spot_img
Home Blog Page 6498

ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା, ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇ କାମରୁ ବିଦା କରିଥିବା ଅଭିଯୋଗ

ଭୁବନେଶ୍ୱର: ପୁଣି ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା । ପୂର୍ବରୁ ଦାଦାଗିରି କରି ବେଆଇନ ଭାବେ ଜମି ହାତେଇଥିଲେ । ଏବେ ଧମକ ଚମକ ଦେଇ ଠିକା କର୍ମଚାରୀଙ୍କୁ ବିଦା କରିଛନ୍ତି । ଯାହାର ପ୍ରତିବାଦରେ ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା ଦେଇଛନ୍ତି । କର୍ମଚାରୀଙ୍କୁ କାର୍ଯ୍ୟରୁ ବାରଣ କରିବା ଅଭିଯୋଗରେ ଧାରଣା ଦେଇଛନ୍ତି କର୍ମଚାରୀ ।

OTV Sarua Land Grabbing Case, Khordha District Administration Started Investigation

ଗତକାଲି ଧମକ ଚମକ ଦେବା ଅଭିଯୋଗରେ ସଂସ୍ଥାର ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତରାୟ ଓ ସୁପର ଭାଇଜର ବିଶ୍ୱଜିତ ରାଉତରାୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ଠିକା କର୍ମଚାରୀଙ୍କୁ ବାହାର କରିଦେବା, ଜୀବନରେ ମାରିଦେବା, ଜାତିଆଣ ମନ୍ତବ୍ୟକୁ କେନ୍ଦ୍ର କରି ଧମକ ଚମକ ଦେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି । ଘଟଣାରେ ଦୁଇ କର୍ମଚାରୀଙ୍କ ନାଁରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା ।

ପୂର୍ବରୁ ଦଳିତଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେର ମହିଳା ବିକାଶ ସମିତିର ସଭାପତି ଓ ସଦସ୍ୟା ନିଜ ପଦରୁ ଇସ୍ତଫା ଦେଇଥିଲେ । ଠିକ ସେହିପରି ବେଆଇନ ଜମିରୁ ଜବରଦଖଲ ଉଚ୍ଛେଦ କରିଥିଲା ଖୋର୍ଦ୍ଧା ପ୍ରଶାସନ । ଏଥିସହ ଓଟିଭି ଏମଡି ଜଗି ମଙ୍ଗଦ ପଣ୍ଡାଙ୍କ ବାପା ରନ୍ଧିର ସିଂଙ୍କୁ ପଚରାଉଚରା କରିଥିଲା ବାଘମାରୀ ଥାନା ପୋଲିସ ।

Ayurveda Winters Diet: ଶୀତ ଦିନରେ ଏହି ୫ ଉପାୟରେ ବଢ଼ାନ୍ତୁ ଇମ୍ୟୁନିଟି

ଶୀତ ଋତୁରେ ମନୁଷ୍ୟର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡ଼େ । ଏହି କାରଣରୁ ଶୀତ ଋତୁରେ ଅଧିକାଂଶ ଲୋକ ଅସୁସ୍ଥ ହୋଇପଡ଼ନ୍ତି । ଆୟୁର୍ବେଦିକ ଚିକିତ୍ସକଙ୍କ କହିବା ଅନୁଯାୟୀ ଇମ୍ୟୁନିଟି ତିନି ପ୍ରକାରର ହୋଇଥାଏ । ସହଜ (ଅନୁବଂଶ ରୂପରେ ଇମ୍ୟୁନିଟି ଉପରେ ପ୍ରଭାବ), କଲଜ ( ଋତୁ ପରିବର୍ତ୍ତନ ସହ ଇମ୍ୟୁନିଟିରେ ପ୍ରଭାବ) ଏବଂ ଯୁକ୍ତିକୃତି ( ଡାଏଟ ଏବଂ ଯୋଗ ଅଭ୍ୟାସ ହେତୁ ଇମ୍ୟୁନିଟିରେ ପରିବର୍ତ୍ତନ) ।

ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆମେ ଆୟୁର୍ବେଦକୁ ଆମ ଜୀବନଶୈଳୀର ଏକ ଅଂଶ କରିବା, ତେବେ ରୋଗ ପ୍ରତିରୋଧକ ସମସ୍ୟା ସବୁଦିନ ପାଇଁ ମୁକ୍ତି ହୋଇପାରିବ। ଶୀତଦିନେ, ରୋଗ ପ୍ରତିରୋଧକ ସମସ୍ୟା ଅଧିକ, ତେଣୁ ଆୟୁର୍ବେଦ ଅନୁଯାୟୀ ଖାଦ୍ୟରେ କିଛି ଜିନିଷ ଅନ୍ତର୍ଭୁକ୍ତ କରିବା ସହିତ ଆପଣ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଶରୀରରେ ଅଧାରୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ହଜମ ପ୍ରକ୍ରିୟା ଦ୍ୱାରା ପରିଚାଳିତ ହୋଇଥାଏ । ଆୟୁର୍ବେଦ ପେଟରେ ଥିବା ‘ଅଗ୍ନି’ ସହିତ ହଜମ ଶକ୍ତିକୁ ସନ୍ତୁଳିତ କରେ । ଶୀତ ଋତୁରେ ଆମ ଶରୀର ଅଳସୁଆ ହେବାକୁ ଲାଗେ, ତେଣୁ ଏହି ଅଗ୍ନି ପେଟରେ ଶକ୍ତି ହରାଇବା ଆରମ୍ଭ କରେ । ତେଣୁ ଏହାକୁ ଆପଣଙ୍କ ଖାଦ୍ୟରେ ଜୀବନ୍ତ ରଖିବା ପାଇଁ ଖାଦ୍ୟରେ ପ୍ରାକୃତିକ ତେଲ, ଦେଶୀ ଘିଅ ଏବଂ ଖାଣ୍ଟି ବଟର ଭଳି ପ୍ରାକୃତିକ ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ ।

ଶୀତଦିନେ ପନିପରିବା ସିଝାଇ ଖାଇବା ଅତ୍ୟନ୍ତ ଜରୁରୀ । ଶୀତଦିନିଆ ଖାଦ୍ୟରୁ ପ୍ରସ୍ତୁତ ସୁପ୍, ଷ୍ଟ୍ୟୁଜ ଏବଂ ସୋରବାର ଭରପୂର ସେବନ କରନ୍ତୁ । ଗାଜର, ବିଲାତି, ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ଅନ୍ୟାନ୍ୟ ଚେରଯୁକ୍ତ ପନିପରିବା ଅତ୍ୟନ୍ତ ଲାଭଦାୟକ ଅଟେ । କିନ୍ତୁ ଫୁଟାଯାଇଥିବା ଏହି ପନିପରିବା ଖାଇବା ଅଧିକ ଲାଭଦାୟକ ଅଟେ ।

ଆୟୁର୍ବେଦ ଅନୁଯାୟୀ, ଏହି ଋତୁରେ କିଛି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ ଦ୍ୱିଗୁଣିତ କ୍ଷତିକାରକ ମଧ୍ୟ ଅଟେ । ଏହି ଋତୁରେ, ପ୍ୟାକେଟ ଖାଦ୍ୟ କିମ୍ବା ସପ୍ତାହ କିମ୍ବା ମାସ ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ସହିତ ଆଉଟ ଅଫ୍ ସିଜିନ ଖାଦ୍ୟ ଖାଇବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରିଥାଏ ।

ଡ୍ରାଏ ଫ୍ରୁଟସ ଶୀତ ଦିନରେ ସଞ୍ଜୀବନୀ ଭଳି କାମ କରିଥାଏ । ସମସ୍ତେ ନିଜ ଖାଦ୍ୟରେ ଡ୍ରାଏ ଫ୍ରୁଟସ ସାମିଲ କରିବା ନିହାତି ଆବଶ୍ୟକ । କାଜୁ, ପିସ୍ତା, ଖଜୁରୀ, ବାଦାମ, ଅଖରୋଟ ଭଳି ଜିନିଷ ନା କେବଳ ଶୀତଦିନେ ଆପଣଙ୍କ ଶରୀରକୁ ଗରମ ରଖିବ, ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବ ।

ଶୀତଦିନେ ଶରୀର ଅଳସୁଆ ହୋଇଥିବାରୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କାମକରିବା ବନ୍ଦ କରିଦିଏ । ଶରୀରରେ ଫୁର୍ତ୍ତି ଆଣିବା ପାଇଁ ଆପଣ ଯୋଗ କିମ୍ବା କୌଣସି ବ୍ୟାୟାମ କରିପାରିବେ । ଏହା କରିବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

