Chandra Grahan 2020: ୪ ଘଣ୍ଟା ୨୧ ମିନିଟର ଚନ୍ଦ୍ର ଗ୍ରହଣ, ଏହି ୭ଟି କଥା ଉପରେ ଦିଅନ୍ତୁ ଧ୍ୟାନ

ଆଜି ଦ୍ୱିପ୍ରହରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଗ୍ରହଣର ଅବଧି ୪ ଘଣ୍ଟା ୨୧ ମିନିଟ ରହିବ । ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ଗ୍ରହଣ ସମୟରେ କିଛି କାମ କରିବାକୁ ବାରଣ କରାଯାଇଥାଏ । ଅବଶ୍ୟ ଏହା ଏକ ଉପଛାୟା ଗ୍ରହଣ ଅଟେ, ଯାହାର ଏତେଟା ପ୍ରଭାବ ପଡ଼ିବ ନାହିଁ । ତଥାପି ଏହି ସବୁ ଜିନିଷ ଉପରେ ସାବଧାନ ରହିବା ଆବଶ୍ୟକ…

୧. ଗ୍ରହଣକୁ ଖାଲି ଆଖିରେ ଦେଖନ୍ତୁ ନାହିଁ । ଗ୍ରହଣ ସମୟରେ ଖାଇବା ଏବଂ ରାନ୍ଧିବାରୁ ନିବୃତ ରୁହନ୍ତୁ । ଗ୍ରହଣ ପରେ ସ୍ନାନ କଲେ ତାର ପ୍ରଭାବ କମ ହୋଇଯାଇଥାଏ ।

୨. ଗ୍ରହଣ ପରେ ବାସି ଖାଦ୍ୟ ଖାଇବା ଉଚିତ ନୁହେଁ । ରାତି ରନ୍ଧା ଖାଦ୍ୟ ଗୁଡ଼ିକୁ ପଶୁ ମାନଙ୍କୁ ଦେଇଦେବା ଉଚିତ । ଯଦି ଘରେ ଦୁଗ୍ଧ ଜାତୀୟ କିଛି ଖାଦ୍ୟ ଅଛି ତେବେ ତା ଉପରେ ତୁଳସୀ ପତ୍ର ପକାଇ ଦିଅନ୍ତୁ ।

୩. ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଗ୍ରହଣର ଛାୟାରୁ ଦୂରରେ ରହିବା ଉଚିତ । କାରଣ ଗ୍ରହଣର ଛାଇର କୁପ୍ରଭାବ ଶିଶୁ ଉପରେ ପଡ଼ିଥାଏ । ଏହାବ୍ୟତିତ ବୃଦ୍ଧ ଓ ରୋଗୀଙ୍କୁ ବାହାରକୁ ଯିବାକୁ ବାରଣ କରିବା ଉଚିତ ।

୪.ଗ୍ରହଣ ସମୟରେ ଚୁଟି ଏବଂ ନଖ କାଟନ୍ତୁ ନାହିଁ । ଏହି ସମୟରେ ଛୁଞ୍ଚି ସୂତାରେ କୌଣସି କାମ କରନ୍ତୁ ନାହିଁ । ଏହାକୁ ଅଶୁଭ ବିବେଚନା କରାଯାଏ । ଏହି ସମୟରେ ଧାରୁଆ ଜିନିଷ ତଥା ଛୁରୀ, କଣ୍ଟା, ଛୁଞ୍ଚିର ବ୍ୟବହାର କରନ୍ତୁ ନାହିଁ ।

୫. ଗ୍ରହଣ ସମୟରେ କୌଣସି ନୂଆ ବା ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଏହା ଦ୍ୱାରା କାର୍ଯ୍ୟ ଅସଫଳ ହୋଇପାରେ । ଏହାସହ ଗ୍ରହଣ ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବା ଉଚିତ ନୁହେଁ ।

୬. ଗ୍ରହଣ ସମୟରେ ମାଂସ ବା ମଦ ସେବନ କରିବା ଅନୁଚିତ  । ଗ୍ରହଣ କାଳ ମଧ୍ୟରେ ଶୋଇବାରୁ ମଧ୍ୟ ନିବୃତ ରହନ୍ତୁ ।

୭. ଗ୍ରହଣ ସମୟ ଆରମ୍ଭ ହେବା ପୂର୍ବରୁ ଖାଇବା ଜିନିଷରେ ତୁଳସୀ ପତ୍ର ପକାଇଦିଅନ୍ତୁ । ଏହାଦ୍ୱାରା ଖାଦ୍ୟ ଉପରେ ଗ୍ରହଣର ପ୍ରଭାବ ପଡ଼ିନଥାଏ । କିନ୍ତୁ ମନେ ରଖନ୍ତୁ ଗ୍ରହଣ ସମୟରେ ତୁଳସୀ ପତ୍ର ତୋଳିବେ ନାହିଁ ।

Leave a Reply