spot_img
Home Blog Page 6611

ରାଜ୍ୟରେ ବଢ଼ୁଛି ସୁସ୍ଥତା, ଏହି ଜିଲ୍ଲାରେ ଏବେ ଅଛନ୍ତି ୧୦୦ରୁ କମ୍ ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର: ହ୍ରାସ୍ ପାଉଛି କରୋନା ସଂକ୍ରମଣ । ରାଜ୍ୟରେ ଦୈନିକ ୫୦ ହଜାର କୋଭିଡ୍ ଟେଷ୍ଟ ହେଉଥିବା ବେଳେ ପୂର୍ବାପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୮୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡ଼ାରୁ ୧୫୧, ଝାରସୁଗୁଡ଼ାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୁଳରୁ ୧୧୨, ବଲାଙ୍ଗିର ୧୦୯, ମାଲକାନଗିରି ୧୦୩, ସମ୍ବଲପୁର ୯୮, କେନ୍ଦ୍ରାପଡ଼ା ୮୮, ପୁରୀ ୮୫, କନ୍ଧମାଳ ୮୩, ନବରଙ୍ଗପୁର ୮୧, କୋରାପୁଟ ଓ ନୟାଗଡ଼ରୁ ୬୯ ଜଣ ଲେଖାଏଁ, ଢେଙ୍କାନାଳ ୬୮, ଜଗତସିଂହପୁର ୬୪, ସୁନ୍ଦରଗଡ଼ ୬୩, ଭଦ୍ରକ ୬୨, ବରଗଡ଼ ୬୧, ଯାଜପୁର ୫୮, କଳାହାଣ୍ଡି ୫୩, ସୋନପୁର ୪୮, ଗଞ୍ଜାମ ୪୭, ବୌଦ୍ଧ ୩୯, ରାୟଗଡ଼ା ୩୪, ଗଜପତି ୧୬, ଦେବଗଡ଼ ୧୨ ଓ ଷ୍ଟେଟ ପୁଲରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଗଜପତି ଜିଲ୍ଲାରେ ଏବେ ରାଜ୍ୟରେ ସବୁଠୁ କମ୍ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Another 3312 Covid patients have recovered and are being discharged

ରାଜ୍ୟରେ ଏବେ ଯାଏଁ ୨ ଲକ୍ଷ ୪୪ ହଜାର ୧୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ୨୬ ହଜାର ୧୩୧ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି ।

ଜନସଂଖ୍ୟାଠାରୁ ଅଧିକ କୋଭିଡ୍ ଟେଷ୍ଟିଂ କଲା ୟୁଏଇ, ଜାଣନ୍ତୁ ପୁରା ପ୍ରସଙ୍ଗ…

ୟୁଏଇ: ଭାରତରେ ଟେଷ୍ଟିଂ ସଂଖ୍ୟାକୁ ନେଇ ପ୍ରତିଦିନ ସରକାରଙ୍କୁ ସମାଲୋଚନା କରାଯାଉଛି । ଅଧିକ ସଂଖ୍ୟାରେ ଟେଷ୍ଟିଂ ନହେବା କାରଣ ସଂକ୍ରମିତ ଚିହ୍ନଟ ହେଇ ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଏକଥା ସତ ମଧ୍ୟ । କିନ୍ତୁ ବିଶ୍ୱରେ ଏଭଳି ମଧ୍ୟ ଦେଶ ଅଛନ୍ତି, ଯେଉଁମାନେ ଟେଷ୍ଟିଂ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏଭଳି ଏକ ଦେଶ ହେଉଛି ୟୁଏଇ । ଏହି ଦେଶ ଏବେ ନିଜ ଜନସଂଖ୍ୟାଠାରୁ ଅଧିକ ଟେଷ୍ଟିଂ କରି ଚର୍ଚ୍ଚାକୁ ଆସିଛି ।

ଦେଶର ଜନସଂଖ୍ୟା ୯୬ ଲକ୍ଷ ହୋଇଥିବା ବେଳେ ଟେଷ୍ଟିଂ ୧ କୋଟି ଡେଇଁ ସାରିଲାଣି । ୟୁଏଆଇ ସରକାରଙ୍କ ଅଧିକାରୀ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଦେଶରେ କରୋନା ଟେଷ୍ଟିଂର ମାତ୍ରା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି ପ୍ରକ୍ରିୟା କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରୁ ଲାଗୁ ରହିଛି । ତେବେ ପୂର୍ବ ସପ୍ତାହ ଅନୁସାରେ ଟେଷ୍ଟିଂ ୮ ପ୍ରତିଶତ ବଢିଛି । ଯାହା ଫଳରେ ଦେଶରେ ସୁସ୍ଥ ହାରରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି ।

ସେହିଭଳି ମୃତ୍ୟୁ ସଂଖ୍ୟାରେ ବିଶ୍ୱରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଦେଶ ହେଉଛି ୟୁଏଇ । ଏଯାବତ୍ ମାତ୍ର ୪୩୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ଦେଶ ଏବେ ମଧ୍ୟ ଭ୍ୟାକ୍ସିନ ଅନୁସନ୍ଧାନରେ ରହିଥିବା ହେତୁ ଲୋକଙ୍କୁ କରୋନା ସଂକ୍ରମଣର ସନ୍ଦେହ ହେଲେ ତୁରନ୍ତ ଟେଷ୍ଟିଂ କରିବା ପାଇଁ ଅପିଲ୍ କରାଯାଇଛି । ସେହିଭଳି ଶରୀରରେ ଥଣ୍ଡାର ମାତ୍ରା ଅଧିକ ରହିଲେ ଫ୍ଲୁ ପାଇଁ ଟିକା ନେବା ପାଇଁ କୁହାଯାଇଛି ।

କରୋନା କାଳରେ ବିକାଶ ଧାରା ଅବ୍ୟାହତ, ରାଜ୍ୟରେ ୮୭୯୬.୬୧ କୋଟି ମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: କରୋନା ରାଜ୍ୟକୁ ପ୍ରଭାବିତ କରିଛି । ହେଲେ ଅଟକାଇ ପାରିନାହିଁ । ଭିତ୍ତିଭୂମି ଉନ୍ନୟନ ସହ ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ଭିତ୍ତିକ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟ ଜାରି ରହିଛି । ପୂର୍ବରୁ ଗ୍ରାଉଣ୍ଡ ବ୍ରେକିଂ ହୋଇଥିବା କେତେକ ଶିଳ୍ପଦ୍ୟୋଗ ମଧ୍ୟ କାର୍ଯ୍ୟକ୍ଷମ ହେବାର ଖବର ଆସିଛି । ଯାହା ରାଜ୍ୟ ଅର୍ଥନୀତି ଏବଂ ମାନବସମ୍ବଳ ପାଇଁ ଖୁସିର ବିଷୟ । ସେହିକ୍ରମରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ପ୍ରକଳ୍ପର ଗୁଡିକର ଅଟକଳ ପ୍ରାୟ ୮୭୯୬.୬୧ କୋଟି ଟଙ୍କା ରହିଛି । ଏହି ନିବେଶ ମାଧ୍ୟମରେ ରାଜ୍ୟରେ ନୂତନ ଭାବେ ୭୦୦୦ ମାନବସମ୍ବଳକୁ ରୋଜଗାର ମିଳିବ । ମୋଟ ୧୨ ପ୍ରକଳ୍ପ ମଧ୍ୟରୁ ୮ଟି ଏମଏସଏମଇ ଏବଂ ୪ଟି ବୃହତ ପ୍ରକଳ୍ପ । ନିବେଶକୁ ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କିଛିବର୍ଷ ହେବ ଓଡ଼ିଶା ନିବେଶକାରୀଙ୍କ ପାଇଁ ପ୍ରୃକୃଷ୍ଟ କ୍ଷେତ୍ର ପାଲିଟିଛି । ରାଜ୍ୟରେ ଶିଳ୍ପ ଜଗତ ପାଇଁ ନିବେଶର ଭରପୂର ସୁଯୋଗ ରହିଛି । କରୋନା ମହାମାରୀ ସମୟରେ ରାଜ୍ୟରେ ଶିଳ୍ପାୟନ ଧାରା ଅବ୍ୟାହତ ରହିଛି । ଲକଡାଉନ ସମୟରେ ମଧ୍ୟ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ନୂତନ ନିବେଶ ରାଜ୍ୟ ପାଇଁ ପ୍ରଗତି ଆଣିବ । ଶିଳ୍ପାୟନର ଧାରା ଅବ୍ୟାହତ ରହିବ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଡକୋ ସିଏମଡି ସଞ୍ଜୟ ସିଂ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଏବଂ ଇପିକଲ ଏମଡି ନୀତିନ ଜୱାଲେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୧୦ଟି ପ୍ରକଳ୍ପର ତାଲିକା ନିମ୍ନରେ ପ୍ରଦାନ କରାଗଲା ।

