spot_img
Home Blog Page 6497

ଚିକିତ୍ସା ବେଳେ ଘରୋଇ ହସ୍ପିଟାଲରେ ଗଣଦୁଷ୍କର୍ମ ପରେ ହତ୍ୟା, ମାମଲା ରୁଜୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଛା ଛାଡ଼ୁନି ଗଣଦୁଷ୍କର୍ମ । କେତେବେଳେ ଚାଷ ଜମିରେ ତ କେବେ ରାଜରାସ୍ତାରେ ପ୍ରାୟ ୟୁପିରେ ଘଟୁଛି ଲଜ୍ଜାଜନକ ଘଟଣା । କେଉଁଠି ଦୁଷ୍କର୍ମକାରୀ ପୀଡ଼ିତାଙ୍କ ଜିଭ କାଟି ଦେଉଛନ୍ତି ତ ଆଉ କେଉଁଠି ଜିଅଁନ୍ତା ଜାଳି ଦେଉଛନ୍ତି । ଏବେ ଉତ୍ତରପ୍ରଦେଶର କୌଶାମ୍ବିରୁ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଅଭିଯୋଗ । କୌଶାମ୍ବି ଜନପଦରେ ମଞ୍ଝନପୁର କୋତବାଲି ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଘଟଣା ପରେ ମୃତକଙ୍କ ପିତା ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମାଜିଷ୍ଟ୍ରେଟ ତଦନ୍ତ ଦାବି କରିଛନ୍ତି । ତଦନ୍ତରୁ ହସ୍ପିଟାଲର ଚିକିତ୍ସକ ଓ କର୍ମଚାରୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସତ ପ୍ରମାଣିତ ହୋଇଛି । ଯାହାପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମଞ୍ଝନପୁର କୋତବାଲି ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ମାମଲା ରୁଜୁ ପରେ ହସ୍ପିଟାଲର ଅଧିକାଂଶ କର୍ମଚାରୀ ଫେରାର୍ ହୋଇ ଯାଇଛନ୍ତି ।

Kaushambi Woman Gangraped An Murdered In A Private Hospital FIR Lodged

ମାସକ ତଳର ଘଟଣା

କୋଖରାଜ ଥାନା ଅଞ୍ଚଳର ଏକ ଗାଁର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଜର ହେବା ପରେ ପରିବାର ଲୋକ ସମଦା ସ୍ଥିତ ହସ୍ପିଟାଲ ନ୍ୟୁ ତେଜମତିରେ ପ୍ରାୟ ମାସକ ତଳେ ଭର୍ତ୍ତି କରିଥିଲେ । ଚିକିତ୍ସା ବେଳେ ଯୁବତୀ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଘଟଣା ସମ୍ପର୍କରେ ଘର ଲୋକଙ୍କୁ କହିଥିଲେ ଯୁବତୀ ପରିବାର ଲୋକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଡାକ୍ତର ଯୁବତୀଙ୍କ ମସ୍ତିଷ୍କ ଠିକ୍ ନଥିବା କହି ମାମଲାକୁ ଚାପି ଦେଇଥିଲେ । କିନ୍ତୁ, ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ଅଭିଯୋଗକୁ ଆହୁରି ରୋଚକ କରି ଦେଇଥିଲା ।

Kaushambi Woman Gangraped An Murdered In A Private Hospital FIR Lodged

ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଗୁହାରୀ

ଯୁବତୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପୀଡ଼ିତ ପରିବାର ଅକ୍ଟୋବର ୧୩ରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ମାଗିଥିଲେ । ଯାହା ଉପରେ ଜିଲ୍ଲାପାଳ ମାମଲାର ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଡିଏମ୍ (ନ୍ୟାୟିକ) ବିଶ୍ରାମ ଯାଦବଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଚିକିତ୍ସାଧାକାରୀ ଓ ଜିଲ୍ଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀ ମିଳିତ ଭାବେ ତଦନ୍ତ କରିଥିଲେ । ଯାଞ୍ଚ ପରେ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ମିଳିବା ପରେ ମଞ୍ଝନପୁର ପୋଲିସ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ଭଳି ଗମ୍ଭୀର ଧାରାରେ ମାମଲା ରୁଜୁ କରିଥିଲା ।

