କରୋନା ଉପରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ ହେଉଛି ଭ୍ୟାକ୍ସିନ୍: ଫାଇଜରର ଦାବି

1 min read
Covid Vaccine 90% Effective In Phase 3 Trial, Says Pfizer

ନୂଆଦିଲ୍ଲୀ: ବିଶ୍ୱରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭ୍ୟାକ୍ସିନ୍ ନେଇ ଚାଲିଛି ପରୀକ୍ଷା ନିରୀକ୍ଷା । ଏହାରି ଭିତରେ କୋଭିଡ୍ ଭ୍ୟାକ୍ସିନକୁ ନେଇ ଆଶ୍ୱସ୍ତିକର ଖବର ଦେଇଛି ଫାଇଜର । ମିଳିତ ଭାବେ ଫାଇଜର ଓ BioNTech ନିର୍ମାଣ କରିଥିବା ଭ୍ୟାକ୍ସିନ୍ କରୋନା ରୋକିବାରେ ୯୦ ପ୍ରତିଶତ ଫଳପ୍ରଦ ହେଉଛି । ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଏହି ସୂଚନା ଦେଇଛି ।

Covid Vaccine 90% Effective In Phase 3 Trial, Says Pfizer

ପ୍ରାଥମିକ ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ୨୮ ଦିନିଆ ପର୍ଯ୍ୟବେକ୍ଷଣରେ ୩ଟି ପର୍ଯ୍ୟାୟରେ ଟୀକା ଦିଆଯାଇଥିଲା । ପ୍ରଥମ ଟିକାର ୧୪ ଦିନ ପରେ ଦ୍ୱିତୀୟ ଓ ତାର ୭ ଦିନ ପରେ ତୃତୀୟଥର ଟୀକା ଦିଆଯାଇଥିଲା । ୪୪ ହଜାର ଜଣଙ୍କ ଉପରେ ହୋଇଥିବା କରୋନା ଭ୍ୟାକ୍ସିନ୍ ୯୦ ପ୍ରତିଶତ କାମ ଦେଇଥିବା କମ୍ପାନୀ ଦାବି କରିଛି ।

Covid Vaccine 90% Effective In Phase 3 Trial, Says Pfizer

ଫାଇଜର ପକ୍ଷରୁ କୁହାଯାଇଛି- କ୍ଲିନିକାଲ ଟ୍ରାଏଲ ସମୟରେ ସୁରକ୍ଷାକୁ ନେଇ କୌଣସି ଗମ୍ଭୀର ପ୍ରସଙ୍ଗ ସମ୍ମୁଖକୁ ଆସିନଥିଲା । ଆମେରିକା ଓ ଅନ୍ୟ ଦେଶର ମୋଟ ୪୪ ହଜାର ଲୋକଙ୍କ ଉପରେ ଟୀକାର ପରୀକ୍ଷଣ କରାଯାଉଛି । ତେବେ, ଭ୍ୟାକ୍ସିନ୍ ନେବା ପରେ ଜଣେ ବ୍ୟକ୍ତି କେତେଦିନ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହେବାରୁ ସୁରକ୍ଷିତ ରହୁଛନ୍ତି । ସେନେଇ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ ।

Covid Vaccine 90% Effective In Phase 3 Trial, Says Pfizer

ଫଳାଫଳ ଯେଭଳି ବିଶ୍ୱସନୀୟ ହେବ । ଏବଂ ପାରଦର୍ଶିତା ପାଇଁ କମ୍ପାନୀ ବାହ୍ୟ ଓ ସ୍ୱାଧୀନ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଦ୍ୱାରା ଭ୍ୟାକ୍ସିନ୍ ଟ୍ରାଏଲର ସମୀକ୍ଷା କରିଥିଲା ।

Leave a Reply