟ ପକ୍ଷରୁ ୪୨ ଜଣିଆ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରାଯାଇଛି । ଏହି ମେଣ୍ଟରେ ଥିବା ଦଳଗୁଡିକ କାହାର ଭୋଟ କାଟିବେ, ତାହା ଉପରେ ସମସ୍ତଙ୍କ ନଜର ରହିବ ।

ବିସ୍ଫୋରଣରେ ମୃତାହତଙ୍କ ଲାଗି ସହାୟତା ଘୋଷଣା କଲା ଇଣ୍ଡିଆନ୍ ଅଏଲ୍

ଭୁବନେଶ୍ୱର: ବୁଧବାର ଘଟିଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣରେ ସହାୟତା ଘୋଷଣା କରିଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ । ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ମୃତାହତଙ୍କୁ କମ୍ପାନୀ ଆର୍ଥିକ ସହାୟତା ଦେବ । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦେବା ପାଇଁ କମ୍ପାନୀ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବ । ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ରାଶି ।

bhubaneswar-petrol-pump-mishap-family-crying-for-losing-one-and-only-son

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନ୍ ଅଏଲ୍ ଏହି ସହାୟତା ରାଶି ଘୋଷଣା କରିଥିବା ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ କରିଛ । ବୁଧବାର ମଧ୍ୟାହ୍ନରେ ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ହୁତହୁତ୍ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ । ତା’ପରେ ଭୟଙ୍କର ବିସ୍ଫୋରଣ । ଆକାଶକୁ ପ୍ରାୟ ୨ ଶହ ଫୁଟ୍ ଯାଏଁ ଉଠିଥିଲା ନିଆଁ ।

Petrol Pump Blast

ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଘଟଣାରେ ୮ରୁ ଅଧିକ ଆହତ ହୋଇଥିଲେ । ସେଥିମଧ୍ୟରୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆସିକାର ସତ୍ୟ ନାୟକଙ୍କ ମୃତ୍ୟୁ ହୋଇଛି । କେମିତି ଏତେ ବଡ଼ ବିସ୍ଫୋରଣ ହେଲା ତାର ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଚାଲିଗଲା ଏକମାତ୍ର ରୋଜଗାରିଆ ପୁଅ

କରୋନା ଆତଙ୍କ: ପ୍ରତି ୧୬ ସେକେଣ୍ଡରେ ଯିବ ଗୋଟିଏ ନବଜାତ ଶିଶୁର ଜୀବନ…

ନୂଆଦିଲ୍ଲୀ: କରୋନା ସଂକ୍ରମଣର ପରୋକ୍ଷ ପ୍ରଭାବ ନବଜାତ ଶିଶୁମାନଙ୍କ ଠାରେ ଦେଖିବାକୁ ମିଳୁଛି । ସଂକ୍ରମିତ ଗର୍ଭବତୀ ଜନ୍ମ ଦେଉଥିବା ଶିଶୁ କୋଭିଡର ଶୀକାର ହେବାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଲାଣି । ଅନେକ କ୍ଷେତ୍ରରେ ନବଜାତ ଶିଶୁ ମୃତ୍ୟୁ ଘଟିବା ଖବର ଏବେ ବିଶ୍ୱ ସ୍ୱାସ୍ଥ ସଙ୍ଗଠନର ସମସ୍ୟା ବଢାଇଛି । ଏଣୁ ବାସ୍ତବରେ କରୋନା ସଂକ୍ରମଣ ଏହି ଭଳି ଭାବେ ସକ୍ରିୟ ରହିଲେ ନବଜାତ ଶିଶୁଙ୍କ ଉପରେ କି ପ୍ରଭାବ ପଡ଼ିବ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟରେ କୋଭିଡ୍ ନବଜାତ ଶିଶୁଙ୍କ କ୍ଷେତ୍ରରେ ଅଧିକ ଭୟଙ୍କର ବୋଲି ଦର୍ଶାଯାଇଛି । ୟୁଏନଏ ଓ ୟୁନିସେଫ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ସଂକ୍ରମଣର ମାତ୍ରା ଏଭଳି ବଢିଲେ ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ନେବ । ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ପ୍ରତି ବର୍ଷ କେବଳ ସଂକ୍ରମଣ କାରଣରୁ ଜୀବନ ହରାଇବେ ।ତେବେ ନବଜାତ ଶିଶୁ ଜନ୍ମ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଆଫ୍ରିକୀୟ ଓ ମଧ୍ୟ ଏସିଆ ଦେଶଗୁଡିକ ରହିଛନ୍ତି ।