ସେହିପରି ଶୁଭାରମ୍ଭ ହୋଇଥିବା ୨ଟି ପ୍ରକଳ୍ପ ସମ୍ପର୍କିତ ତଥ୍ୟ ନିମ୍ନରେ ପ୍ରଦାନ କରାଯାଇଛି ।

TRP Scamରେ ଲାଗିଛି IPC- ଧାରା ୪୨୦ ଓ ୪୦୯, ଜାଣନ୍ତୁ କ’ଣ ରହିଛି ଦଣ୍ଡବିଧାନ…

ମୁମ୍ୱାଇ: ତିନୋଟି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଟିଆରପି ସ୍କାମରେ ଫସିଛନ୍ତି । ମୁମ୍ୱାଇ ପୋଲିସ ତଦନ୍ତ ଜାରି ରଖିଛି । ତିନୋଟି ଚ୍ୟାନେଲ ମଧ୍ୟରେ ରିପ୍ଲବିକ୍ ଟିଭିର ନାମ ମଧ୍ୟ ଯୋଡ଼ିହୋଇଛି । ତେବେ ଉଲ୍ଲେଖଯୋଗ୍ୟ ଯେ ମୁମ୍ୱାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିସାରିଛି । ଏହି ଦୁଇ ଜଣଙ୍କ ବିରୋଧରେ ଆଇପିସି ଧାରା ୪୦୯ ଓ ୪୨୦ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଜାଲିଆତି କରିବା ଓ ଠକିବା ଭଳି ଆରୋପ ଏମାନଙ୍କ ଉପରେ ଲଗାଯାଇଛି ।

କୌଣସି ମୂଲ୍ୟବାନ ବସ୍ତୁ ଅନୈତିକ ଉପାୟ କିଣବିକା ହୋଇଥିବା ଅଭିଯୋଗ ମଧ୍ୟ ରହିଛି । ତେବେ ଏଭଳି ଅପରାଧ ପାଇଁ ଭାରତୀୟ ଦଣ୍ଡ ସଂହିତାରେ ୭ ବର୍ଷ ପର୍ଯ୍ୟନ୍ତର କାରାବରଣ ଓ ଅର୍ଥଦଣ୍ଡର ପ୍ରାବଧାନ ରହିଛି । ସେହିଭଳି ଧାରା ୪୦୯ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ବିରୋଧରେ ୧୦ ବର୍ଷ ପର୍ଯ୍ୟନ୍ତର କାରାଗାର ଓ ଅର୍ଥ ଦଣ୍ଡର ପ୍ରାବଧାନ ରହିଛି । ଯେ କୌଣସି ପ୍ରଥମ ଶ୍ରେଣୀର ମାଜିଷ୍ଟେଟ ଏଭଳି ନିଷ୍ପତ୍ତି ଶୁଣାଇପାରିବେ । ଏହି ସ୍କାମରେ ଜଡିତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣ ହେଲେ ଏମାନଙ୍କୁ ଏଭଳି ଦଣ୍ଡ ବିଧାନର ଶୁଣାଣି ହୋଇପାରେ ।