Kaushambi Woman Gangraped An Murdered In A Private Hospital FIR Lodged

କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ଜିଲ୍ଲାପାଳ ଅମିତ କୁମାର ସିଂହଙ୍କ ଅନୁସାରେ ପୀଡ଼ିତ ପରିବାର ଏତଲାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ମାମଲାର ଯାଞ୍ଚ ପରେ ଜିଲ୍ଲା ପୋଲିସ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ମାମଲା ରୁଜୁ କରି ପୋଲିସ ଛାନଭିନ୍ କରୁଛି ।

କରୋନା କାଳରେ ଜିଏସ୍‌ଟି ଆଦାୟରେ ସାମାନ୍ୟ ଉନ୍ନତି

0

ଭୁବନେଶ୍ୱର: କରୋନା କାଳରେ ରାଜସ୍ୱ ଆଦାୟରେ ସାମାନ୍ୟ ଉନ୍ନତି ହୋଇଛି  । ଗତ ଅକ୍ଟୋବର ମାସରେ ୧ ଲକ୍ଷ ୫ ହଜାର କୋଟି ଟଙ୍କାର ଜିଏସଟି ଆଦାୟ କରାଯାଇଛି  । ଗତ ଫେବ୍ରୁଆରୀ ପରେ ଏହା ସର୍ବାଧିକ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି  । ଆଦାୟ ଅର୍ଥ ମଧ୍ୟରୁ ସିଜିଏସଟି ୧୯ ହଜାର ୧୯୩ କୋଟି, ଏସଜିଏସଟି ୫ ହଜାର ୪୧୧ କୋଟି, ଆଇଜିଏସଟି ୫୨ ହଜାର ୫୪୦ କୋଟି ଟଙ୍କା ଆଦାୟ ହୋଇଛି  । ଅନ୍ୟାନ୍ୟ କର ବାବଦରେ ୮ ହଜାର ୧୧ କୋଟି ଟଙ୍କା ଆଦାୟ କରାଯାଇଛି  । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଗତବର୍ଷ ଏହି ସମୟରେ ଆଦାୟ ହୋଇଥିବା ରାଜସ୍ୱଠୁ ଏହା ୧୦ ପ୍ରତିଶତ ଅଧିକ ରହିଛି  । ଗତବର୍ଷ ଅକ୍ଟୋବର ମାସରେ ୯୫ ହଜାର ୩୭୯ କୋଟି ଟଙ୍କା ଆଦାୟ ହୋଇଥିଲା  । କରୋନା ଲକଡାଉନ ପାଇଁ ଦେଶରେ ଜିଏସଟି ଆଦାୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା  ।

ଜାଲ ନୋଟ୍ ବିକ୍ରି କରିବାର ଫଣ୍ଡା: ୧୦ଲକ୍ଷ ଦିଅ,୨୦ଲକ୍ଷ ନିଅ

ପ୍ରଚାରରେ ବର୍ଷିଲେ ମୋଦି, ୟୁପି ଭଳି ହେବ ଡବଲ ଯୁବରାଜଙ୍କ ଅବସ୍ଥା…

ପାଟଣା: ବିହାର ବିଧାନସଭା ପାଇଁ ଜାରି ରହିଛି ଜୋରଦାର ପ୍ରଚାର । ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ପୁଣି ଗଢ଼ିବା ପାଇଁ ପିଏମ୍ ମୋଦି ଘନଘନ ପ୍ରଚାର କରୁଛନ୍ତି । ରବିବାର ଛପରାରେ ନିର୍ବାଚନ ରାଲି କରିଛନ୍ତି ମୋଦି । ସଭାରେ ମୋଦି ମହାମେଣ୍ଟ ଉପରେ ଶାଣିତ ଆକ୍ରମଣ କରିଛନ୍ତି । ପିଏମ୍ ମୋଦି ରାହୁଲ ଗାନ୍ଧି ଓ ତେଜସ୍ୱୀ ଯାଦବଙ୍କୁ ନେଇ କହିଛନ୍ତି ଆଜି ବିହାରରେ ଡବଲ ଇଞ୍ଜିନ୍ ସରକାର ଅଛି । ଅନ୍ୟପଟେ ଡବଲ ଯୁବରାଜ ଅଛନ୍ତି । ସେଥିରୁ ଜଣେ ଜଙ୍ଗଲରାଜର ଯୁବରାଜ । ଡବଲ-ଡବଲ ଯୁବରାଜ ନିଜ ନିଜ ସିଂହାସନ ବଞ୍ଚାଇବାକୁ ଲଢ଼େଇ ଲଢ଼ୁଛନ୍ତି ।

PM Narendra Modi Chhapra Rally Attack On Rahul Gandhi And Tejashwi-Yadav Double Yuvraj Bihar Election

ମୋଦି କହିଛନ୍ତି ୩ରୁ ୪ ବର୍ଷ ତଳେ ଉତ୍ତରପ୍ରଦେଶ ନିର୍ବାଚନ ବେଳେ ଡବଲ-ଡବଲ ଯୁବରାଜ କଳା ଜ୍ୟାକେଟ୍ ପିନ୍ଧି ବସ୍ ଉପରେ ଚଢ଼ି ଲୋକଙ୍କୁ ହାଥ ହଲାଉଥିଲେ । ୟୁପିରେ ଜନତା ସେମାନଙ୍କୁ ଚିହ୍ନି ସାରିଥିଲ ଓ ଉଭୟଙ୍କୁ ଘରକୁ ଫେରାଇ ଦେଇଥିଲେ । ସେଥିରୁ ଜଣେ ଯୁବରାଜଙ୍କ ସହ ଏବେ ଜଙ୍ଗଲରାଜର ଯୁବରାଜ ମିଶିଛନ୍ତି । ୟୁପିରେ ଡବଲ-ଡବଲ ଯୁବରାଜଙ୍କ ଅବସ୍ଥା ଯେମିତି ହୋଇଥିଲା, ବିହାରରେ ବି ସେମିତି ହେବ ।

ପୁଲୱାମା ପଲିଟିକ୍ସ

ପିଏମ୍ ମୋଦି କହିଛନ୍ତି ୨ରୁ ୩ ଦିନ ତଳେ ପଡ଼ୋଶୀ ଦେଶ ପୁଲୱାମା ଆକ୍ରମଣର ସତକୁ ମାନି ନେଇଛି । ଏହି ସତ ବିରୋଧୀଙ୍କ ଅସଲ ଚେହେରା ଖୋଲି ଦେଇଛି । ସେମାନେ ଆକ୍ରମଣ ପରେ ମିଥ୍ୟା ଖବର ପ୍ରସାରିତ କରୁଥିଲେ । ଦେଶରେ ଚାରିଆଡ଼େ ବିକାଶ ହେଉଛି, ଆପଣ ସେହି ଶକ୍ତିଠାରୁ ସାବଧାନ ରୁହନ୍ତି । ଯେଉଁମାନେ ସେମାନଙ୍କ ରାଜନୈତିକ ସ୍ୱାର୍ଥ୍ୱ ଚରିତାର୍ଥ ପାଇଁ ଦେଶହିତ ବିରୋଧରେ ଯିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।

ସାରୁଅ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ: ଓଟିଭି ସିଏଫ୍‌ଓଙ୍କୁ ପଚରାଉଚରା

ଖୋର୍ଦ୍ଧା: ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା  । ଓଟିଭି ସିଏଫଓଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍  । ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜମି କେଳେଙ୍କାରୀ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ମନୋରଞ୍ଜନ । ଗଲା ୨୯ତାରିଖରେ ଖୋର୍ଦ୍ଧା ସାରୁଅରେ ସରଜମିନ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍  । ଜମି କେଳେଙ୍କାରୀ ନେଇ ଲୋକଙ୍କ ମତାମତ ବି ନେଇଥିଲା ।

ସୂଚନା ଯୋଗ୍ୟ, ଗତ ୧୪ ତାରିଖରେ ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଏହି ଠକେଇ ଏବଂ ଚଞ୍ଚକତା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ସାରୁଅରେ ଅନୁସୂଚିତଜାତି(ଏସସି)ଙ୍କ ଜମି ହଡପ ନେଇ  ମୋଟ ୩ଟି ମାମଲା ରୁଜୁ ହୋଇଥିଲା । ତନ୍ମଧ୍ୟରୁ  ଗୋଟିଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ  ହାତକୁ ଯାଇଛି। ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ଆଧାରରେ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଅପରପକ୍ଷରେ ଓଟିଭି ଗ୍ରୁପ ଧମକ ଚମକ ଦେଇ ଠିକା କର୍ମଚାରୀଙ୍କୁ ବହାର କରିଦେଇଥିବା ଅଭିଯୋଗ ଆସିଛି । ସଂସ୍ଥାର ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା ଦେଇଛନ୍ତି । କର୍ମଚାରୀଙ୍କୁ କାର୍ଯ୍ୟରୁ ବାରଣ କରିବା ଅଭିଯୋଗରେ ଧାରଣା ଦେଇଛନ୍ତି କର୍ମଚାରୀ ।

ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା, ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇ କାମରୁ ବିଦା କରିଥିବା ଅଭିଯୋଗ

ଆସନ୍ତା ବର୍ଷ ଜୁନ ମାସ ଭିତରେ ଲୋକଙ୍କ ପାଇଁ କରୋନା ଟିକା ଆଣିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜୁନ ମାସ ଭିତରେ ଲୋକଙ୍କ ପାଇଁ କରୋନା ଟିକା ଆଣିବ ଭାରତ ବାୟୋଟେକ୍ । ଭାରତର ନିୟାମକ ସଂସ୍ଥା ଏନେଇ ଅନୁମତି ଦେଲେ ଖୁବଶିଘ୍ର ଟିକା ପ୍ରସ୍ତୁତ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିସହ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାର ସଫଳ ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି ।

କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକା ଆଇସିଏମଆର ଓ ଏନଆଇଭିର ସହଯୋଗରେ ତିଆରି ହେଉଛି । ଡିସିଜିଆଇ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ଅନୁମତି ମିଳି ସାରିଛି । ଚଳିତ ମାସ ଏହାର ପରୀକ୍ଷଣ ହେବ । ୧୪ଟି ରାଜ୍ୟର ୨୫ରୁ ୩୦ଟି କୋଭିଡ ହସ୍ପିଟାଲରେ ଏହି ପରୀକ୍ଷଣ ହେବ ।

କୋଭାକ୍ସିନ ଟିକା ତିଆରି ପାଇଁ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ଟିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲେ ସରକାରଙ୍କ ସହ ଘରୋଇ ସଂସ୍ଥାକୁ ମଧ୍ୟ ବିକ୍ରି କରାଯିବ ବୋଲି ଯୋଜନା କରାଯାଇଛି । ଏଥିସହ ଅନ୍ୟ ଦେଶ ସହ ମଧ୍ୟ ଆଲୋଚନା ଚାଲିଛି । ଏପର୍ଯ୍ୟନ୍ତ ଟିକାର ମୁଲ୍ୟକୁ ନେଇ କୌଣସି ପ୍ରକାର ଆକଳନ କରାଯାଇନାହିଁ ।

ଜାଲ ନୋଟ୍ ବିକ୍ରି କରିବାର ଫଣ୍ଡା: ୧୦ଲକ୍ଷ ଦିଅ,୨୦ଲକ୍ଷ ନିଅ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜାଲ୍‌ନୋଟ୍ କାରବାରର ପର୍ଦ୍ଦାଫାସ୍  । ୩ଟି ଜାଲ୍ ନୋଟ୍ ଭର୍ତ୍ତି ବ୍ୟାଗ୍ ସହିତ ୭୦ ହଜାର ଅସଲି ଟଙ୍କା ଜବତ କରିଛି ପୋଲିସ୍ । ଘଟଣାରେ ୨ଜଣଙ୍କୁ ଗିରଫ ସହ କାର ଓ ୩ଟି ମୋବାଇଲ ଜବତ କରାଯାଇଛି  । ଶହେ ଟଙ୍କିଆ ନୋଟ୍ ନେଇ ପାଞ୍ଚଶହ ଓ ଦୁଇ ହଜାର ଟଙ୍କିଆ ନୋଟ୍‌ ଦେବାକୁ ଲୋଭ ଦେଖାଇ ଚାଲିଥିଲା ଜାଲ୍‌ନୋଟ କାରବାର ।

ଅଭିଯୋଗ ଅନୁସାରେ, ଏକ ଅଜଣା ନମ୍ବରରୁ ବାସୁଦେବପୁର ଗୁଆଗଡ଼ିଆ ଓ ଅନନ୍ତପୁର ଅଞ୍ଚଳର ୨ଜଣ ବ୍ୟକ୍ତିଙ୍କୁ ଫୋନ୍‌ ଆସିଥିଲା  । ୨୦ଲକ୍ଷ ଶହେ ଟଙ୍କିଆ ନୋଟ୍ ନେଇ ୧୦ଲକ୍ଷ ପାଞ୍ଚଶହ ଓ ଦୁଇ ହଜାର ଟଙ୍କିଆ ଦେବାକୁ ଲୋଭ ଦେଖାଇଥିଲେ ଦୁବୃର୍ତ୍ତ  । ତେବେ ବ୍ୟକ୍ତି ଦୁଇଜଣ ନକଲିନୋଟ୍ କାରବାର ସନ୍ଦେହ କରି ପୋଲିସକୁ ଜଣାଇଥିଲେ ।