ଏହି ଦେଶଗୁଡିକରେ ଜନ୍ମ ନେଉଥିବା ପ୍ରତି ୪ଟି ଶିଶୁରୁ ଜଣେ ଶିଶୁ ଜନ୍ମ ହେବା ପୂର୍ବରୁ ମୃତ୍ୟବରଣ କରେ । ଏଭଳି ସଂଖ୍ୟା ଅତ୍ୟନ୍ତ ଚିନ୍ତାଜନକ ହୋଇଥିବା ବେଳେ ଭାରତର  ପ୍ରଦର୍ଶନ ମଧ୍ୟ ଖରାପ ପ୍ରଦର୍ଶନ କରୁଥିବା ଦେଶ ମଧ୍ୟରେ ହୁଏ । ବିଶେଷ ଭାବେ ବିକାଶଶୀଳ ଦେଶଗୁଡିକରେ ଏହି ସମସ୍ୟା ପ୍ରମୁଖ ଆହ୍ୱାନ ଭାବେ ଠିଆ ହୋଇଛି । ଏବେ କରୋନା ସଂକ୍ରମଣର ମାତ୍ରା ବଢିବାପରେ ଏହି ଦେଶ ପାଇଁ ଚିନ୍ତା ବଢିଛି ।

କାଲିଠୁ ବଙ୍ଗୋପସାଗରରେ ଲଘୁଚାପ, ଏହି ଜିଲ୍ଲାକୁ ଜାରି ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସମୁଦ୍ର ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଅବପାତ ଭାବେ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ୧୧ ତାରିଖରୁ ୧୩ ତାରିଖ ଯାଏଁ ବର୍ଷା ହେବ ।

Weather Forecast Heavy To Very Heavy Rainfall Between 11th to 13th October

୧୧ ତାରିଖରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୱେଲୋ ୱାର୍ଣ୍ଣିଂ ଜାରି କରିଛି । ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କନ୍ଧମାଳ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

Rain Fore Cast Yellow Waring To 11 Districts Of Odisha

୧୨ ଓ ୧୩ ତାରିଖରେ ଏହାର ପ୍ରଭାବ ଲାଗି ରହିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

Rain Fore Cast Yellow Waring To 11 Districts Of Odisha

୧୦ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧୦ ତାରିଖ ପୂର୍ବରୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ କୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ କହିଛି । ଏଥିସହ ୧୦ ତାରିଖରୁ ୧୩ ସକାଳ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାର ନିମାପଡ଼ାରେ ସର୍ବାଧିକ ୬ ସେଣ୍ଟିମଟର ବର୍ଷା ରେକର୍ଡ କରାଯାଇଛି ।

କଣ ଥିଲା  ଦୀନେଶ କାର୍ତ୍ତିକଙ୍କ ସେହି ୫ଟି ନିଷ୍ପତ୍ତି, ଯାହା ଧୋନୀ ବାହିନୀଙ୍କୁ ଧରାଶାୟୀ କରିଥିଲା

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପ୍ରତ୍ୟେକ ମ୍ୟାଚ ଚଳିତ ସିଜିନ୍ ରେ ରୋମାଞ୍ଚକର ହେବାରେ ଲାଗିଛି । ଏଠି ଦଳ ଜିତିବା ପାଇଁ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଉଛି । ହେଲେ ଟସ୍ ହାରିଥିବା ଦଳ ଜିତି ଯାଉଛି । ଆର୍ନ୍ତଜାତିକ କ୍ରିକେଟରେ ରେକର୍ଡର ପାହାଡ଼ ସୃଷ୍ଟି କରିଥିବା ଖେଳାଳିଙ୍କୁ ନବ ପ୍ରତିଭା ମାତ ଦେଉଛନ୍ତି । ଦିନ ଗଡ଼ିବା ସହ ପ୍ରତିଟି ମ୍ୟାଚ ରୋମାଞ୍ଚକର ହେବାରେ ଲାଗିଛି । ପ୍ରତ୍ୟେକ ମ୍ୟାଚରେ କିଏ ବିଜୟୀ ହେବ, ତାହା ଶେଷ ଓଭରରେ ଜଣାପଡିଛି । ଖାସ ଏଥିପାଇଁ ତ କ୍ରିକେଟ ପ୍ରେମୀ ପସନ୍ଦ ଆଇପିଏଲ ।

ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକତା ନାଇଟ ରାଇଡର୍ସ ଏକ ରୋମାଞ୍ଚକର ମୁକାବିଲାରେ ପରସ୍ପରକୁ ବୁଧବାର ଭେଟିଥିଲେ । ଏଥିରେ ପ୍ରଥମରୁ ଭଲ ଖେଳି ଆସୁଥିବା ଚେନ୍ନାଇ ଶେଷରେ ହାରି ଯାଇଥିଲା । ଯାହା କେବଳ ଚେନ୍ନାଇ ଫ୍ୟାନମାନଙ୍କୁ ନିରାଶ କରିନି । କ୍ରିକେଟ ପ୍ରେମୀଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟଚକିତ କରିଛି । ଉକ୍ତ ମ୍ୟାଚକୁ ୧୫ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଏହାକୁ ନେଇ ଚର୍ଚ୍ଚା ଥମିବାରେ ଲାଗୁନି ।

ତେବେ ଆସନ୍ତୁ ଆଲୋଚନା କରିବା ଦିନେଶଙ୍କ ସେହି କେତୋଟି ନିଷ୍ପତ୍ତି, ଯାହା ଧୋନୀ ବାହିନୀ ହାତରୁ ମ୍ୟାଚକୁ ଛଡ଼ାଇ ନେଇଥିଲା । ଗତକାଲି ମ୍ୟାଚରେ କେକେଆର ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଯଦି ୫ ବର୍ଷର ଇତିହାସକୁ ଦେଖାଯାଏ, ତେବେ ପ୍ରଥମ ଥର ପାଇଁ କେକେଆର ପ୍ରଥମଥର ପାଇଁ ଟସ୍ ଜିତି ବ୍ୟାଟିଂ ନେଇଥିଲା । ଶେଷଥର ପାଇଁ ଏହି ଦଳ ୨୦୧୫ରେ ଟସ ଜିତି ବ୍ୟାଟିଂ ନେଇଥିଲା । ସେହିପରି ଚଳିତ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ଅଧିକ ଆଇପିଏଲ ମ୍ୟାଚରେ ବିଜୟୀ ହୋଇଛି ।

ଦ୍ୱିତୀୟରେ ପ୍ରଥମଥର ପାଇଁ ସୁନୀଲ ନାରିନ ପ୍ରଥମ ୧୦ ଓଭର ଅଥବା ପାୱାର ପ୍ଲେରେ ବୋଲିଂ କରି ନଥିଲେ । ଯାହା ପ୍ରଥମଥର ପାଇଁ ଦେଖା ଦେଇଥିଲା । ନାରିନ ହିଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉଟ କରି କୋଲକତାର ବିଜୟକୁ ସୁନିଶ୍ଚିତ କରିଥିଲେ । ତୃତୀୟତଃ ସାଧାରତଚଃ ପ୍ରଥମ ୬ ଓଭରରେ ୩ରୁ ୪ ବୋଲର ବୋଲିଂ କରିଥାନ୍ତି । ହେଲେ ଗତକାଲି କୋଲକତାର ଦୁଇଜଣ ବୋଲର ହିଁ ପ୍ରଥମ ୬ ଓଭର ବୋଲିଂ କରିଥିଲେ । ଏହି ୨ ବୋଲର ଥିଲେ ପାଟ କମିଂସ ଏବଂ ଶିବମ ମାଭୀ ।

