spot_img
Home Blog Page 6496

ଉପ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି, ଏନ୍‌ବିଡବ୍ଳ୍ୟୁରେ ୪୧୦ ଜଣ ଗିରଫ

ଭୁବନେଶ୍ୱର: ଭୋଟିଂ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିଂ କର୍ମଚାରୀ ୨ ନିର୍ବାଚନ ମଣ୍ଡଳୀକୁ ଯାଇଛନ୍ତି  । ୨ ନିର୍ବାଚନ ମଣ୍ଡଳୀରେ ସଂଧ୍ୟା ୬ରେ ସରିବ ପ୍ରଚାର । ୫୨ଟି ନିୟମ ଉଲ୍ଳଂଘନ ମାମଲା ହୋଇଛି  । ବାଲେଶ୍ୱରରେ ୩୪୬ ପୋଲିଂ ବୁଥ, ୧୮୦୦ ପୋଲିଂ କର୍ମଚାରୀ । ତିର୍ତ୍ତୋଲ ପାଇଁ ୧୯୪୦ ପୋଲିଂ କର୍ମଚାରୀ ନିୟୋଜିତ । ପ୍ରତି ବୁଥରେ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ  । ଆଶାକର୍ମୀଙ୍କ ସହ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ନିୟୋଜିତ  । କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାକୁ ଦେଖିବେ  । ପ୍ରତି ଭୋଟରଙ୍କୁ ସାନିଟାଇଜ୍ କରିବେ ଆଶାକର୍ମୀ  । ଆଜି ୬ଟା ପରେ ଡୋର ଟୁ ଡୋର ପ୍ରଚାରକୁ ବାରଣ  । ନିର୍ବାଚନ ମଣ୍ଡଳୀ ବାହାର ଲୋକ ସେଠାରେ ରହିବେନି । କେହି ରହିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ସବୁ ପ୍ରବେଶ ପଥରେ ଚେକିଂ କଡ଼ାକଡ଼ି କରାଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ମୁଖ୍ୟ ନର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଆଜି ସରୁଛି ପ୍ରଚାର: ବୁଥ୍ ମୁହାଁ ପୋଲିଂ ପାର୍ଟି,

ଏଥିସହିତ ସନ୍ଧ୍ୟା ୬ଟା ପରେ ପ୍ରଚାର ବନ୍ଦ ହେଉଥିବା ବେଳେ ପୋଲିସ ଚେକିଂ ବ୍ୟାପକ ହେବ । ବାହାର ଲୋକ ନିର୍ବାଚନ ମଣ୍ଡଳରେ ରହି ପାରିବେ ନାହିଁ । ବାଲେଶ୍ୱରରେ ୩୪୬ ପୋଲିଂ ପାର୍ଟି, ତିର୍ତ୍ତୋଲରେ ୩୭୩ ପୋଲିଂ ପାର୍ଟି । ୩୨୯ଟି ଲାଇସେନ୍ସ ସରେଣ୍ଡାର କରାଯାଇଛି । ସତର୍କତା ସ୍ୱରୂପ ୩୬୬୮ ଜଣଙ୍କୁ ଅଟକ ରଖାଯାଇଛି । ଜାମିନ ବିହୀନ ପରଓ୍ୱାନା ବଳରେ ୪୧୦ ଜଣ ଗିରଫ କରାଯାଇଛି । ରାଜନୀତିକ ହିଂସା ନେଇ ୩ଟି ମାମଲା ରୁଜ୍ଜୁ ହୋଇଛି । ଅବକାରୀ ଜବତ ପରିମାଣ ୧୭ ଲକ୍ଷ ୨୯ ହଜାର । ୮୦୦ ଆଶାକର୍ମୀ ଓ ୮୦୦ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ବାହାର ନିର୍ବାଚନ ମଣ୍ଡଳୀର ଲୋକେ ଅଞ୍ଚଳ ଛାଡିବାକୁ ନିର୍ଦେଶ ।

