୫୫ ବର୍ଷରେ ପ୍ରେମରେ ପଡ଼ିଲେ ପୋଲିସ ବାବୁ, ପ୍ରେମିକାଙ୍କ ଘରକୁ ପଠାଇଲେ ଟ୍ରାକ୍ଟର ଭର୍ତ୍ତି ଚିପ୍ସ

1 min read
Jalore Thanaprabhari Dipped In The Color Of Love At The Age Of 55 Sent A Truck Of Gravel To Girlfriend

ଜାଲୋର: କୁହାଯାଏ ଯେବେ ପ୍ରେମର ରଙ୍ଗ ଲାଗେ ତ ସତେବେଳେ କୌଣସି ଆଇନ୍ କି ନିୟମ ଆସେନି । ପ୍ରେମିକ ପ୍ରିୟତମା ପାଇଁ ଜହ୍ନରୁ ତାରା ସବୁକିଛି ଆଣିଦେବାକୁ ପ୍ରତିଶ୍ରୁତି ଦିଏ । ଏହି ପ୍ରେମର ରଙ୍ଗ ଚଢ଼ିଛି ପୋଲିସ ବାବୁଙ୍କ ମୁଣ୍ଡରେ । ରାଜସ୍ଥାନ ଜାଲୋର ଜିଲ୍ଲାର ଯଶୱନ୍ତପୁରା ଥାନାରେ ନିଯୁକ୍ତ ପୋଲିସ ବାବୁଙ୍କ ମୁଣ୍ଡରେ ପ୍ରେମ ଭୂତ ଏମିତି ଚଢ଼ିଲା ଯେ ସେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ମନେ ପକାଇଲେ ନା ରାଜ୍ୟ ସରକାରଙ୍କ ଆଇନ୍ କାନୁନ୍ । ସବୁକିଛିକୁ ଜଳାଞ୍ଜଳି ଦେଇଦେଲେ । ସବୁ ନିୟମ କାନୁନକୁ ଦଳିମକଚି ଦବଙ୍ଗ ଅଫିସର ପ୍ରେମିକାଙ୍କ ଘର ତିଆରି ପାଇଁ ପ୍ରତିବଦ୍ଧିତ ବଜୁରୀ (ଚିପ୍ସ) ଟ୍ରକ୍ ପଠାଇଦେଲେ । ତାହାପୁଣି ରାତିର ଅନ୍ଧାରରେ ନୁହେଁ ବରଂ ଦିନର ସ୍ପଷ୍ଟ ଦିବାଲୋକରେ ।

ଏହିସବୁ କଥା ପୋଲିସ ବାବୁ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ହୋଇଥିବା ଭାଇରାଲ ଅଡିଓରୁ ଜଣାପଡ଼ିଛି । ତେବେ, ସବୁଠାରୁ ବଡ଼ କଥା ହେଉଛି ପ୍ରେମ ନିଶାରେ ଏମିତି କରିଥିବା ପୋଲିସ ବାବୁଙ୍କ ବୟସ ହେଉଛି ମାତ୍ର ୫୫ । ବୟସ ବଢ଼ିଥିଲେ ବି ଯୁବାବସ୍ଥାର ପ୍ରେମ ମରିନି ବାବୁଙ୍କର । ଏଥିପାଇଁ ତ ବାବୁ ଯେତେବେଳେ ସ୍ତ୍ରୀ ବଜାରକୁ କିଛି କିଣିବା ପାଇଁ ଯାଆନ୍ତି ତ ପ୍ରେମିକା (ବିବାହିତା ମହିଳା)ଙ୍କୁ ଫୋନ୍ କରି ୫ ମିନିଟ୍ ପାଇଁ ଘରକୁ ଡାକି ଦିଅନ୍ତି । ଏହି ପୋଲିସ ବାବୁ ଜଣଙ୍କ ହେଉଛନ୍ତି ଯଶୱନ୍ତାପୁରା ଥାନାର ଏସ୍ଏଚ୍ଓ ସାବିର ମୋହମ୍ମଦ ।

ଏହିସବୁ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ନ୍ୟୁଜ୍ ଚ୍ୟାନେଲରେ ବାଜିବାରୁ ବାବୁଙ୍କ ପ୍ରେମ ନିଶା ପୂରା ଉତୁରି ଯାଇଥିଲା । ମାମଲା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) ଥାନା ଅଧିକାରୀ ସାବିର ମୋହମ୍ମଦଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଏସପିଙ୍କ ଅନୁସାରେ- ଭାଇରାଲ ଅଡିଓ ଅନୁସାରେ ଯଶୱନ୍ତାପୁରା ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ଯାଞ୍ଚ ଚାଲିଛି । ସୋସିଆଲ୍ ମିଡିଆରେ ଅଡିଓ ଭାଇରାଲ୍ ହୋଇଥିବାରୁ ଲୋକ ଏହାକୁ ମଜାର ସହ ଶୁଣୁଛନ୍ତି ।

Leave a Reply