ସେହିପରି ଚତୁର୍ଥରେ କୋଲକତା ଦୀର୍ଘଦିନ ଧରି ସୁନୀଲ ନାରିନଙ୍କୁ ଓପନିଂ କରାଇ ଆସୁଥିଲା । ହେଲେ ଗତକାଲି ସମସ୍ତଙ୍କୁ ଚକିତ କରି ଶୁଭମ ଗିଲ ଏବଂ ରାହୁଲ ତ୍ରିପାଠୀ ଆସିଥିଲେ । ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ସେହିପରି ଅନ୍ୟ ଏକ ନିଷ୍ପତ୍ତି ଦୀନେଶ କାର୍ତ୍ତିକ ନେଇଥିଲେ । ନିଜେ ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଦୀନେଶ ଆନ୍ଦ୍ର ରସେଲ ଏବଂ ମୋର୍ଗାନକୁ ପଠାଇଥିଲେ । ଉପରୋକ୍ତ ସମସ୍ତ ନିଷ୍ପତ୍ତି କୋଲକତାଙ୍କୁ ଏହି ଚିତ୍ତାକର୍ଷକ ବିଜୟ ଆଣିଦେଇଥିଲା ।

 

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଏବେବି ଜଣେ ନିରୁଦ୍ଦିଷ୍ଟ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ନିରୁଦ୍ଦିଷ୍ଟ ଅଛନ୍ତି । ବିସ୍ଫୋରଣର ୨୪ ଘଣ୍ଟା ପରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ପେଟ୍ରୋଲ ପମ୍ପରୁ ଡିଜେଲ ଓ ଗ୍ୟାସ୍ ବାହାର କରାଯାଇଛି । ପେଟ୍ରୋଲ କାଢିବାକୁ ସମୟ ଲାଗିବ । ତାପରେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ଥିବା ରାସ୍ତା ଖୋଲିବ । ସନ୍ଧ୍ୟା ସୁଦ୍ଧା ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ରାସ୍ତା । ସ୍ୱାଭାବିକ ହେବ ଯାତାୟାତ ।

Petrol Pump Blast Case CP Said DNA Test To Be Conducted Body Pieces

ବର୍ତ୍ତମାନ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ପଡ଼ିଥିବା ମାଂସ ଖଣ୍ଡର ଡିଏନଏ ଟେଷ୍ଟ ହେବ ବୋଲି କହିଛନ୍ତି ପୋଲିସ କମିଶନର । ଆଇଓସି ପକ୍ଷରୁ ସେଠାରେ କେଉଁ କାମ ଚାଲିଥିଲା, ତା’ର ତଦନ୍ତ କରୁଛି କମିଶନରେଟ୍ ପୋଲିସ । ଲୋକଙ୍କ ପାଇଁ ଏତେବଡ଼ ଅପରେସନ ସଫଳ ହେଲା ବୋଲି ପୋଲିସ କମିଶନର କହିଛନ୍ତି ।

Petrol Pump Blast Case CP Said DNA Test To Be Conducted Body Pieces

ସେପଟେ ବିସ୍ଫୋରଣର କାରଣ ଗ୍ୟାସ୍ ଲିକ୍ ବୋଲି ପେସୋ ସ୍ପଷ୍ଟ କରିଛି। ଫିଲିଂ ଷ୍ଟେସନ୍‌ରେ ଏଲ୍‌ପିଜି ରିଫିଲିଂ ବେଳେ ଲିକ୍ ହୋଇ ନିଆଁ ଲାଗି ଯିବାରୁ ବିସ୍ଫୋରଣ ହୋଇଥିଲ । ବିସ୍ଫୋରଣ ବେଳେ ସାଢେ ୪ ଟନ୍ ଏଲପିଜି ଏବଂ ୧୦ ହଜାର ଲିଟର ପାଣି ଥିଲା । ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା, ତା ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ସଫଳ ହୋଇଥିଲା । ଏଲ୍‌ପିଜି ରିଫିଲିଙ୍ଗ ବେଳେ ଲିକ୍ ହୋଇ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା । ପେଟ୍ରୋଲିଅମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନର-ପେସୋର ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲ୍ଲୀ ଏହି ସୂଚନା ଦେଇଛନ୍ତି ।