ସେନାକୁ ବଡ଼ ସଫଳତା, ହିଜବୁଲର ଟପ୍ କମାଣ୍ଡର ଏନକାଉଣ୍ଟରରେ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୋଲିସ ଓ ସୁରକ୍ଷାବଳର ମିଳିତ ଅପରେସନକୁ ବଡ଼ ସଫଳତା ମିଳିଛି । ଏନକାଉଣ୍ଟରରେ ନିହତ ହୋଇଛି ଆତଙ୍କୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ସୈଫୁଲ୍ଲା । ଜମ୍ମୁ କାଶ୍ମୀର ଡିଜିପ ଦିଲବାଗ ସିଂହଙ୍କ ଅନୁସାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ତିନି ଜଣ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପଛରେ ସୈଫୁଲ୍ଲା ହାଥ ଥିଲା । ବିଜେପି ନେତାଙ୍କ ହତ୍ୟାର ୭୨ ଘଣ୍ଟା ମଧ୍ୟରେ ସେନା ସୈଫୁଲ୍ଲାକୁ ନିହତ କରିଛି ।

ସୂଚନା ଅନୁଯାୟୀ ଶ୍ରୀନଗର ଜିଲ୍ଲାର ରଙ୍ଗରେତ ଅଞ୍ଚଳରେ ହୋଇଥିବା ଗୁଳିବିନିମୟରେ ସୈଫୁଲ୍ଲା ନିହତ ହୋଇଛି । ଏଥିସହ ସେନା ଅନ୍ୟଜଣେ ଆତଙ୍କବାଦୀକୁ ଗିରଫ କରିଛି । ସୈଫୁଲ୍ଲା ଚଳିତ ବର୍ଷ ହିଜବୁଲର ମୁଖ୍ୟ ହୋଇଥିଲା । ହିଜବୁଲ ଚିଫ୍ କମାଣ୍ଡର ରିୟାଜ ନାଇକୁ ନିହତ ହେବା ପରେ ସୈଫୁଲ୍ଲା ମୁଖ୍ୟ କମାଣ୍ଡର ହୋଇଥିଲା । ଏବେବି ରଙ୍ଗରେତରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏହି ପ୍ଲାନ୍‌ରେ ମିଳିବ ଅନଲିମିଟେଡ ଡାଟା ସହ ଏକ ବର୍ଷ ପାଇଁ ଆମାଜନ ପ୍ରାଇମ ଏବଂ ନେଟଫ୍ଲିକ୍ସର ସବସ୍କ୍ରିପସନ

ନୂଆଦିଲ୍ଲୀ: କରୋନା କାଳରେ ସବୁ ଫିଲ୍ଳ ହଲ ବନ୍ଦ ରହିଛି । ତେବେ ଫିଲ୍ମ ହଲ ବନ୍ଦ ଥିବାରୁ ଏବେ ଓ୍ୱେବ ସିରିଜ ବହୁଳ ମାତ୍ରାରେ ଚାଲିଛି । ସେଥିପାଇଁ ଦେଶରେ କିଛି କମ୍ପାନୀ ନିଜର ଡାଟା ପ୍ୟାକ୍‌ ସହ ଓ୍ୱେବ ସିରିଜର ସବସ୍କ୍ରିପସନକୁ ଫ୍ରି କରିଛନ୍ତି ।  ପ୍ରିପେଡ୍ ଯୋଜନା ବ୍ୟତୀତ ଟେଲିକମ୍ ବଜାରରେ ପୋଷ୍ଟପେଡ୍ ଯୋଜନା ମଧ୍ୟ ଅଧିକ ଲୋକପ୍ରିୟ ହୋଇପାରିଛି । ଅଧିକାଂଶ ପୋଷ୍ଟପେଡ୍ ଯୋଜନା ସହିତ ଅତିରିକ୍ତ ସୁବିଧା ମଧ୍ୟ ଉପଲବ୍ଧ ହେଉଛି । ସେପ୍ଟେମ୍ବର ଶେଷରେ ରିଲାଏନ୍ସ ଜିଓ ୧୯୯ ରୁ ୧୪୯୯ ଟଙ୍କା ପର୍ଯ୍ୟନ୍ତ ପୋଷ୍ଟପେଡ୍ ଯୋଜନା ଆଣିଛି । ଏହାବ୍ୟତିତ ଏୟାରଟେଲ ପାଖରେ ମଧ୍ୟ ବଡ଼ ମାର୍କେଟ ସେୟାର ରହିଛି । ତେବେ ଲାଭ ଦୃଷ୍ଟିରୁ VIର ପୋଷ୍ଟପେଡ୍ ଯୋଜନା ଉଭୟ ଜିଓ ଏବଂ ଏୟାରଟେଲ ଅପେକ୍ଷା ବହୁତ ଭଲ ରହିଛି ।

VI’ର ₹ ୧,୦୯୯ ପ୍ଲାନ

ଭୋଡାଫୋନ୍ ଆଇଡିଆ ଦ୍ୱାରା ୧୦୯୯ ଟଙ୍କା ମୂଲ୍ୟର ପୋଷ୍ଟପେଡ୍ ପ୍ଲାନର ନାମ REDX ରଖାଯାଇଛି । ଏଥିରେ ଅନଲିମିଟେଡ ଡାଟା ଏବଂ କଲିଂର ଲାଭ ଉପଲବ୍ଧ ରହିଛି । ISD କଲିଂ ପାଇଁ ଉପଭୋକ୍ତାମାନଙ୍କୁ ଆମେରିକା ଏବଂ କାନାଡାରେ କଲ କରିବା ପାଇଁ ପ୍ରତି ମିନିଟରେ ୫୦ ପଇସା ଏବଂ ଯୁକେ କଲ କରିବା ପାଇଁ ପ୍ରତି ମିନିଟରେ ୩ ଟଙ୍କା ଦେବାକୁ ପଡ଼ିବ । ଏହି ପ୍ଲାନ ଗ୍ରହଣ କରୁଥିବା ଉପଭୋକ୍ତାମାନେ ଅପରେଟର୍ ଠାରୁ ପ୍ରିମିୟମ୍ ଗ୍ରାହକ ସେବା ପାଆନ୍ତି । ଏକ ବର୍ଷ ପାଇଁ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ VI Movie ଏବଂ ଟିଭି ଆପର ସବସ୍କ୍ରିପସନ ମଧ୍ୟ ମିଳିଥାଏ ।

ଏୟାରଟେଲର ₹ ୧,୫୯୯ ପ୍ଲାନ୍‌

ସେହିପରି ଭାରତରେ ଏୟାରଟେଲର ୧,୫୯୯ ଟଙ୍କାର ପ୍ଲାନ ବ୍ୟବହାରକାରୀଙ୍କୁ ଅନଲିମିଟେଡ ଡାଟା ଏବଂ ଅନଲିମିଟେଡ କଲିଂ ପ୍ରଦାନ କରିଥାଏ । ଏହା ବ୍ୟତୀତ, ଉପଭୋକ୍ତାମାନେ ଗୋଟିଏ ବର୍ଷ ପାଇଁ ଦୈନିକ ୧୦୦ SMS ଏବଂ ଆମାଜନ ପ୍ରାଇମ ସବସ୍କ୍ରିପସନ୍ ମିଳିଥାଏ । ଏୟାରଟେଲର ଏହି ପ୍ଲାନରେ ଏକ ରେଗୁଲାର ସିମ୍ କାର୍ଡ ବ୍ୟତୀତ, ପରିବାର-ଆଡ୍ ସିମ୍ କାର୍ଡ ମଧ୍ୟ ମାଗଣାରେ ମିଳିଥାଏ । ଉପଭୋକ୍ତାମାନଙ୍କୁ ଆଇଆର ପ୍ୟାକ୍ ଉପରେ ୨୦୦ ISD ମିନିଟ୍ ଏବଂ ୧୦ ପ୍ରତିଶତ ରିହାତି ମଧ୍ୟ ଦିଆଯାଉଛି ।