ଶଳାକୁ ଛାଡ଼ିବାକୁ ଯାଇଥିଲେ ! ଫେରିବା ବେଳକୁ ହାବୁଡ଼ିଲେ ଦୁର୍ବୃତ୍ତ ଆଉ…

ଆନନ୍ଦପୁର: ଶଳାକୁ ଶ୍ୱଶୁର ଘରେ ଛାଡ଼ି ଆସୁଥିବା ବେଳେ ଆକ୍ରମଣ କଲେ ଦୁର୍ବୃତ୍ତ । ମରଣାନ୍ତକ ଆକ୍ରମଣ କରିବା ସହ ଛଡ଼ାଇନେଲେ ବାଇକ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପାହାଡପୁର ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।  ନିଚ୍ଛାଟିଆ ରାସ୍ତାରେ ୪ରୁ ୫ ଜଣ ଦୃବୁତ୍ତ ଯୁବକଙ୍କୁ ଆକ୍ରମଣ କରିବା ସହ ବାଇକି ଲୁଟିନେଇଥିବା ଅଭିଯୋଗ ହୋଇଛି ।

ଗୁରୁତର ଯୁବକ ଭଗାନଇ ଗାଁ ର ରବିନ୍ଦ୍ର ଦେହୁରୀ  । ଶଳାକୁ ଶ୍ୱଶୁର ଘରେ ଛାଡି ଘରକୁ ଫେରିବା ବେଳେ ଆକ୍ରମଣ ହୋଇଥିଲା । ପରେ ସେଠାରେ ଗାଁ ଲୋକ ଓ ପରିବାର ଲୋକେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହିଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । କେବଳ ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଛି ନା ଶତ୍ରୁତା, ତଦନ୍ତ ପରେ ସ୍ପଷ୍ଟ ହେବ କାରଣ ।

ଗୋଟିଏ ରାତିରେ ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ                                                                                                                                                    

କୋରାପୁଟ: କୋରାପୁଟରେ ବଢୁଛି ଗଞ୍ଜେଇ ବେପାର ଓ ଚୋରା ଚାଲାଣ । ଗୋଟିଏ ରାତିରେ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ଓ ପାଡୁଆ ପୋଲିସ । ୨ଟି ସ୍ଥାନରେ ଚଢାଉ କରି ପୋଲିସ ଗଞ୍ଜେଇ ଜବତ କରିଛି । କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତି ହନୁମାଲ ଗାଁର ଗୋବର୍ଦ୍ଧନ ଦଳାଇଙ୍କ ଘରେ ଗଞ୍ଜେଇ ଥିବା ସୂଚନା ପାଇ ପୁଲିସ ଚଢାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଗୋବର୍ଦ୍ଧନଙ୍କ ଘରୁ ୨୭ବସ୍ତାରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ୮ କ୍ୟୁଣ୍ଟାଲ ୧୩ କେଜି ୭୦୦ ଗ୍ରାମ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ଲକ୍ଷରୁ ଅଧିକ ହେବ । ଘଟଣାରେ ପୁଲିସ କାହାରିକୁ ଗିରଫ କରି ନାହିଁ । କେବଳ ସେତିକି ନୁହେଁ ରାତି ପାଟ୍ରୋଲିଂ ବେଳେ ପାଡୁଆ ପୋଲିସ ଏକ ଗଞ୍ଜେଇ ବୋଝେଇ ଗାଡି ଜବତ କରିଛି । ବଡ ଦେବତା ଛକ ନିକଟରେ  ପୋଲିସ ଚେକିଂ ବେଳେ ଗାଡି ଚାଳକ ଓ ହେଲପର ଫେରାର ହୋଇୟାଇଛନ୍ତି । ୫ କ୍ୟୁଣ୍ଟାଲ ୨୫ କେଜି  ଗଂଜେଇ ଜବତ ହୋଇଥିବା ବେଳେ ତାର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ ରହିଛି ।

ଲଦାଖରେ ଦୁଇ ଦୁଇଥର ଭୂକମ୍ପ ଅନୁଭୂତ

ଲଦାଖ: ଶନିବାର ରାତିରେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ପ୍ରଥମ ଭୂମିକମ୍ପ ରାତି ୧୦:୨୯ ରେ ଅନୁଭୂତ ହୋଇଥିଲା । ଏବଂ ଦ୍ୱିତୀୟ ଥର ପାଇଁ ରାତି ୧୧:୩୬ରେ ଅନୁଭୂତ ହୋଇଥିଲ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଯଥାକ୍ରମେ ୪.୧ ଏବଂ ୩.୮ ଥିଲା |

ତେବେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ମିଳି ନାହିଁ। ଏହାପୂର୍ବରୁ ୧୯ ସେପ୍ଟେମ୍ବରରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା।

ସରକାରୀ ଚାକିରି ମିଳିବା ମାତ୍ରେ ଆତ୍ମହତ୍ୟା କଲେ ଯୁବକ, ସୁଇସାଇଡ ନୋଟରେ ଲେଖିଲେ ଆଶ୍ଚର୍ଯ୍ୟ କଲା ଭଳି କଥା…

ତାମିଲନାଡ଼ୁ: ତାମିଲନାଡ଼ୁ କନ୍ୟାକୁମାରୀରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କନ୍ୟାକୁମାରୀର ଜଣେ ବ୍ୟକ୍ତି ସରକାରୀ ଚାକିରି ପାଇବା ପରେ ଆତ୍ମହତ୍ୟା କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ନିଷ୍ପତ୍ତି ନେଇଥିଲେ ଯେ, ସରକାରୀ ଚାକିରି ପାଇବା ମାତ୍ରେ ସେ ନିଜ ଜୀବନ ତ୍ୟାଗ କରିଦେବେ ଏବଂ ଭଗବାନଙ୍କ ସରଣକୁ ଚାଲିଯିବେ ।

ସୂଚନା ଅନୁଯାୟୀ, ଏହି ମାମଲା କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ ସ୍ଥାନରେ ଘଟିଛି । ୩୨ ବର୍ଷିୟ ନବୀନ ନାଗରକୋଇଲର ବାସ କରନ୍ତି । ଚାକିରି ମିଳୁନଥିବାରୁ ହତାଶ ହୋଇପଡ଼ିଥିଲେ ନବୀନ ।  ତେଣୁ ସେ ଗୋଟେ ଦିନ ମାନସିକ କଲେ ଯେ, ଯଦି ତାଙ୍କୁ ଚାକିରି ମିଳେ, ତେବେ ସେ ନିଜ ଜୀବନ ତ୍ୟାଗ କରିଦେବେ ।

ମାନସିକ ରଖିବାର ଅଳ୍ପଦିନ ଭିତରେ ତାଙ୍କୁ ମୁମ୍ବାଇରେ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ମିଳିଲା । ଚାକିରିରେ ଯୋଗ ଦେବା ପାଇଁ ସେ ଅଫିସ ଯାଇ ୧୫ ଦିନ  କାମ ମଧ୍ୟ କରିଥିଲେ । ୧୫ ଦିନ ପରେ ନବୀନ ଶୁକ୍ରବାର ଦିନ ତ୍ରିବେନ୍ଦ୍ରମ ଯିବାକୁ ନିଷ୍ପତ୍ତି ନେଇ ରେଲୱେ ଷ୍ଟେସନ ପାଖରେ ଟ୍ରାକ ଉପରେ ଶୋଇପଡ଼ିଲେ ।

ତେବେ ନବୀନଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଛି ଯେଉଁଥିରେ ଲେଖାହୋଇଛି ଯେ, ସେ ଭଗବାନଙ୍କୁ ଦେଇଥିବା ବଚନକୁ ପୂରଣ କରିବ । ସେ ଲେଖିଥିଲେ ଯେ, ଯଦି ତାଙ୍କୁ ଚାକିରି ମିଳିବ ତେବେ ସେ ନିଜକୁ ଭଗବାନଙ୍କ ସରଣରେ ସମର୍ପି ଦେବ । ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଲେଖା ହୋଇଥିଲା ।

ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ନବୀନଙ୍କ ଏହି ନିଷ୍ପତ୍ତି ପଛରେ ଅନ୍ୟ କିଛି କାରଣ ଅଛି ନା ନାହିଁ ତାହା ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣା ସମ୍ବନ୍ଧିତ କିଛି ଲୋକଙ୍କ ସହ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

‘ମିର୍ଜାପୁର’ ୱେବ ସିରିଜ ଦେଖି ହତ୍ୟାକାଣ୍ଡ ରଚିଥିବା ସ୍ୱୀକାର କଲା ଅଭିଯୁକ୍ତ ତୌସିଫ

ଫରିଦାବାଦ: ବଲ୍ଲଭଗଡ଼ର ନିକିତା ହତ୍ୟାକାଣ୍ଡର ଅଭିଯୁକ୍ତ ତୌସିଫ ପୋଲିସ ହେପାଜତରେ ଏହା ସ୍ୱୀକାର କରିଛି ଯେ, ସେ ୱେବ ସିରିଜ ‘ମିର୍ଜାପୁର’ ଦେଖିବା ପରେ ହିଁ ନିକିତାଙ୍କୁ ହତ୍ୟା କରିବା ଯୋଜନା କରିଥିଲେ । ଏହି ସିରିଜ ଯେ, ମୁନ୍ନା ଭୈୟା ( ଦିବ୍ୟେନ୍ଦୁ ଶର୍ମା) ମଧ୍ୟ ଏକତରଫା ପ୍ରେମରେ ବିଫଳ ହୋଇ ସ୍ୱିଟି ନାମକ ଝିଅକୁ ଗୁଳି କରିଥିଲା, ଯେଉଁଥିରେ ତାର ମୃତ୍ୟୁ ହୋଇଥିଲା ।

ଫରିଦାବାଦ ଜିଲ୍ଲାର ବଲ୍ଲଭଗଡ଼ରେ ସୋମବାର ଦିନ ପରୀକ୍ଷା ଦେଇ ଫରୁଥିବା ୨୧ ବର୍ଷିୟ ନିକିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ନୁହର କଂଗ୍ରେସ ବିଧାୟକ ଅଫତାବ ଅହମଦଙ୍କ ଦାଦା ପୁଅ ତୌସିଫଙ୍କ ଉପରେ ଲାଗିଲା ହତ୍ୟା ଅଭିଯୋଗ । ତେବେ ପୋଲିସ ହିପାଜତରେ ଥିବା ତୌସିଫ ସ୍ୱୀକାର କରିଛନ୍ତି ଯେ, ସେ ୱେବ ସିରିଜ ମିର୍ଜାପୁର ଦେଖିବା ପରେ ନିକିତାଙ୍କ ହତ୍ୟା ପ୍ଲାନ କରିଥିଲେ ।

ସୂଚନା ଅନୁଯାୟୀ, ତୌସିଫର ନିକିତାଙ୍କୁ ବିବାହ କରିବାକୁ ଚାହୁଥିଲେ । ସେଥିପାଇଁ ସେ ନିକିତାଙ୍କୁ ନେବା ପାଇଁ ତାଙ୍କ କଲେଜ ବାହାରେ ଠିଆ ହୋଇଥିଲେ । ନିକିତା କଲେଜରୁ ବାହାରିବା ପରେ ତୌସିଫ ତାଙ୍କୁ ଜବରଦସ୍ତି କାରରେ ନେଇଯିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଯେତେବେଳେ ନିକିତା ଏହାକୁ ବିରୋଧ କରିବାକୁ ଲାଗିଲେ, ସେତେବେଳେ ଅଭିଯୁକ୍ତ ନିକିତାଙ୍କୁ ଗୁଳି କରି ହତ୍ୟା କରିଥିଲା ।

ଯାଞ୍ଚ ପାଇଁ SIT ଗଠନ

ଏହା ପୂର୍ବରୁ ଗୁରୁବାର ନିକିତା ହତ୍ୟାକାଣ୍ଡର ଯାଞ୍ଚ କରିବା ପାଇଁ SIT ଗଠନ କରାଯାଇଛି । ପୋଲିସ କମିଶନର ଓପି ସିଂହ DCPଙ୍କ ତତ୍ତ୍ୱାବଧାନରେ SIT ଗଠନ କରିଛନ୍ତି । ACP ଅନିଲ ଯାଦବ SITର ଅଧ୍ୟକ୍ଷ ରହିବେ ଏବଂ ଏହି ଟିମରେ ୪ ଜଣ ସାମିଲ କରିବେ ।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ

ମୟୁରଭଞ୍ଜ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ଏନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ । ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଦେଇ ଆସିପାରିବେ । ଯଶୀପୁର ଦେଇ ପ୍ରଥମେ ଆସିଥିବା ୩୫ଟି ଗାଡ଼ି ଏବଂ ପିଠାବଟା ପଟେ ପ୍ରଥମ ଆସିଥିବା ୨୫ ଟି ଗାଡ଼ିକୁ ଡେ ଟୁରିଷ୍ଟ ପାଶ ପ୍ରଦାନ କରାଯିବ। ପ୍ରତ୍ୟେକ ଗାଡ଼ି ରେ ଜଣେ ଗାଇଡ ଦିଆଯିବ ।

ତେବେ ପର୍ଯ୍ୟଟକମାନେ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ୱେବସାଇଟ www.ecotourodisha.com ରେ ଯାଇ ଟିକେଟ ବୁକିଂ କରିପାରିବେ । ଏଥିପାଇଁ କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଠାରେ ଥିବା କଟେଜ ମାନଙ୍କରେ ରାତ୍ରରହଣୀର ବ୍ୟବସ୍ଥା କରାଯାଇଛି ।

କାର୍ତ୍ତିକ ମାସର ପ୍ରଥମ ଦିବସରେ ଆଜି ଏହି ରାଶିର ଲୋକେ ଆର୍ଥିକ ସ୍ଥିତିକୁ ନେଇ ଶୁଭ ଖବର ପାଇବେ

ଆଜିର ପଞ୍ଚାଙ୍ଗ:

୦୧ ନଭେମ୍ବର, ୨୦୨୦, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ତୁଳା ୧୬ ଦିନ, କାର୍ତ୍ତିକ ମାସ କୃଷ୍ଣପକ୍ଷ, ପ୍ରତିପଦା ତିଥି

ମେଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଦ୍ୱିଜା ନକ୍ଷତ୍ର

– ଯୋଗିନୀ ପୂର୍ବ ଦିଗରେ ଅବସ୍ଥାନ କରିଥିବାରୁ ପୂର୍ବ ଦିଗକୁ ଯାତ୍ରା ନିଷେଧ

-ଘାତଚନ୍ଦ୍ର- ମେଷ ରାଶି ପାଇଁ

– ଘାତ ବାର- ମେଷ ରାଶି ପାଇଁ

– ଶୁଭ ସମୟ –

ସକାଳ ୯ଟା ୩୪ ମିନିଟ୍ ଠାରୁ ଦିନ ୧୧ଟା ୧୫ ମିନିଟ୍

ଦିନ ୩ଟା ୪୦ ମିନିଟ୍ ଠାରୁ ଦିନ ୪ଟା ୧୫ ମିନିଟ୍

– ଅଶୁଭ ସମୟ –

ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ଆଜି ପାଣିକଖାରୁ,ବୋଇତାଳୁ ଖାଇବା ମନା

ମହାଉପାୟ

ଆଜି ହେଉଛି ପବିତ୍ର ଧର୍ମ ମାସ କାର୍ତ୍ତିକ ମାସର ପ୍ରଥମ ଦିବସ

ଭଗବାନ ଶ୍ରୀବିଷ୍ଣୁଙ୍କର ଅତିପ୍ରିୟ ମାସ କାର୍ତ୍ତିକ ମାସମା

ମା’ବୃନ୍ଦାବତୀଙ୍କୁ ଏହା ମାସରେ ବିବାହ କରିଥିଲେ ଶ୍ରୀହରିବିଷ୍ଣୁ

ତେଣୁ କାର୍ତ୍ତିକ ମାସରେ ତୁଳସୀ ଚଉରା ପୂଜା କରିବା ବିଶେଷ ମହତ୍ତ୍ୱ ରହିଛି

ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ସକାଳ ଓ ସନ୍ଧ୍ୟା ସମୟରେ

ତୁଳସୀ ଚଉରା ମୂଳରେ ଘିଅ ଦୀପ ଜାଳନ୍ତୁ

ତୁଳସୀ ବୃକ୍ଷ ମୂଳରେ ଏକ ଗୁଆ ରଖି ଦିଅନ୍ତୁ

ତାହା କାର୍ତ୍ତିକ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିବ

କାର୍ତ୍ତିକ ପୂର୍ଣ୍ଣିମା ଦିନ ସେହି ଗୁଆକୁ ନେଇ ଆସି

ଲାଲ କପଡାରେ ବାନ୍ଧି ନିଜ ପାଖରେ ରଖିଲେ

ସବୁ କାର୍ଯ୍ୟରେ ସଫଳତା ମିଳିବ

ପ୍ରତିଦିନ ଓଁ ହ୍ରୀଂ ଶ୍ରୀଂ ଲକ୍ଷ୍ମୀ ବାସୁଦେବାୟ ନମଃ ମନ୍ତ୍ର ପାଠ କରନ୍ତୁ

 

ମେଷ ରାଶି

ଅଶ୍ୱନୀ- କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ

ଦ୍ୱିଜା- କର୍ମ ଅନୁସାରେ ଫଳ ମିଳିବ, ଅନ୍ୟକୁ ଆପଣାର କରିବେ

କୃତ୍ତିକା- ନୂଆ ସଂପର୍କକୁ ନେଇ ଖୁସି ଅନୁଭବ କରିବେ

ଗାୟତ୍ରୀ ମନ୍ତ୍ର ୧୧ ଥର ଜପ କରନ୍ତୁ

ବୃଷ ରାଶି

କୃତ୍ତିକା- ସନ୍ତାନଙ୍କ ଶିକ୍ଷାକୁ ନେଇ ରହୁଥିବା ସମସ୍ୟା ଦୁର ହେବ

ରୋହିଣୀ- ଇଛା ଅନୁଯାୟୀ ସମସ୍ତ କାମ ସଂପନ୍ନ ହେବ, କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ

ମୃଗଶିରା- ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ

ସରକାରୀ କର୍ମଚାରୀଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ସବୁ କଥାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ, ଭାବିଚିନ୍ତି କାମ କରିବାକୁ ଚେଷ୍ଟା କରନ୍ତୁ

ଆର୍ଦ୍ରା- ଆର୍ଥିକ ସ୍ଥିତିର ପରିବର୍ତ୍ତନକୁ ନେଇ ମନ ଖୁସି ରହିବ

ପୁନର୍ବସୁ- ଅନ୍ୟକୁ ସନ୍ଦେହ କରି ସମାଲୋଚିତ ହେବେ

ବୁଲା କୁକୁରକୁ କିଛି ଖାଦ୍ୟ ଦାନ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଅନ୍ୟକୁ ସାହାଯ୍ୟ କରି ନିଜେ ହଇରାଣ ହୋଇପାରନ୍ତି

ପୁଷ୍ୟା- ଭାଙ୍ଗିଯାଉଥିବା ମନ ପୁଣି ଯୋଡି ହୋଇଯିବ, ପାରିବାରିକ ଶାନ୍ତି ରହିବ

ଅଶ୍ଳେଷା- ଅନ୍ୟ କଥାରେ ମୁଣ୍ଡ ନ ପୁରାଇବା ନିଜ ପାଇଁ ଭଲ ରହିବ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ସିଂହ ରାଶି

ମଘା- ଆର୍ଥିକ ସ୍ଥିତିକୁ ନେଇ ଶୁଭ ଖବର ପାଇବେ

ପୂ:ଫା- ସାଧାରଣ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ

ଉ:ଫା- ବ୍ୟବସାୟରେ ଲାଭବାନ୍ ହେବେ, ପରିବାରରେ ଅନୁକୁଳ ପରିବେଶ ରହିବ

ମୟୁର ଚନ୍ଦ୍ରିକା ନିଜ ପାଖରେ ରଖନ୍ତୁ

କନ୍ୟା ରାଶି

ଉ:ଫା- ପୂର୍ବରୁ ଥିବା ସମସ୍ୟା ଦୁର ହେବ, ନିଜ କାମକୁ ନେଇ ଆତ୍ମସନ୍ତୋଷ ମିଳିବ

ହସ୍ଥା- ନୂଆ କାମରେ କୃତକାର୍ଯ୍ୟ ହେବେ, ଆର୍ଥିକସ୍ଥିତିରେ ପରିବର୍ତ୍ତନ ହେବ

ଚିତ୍ତା- ନିଜ ଲୋକମାନେ ଶତ୍ରୁ ପରି ବ୍ୟବହାର କରିବେ

ରାମରକ୍ଷା ସ୍ତୋତ୍ର ଆଜି ପାଠକରନ୍ତୁ

ତୁଳା ରାଶି

ଚିତ୍ରା- ପଡୋଶୀଙ୍କ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ଅପମାନିତ ହୋଇପାରନ୍ତି

ସ୍ୱାତୀ- ଅନ୍ୟକୁ ସାହାଯ୍ୟ କରି ପ୍ରଶଂସିତ ହେବେ

ବିଶାଖା- ନିଜର ଭୁଲ୍ ଯୋଗୁ ଅନ୍ୟମାନେ ଫାଇଦା ନେଇପାରନ୍ତି

ମା’ତାରିଣୀଙ୍କ ପାଖକୁ ନଡିଆ ପଠାନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ସର୍ତକ ହୋଇ ଚଳନ୍ତୁ, ସମୟ ଭଲ ନାହିଁ

ଅନୁରାଧା ନକ୍ଷତ୍ର – ଶତ୍ରୁମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ

ଜ୍ୟେଷ୍ଠା ନକ୍ଷତ୍ର – ହଠାତ୍ କୌଣସି କଥାକୁ ନେଇ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ, ବିପଦ ରହିଛି

ଓଁ କ୍ଳୀଂ ଗୋବିନ୍ଦାୟ ନମଃ ମନ୍ତ୍ରକୁ ପାଠ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାରେ ସଫଳ ହେବେ

ପୂର୍ବାଷାଢା ନକ୍ଷତ୍ର – ବନ୍ଧୁ ପାଖରୁ କର୍ମ ସମ୍ଭନ୍ଧୀୟ ଖବର ପାଇ ଖୁସି ରହିବେ

ଉତ୍ତରାଷାଢା ନକ୍ଷତ୍ର – ପ୍ରିୟଜନଙ୍କର ଆସିର୍ବାଦ୍ ମିଳିବ, ପ୍ରତି କାର୍ଯ୍ୟରେ ସଫଳ ପାଇବେ

ଅସହାୟ ବ୍ୟକ୍ତିଙ୍କୁ ନିଜ ସକ୍ଷମ ଅନୁସାରେ କିଛି ଦାନ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ସ୍ଥଗିତ ଥିବା କାମ ଶିଘ୍ର ଆରମ୍ଭ ହେବ

ଶ୍ରବଣା ନକ୍ଷତ୍ର – ପାରିବାରିକ ବୁଝାମଣା ଠିକ୍ ରହିବ, ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ

ଧନିଷ୍ଠା ନକ୍ଷତ୍ର – ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ, ଆୟ ଠାରୁ ବ୍ୟୟ ବଢିବ

ପାନ ପତ୍ରରେ ଶ୍ରୀରାମଙ୍କ ନାମ ଲେଖି ନିଜ ପାଖରେ ରଖନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ନିଜ ଲକ୍ଷ୍ୟ ପୂରଣରେ ସଫଳ ହେବେ

ଶତଭିଷା ନକ୍ଷତ୍ର – ଆର୍ଥିକସ୍ଥିତି ମଜବୁତ୍ ରହିବ, ସ୍ଥଗିତ ଥିବା କମ ତ୍ୱରାନ୍ୱିତ ହେବ

ପୂର୍ବଭାଦ୍ର ନକ୍ଷତ୍ର – ମାନସିକସ୍ଥିତି ଭଲ ରହିବ ନାହିଁ

ମା’ଙ୍କୁ କିଛି ଉପହାର ଦିଅନ୍ତୁ, ଆଶିର୍ବାଦ ମିଳିବ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ମିଥ୍ୟା କଥାକୁ ନେଇ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ

ଉତ୍ତରଭାଦ୍ର ନକ୍ଷତ୍ର – ଅଟକିଥିବା କାମ ଗୁଡିକ ସୁରୁଖୁରୁରେ ସଂପନ୍ନ କରିବାରେ ସକ୍ଷମ ହେବେ

ରେବତୀ ନକ୍ଷତ୍ର – ପର କଥାକୁ ନେଇ ନିଜ ଲୋକଙ୍କୁ ଭୁଲ୍ ବୁଝିବେ

ଅରୁଆ ଚାଉଳ ନିଜ ପାଖରେ ରଖନ୍ତୁ, ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

ରାଜଧାନୀରେ ନଭେମ୍ୱର ୨ରୁ ୧୭ ରୁଟରେ ମୋ ବସ୍ ସେବା; ପୁରୀ, କୋଣାର୍କ ଓ କଟକକୁ ଗଡ଼ିବ…

ଭୁବନେଶ୍ୱର: କରୋନାରେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ମୋ ବସ୍ ସେବାକୁ ବନ୍ଦ ରଖିଥିଲେ । ତେବେ ଅନଲକ୍ ପ୍ରକ୍ରିୟାରେ କାଁ ଭାଁ ବସ୍ ଚାଲୁ ହୋଇଥିଲା । ଏବେ ଭୁବନେଶ୍ୱରର ନଭେମ୍ୱର ୨ରୁ ୧୭ଟି ରୁଟରେ ମୋ ବସ୍ ଚାଲିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଏନେଇ ରାଜଧାନୀ ସହରାଞ୍ଚଳ ଗମନାଗମନ କ୍ଷେତ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ମାଷ୍ଟର କାଣ୍ଟିନ, ବିମାନବନ୍ଦର, ନୂଆ ଖୋର୍ଦ୍ଧା ବସ୍ ଷ୍ଟାଣ୍ଡ, ଏମ୍ସ, କଳିଙ୍ଗ ବିହାର, ପିପିଲି, କୋଣାର୍କ, କଟକର ଓଏମପି, ଜଗତପୁର, ବାରବାଟୀ ଷ୍ଟାଡିୟମ୍, ବିଜୁ ପଟ୍ଟନାୟକ ପାର୍କ, ମଞ୍ଚେଶ୍ୱର, ଘାଟିକିଆ, ବରମୁଣ୍ଡା ଓ ପୁରୀ ରୁଟକୁ ମୋ ବସ୍ ଚଳାଚଳ କରିବ । ସେହିଭଳି ଅନ୍ୟ କିଛି ରୁଟରେ ମଧ୍ୟ ମୋ ବସ୍ ଚଳାଚଳ କରିବ ।