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଟ୍ରାଜେଡି: ବିସ୍ଫୋରଣ ନେଇ ମିଳିଲା ସାଙ୍ଘାତିକ ତଥ୍ୟ

କଟକଣା ସହ ହେବ ମାଆ ବିରଜାଙ୍କ ବିଜୟା ରଥଯାତ୍ରା

ଯାଜପୁର: ଚଳିତ ବର୍ଷ କରୋନା ଯୋଗୁଁ ସବୁ ପୂଜା ପର୍ବ ଏକ ପ୍ରକାର ବନ୍ଦ ହୋଇଯାଇଛି । ପ୍ରତ୍ୟେକ ବର୍ଷ ସବୁ ପୂଜାପର୍ବରେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ । ହେଲେ ଏଥର କରୋନା ଯୋଗୁଁ ସବୁକିଛି ଠପ୍ ହୋଇଯାଇଛି । ନବରାତ୍ରି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ତେବେ ପ୍ରତ୍ୟେକ ବର୍ଷ ମାଆଙ୍କ ବିଶ୍ୱପ୍ରସିଦ୍ଧ ନବ ଦିନାତ୍ମକ ରଥଯାତ୍ରା ପାଳନ ହୋଇଥାଏ ।

ମାଆଙ୍କ ପୀଠରେ ବିଜୟା ଦଶମୀ ପାଳନ ହୁଏ । ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ । ହେଲେ ଏଥର କୋଭିଡ୍ କଟକଣା ମଧ୍ୟରେ ଯାଜପୁର ମାଆ ବିରଜାଙ୍କ ବିଜୟା ରଥଯାତ୍ରା ହେବ । ଏନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ତେବେ ରଥଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ଏହି ସୂଚନା ଦେଇଛନ୍ତି ।

ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଚାଲିଗଲା ଏକମାତ୍ର ରୋଜଗାରିଆ ପୁଅ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଛି । ଗତକାଲି ଭୁବେନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସତ୍ୟ ନାୟକ । ସୂଚନା ଅନୁସାରେ ମୃତତ ସତ୍ୟ ନାୟକଙ୍କ ଘର ଆସିକା ରଘୁନାଥ ନଗର ବୋଲି ଜଣାପଡ଼ିଛି । ୩୭ ବର୍ଷୀୟ ସତ୍ୟ ନାୟକ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ।

bhubaneswar-petrol-pump-mishap-family-crying-for-losing-one-and-only-son
FILE PIC- Satya Nayak

ରୋଜଗାର ଆଶାରେ ୧୨ ଦିନ ତଳେ ସତ୍ୟ ଧାଇଁ ଆସିଥିଲେ ଭୁବନେଶ୍ୱର । ସୌଭାଗ୍ୟକୁ ସତ୍ୟଙ୍କୁ ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ କାମ ମିଳି ଯାଇଥିଲା । ହେଲେ କିଏ ଜାଣିଥିଲା ସତ୍ୟଙ୍କ ପାଇଁ ଏହା ଦୁର୍ଭାଗ୍ୟ ପାଲଟିଯିବ । ଗୋଟିଏ ବୋଲି ପୁଅକୁ ହରାଇବା ପରେ ଭାଙ୍ଗି ପଡ଼ିଛି ପୂରା ପରିବାର । ସାତ ବର୍ଷର ପୁଅ ବାପାକୁ ଝୁରୁଥିବା ବେଳେ ପୁଅର ମୃତ୍ୟୁ ଖବର ଶୁଣି ମୂକ ପାଲଟି ଯାଇଛି ସତୁରୀ ବର୍ଷୀୟା ମାଆ ।

bhubaneswar-petrol-pump-mishap-family-crying-for-losing-one-and-only-son

ସତ୍ୟଙ୍କ ଚାରି ପ୍ରାଣୀର କୁଟୁମ୍ବରେ ଖେଳି ଯାଇଛି ଦୁଃଖର ଛାୟା । ବୁଧବାର ସନ୍ଧ୍ୟାରେ ସତ୍ୟ ଘରକୁ ଯିବାର ଥିଲା । ହେଲେ, ଯିବାର କିଛି ସମୟ ପୂର୍ବରୁ ଘଟିଗଲା ଅଘଟଣ । ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ୩୭ ବର୍ଷୀୟ ସତ୍ୟ । ଶରୀର ଅଧିକାଂଶ ଭାଗ ବିସ୍ଫୋରଣରେ ପୋଡ଼ି ଯାଇଥିବାବେଳେ ଏସସିବିରେ ଚିକିତ୍ସା ଚାଲିଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।