Jio ର ₹ ୧,୪୯୯ ପ୍ଲାନ୍‌

ରିଲାଏନ୍ସ ଜିଓ ଦ୍ୱାରା ପ୍ରଦାନ କରାଯାଇଥିବା ୧,୪୯୯ ଟଙ୍କା ମୂଲ୍ୟରେ ୩୦୦ ଜିବି ଡାଟା ମାଗଣାରେ ଉପଲବ୍ଧ ଏବଂ ଏହି ସୀମା ପରେ ଆପଣଙ୍କୁ ୧ ଜିବି ଡାଟା ପାଇଁ୧୦ ଟଙ୍କା ଦେବାକୁ ପଡ଼ିଥାଏ । ଅପରେଟର୍ ଦ୍ୱାରା ଏହି ଯୋଜନାରେ ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ମଧ୍ୟ ଦିଆଯାଇଛି । ଜିଓର ଏହି ଯୋଜନା ଗୋଟିଏ ସଂଯୋଗ କିମ୍ବା ଦୁଇ ପରିବାର ସଦସ୍ୟ ବ୍ୟବହାର କରାଯାଇପାରିବେ । ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି + ହଟଷ୍ଟାର ବ୍ୟତୀତ, ଜିଓ ଆପ୍ସର ମଧ୍ୟ ସଦସ୍ୟତା ଉପଲବ୍ଧ ରହିଛି ।  ଆମେରିକା ପାଇଁ ୫୦୦ ମିନିଟର ରୋମିଙ୍ଗ ଏବଂ ୫ ଜିବି ହାଇସ୍ପିଡ୍ ଡାଟା ମଧ୍ୟ ରହିଛି ।

ସୋସିଆଲ୍ ମିଡିଆରେ ନ୍ୟୁଡ୍ ଫଟୋ ସେୟାର କଲେ ଅଭିନେତ୍ରୀ, ଜାଣନ୍ତୁ କାହିଁକି ?

ୱାଂଶିଟନ୍: ଆମେରିକୀୟ ଗାୟିକା, ଗୀତ ଲେଖିକା ତଥା ଅଭିନେତ୍ରୀ ମାରଗ୍ରେଟ୍ ଲିଏନ୍ ରାଇମ୍ସ ସିବ୍ରାୟନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଚର୍ମ ରୋଗକୁ ନେଇ ସଚେତନତା ଆରମ୍ଭ କରିଛନ୍ତି । ଏଥିପାଇଁ ଲିଏନ୍ ଇନଷ୍ଟାଗ୍ରମରେ ନିଜର ୨ଟି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଚର୍ମରେ କିଛି ଦାଗ ରହିଛି ।

American Singer And Actress Shares Nude Photo To Show Battle Against The Skin Disease Psoriasis

ମାରଗେଟ ଏହି ଫଟୋ ପୋଷ୍ଟ ସହ ଏକ ଭାବପ୍ରବଣ ଧାଡ଼ି ଲେଖିଛନ୍ତି । ସେ ସୋରାଇସିସ୍ ରୋଗରେ ପୀଡ଼ିତ ଥିବା ସୂଚନା ଦେଇଛନ୍ତି । ଏହି ରୋଗର ସାମାନ୍ୟ ଲକ୍ଷଣ ଶରୀରର ପ୍ରଭାବିତ ଅଙ୍ଗ ପ୍ରତ୍ୟଙ୍ଗ କୁଣ୍ଡାଇ ହେବା । ଶରୀରର ଚର୍ମ ଉପରେ ନାଲି ନାଲି ହୋଇ ଦାଗ ଦେଖାଯିବା ।

American Singer And Actress Shares Nude Photo To Show Battle Against The Skin Disease Psoriasis