ପାର୍ବଣ ପରେ ଆରମ୍ଭ ହେବ ପାଠପଢ଼ା, ପ୍ରସ୍ତୁତି ଆରମ୍ଭ କଲେଣି ସରକାର

ଭୁବନେଶ୍ୱର: କରୋନା କଟକଣାରେ ସ୍କୁଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର ପୂଜା ପରେ ସ୍କୁଲ ଖୋଲିବା ନେଇ ବଢିଲା ସମ୍ଭାବନା । ସ୍କୁଲ ପରିସର ସଫାସୁତୁରା କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ପାଇଁ ପ୍ରାୟ ୭ ମାସ ହେଲା ସ୍କୁଲରେ ବନ୍ଦ ରହିଛି ପାଠପଢ଼ା । ଏତେଦିନ ଧରି ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପରିସର ସଫେଇ ଓ ଭିତ୍ତିଭୂମି ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

State Govt. Likely Reopen Schools After Puja Vacation

ଏହାକୁ ଦୃଷ୍ଟିରେ ରଖି ହେଡ୍ କ୍ୱାର୍ଟର୍ସ ଛାଡ଼ି ଶିକ୍ଷକଙ୍କୁ କୁଆଡ଼େ ନଯିବାକୁ କୁହାଯାଇଛି । ସ୍କୁଲ ଭିତ୍ତିଭୂମିକୁ କୋଭିଡ୍ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଲାଗି କୁହାଯାଇଛି । ପୂର୍ବରୁ ପୂଜା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

State Govt. Likely Reopen Schools After Puja Vacation

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତି କରିଛି । ସ୍କୁଲ ଗୁଡ଼ିକ ଦୀର୍ଘ ୬ ମାସ ଧରି ବନ୍ଦ ଥିବାରୁ କ୍ୟାମ୍ପସ୍ ସଫେଇ ଓ ଭିତ୍ତିଭୂମି ସଜାଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲଗୁଡ଼ିକୁ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି । ଏଥିପାଇଁ ସମସ୍ତ ଶିକ୍ଷକ ନିଜ ନିଜ ହେଡକ୍ୱାର୍ଟର୍ସରେ ରହିବେ । କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

https://www.facebook.com/NandighoshaTV/videos/1263337120665706

ଓଟିଭି ବିରୋଧରେ ମାନହାନି ମକଦ୍ଦମା କଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଟିଭି ନାଁରେ ମାନହାନି ମକଦ୍ଦମା । ଦିଲ୍ଲୀ ଜିଲ୍ଲା କୋର୍ଟରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓଟିଭି ବିରୋଧରେ ମାନହାନି ମକଦ୍ଦମା ଦାଏର କରିଛନ୍ତି । ଅନୁଭବଙ୍କ ବିରୋଧରେ ଓଟିଭି ଉଦ୍ଦ୍ୟେଶମୂଳକ ଭାବେ ଭିତ୍ତିହୀନ ଖବର ପରିବେଷଣ କରିଥିବା ଅଭିଯୋଗ ହୋଇଛି ।

Kendrpara MP Anuvab Mohanty Filed Defamation Case Against OTV In Delhi District Court

ଓଟିଭିର ଭିତ୍ତିହୀନ ଖବର ପରିବେଷଣ ଯୋଗୁଁ ସାଂସଦଙ୍କ ସାମାଜିକ ପ୍ରତିଷ୍ଠା କ୍ଷୂର୍ଣ୍ଣ ହୋଇଥିବା ଅପରାଧିକ ମାନହାନି ମକଦ୍ଦମାରେ ଦର୍ଶାଇଛନ୍ତି ଅନୁଭବ । ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଓ ଓଟିଭି ସମ୍ପାଦକ ରାଧାମାଧବ ମିଶ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Kendrpara MP Anuvab Mohanty Filed Defamation Case Against OTV In Delhi District Court

ଉଦ୍ଦେଶ୍ୟ ପ୍ରଣୋଦିତ, ଭିତ୍ତିହୀନ ଖବର ପ୍ରସାରଣ ଦ୍ୱାରା ମାନସିକ ଶାନ୍ତି ଭଙ୍ଗ ହୋଇଥିବା ମାନହାନି ମକଦ୍ଦମାରେ ଉଲ୍ଲେଖ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ଋଣ ଜାଲିଆତି ମାମଲା, ପୂର୍ବତନ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୫ ଜଣଙ୍କୁ ୧୪ ବର୍ଷ ଜେଲ୍

ବାରିପଦା: ଏକ ଋଣ ଜାଲିଆତି ମାମଲାରେ ଏସବିଆଇର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର, ଫିଲ୍ଡ ଅଫିସରଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ପ୍ରତ୍ୟେକ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ୨୭ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।

Former SBI Branch Manager Along 5 Others Convicted For 14 year Jail In Jalanidhi Scheme Loan Scam

୨୦୧୨-୧୩ ଆର୍ଥିକ ବର୍ଷରେ ଝାରପୋଖରିଆ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଓଡ଼ିଶା ସରକାରଙ୍କ ଜଳନିଧି ଯୋଜନାରେ ଚାଷୀଙ୍କୁ ପାଣି ପମ୍ପ ଋଣ ଦିଆଯାଇଥିଲା । ସେହି ସମୟରେ ୧୩୧ ଜଣ ଚାଷୀଙ୍କ ନାଁରେ ଜାଲ୍‌ କାଗଜପତ୍ର କରି ୧ କୋଟି ୩୧ ଲକ୍ଷ ଟଙ୍କା ଋଣ ଜାଲିଆତି ଅଭିଯୋଗ ହୋଇଥିଲା । ଏ ନେଇ ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସୀତାକାନ୍ତ ମହାନ୍ତି ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Former SBI Branch Manager Along 5 Others Convicted For 14 year Jail In Jalanidhi Scheme Loan Scam

ଋଣ ଜାଲିଆତି କୋଟିଏ ଟଙ୍କାରୁ ଅଧିକ ହୋଇଥିବାରୁ ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ତଦନ୍ତ ପରେ ଅଭିଯୁକ୍ତଙ୍କ ନାଁରେ ଇଓଡବ୍ଲ୍ୟୁ ଚାର୍ଜସିଟ୍‌ ଦାଖଲ କରିଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ୩୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Former SBI Branch Manager Along 5 Others Convicted For 14 year Jail In Jalanidhi Scheme Loan Scam

ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଗିରିଜା ଶଙ୍କର ମିଶ୍ର, ଫିଲ୍ଡ ଅଫିସର ସତ୍ୟରୂପା ମହାନ୍ତି, ପାଣି ପମ୍ପ ସପ୍ଲାୟର ବଙ୍ଗାଳୀ ଜେନା, ସୁଶାନ୍ତ ଜେନା ଓ ଏକ ପାଣିପମ୍ପ କମ୍ପାନୀର ଏଜେଣ୍ଟ ସତ୍ୟାନନ୍ଦ ପାତ୍ରଙ୍କୁ ଦଫା ୧୬୭, ୪୬୭, ୪୬୮, ୪୭୧, ୪୦୬, ୪୦୯, ୪୨୦ ଓ ୧୨୦ରେ ୧୪ ବର୍ଷ ଲେଖାଏଁ ଜେଲଦଣ୍ଡ ସହ ୨୭ଲକ୍ଷ ଲେଖାଏଁ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

କେନାଲ ବନ୍ଧ ରାସ୍ତା ମରାମତି ନାଁରେ ଲକ୍ଷେ ୯୭ ହଜାର ଟଙ୍କା ବିଲ୍, ପଡ଼ିନି ମୁଠାଏ ମାଟି

ନିଶ୍ଚିନ୍ତକୋଇଲି: ରାସ୍ତା ମରାମତିର ନାଁରେ ଜାଲ୍ ବିଲ୍ । ସରକାରୀ ତହବିଲରୁ ଅର୍ଥ ହେଉଛି ହରିଲୁଟ୍ । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜମାରା ଗାଁ କେନାଲ ବନ୍ଧ ରାସ୍ତା ମରାମତି ହୋଇଛି । ୨୦୧୮-୧୯ ବର୍ଷରେ କେନାଲ ବନ୍ଧ ମରାମତିରେ ଖର୍ଚ୍ଚ ହୋଇଛି ପ୍ରାୟ ୨ ଲକ୍ଷ ଟଙ୍କା । ରାସ୍ତା ମରାମତିରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ୯୭ ହଜାର ଟଙ୍କା । ଏନେଇ ହୋଇଥିବା ବିଲ୍ ମଧ୍ୟ ପାସ୍ ହୋଇଛି ।

Billed 1 Lakh 97 Thousands On The Name oF Road Repair In Nischintakoili Block

ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ମିଳିଥିବା ବେଳେ ବିଗତ ୫ ବର୍ଷ ମଧ୍ୟରେ ରାସ୍ତାର କୌଣସି ମରାମତି ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆରଟିଆଇରୁ ମିଳଥିବା ଡକ୍ୟୁମେଣ୍ଟ ମୁତାବକ ୨୦୧୮-୧୯ ଆର୍ଥିକ ବର୍ଷରେ ନିଶ୍ଚିନ୍ତକୋଇଲି ଜମାରା ଗାଁ ୮ ବି(୧) କେନାଲ ବନ୍ଧ ମରାମତି ହୋଇଛି । ଏଥିରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ୯୭ ହଜାର ଟଙ୍କା । ଗ୍ରାମବାସୀ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Billed 1 Lakh 97 Thousands On The Name oF Road Repair In Nischintakoili Block

ଖାଲଖମା ଭର୍ତ୍ତି ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯାତାୟତ କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗାଁ ଲୋକଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ । ସେ କହିଛନ୍ତି, ପୂର୍ବରୁ ରାସ୍ତାର ମରାମତି ହୋଇଛି ଏବଂ ପୁଣି ଥରେ ନବୀକରଣ ପାଇଁ ୫୬ ଲକ୍ଷ ବ୍ୟୟ ଅଟକଳ କରାଯାଇଛି । ଖୁବଶୀଘ୍ର ନବୀକରଣ କାମ ଆରମ୍ଭ ହେବ । ପ୍ରଶ୍ନ ଉଠୁଛି ଯଦି ରାସ୍ତା ବର୍ଷେ ତଳେ ମରାମତି ହୋଇଥିଲା, ତେବେ ନବୀକରଣର କଣ ରହିଛି ଆବଶ୍ୟକତା ?

ବିଏମସି ଅଞ୍ଚଳରୁ ଆଉ ୩୦୯ ଆକ୍ରାନ୍ତ ଚିହ୍ନଟ, ବଢ଼ୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ବିଏମସି ଅଞ୍ଚଳରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ୩୦୯ ଜଣ ସଂକ୍ରମିତ ହୋଇଛନ୍ତି । ୮୩ଟି ମାମଲା ହୋମ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୨୬ଟି ମାମଲା ସ୍ଥାନୀୟ ସଂକ୍ରମଣ । ଅନ୍ୟପଟେ ରାଜଧାନୀରୁ ଗତ ୨୪ ଘଣ୍ଟାରେ ୩୧୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୨୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଲ୍ଡ ଟାଉନ୍ ଅଞ୍ଚଳରୁ ୧୦ ଜଣ । ପଟିଆ ଅଞ୍ଚଳରୁ ୧୦ ଜଣ, ରସୁଲଗଡ଼ ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ ୮ ଜଣ ଲେଖାଏଁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ବିଏମସି ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୩୭କୁ ବୃଦ୍ଧି ପାଇଛି । ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାର ୮୮୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩ ହଜାର ୫୧୯ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

