ନାଇଜେରିଆରେ ଗଣହତ୍ୟା: ୧୦୦ରୁ ଉର୍ଦ୍ଧ ଚାଷୀ ଓ ମତ୍ସ୍ୟଜୀବୀଙ୍କ ତଣ୍ଟି କାଟି ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆ: ନାଇଜେରିଆର ଉତ୍ତର ବର୍ନୋ ରାଜ୍ୟରେ ଗଣହତ୍ୟା । ଆତଙ୍କବାଦୀ ସଂଗଠନ ବକୋହାରାମ ୧୦୦ରୁ ଅଧିକ ଚାଷୀ ଓ ମତ୍ସଜୀବୀଙ୍କୁ ତଣ୍ଟିକାଟି ହତ୍ୟା କରିଛନ୍ତି । ଘଟଣାକୁ ନେଇ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରୀ ଦୁଃଖ ପ୍ରକାଶ କରିବା ସହ ବକୋହାରମର ଏଭଳି କାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି । ଏଭଳି ହତ୍ୟାକାଣ୍ଡ ପାଇଁ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବର୍ଣ୍ଣୋ ସମୁଦାୟର ଲୋକ ଫସଲ କାଟୁଥିବା ବେଳେ ଏହି ହତ୍ୟାକାଣ୍ଡ ହୋଇଛି । ଏଥିସହ ୧୩ ବର୍ଷ ପରେ ସେମାନେ ସ୍ଥାନୀୟ ପ୍ରଶାସନ ପାଇଁ ମତଦାନ କରିବାକୁ ଯାଉଥିଲେ । ଏହାକୁ ବିରୋଧ କରି ବକୋହାରାମ ସଂଗଠନ ଏଭଳି ଗଣହତ୍ୟା କରିଛନ୍ତି । ନାଇଜେରିଆରେ ପ୍ରଥମ ଥର ପାଇଁ ଏଭଳି ଗଣହତ୍ୟା ନଜରକୁ ଆସିଛି । ପ୍ରଶାସନ ମୃତକଙ୍କ ଶବକୁ ଗୋଟିଏ ଜାଗାରେ ଅନ୍ତିମ ସଂସ୍କାର କରିଛି । ସେପଟେ ଗଣହତ୍ୟା ପରେ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ଅଟକ ରଖିଛନ୍ତି ଆତଙ୍କବାଦୀ ସଂଗଠନ ।

Leave a Reply