ଯୋଜନା ମୁତାବକ ଦୁବୃର୍ତ୍ତ ଜାଲଟଙ୍କା ନେଇ ଆସିବାବେଳେ ପୋଲିସ୍ ସେମାନଙ୍କୁ କାବୁ କରିଥିଲା  । ଜବତ ଜାଲ ନୋଟ୍ ଗୁଡିକରେ ଚିଲଡ୍ରେନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖାରହିଛ  । ତେବେ ଏହି ରାକେଟରେ ଆଉ କେଉଁମାନଙ୍କର ସପୃକ୍ତି ରହିଛି, ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି  ।

ରାଜ୍ୟରେ ଆଉ ୧୭୦୯ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୩୩୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା । ରାଜ୍ୟରେ ଆଉ ୧୭୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୮୫ ଚିହ୍ନଟ ହୋଇଥିବା ନୂଆ ସ୍ଥାନୀୟ ସଂକ୍ରମଣ ୭୨୪ ରହିଛି । ସେହିପରି କିଛିଦିନର ବ୍ୟବଧାନ ପରେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା  ୨୦୦ ପାର କରିଛି । ରବିବାର ଦିନ ଖୋର୍ଦ୍ଧାରୁ ସର୍ବାଧିକ ୨୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୧୧ ଜଣଙ୍କ ଜୀବନ ନେଇଛି କରୋନା ।

ସେହିଭଳି ରବିବାର ଦିନ ମୟୂରଭଞ୍ଜରୁ ୧୨୧, କଟକରୁ ୧୧୫, ସୁନ୍ଦରଗଡ଼ରୁ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ ୯୯, ନୂଆପଡାରୁ ୮୬, ଅନୁଗୁଳରୁ ୭୯, କଳାହାଣ୍ଡି ଓ କେନ୍ଦୁଝରରୁ ୭୨ଜଣ ଲେଖାଏଁ, ଜଗତସିଂହପୁରରୁ ୬୮, ଢେଙ୍କାନାଳରୁ ୬୪, ବାଲେଶ୍ବରରୁ ୬୧, ପୁରୀରୁ ୫୮, ବଲାଙ୍ଗୀରରୁ ୫୩, କେନ୍ଦ୍ରାପଡ଼ାରୁ ୫୦, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ମାଲକାନଗିରିରୁ ୩୯, କୋରାପୁଟରୁ ୩୮, ନୟାଗଡ଼ରୁ ୨୯, ଝାରସୁଗୁଡ଼ାରୁ  ୨୮, ନବରଙ୍ଗପୁରରୁ ୨୬, କନ୍ଧମାଳରୁ ୨୦, ଗଞ୍ଜାମରୁ ୧୯, ବୌଦ୍ଧରୁ ୧୮, ରାୟଗଡ଼ାରୁ ୧୬, ଭଦ୍ରକରୁ ୧୧, ଦେବଗଡ଼ରୁ ୯, ସୋନପୁରରୁ ୭ ଓ ଗଜପତି ଜିଲ୍ଲାରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୩ ଶହ ୩୧ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫ରେ ପହଞ୍ଚିଛି ।

ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୋଟ ୧୩୩୧ଜଣଙ୍କ ପ୍ରାଣ ନେଇଛି କରୋନା । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫ରେ ପହଞ୍ଚିଛି । ଏହାସହ ରାଜ୍ୟରେ ୨ଲକ୍ଷ ୭୫ହଜାର ୭୪୯ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ରାଜ୍ୟ ବର୍ତ୍ତମାନ ୧୪ହଜାର ୬୯୨ଟି ସଂକ୍ରମିତ ମାମଲା ରହିଛି ।

ମିଳିଥିବା ଉପହାର ଉପରେ ମଧ୍ୟ ଲାଗିଥାଏ ଟ୍ୟାକ୍ସ, ଆୟକର ଦେବା ପୂର୍ବରୁ ଜାଣିନ୍ତୁ ଏହି ନିୟମ !

ନୂଆଦିଲ୍ଲୀ: ପାର୍ବଣରେ ଲୋକମାନେ ପରସ୍ପରକୁ ଅନେକ ଉପହାର ଦିଅନ୍ତି । ବେଳେବେଳେ, ଉପହାରର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରେ ପହଞ୍ଚିଥାଏ । କିନ୍ତୁ ଯେତେବେଳେ ଲୋକମାନେ ଟିକସ ଦିଅନ୍ତି, ସେତେବେଳେ ସେମାନେ ପ୍ରାୟତଃ ଭୁଲିଯାଆନ୍ତି ଯେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଉପହାର ମିଳିଛି, ଏହା ଉପରେ ଟିକସ ଦେବାକୁ ପଡିବ ଏବଂ ଆୟକର ବିଭାଗର ବିଜ୍ଞପ୍ତି ଆସି । ଆଜ୍ଞା ହଁ, ଉପହାର ଉପରେ ମଧ୍ୟ ଟ୍ୟାକ୍ସ ଲାଗିଥାଏ । କିନ୍ତୁ ଲୋକମାନେ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନୁହଁନ୍ତି, ଯେଉଁଥିପାଇଁ ଆୟକର ବିଭାଗର ନୋଟିସ୍ ବହନ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ଟ୍ୟାକ୍ସ ବିଷୟରେ ।

ଏହା ହେଉଛି ଗିଫ୍ଟ ଉପରେ ଟ୍ୟାକ୍ସ ଲାଗିବାର ନିୟମ

ଉପହାର ଉପରେ ଟ୍ୟାକ୍ସ ଲଗାଇବାର ବ୍ୟବସ୍ଥା ଗିଫ୍ଟ ଟ୍ୟାକ୍ସ ଆକ୍ଟ, ୧୯୫୮ ଅଧିନରେ ହୋଇଥିଲା, କିନ୍ତୁ ଏହି ଆଇନ ଉପରେ ୧୯୯୮ ମସିହାରେ ରୋକ ଲଗାଯାଇଥିଲା । ୬ ବର୍ଷ ପରେ ଫାଇନାନ୍ସ ଆକ୍ଟ ୨୦୦୪ରେ ସେକ୍ସନ ୫୬ (୨) (V) ଯୋଡ଼ା ଯାଇଥିଲା ଯାହା ଅଧିନରେ ଗିଫ୍ଟ ପାଉଥିବା ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ଲାଗିବାର ବ୍ୟବସ୍ଥା କରାଗଲା । ଏହା ମୁତାବକ, କୌଣସି ବ୍ୟକ୍ତି କିମ୍ବା ହିନ୍ଦୁ ଅବିଭାଜିତ ପରିବାର (HUF) କୁ ମିଳିଥିବା ଉପହାର ଉପରେ ଟ୍ୟାକ୍ସ ଲଗାଯାଏ ।

ନଗଦ ମିଳିଥିବା ଟଙ୍କାରେ ଦେବାକୁ ପଡ଼ିବ ଟ୍ୟାକ୍ସ

ଯଦି ଆପଣ ଉପହାର ସ୍ୱରୂପ ନଗଦ ଗ୍ରହଣ କରିଛନ୍ତି, ତେବେ ଆର୍ଥିକ ବର୍ଷରେ ପ୍ରାପ୍ତ ନଗଦ ଉପହାରର ସମ୍ପୂର୍ଣ୍ଣ ପରିମାଣ ଅନ୍ୟ ଜିନିଷରୁ ଆୟ ଭାବରେ ବିବେଚନା କରାଯିବ । ଯଦିଓ, ଯଦି ସମ୍ପୂର୍ଣ୍ଣ ନଗଦ ଉପହାର ୫୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍ ରହିଛି ତେବେ ଆପଣଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ । ବାସ୍ତବରେ, ଏକ ଆର୍ଥିକ ବର୍ଷରେ, ୫୦,୦୦୦ ଟଙ୍କା ନଗଦ ଉପହାର ଟିକସମୁକ୍ତ ଏବଂ ଏହାଠାରୁ ଅଧିକ ପରିମାଣ ପ୍ରଦାନ କଲେ ତା ଉପରେ ଟ୍ୟାକ୍ସ ଲଗାଯିବ ।