ATMରେ ଟ୍ରାଞ୍ଜାକ୍ସନ ଫେଲ ହେବା ପରେ ଆପଣଙ୍କ ଟଙ୍କା ଫେରିନାହିଁ କି ? ବ୍ୟାଙ୍କ ପ୍ରତି ଦିନ ଦେବେ ୧୦୦ ଟଙ୍କାର ଫାଇନ୍

ନୂଆଦିଲ୍ଲୀ: ଅନେକ ଥର ଏଟିଏମ୍ କାରବାର କିମ୍ବା ଟଙ୍କା ନଥିବା ଯୋଗୁଁ ଏଟିଏମ୍ ଟ୍ରାଞ୍ଜାକ୍ସନ ବିଫଳ ହୋଇଥାଏ । କେବେ କେବେ ଟ୍ରାଞ୍ଜାକ୍ସନ ଫେଲ୍ ହେବା ପରେ ମଧ୍ୟ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ । ଏନେଇ ଲୋକେ ଖୁବ ଚିନ୍ତିତ ହୋଇଥାନ୍ତି । ହେଲେ ଏହି ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କ ଏବେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଟଙ୍କା ଆକାଉଣ୍ଟରେ ଫେରସ୍ତ ହେବ ବୋଲି ସୂଚନା ଦେଇଛି । ରିଜର୍ଭ ବ୍ୟାଙ୍କ ନିଜେ ଏକ ଟ୍ୱିଟରେ ଏହି ସୂଚନା ଦେଇଛି ।

ଯଦି କୌଣସି ଏଟିଏମ୍ ଟ୍ରାଞ୍ଜାକ୍ସନ ବିଫଳ ହୁଏ ଏବଂ ବ୍ୟାଙ୍କ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କ ଟଙ୍କା ଆକାଉଣ୍ଟରେ ଫେରସ୍ତ କରେ ନାହିଁ, ତାହେଲେ ସମ୍ପୃକ୍ତ ବ୍ୟାକଙ୍କୁ କ୍ଷତିପୂରଣ ଦେବାକୁ ପଡିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ସଚେତନ କରାଇବା ପାଇଁ ସମୟ ସମୟରେ ଏଭଳି ସୂଚନା ଦେଇଥାଏ । ରିଜର୍ଭ ବ୍ୟାଙ୍କ ନିଜ ୱେବସାଇଟରେ ଏଟିଏମ୍ ଜଡିତ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ କହିବା ଅନୁସାରେ ବିଫଳ ହୋଇଥିବା ଟ୍ରାନ୍ଜାକସନ୍ ର ରିଫଣ୍ଡ ବ୍ୟାଙ୍କଗୁଡିକ କରିବା ଜରୁରୀ । ତେବେ କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ କହିଛି ଯେ, ଯଦି ଏମିତି କୌଣସି ସମସ୍ୟା ଟ୍ରାଞ୍ଜାକ୍ସନରେ ହେଉଛି ତାହେଲେ ସେମାନଙ୍କ ବ୍ୟାଙ୍କକୁ ଖୁବଶୀଘ୍ର ଜଣାଇବା ଆବଶ୍ୟକ । ଏଟିଏମ୍ ଟ୍ରାଞ୍ଜାକ୍ସନ ବିଫଳ ହେଲେ ଗ୍ରାହକଙ୍କ ଆକାଉଣ୍ଟରେ ୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବା ବ୍ୟାଙ୍କର ଦାୟିତ୍ୱ । ଯଦି ବ୍ୟାଙ୍କ ବିଳମ୍ବ କରେ, ତେବେ ବ୍ୟାଙ୍କକୁ ପ୍ରତିଦିନ ୧୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ।