ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ରୂପା ଛାଉଣି ପାଇଁ ଅନୁମୋଦନ ହୋଇପାରିଲାନି ଡିଜାଇନ

Puri Jagannath Temple To Be Reopen For Devotee From January 3 WIth Covid Guidelines 

ପୁରୀ: ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ରୂପା ଛାଉଣି ପାଇଁ ଅନୁମୋଦନ ହୋଇପାରିଲାନି ଡିଜାଇନ । ଆସିଥିବା ୫ ଡିଜାଇନରୁ ବୈଠକରେ ଗୋଟିଏକୁ ବିଚାରକୁ ନିଆଯାଇଥିଲା । କିନ୍ତୁ ଏହି ଡିଜାଇନ ଉପରେ ମଧ୍ୟ ଅନ୍ତିମ ନିଷ୍ପତ୍ତି ନିଆଯାଇପାରିନାହିଁ । ଆସନ୍ତାକାଲି ସ୍ୱତନ୍ତ୍ର ଟିମ୍ ରଘୁରାଜପୁର ଗସ୍ତ କରିବେ । ସେଠାରେ କୁଶଳୀ କାରିଗରଙ୍କ ସହ ଆଲୋଚନା କରିବେ ।

ଉତ୍କଳୀୟ ପରମ୍ପରା ଛାପ ଥିବା ଡିଜାଇନ ଉପରେ ହେବ ଆଲୋଚନା । ଆସନ୍ତା ୧୯ରେ ପରବର୍ତ୍ତୀ ବୈଠକ ବସିବ । ଶ୍ରୀମନ୍ଦିର ଭିତର ବେଢ଼ାର ବିଭିନ୍ନ ଦ୍ୱାରର କବାଟ ଉପରେ ରୂପା ଛାଉଣି କରିବା ପାଇଁ ଅଧିକ ବିଚାରବିମର୍ଶ ଜାରି ରହିଛି ।

ସେପଟେ ଶ୍ରୀମନ୍ଦିର ବାଇଶି ପାହାଚ ସହ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡେଣ୍ଟ ଅରୁଣ କୁମାର ମଲ୍ଲିକ । ଗତ ୪ ତାରିଖରେ ସେ ଓ ଓବିସିସି ଶ୍ରୀମନ୍ଦିର ବାଇଶି ପାହାଚ, ମା’ ମହାଲକ୍ଷ୍ମୀ, ରୋଷଘର ଯାଞ୍ଚ କରିଥିଲେ । ପୂର୍ବରୁ ମଧ୍ୟ ୪ ଜଣିଆ ଏଏସଆଇ କମିଟି ଦ୍ୱାରା ଟିମ ଯାଞ୍ଚ କରିଥିଲେ ।

ବାଇଶି ପାହାଚ ଓ ମା ମହଲକ୍ଷ୍ମୀଙ୍କ ମନ୍ଦିର ଯାଞ୍ଚ ସହ ଦୁର୍ବଳ ଅଂଶ ମରାମତି ହେବାକୁ ଥିବା ଅଞ୍ଚଳକୁ  ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲା ଟିମ । ବାଇଶି ପାହାଚ ଦୁର୍ବଳ ପଥରର  ପରିବର୍ତ୍ତନ, ଯୋଡ଼େଇ ସ୍ଥାନର ଆବଶ୍ୟକ ପ୍ୟାଚିଂ ହେବ । ମା ମହଲକ୍ଷ୍ମୀଙ୍କ ମନ୍ଦିରରେ ପାଣି ଗଳୁଥିବା ସ୍ଥାନର ମଧ୍ୟ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply