ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ଭୁବନେଶ୍ୱର: ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି ।  ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚର ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଲକଡାଉନବେଳେ ଓଟିଭି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏଥିରେ ଜଣେ ପୋଲିସ କର୍ମଚାରୀ ଏବଂ ଓଟିଭିର କିଛି କର୍ମଚାରୀଙ୍କ ସହ ୭ଜଣ ସାମିଲ ଥିବା ଅଭିଯୋଗ କରାଯାଇଥିଲା । ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ମହିଳା ଥାନରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ମହିଳା କମିଶନ ଓଟିଭିର ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲେ । ସେପଟେ ଥାନାରେ ଅଭିଯୋଗ ପରେ କମିଶନରେଟ ପୋଲିସ ଘଟଣାରେ କିଛି ଟେର ପାଇନଥିଲା । ଶେଷରେ ତଦନ୍ତ ପାଇଁ ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ସେପଟେ ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ  ।

ମନୋରଞ୍ଜନଙ୍କ ଭିଣୋଇଙ୍କ ବଡ ବୟାନ; ଦୁର୍ନୀତିର ଚେରରେ ଜଗି ଓ ଜୟ, ଉଭୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ…

Leave a Reply