ଉପହାରରେ ମିଳିଥିବା ଅଚଳ ସମ୍ପତ୍ତି ଉପରେ ମଧ୍ୟ ଲାଗିବ ଟ୍ୟାକ୍ସ

ଅନେକ ଥର ଲୋକମାନେ ନିଜ ବନ୍ଧୁମାନଙ୍କୁ ଅତ୍ୟଧିକ ମହଙ୍ଗା ଉପହାର ଦିଅନ୍ତି, ଯେଉଁଥିରେ ଘର କିମ୍ବା ଜମି ପରି ଅସ୍ଥାବର ସମ୍ପତ୍ତି ମଧ୍ୟ ଥାଏ । ଯଦି ଜଣେ ବ୍ୟକ୍ତି ଉପହାର ସ୍ୱରୂପ ଅସ୍ଥାବର ସମ୍ପତ୍ତି ପାଆନ୍ତି, ତେବେ ତାଙ୍କୁ ଆୟକର ଦେବାକୁ ପଡିବ । ଅବଶ୍ୟ, ଉପହାରରେ ପ୍ରାପ୍ତ ଅସ୍ଥାବର ସମ୍ପତ୍ତି ତୁଳନା କରିବାବେଳେ ଏହା ମଧ୍ୟ ଦେଖାଯାଏ ଯେ ସେହି ସମ୍ପତ୍ତିର ମୂଲ୍ୟ ଏବଂ ଆପଣଙ୍କ ତରଫରୁ ଯାହା ଦିଆଯାଉଛି (ସେବା, ପରିମାଣ, ସହାୟତା ଇତ୍ୟାଦି ଯାହାକୁ କନଶିଡରେସନ ମୂଲ୍ୟ କୁହାଯାଏ )  ତାହାର ଅନ୍ତର କେତେ ରହିଛି । ଉଦାହରଣ ସ୍ୱରୂପ, ୨ ଲକ୍ଷ ଷ୍ଟାମ୍ପ ମୂଲ୍ୟ ଜମି ବଦଳରେ ଆପଣ ୧ ଲକ୍ଷ ଟଙ୍କା କିମ୍ବା ଅନ୍ୟ କିଛି ସେବା ଦେଇଛନ୍ତି, ତେବେ ଏହା ୧ଲକ୍ଷ ଟ୍ୟାକ୍ସଯୋଗ୍ୟ ।

ଘନିଷ୍ଠ ସମ୍ପର୍କୀୟଙ୍କଠାରୁ ମିଳିଥିବା ଉପହାର ଉପରେ ଆୟକର ବସେ ନାହିଁ | ଅନ୍ୟପକ୍ଷରେ, ଯଦି ଆପଣ ବିବାହ ଉତ୍ସବରେ ଉପହାର ପାଆନ୍ତି, ତେବେ ଏଥିପାଇଁ ଟିକସ ଦେବାକୁ ପଡିବ ନାହିଁ । କେବଳ ଏତିକି ନୁହେଁ, ଯଦି ଆପଣଙ୍କୁ କେହି ନିଜ ଇଚ୍ଛାରେ ଉପହାର କିମ୍ବା ଉତ୍ତରାଧିକାରରେ ପ୍ରାପ୍ତ ହୁଏ, ତେବେ ଏହା ମଧ୍ୟ ଟିକସମୁକ୍ତ ହେବ ତାହା କେତେ ମୂଲ୍ୟବାନ ହେଇଥାଉ ନା କାହିଁକି ।

ଶୀତରେ ଜମୁଛି ଚା’ ଖଟିର ଆସରା, ଆଉ ବ୍ୟୟାମ ପାଇଁ ମନବଳାଉଛନ୍ତି ଯୁବପିଢି

କନ୍ଧମାଳ/ସୋନପୁର: କନ୍ଧମାଳକୁ ଛୁଇଁଛି ପହିଲି ଶୀତ । ଧିରେଧିରେ ପାରଦ ଖସିବା ସହ ଘନ କୁହୁଡ଼ିର ଆସ୍ଥରଣ ଦେଖିବାକୁ ମିଳୁଛି  । କରୋନା କଟକଣା ଯୋଗୁଁ ପାର୍କ, ଷ୍ଟାଡିୟମ ଆଦି ବନ୍ଦ ରହିଥିବା ବେଳେ ସ୍ଥାନୀୟ ଲୋକେ ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଯୁବଗୋଷ୍ଠୀ ନିଜକୁ ଫିଟ୍ ରଖିବା ପାଇଁ ଖୋଲା ପଡ଼ିଆରେ ବ୍ୟାୟାମ କରିବାସହ ଖେଳକୁଦ ଆରମ୍ଭ କରିଦେଲେଣି ।

ସେପଟେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାକୁ ଚଳିତବର୍ଷ ଶୀତ ବିଳମ୍ବରେ ଆସିଛି ସତ କିନ୍ତୁ, ପହିଲି ଶୀତର ବେଶ ମଜା ଉଠାଇବା ପାଇଁ ସମସ୍ତେ ପ୍ରସ୍ତୁତ । ଶୀତୁଆ ସକାଳରେ ଚା ପିଇବାର ମଜା ନେଉଛନ୍ତି ଲୋକ । ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବିଗତ ଦୁଇ-ତିନି ଦିନ ହେବ ଶୀତ ଅନୁଭୁତ ହେଉଛି । ବର୍ଷର ପ୍ରଥମ ଶୀତକୁ ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ଲୋକେ ସକାଳୁ ଉଠି ବ୍ୟୟାମ ଓ ଯୋଗ ଆଦି କରୁଥିବା ଦେଖିବାକୁ ମିଳିଛି ।

ଦେଶରେ ଦିନକରେ ଆଉ ୪୬ ହଜାର ୯୬୪ ଆକ୍ରାନ୍ତ ଚିହ୍ନଟ… ୪୭୦ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣ । ଆଜି ଦିନକରେ ସାରା ଦେଶରେ ଆଉ ୪୬ ହଜାର ୯୬୪ ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହିପରି ମହାମାରୀରେ ଆଉ ୪୮୦ ଜୀବନ ଯାଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୨ ହଜାର ୧୧୧ ରେ ପହଞ୍ଚିଛି । ଦେଶରେ ଏବେ ସୁଦ୍ଧା ୮୧ ଲକ୍ଷ ୮୪ ହଜାର ୮୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୪ ଲକ୍ଷ ୯୧ ହଜାର ୫୧୩ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେବି ସାରା ଦେଶରେ ୫ ଲକ୍ଷ ୭୦ ହଜାର ୪୫୮ ସକ୍ରିୟ ମାମଲା ରହିଛି । ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଆଗରେ ରହିଛି । ତେବେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ରକୁ ଟପିଛି କେରଳ ।

୩.୮୬ ଲକ୍ଷ ଅତିକ୍ରମ କଲା ଦିଲ୍ଲୀର କରୋନା ରୋଗୀଙ୍କ ସଂଖ୍ୟା 

ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ୫,୦୬୨ଟି ନୂଆ କରୋନା ସଂକ୍ରମଣ ରିପୋର୍ଟ ହେବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩.୮୬ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ କରୋନା ରୋଗୀଙ୍କ ସଂକ୍ରମଣ ହାର ୧୧.୪୨ ପ୍ରତିଶତକୁ ବୃଦ୍ଧି ପାଇଛି ।

ସୂଚନା ଅନୁଯାୟୀ କ୍ରମାଗତ ଚତୁର୍ଥ ଦିନ ପାଇଁ ଦିଲ୍ଲୀରେ ଗୋଟିଏ ଦିନରେ ପାଞ୍ଚ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଦିଲ୍ଲୀରେ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୫,୮୯୧ଟି ମାମଲା ଥିଲା । ଏଥି ସହିତ, ୨୯ ଅକ୍ଟୋବର ଗୁରୁବାର ଦିନ ଦିଲ୍ଲୀରେ ୫,୭୩୯ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା । ଏହାପୂର୍ବରୁ, ଅକ୍ଟୋବର ୨୮, ବୁଧବାର ଦିନ ୫,୬୭୩ଟି କରୋନା ମାମଲା ରହିଥିଲା ।

ମହାରାଷ୍ଟ୍ରରେ ସୁସ୍ଥତା ହାର ପାଖାପାଖି ୮୦ ପ୍ରତିଶତ 

ଗତ କିଛି ଦିନ ହେବ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହ୍ରାସ ପାଉଛି । ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ କରୋନାର ୫,୫୪୮ ରୋଗୀ ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ଥିବା ରୋଗୀଙ୍କ ସଂଖ୍ୟା ୭ ହଜାରରୁ ଅଧିକ ଥିଲା । ମହାରାଷ୍ଟ୍ରରେ କରୋନା ପୁନରୁଦ୍ଧାର ହାର ପ୍ରାୟ ୯୦ ପ୍ରତିଶତରେ ପହଞ୍ଚିଛି । ଏହା ସମୁଦାୟ କରୋନା ମାମଲାର ପ୍ରାୟ ଏକ ଚତୁର୍ଥାଂଶ । ମହାରାଷ୍ଟ୍ରରେ ସଂକ୍ରମଣ ହାର ୧୮.୭୨ ପ୍ରତିଶତ ।

ଏହା ବ୍ୟତୀତ ଦକ୍ଷିଣ ଭାରତରେ କରୋନା ସଂକ୍ରମଣର ଗ୍ରାଫ୍ ମଧ୍ୟ ତଳକୁ ଆସୁଛି । ନଭେମ୍ବର ୨ରୁ ଆନ୍ଧ୍ରପ୍ରଦେଶ ସରକାର ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ବିଦ୍ୟାଳୟଗୁଡ଼ିକ ଖୋଲାଯିବ ।