TRP Scamରେ Republic TV ! ବନ୍ଧା ହେଲେ ଦୁଇ ଚ୍ୟାନେଲର ମାଲିକ…

ମୁମ୍ୱାଇ: ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ ରିପବ୍ଲିକ ଟିଭି ’ ଟିଆରିପି( ଟେଲିଭିଜନ ରେଟିଂ ପଏଣ୍ଟ୍) ସ୍କାମରେ ଛନ୍ଦି ହୋଇଛି । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ଏବେ କୋର୍ଟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ହେଫାଜତକୁ ଦେଇଛି । ଅଭିଯୋଗ ଅନୁଯାୟୀ, ପୋଲିସ ଦୁଇ ଅଭିଯୁକ୍ତଙ୍କଠାରୁ ଯଥାକ୍ରମେ ୨୦ ଲକ୍ଷ ଓ ୮.୫ ଲକ୍ଷ ଟଙ୍କା ଜବତ କରିଛି । ତେବେ କେବଳ ରିପବ୍ଲିକ ଟିଭି ନୁହେଁ ମୁମ୍ୱାଇ ପୋଲିସ ଫକଥ୍ ମରାଠୀ ଓ ବକ୍ସ ସିନେମା ଭଳି ଦୁଇ ଟିଭି ଚ୍ୟାନେଲ ମାଲିକଙ୍କୁ ଗିରଫ କରିସାରିଛି । ତେବେ ଏସବୁ ଆଞ୍ଚଳିକ ସ୍ତରର ଚ୍ୟାନେଲ ହୋଇଥିବା ବେଳେ ରିପବ୍ଲିକ୍ ଟିଭି ଏକ ଜାତୀୟ ସ୍ତରର ଆଗଧାଡ଼ିର ଚ୍ୟାନେଲ । ବିଶେଷ ଭାବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ବିବାଦରେ ରିପବ୍ଲିକ୍ ଟିଭିର ଟିଆରପି ଆଖି ଦୃଶିଆ ଭାବେ ବଢିଥିଲା ।

 

ବିବାଦ ଓ ଆରୋପ କଣ ?

ମୁମ୍ୱାଇ ସହରର କମିଶନର ପରମବୀର ସିଂହଙ୍କ କହିବା ଅନୁଯାୟୀ, ମୁମ୍ୱାଇ ସହରରେ ଟିଆରପି ନିୟନ୍ତ୍ରଣ କରିବା ପାଇଁ ୨ ହଜାର ବାରୋମିଟର ବ୍ୟବହାର କରାଯାଉଛି । ଟିଆରପି ହିସାବ-ନିକାସ ରଖୁଥିବା BARC ଦ୍ୱାରା ଏହି ବାରୋମିଟର ମନିଟର ହୋଇଥାଏ । ବିଶେଷ ଭାବେ ଏହି ସଂସ୍ଥା ଟିଆରପି କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା କରିବା ସହ ଟିଭି ଦର୍ଶକଙ୍କ ଚାହିଦା ଉପରେ ନଜର ରଖିଥାଏ । ତେବେ ସାଧାରଣତଃ ଟିଆରପି ରେଟ୍ କରିବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ଲୋକପ୍ରିୟତା ଜଣାପଡ଼ିଥାଏ । BARC ଦେଶରେ ଥିବା ଟିଭି ଦର୍ଶକଙ୍କ ଟିଭି ଦେଖାର ଚାହିଦା ହିସାବରେ ଭିନ୍ନ ଭିନ୍ନ ଟିଭି ଚ୍ୟାନେଲକୁ ଟିଆରପି ଦେଇଥାଏ । ଏଭଳି ହେବା ଦ୍ୱାରା ଟିଭି ଚ୍ୟାନେଲ ନିଜ ଲୋକପ୍ରିୟତା ସମ୍ପର୍କରେ ଜାଣିବା ସହ ଆଗାମୀ ସମୟରେ କେଉଁ ଭଳି ଭାବେ ଲୋକଙ୍କ ପାଖରେ ଅଧିକ ସକ୍ରିୟ ଭାବେ ପହଞ୍ଚିପାରିବ ସେନେଇ ଯୋଜନା ବନାଇଥାଏ ।

ରିପବ୍ଲିକ୍ ଟିଭି ଉପରେ ଆରୋପ କଣ ?