ମାରଗ୍ରେଟ୍ ତାଙ୍କ ପୋଷ୍ଟରେ କହିଛନ୍ତି- ଏହି ଫଟୋ ଜରିଆରେ ମୁଁ ମୋତେ ହୋଇଥିବା ବେମାରୀ ବିଷୟରେ କହି ଫଟୋ ସେୟାର ଟିକିଏ ଆଶ୍ୱସ୍ତି ଲାଭ କରୁଛି । ସେ ବିଶ୍ୱ ସୋରାଇସିସ୍ ଦିବସରେ ଏହି କଥା କହିଛନ୍ତି । ଡାକ୍ତରଙ୍କ ଅନୁସାରେ, ସୋରାଇସିସ୍ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ । ତେବେ ସୋରାଇସିସର ଗୁରୁତର ଲକ୍ଷଣ ପରେ ବି ଏହାକୁ ଅନେକ ସମୟ ଯାଏଁ କଣ୍ଟ୍ରୋଲ କରାଯାଇ ପାରିବ ।

American Singer And Actress Shares Nude Photo To Show Battle Against The Skin Disease Psoriasis

ମାରଗ୍ରେଟ୍ ବିଶ୍ୱ ସୋରାଇସିସ୍ ଦିବସରେ ଏକ ଭାବପ୍ରବଣ ପୋଷ୍ଟ ଗ୍ଲାମର ମ୍ୟାଗାଜିନ୍ ୱେବସାଇଟରେ ସେୟାର କରିଥିଲେ । ସୂଚନାଯୋଗ୍ୟ, ରୋଗ ପ୍ରତିରୋଧକ ଶକ୍ତି ସୁସ୍ଥ କୋଷ ଉପରେ ଆକ୍ରମଣ କଲେ ସୋରାଇସିସ୍ ରୋଗ ହୋଇଥାଏ । ଏଥିରେ ଚର୍ମର କେତକ କୋଷ ଜୋରରେ ବଢ଼ିଯାଏ । ଯାହା ଚର୍ମ ଉପରେ ଶୁଖିଲା ଓ କଠିନ ହୋଇଯାଏ ।

American Singer And Actress Shares Nude Photo To Show Battle Against The Skin Disease Psoriasis

ଆମେରିକାର ମାରଗ୍ରେଟ ମିସିସିପିରେ ଜନ୍ମ ହୋଇଥିଲା । ତାଙ୍କୁ ୬ ବର୍ଷ ହେବା ବେଳକୁ ପରିବାର ଟେକ୍ସାସ୍ ଆସିଥିଲେ । ସେ ଗୀତ ଓ ନୃତ୍ୟ ଶିକ୍ଷା ନେଇଥିଲେ । ୯ ବର୍ଷ ବେଳକୁ ସେ ଅନୁଭବୀ ଗାୟିକା ହୋଇ ସାରିଥିଲେ । ୧୩ ବର୍ଷ ବୟସରେ ତାଙ୍କର ପ୍ରଥମ ଆଲବମ୍ ରିଲିଜ୍ ହୋଇଥିଲା । ଯାହାକି ଲୋକପ୍ରିୟ ହୋଇପାରିଥିଲା ।

ପଶ୍ଚିମବଙ୍ଗରେ କିଛି ଠିକ୍‌ ଚାଲିନାହିଁ, ମମତାଙ୍କ ଶାସନରେ ଲୋକ ଅତିଷ୍ଠ: ରାଜ୍ୟପାଳ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଅଲୋଡ଼ା ସ୍ଥିତି । ଖୋଦ୍‌ ରାଜ୍ୟପାଳ କହୁଛନ୍ତି ରାଜ୍ୟରେ ଚାଲିଛି ହିଟ୍‌ଲର ଶାସନ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ରାଜ୍ୟପାଳଙ୍କ ଏଭଳି ବୟାନ ପରେ‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନ ପ୍ରଣାଳିକୁ ନେଇ ସାରା ଦେଶରେ ସମାଲୋଚନା କରାଯାଇଛି । ମମତାଙ୍କ ଶାସନ ପ୍ରଣାଳି କ’ଣ ସତରେ ଏତେ ଖରାପ, ଯେଉଁଥିରେ ଖୋଦ୍‌ ରାଜ୍ୟପାଳ ଅତିଷ୍ଠ ହୋଇଯାଇଛନ୍ତି ।

