ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଜାମିନ୍, ନିମ୍ନ ଅଦାଲତରେ ଆବେଦନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

1 min read
Bombay High Court refuses to grant interim bail to Arnab Goswami

ମୁମ୍ବାଇ: ଅର୍ଣ୍ଣବଙ୍କୁ ମିଳିଲାନି ଆଶ୍ୱସ୍ତି । ଆଣଭି ନାୟକ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ୍ ଦେବାକୁ ବମ୍ବେ ହାଇକୋର୍ଟ ମନା କରି ଦେଇଛନ୍ତି । ଶନିବାର କୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ହାଇକୋର୍ଟ ଅର୍ଣ୍ଣବଙ୍କୁ ଜାମିନ୍ ଆବେଦନ ପାଇଁ ସେକ୍ସନ କୋର୍ଟ ଯାଇପାରନ୍ତି ବୋଲି କହିଛନ୍ତି । ଏଥିପାଇଁ ତାଙ୍କୁ ନିର୍ଦ୍ଧାରିତ ସମୟରେ ଆବେଦନ କରିବାକୁ ପଡ଼ିବ ।

ଇଣ୍ଟରିୟର ଡିଜାଇନର ଓ ତାଙ୍କ ମାଆଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ନଭେମ୍ବର ୪ ତାରିଖରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା । ତେବେ, ଏହି ଆତ୍ମହତ୍ୟା ମାମଲା ହେଉଛି ୨୦୧୮ ମସିହାର । ପୂର୍ବରୁ ଏହି ମାମଲା ବନ୍ଦ ହୋଇଯାଇଥିବା ବେଳେ ପୋଲିସ ପୁଣି ମାମଲା ରି-ଓପନ୍ କରି ଅର୍ଣ୍ଣବଙ୍କୁ ଆରେଷ୍ଟ କରିଥିଲା ।

Bombay High Court refuses to grant interim bail to Arnab Goswami

ଏହା ପୂର୍ବରୁ ମହାରାଷ୍ଟ୍ର ରାଜଭବନ ପକ୍ଷରୁ ଏକ ବୟାନ ଅର୍ଣ୍ଣବଙ୍କ ମାମଲାରେ ଆସିଥିଲା । ରାଜ୍ୟପାଳ ବିଏସ୍, କୋଶ୍ୟାରୀ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସହ କଥା ହୋଇଥିଲେ । ରାଜ୍ୟପାଳ ଅର୍ଣ୍ଣବଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଥିଲେ । ଏଥିସହ ଗୃହମନ୍ତ୍ରୀଙ୍କୁ କହିଥିଲେ ଅର୍ଣ୍ଣବଙ୍କୁ ଭେଟିବା ଓ କଥା ହେବା ଲାଗି ତାଙ୍କ ପରିବାରକୁ ଛଡ଼ାଯାଉ ।

ପୋଲିସର ଅଭିଯୋଗ

ରାୟଗଡ଼ ଜିଲ୍ଲା କୋର୍ଟ ଅର୍ଣ୍ଣବଙ୍କୁ ନଭେମ୍ବର ୧୮ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହା ପରେ ଅର୍ଣ୍ଣବଙ୍କୁ ଶନିବାର ରାତିରେ ଅଲିବାଗର ଏକ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟର (ଅସ୍ଥାୟୀ ଜେଲ୍)ରେ ରଖା ଯାଇଥିଲା । ରବିବାର ସକାଳୁ ତଲୋଜା ଜେଲକୁ ସିଫ୍ଟ କରାଯାଇଥିଲା । ପୋଲିସ କହିଥିଲା- ବିଚାର ବିଭାଗୀୟ ହାଜତରେ ଥାଇ ମଧ୍ୟ ଅର୍ଣ୍ଣବ ଗୋସ୍ୱାମୀ ମୋବାଇଲ୍ ଫୋନ୍ ବ୍ୟବହାର କରିବା ସହ ସୋସିଆଲ୍ ମିଡିଆରେ ସକ୍ରିୟ ଥିଲେ ।

Bombay HC Refuses To Grant Interim Bail To Arnab Goswami

ଅର୍ଣ୍ଣବଙ୍କ ଅଭିଯୋଗ- ପୋଲିସ ଚର୍ଚର କରୁଛି

ତଲୋଜା ଜେଲକୁ ଅର୍ଣ୍ଣବଙ୍କୁ ସିଫ୍ଟ କରାଯିବା ବେଳେ ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ । ଏପରିକି ତାଙ୍କୁ ଓକିଲଙ୍କ ସହ କଥାହେବାକୁ ଦିଆଯାଉ ନାହିଁ । ଜେଲରେ ତାଙ୍କୁ ନିର୍ଯାତନା ଦିଆଯାଉଛି । ଏହା ପୂର୍ବରୁ ଶନିବାର ଅର୍ଣ୍ଣବଙ୍କ ଓକିଲ ହାଇକୋର୍ଟରେ ସପ୍ଲିମେଣ୍ଟ୍ରି ଆପ୍ଲିକେସନ୍ ଦେଇଥିଲେ । ଯେଉଁଥିରେ ଅର୍ଣ୍ଣବ ଦାବି କରିଥିଲେ ପୋଲିସ୍ ତାଙ୍କୁ ଜୋତାରେ ମାରିବା ସହ ପାଣି ପିଇବାକୁ ଦେଇନାହିଁ ।

Leave a Reply