ସକାଳ ୮ଟାରୁ ଆରମ୍ଭ ହେବ ଗଣତି: କରୋନା କଟକଣା ଭିତରେ ୨୫ ରାଉଣ୍ଡ ହେବ କାଉଣ୍ଟିଂ

1 min read

ବାଲେଶ୍ୱର, ତିର୍ତ୍ତୋଲ: କାହାର ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ? ବାଜିବ କି ଶଂଙ୍ଖ ନା ଫୁଟିବ  ପଦ୍ମ ? ନା ହାତ ମୁଠାକୁ ଚାଲିଯିବ ଏହି ଦୁଇ ବିଧାନସଭା ଆସନ  । ଏନେଇ ପ୍ରାର୍ଥୀ ଓ ଦଳୀୟ ନେତା ଆଶା ଆଶଙ୍କାରେ ଥିବା ବେଳେ କାଲି ଖୋଲିବ ଇଭିଏମ୍‌ । ଗଣତି ହେବ ଜନମତ  । କଡ଼ା ସୁରକ୍ଷା ବଳୟ ଭିତରେ ସକାଳ ୮ଟାରୁ ହେବ ଭୋଟ କାଉଣ୍ଟିଂ  । କରୋନା କଟକଣା ଭିତରେ ମୋଟ୍‌ ୨୫ ରାଉଣ୍ଡ କାଉଣ୍ଟିଂ ହେବ । ପ୍ରତିଥରର ଫଳାଫଳ TV ଓ ଇଲେକ୍ସନ କମିଶନଙ୍କ ୱେବ୍‌ସାଇଟରେ ପ୍ରକାଶ କରାଯିବ । ତେବେ ଶୀଘ୍ର ଗଣତି ସରିବା ସମ୍ଭାବନା ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଉପନିର୍ବାଚନ ଫଳାଫଳ କାଲି ପ୍ରକାଶ ପାଇବ  । ସ୍ପଷ୍ଟ ହେବ କିଏ ପିନ୍ଧିବ ଉପନିର୍ବାଚନ ମୁକୁଟ  । ଭୋଟ ଗଣତି ପାଇଁ ପ୍ରସ୍ତୁତ ବାଲେଶ୍ୱର ଓ ଜଗତସିଂହପୁର ପ୍ରଶାସନ  । ତ୍ରିସ୍ତରୀୟ ସୁରକ୍ଷା ଭିତରେ ହେବ କାଉଣ୍ଟିଂ । ସକାଳୁ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି ହେବ ।  ଗଣନା ସରିବା ପରେ ଭିଭିପାଟ୍‌ର ଗଣନା କରାଯିବ  । କୋଭିଡ କଟକଣାରେ ହେବ ଭୋଟ ଗଣତି । ମୋଟ୍‌ ୨୫ଟି ରାଉଣ୍ଡ ଗଣତି କରାଯିବ । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜଣାଇବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବାଲେଶ୍ୱର ବିଧାନସଭା ଆସନ ପାଇଁ ୩୪୬ଟି ବୁଥରୁ ସଂଗ୍ରହ ହୋଇଛି ଜନମତ  । ଏହି ଜନମତକୁ ଜଲ୍ଲାପାଳକଙ୍କ କାର୍ଯ୍ୟାଳୟରେ ୧୪ଟି ଟେବୁଲରେ ଗଣତି କରାଯିବ । ଗଣତି ପ୍ରକ୍ରିୟାରେ ୬୦ ଜଣ ମାଇକ୍ରୋ ଅବ‌ଜରଭରଙ୍କ ସମେତ ଜିଲ୍ଲା ପ୍ରଶାସନର ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜନ କରାଯିବ । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୬ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସ୍‌ପି, ୪ଜଣ ଡ଼ିଏସ୍‌ପି, ୧୩ଜଣ ଏସ୍‌ଆଇ ଓ ୪ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି ।

ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ଜଗତସିଂହପୁର ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ହେବ ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡିବ  । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା କରାଯାଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୂତୟନ କରାଯାଇଛି  । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ ।  ଭୋଟ ଗଣତି ବେଳେ ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ

Leave a Reply