ପଶ୍ଚିମବଙ୍ଗରେ ଚାଲିଛି ହିଟଲର ଶାସନ । ମମତା ସରକାରଙ୍କ ମନମୁଖୀ ଶାସନ ପାଇଁ ରାଜ୍ୟବାସୀ ଅନେକ ହଇରାଣ ହେଉଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଖୋଦ୍‌ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକାର । ଏହାକୁ ପ୍ରତିବାଦ କରି ସେ ମାସେ ପାଇଁ ବନବାସ ଯିବେ ବୋଲି ରବିବାର ଘୋଷଣା କରିଛନ୍ତି ।

Governor

ରାଜ୍ୟରେ ରାଜନୈତିକ ହିଂସା ବଢୁଥିବା ବେଳେ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଲାଗୁ କରାଯାଉନାହିଁ । ଯାହାକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ, ରାଜ୍ୟପାଳଙ୍କ କୌଣସି କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ବିଧାନସଭା ନିର୍ବାଚନ ଆସୁଥିବାରୁ ରାଜ୍ୟରେ ହିଂସା ବଢିବ ବୋଲି ଆଶଙ୍କା କରାଯାଉଛି । ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟପାଳ ।

iPhoneର ପଛରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ବଟନ, ବହୁତ ଲୋକ ଜାଣିନାହାନ୍ତି ଏହାର ବ୍ୟବହାର

ଆଜିର ସମୟରେ ସବୁ ଯୁବପିଡ଼ିଙ୍କ ପସନ୍ଦ ଆଇଫୋନ୍ । ଆଇଫୋନ ଧରିବା ପାଇଁ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳେ । ଆଇଫୋନରେ ଥିବା ଲୋଗ ଅଧିକ ଆକର୍ଷଣ ହୋଇଥାଏ । କିନ୍ତୁ କିଛି ଲୋକ ଆଇଫୋନ ଧରିଥାନ୍ତି କିନ୍ତୁ ବ୍ୟବହାର ସମସ୍ତଙ୍କୁ  ସ୍ୱଳ୍ପ ମାତ୍ରାରେ ଜଣାଥାଏ । ଆପଲ୍ ଏହାର ଆଇଫୋନ୍ ସ୍ମାର୍ଟଫୋନରେ ଏକ ନୂଆ ବଟନକୁ ସାମିଲ କରିଛି । ଯାହା ଖୁବ୍ କମ୍ ଉପଭୋକ୍ତା ଜାଣିଛନ୍ତି । କମ୍ପାନୀ କେବଳ ଏହାର ଅତ୍ୟାଧୁନିକ ଅପରେଟିଂ ସିଷ୍ଟମ୍ iOS ୧୪ ମାଧ୍ୟମରେ ସଫ୍ଟୱେରକୁ ଅପଡେଟ୍ କରିନାହିଁ ବରଂ ଏକ ହାର୍ଡୱେର୍ ଫିଚରକୁ ମଧ୍ୟ ସାମିଲ କରିଛି ।

ଯଦି ଦେଖିବା ତେବେ ଆପଲ୍ ବ୍ୟାକ୍ ଟ୍ୟାପ୍ ନାମକ ଏକ ଫିଚର ତାର ଫୋନରେ ଡେଭଲପ କରିଛି । ଏହା ମାଧ୍ୟମରେ, ଆଇଫୋନର ପଛ ପ୍ୟାନେଲ୍ ଏକ  ବଟନରେ ପରିଣତ ହୋଇଛି ।  ଉପଭୋକ୍ତାମାନେ ପଛ ପ୍ୟାନେଲରେ ଟ୍ୟାପ୍ କରି ଫୋନରୁ ଅନେକ କାମ କରିପାରିବେ । ବିଶେଷ କଥା ହେଉଛି ଏଥିପାଇଁ ଆପଣଙ୍କୁ ପଛ ପ୍ୟାନେଲର କୌଣସି ନିର୍ଦ୍ଦିଷ୍ଟ ଅଂଶ ଟ୍ୟାପ୍ କରିବାକୁ ପଡ଼ିବ ନାହିଁ । କାରଣ ପୁରା ବ୍ୟାକ୍ ପ୍ୟାନେଲ୍ ନିଜେ ଏକ ବଟନ୍ ରେ ପରିଣତ ହୁଏ ।

