ଆଜି ପ୍ରଥମ ଥର ପାଇଁ ସାଂଘାଇ ସହଯୋଗ ସଂଗଠନ ବୈଠକର ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ଆଜି ଭାରତ ପ୍ରଥମ ଥର ପାଇଁ ସାଂଘାଇ ସହଯୋଗ ସଂଗଠନ ବୈଠକର ଅଧ୍ୟକ୍ଷତା କରିବ । ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ଦେଶର ପ୍ରଧାନମନ୍ତ୍ରୀ ମାନେ ଯୋଗେ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିନ୍ତୁ ବୈଠକରେ ଯୋଗ ଦେବେ ନାହିଁ । ତାଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ କାର୍ଯ୍ୟକ୍ରମ ଥିବାରୁ ସେ ବୈଠକରେ ଯୋଗ ଦେଇପାରିବେ ନାହିଁ ।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏଥିରେ ଅଧ୍ୟକ୍ଷତା କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେବେନାହିଁ । ବୈଦେଶିକ ବ୍ୟାପାର ସଂସଦୀୟ ସଚିବ ପାକିସ୍ତାନ ପକ୍ଷରୁ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି । ଋଷ, ଚୀନ୍, କଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ପ୍ରଧାନମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେବେ । ୨୦୧୭ ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ଏସସିଓର ସ୍ଥାୟୀ ସଦସ୍ୟ ହୋଇଥିଲେ । ଗତ ବୈଠକରେ ଋଷିଆ ଅଧ୍ୟକ୍ଷତା କରିଥିଲା ।

Leave a Reply