ମୁମ୍ୱାଇ ମହାନଗର ନିଗମ କମିଶନରଙ୍କ କହିବା କଥା ଯେ, ରିପବ୍ଲିକ୍ ଟିଭି ସପକ୍ଷରେ ଦର୍ଶକ ପ୍ରସ୍ତୁତ କରିବା ପାଇଁ ଲୋକଙ୍କୁ ଟଙ୍କା ଯୋଗାଇ ଦିଆଯାଇଛି । ଟିଭିରେ କେଉଁ ଭଳି ଭାବେ ସବୁ ସମୟରେ ରିପବ୍ଲିକ୍ ଚ୍ୟାନେଲର ପ୍ରସାରଣ ହେବ ସେଥିପାଇଁ ରିପବ୍ଲିକ୍ ଚ୍ୟାନେଲ ଲୋକଙ୍କୁ ଲାଞ୍ଚ ଦେଇଛି । ପରିବାରର କୌଣସି ସଦସ୍ୟ ଘରେ ନଥିବା ବେଳେ କିମ୍ୱା ଟିଭି ନଦେଖୁଥିବା ବେଳେ ମଧ୍ୟ ଟିଭିରେ ରିପବ୍ଲିକ ଚ୍ୟାନେଲର ପ୍ରସାରଣ କରିବା ପାଇଁ ଅନେକ ଲୋକଙ୍କୁ ଅର୍ଥ ଦିଆଯାଇଛି । ଏଭଳି ହେବା ଦ୍ୱାରା ରିପବ୍ଲିକ ଟିଭିର ଟିଆରପି ବଢିଛି ଓ ଏହା ଆଇନ ସଙ୍ଗତ ନୁହେଁ । ଉଲ୍ଲେଖଯୋଗ୍ୟ, BARC ମଧ୍ୟ ଏଭଳିୁ ଅଭିଯୋଗର ସତ୍ୟତାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ନକଲେ ମଧ୍ୟ ଏନଇ ତଥ୍ୟ ଦାଖଲ କରିଛି । BARC ସିଷ୍ଟମରୁ ଜଣା ପଡିଥିଲା ଯେ, କିଛି ପରିବାରର ଟିଭିର ୨୪ ଘଣ୍ଟିଆ ପ୍ରସାରଣ ଉପରେ ନଜର ରଖିଥିଲା । ଯେଉଁଥିରୁ ଜଣାପଡିଥିଲା କିଛି ଟିଭିରେ ଦିନରାତି ୨୪ ଘଣ୍ଟା କେବଳ ରିପବ୍ଲିକ୍ ଚ୍ୟାନେଲର ପ୍ରସାରଣ ହେଉଥିଲା ।

ପୋଲିସର ଆଗାମୀ ପଦକ୍ଷେପ କଣ ରହିବ ?

କ୍ରାଇମବ୍ରାଞ୍ଚ ଘଟଣାକୁ ଗୁରୁତର ସହ ନେବା ସହ ଆଗାମୀ ଦିନରେ ରିପ୍ଲବିକ୍ ଟିଭିର କର୍ମକର୍ତ୍ତାଙ୍କୁ ସମନ ନୋଟିସ ପଠାଇବା ନେଇ ସ୍ପଷ୍ଟତା ରଖିଛନ୍ତି । ଅଭିଯୁକ୍ତମାନଙ୍କୁ ଜେରା କରିବା ପରେ ଟିଭି ସଂସ୍ଥାର କର୍ମକର୍ତ୍ତାମାନଙ୍କଠାରୁ ସଫେଇ ନେବା ପାଇଁ ଡକାଯିବ । ଆମେ ପ୍ରାଥମିକ ପର୍ଯ୍ୟାୟ ଜେରା ଶେଷ କରିବା ପୂର୍ବରୁ ପ୍ରତ୍ୟେକ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ଜେରା କରିବାକୁ ଚାହୁଁଛୁ । କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାରପ୍ରସାର କରି ଟିଆରିପି ହାସଲ ପାଇଁ ଟିଭି ଚ୍ୟାନେଲମାନେ ପ୍ରଚେଷ୍ଟା କରିଥାନ୍ତି । ବିଗତ ଦିନରେ ଏଭଳି ଘଟଣାକୁ ଆମେ ଲୋକଲୋଚନକୁ ମଧ୍ୟ ଆଣିଛୁ । ମାତ୍ର ଏଥରର ଘଟଣା ଭିନ୍ନ । BARC ସିଷ୍ଟମକୁ ବ୍ୟବହାର କରି ହୋଇଥିବା ଏହି ସ୍କାମ ବଡଧରଣର ଅଟେ । ଏଣୁ ଏହି ସ୍କାମ ପଛରେ ଯିଏ ଥାଉନା କାହିଁକି ଘଟଣାର ସବିଶେଷ ତଥ୍ୟ ଏକାଠି କରିବା ପାଇଁ ପୋଲିସ ପ୍ରୟାସ କରିବ ।