ଏହି ଆଶ୍ଚର୍ଯ୍ୟଜନକ ଫିଚର ବ୍ୟବହାର କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଫୋନର ସେଟିଂକୁ ଯାଇ ବ୍ୟାକ୍ ଟ୍ୟାପ୍ ଫିଚରକୁ ଟର୍ନ୍ ଅନ୍ କରିବାକୁ ପଡ଼ିବ । ଏଥିପାଇଁ, ଆକ୍ସେସିବିଲିଟିରେ ସେଟିଂସମୂହକୁ ଯାଆନ୍ତୁ ଏବଂ ତା’ପରେ ଟଚ୍ ବିଭାଗକୁ ଯାଆନ୍ତୁ । ସେଠାରେ ଆପଣ ବ୍ୟାକ୍ ଟ୍ୟାପ୍ ଅପ୍ସନ୍ ଦେଖିବେ । ଏହାକୁ ଟର୍ନ୍ ଅନ୍ କରନ୍ତୁ ।

ବର୍ତ୍ତମାନ ଆପଣଙ୍କୁ ଦୁଇଟି ବିକଳ୍ପ ଦିଆଯିବ – ଡବଲ୍ ଟ୍ୟାପ୍ ଏବଂ ଟ୍ରିପଲ୍ ଟ୍ୟାପ୍ । ଏହି ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବାଛିବା ପରେ, ଆପଣଙ୍କୁ କିଛି ଫିଚର୍ସର ଏକ ତାଲିକା ଦିଆଯିବ । ଉଦାହରଣ ସ୍ୱରୂପ, ଯଦି ଆପଣ ଲକ୍ ସ୍କ୍ରିନ୍ ବିକଳ୍ପ ଚୟନ କରନ୍ତି, ତେବେ ଆପଣ ପଛ ପ୍ୟାନେଲରେ ଦୁଇ କିମ୍ବା ତିନୋଟି ଟ୍ୟାପ୍ କରି ସ୍କ୍ରିନ୍ ଲକ୍ କରିପାରିବେ । ସେହିଭଳି, ଯଦି ଆପଣ ଚାହାଁନ୍ତି, ଆପଣ ପଛ ପ୍ୟାନେଲରୁ ଏକ ସ୍କ୍ରିନସଟ୍ ମଧ୍ୟ ନେଇପାରିବେ ।

ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା: ଓଟିଭି ସିଏଫ୍‌ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ!

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ଓଟିଭି ସିଏଫଓଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା । ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜମି କେଳେଙ୍କାରୀ ନେଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ମନୋରଞ୍ଜନ । ଜେରା ପରେ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି  । ସ୍ୱାସ୍ଥ୍ୟ ପରୀକ୍ଷାା ପରେ ତାଙ୍କୁ ଜେଲ ନିଆଯିବା ନେଇ ସୂଚନା ।  ଅନୁସୂଚିତ ଜାତି ଲୋକଙ୍କ ଜମି ହଡ଼ପ ନେଇ ୩ଟି ମାମଲାରୁ ଗୋଟିଏ ମାମଲାର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ ।

ଗଲା ୨୯ତାରିଖରେ ଖୋର୍ଦ୍ଧା ସାରୁଅରେ ସରଜମିନ ତଦନ୍ତ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍  । ଜମି କେଳେଙ୍କାରୀ ନେଇ ଲୋକଙ୍କ ମତାମତ ବି ନେଇଥିଲା । ସାରୁଅରେ ଓଟିଭିର ଜମି କିଣାର ଜଗିଙ୍କ ମୋହରା ଥିଲେ ରବୀନ୍ଦ୍ର କୁମାର ସେଠୀ । ରବୀନ୍ଦ୍ରଙ୍କ ଜରିଆରେ ହାଲୁରୀ ପାହାଡ଼ସିଂଙ୍କଠାରୁ ଓଡ଼ିଶା ଇନ୍‌ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି । ହାଲୁରୀ ପାହାଡ଼ସିଂ ଅନୁସୂଚିତ ଜାତି ବର୍ଗର। ସେଲ୍ ଡିଡ୍‌ରେ ବିକ୍ରେତା ଓ କ୍ରେତା ଉଭୟଙ୍କ ସମାନ ଠିକଣା ରହିଛି ।

ସେଲ୍‌ ଡିଡ୍‌ରେ ଜମି ବିକ୍ରିର କାରଣ ଝିଅ ବାହାଘର ବୋଲି ଦର୍ଶାଯାଇଥିଲା । ତେବେ ବିକ୍ରି ପାଇଁ ଦିଆ ଯାଇଥିବା ଅନୁମତିରେ ବିକ୍ରିର କାରଣ ଗୃହ ନିର୍ମାଣ ବୋଲି ଦର୍ଶାଯାଇଥିଲା । ହାଲୁରୀ ପାହାଡ଼ସିଂଙ୍କ ଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ରହିଛି। ସ୍ବଳ୍ପ ବେତନଭୋଗୀ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ଜମି କିଣିଥିବା ଓଟିଭି ଦର୍ଶାଇଥିଲା । ଗରିବ ଅନୁସୂଚିତ ଜାତିର ଲୋକଙ୍କ ଜମି ହଡ଼ପ ପାଇଁ ରବୀନ୍ଦ୍ରଙ୍କୁ ବାରମ୍ବାର ବ୍ୟବହାର କରାଯାଇଥିଲା । ଏକଥା ଖୋଦ୍ ରବୀନ୍ଦ୍ର ସେଠୀ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଅଭାବୀ ରବୀନ୍ଦ୍ରଙ୍କୁ ଧନୀ ଜମି ମାଲିକ ବୋଲି ଏଥିରେ ପରିଚିତ କରାଯାଇଛି ।

ଆଉ ତାଙ୍କୁ ମାଧ୍ୟମ କରି ସରକାରୀ କଳକୁ ବିଭ୍ରାନ୍ତ କରି ଓଟିଭି ଜମି ମାରି ନେଇଛି । ସାରୁଅ ଜମି ମାମଲାରେ ଦୁଇଟି ପିଟିସନ୍ ହୋଇଛି । ଗୋଟିଏ ହାଲୁରୀ ପାହାଡସିଂ କରିଥିବା ବେଳେ ଅନ୍ୟଟି ନିଜେ ରବୀନ୍ଦ୍ର ସେଠୀ କରିଛନ୍ତି । ହାଲୁରୀ ପାହାଡ଼ସିଂଙ୍କ ଘର ସାରୁଅରେ । ରବୀନ୍ଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ । ରବୀନ୍ଦ୍ରଙ୍କୁ ମୋହରା ବନାଇ ଓଟିଭି ଏହି ଜମି କେଳେଙ୍କାରୀ କରିଥିବା ଅଭିଯୋଗ ଆଣିଛନ୍ତି ହାଲୁରୀ ପାହାଡସିଂ । ହାଲୁରୀଙ୍କ ଜମି ଉପରେ ଓଟିଭି ପାଚେରି ଛିଡ଼ା କରିଛି । ପାଚେରି ଯୋଗୁ ହାଲୁରୀ ପାହାଡ଼ସିଂ ତାଙ୍କର ଅନ୍ୟ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ଏହି ମାମଲାରେ ଜଗି ପଣ୍ଡାଙ୍କ ଓଟିଭିର ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ୍‌  ।

ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା, ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇ କାମରୁ ବିଦା କରିଥିବା ଅଭିଯୋଗ

ହାଥରସ୍‌ ମାମଲା: ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବେ CRPF ଯବାନ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା । ପୀଡିତାଙ୍କ ପରିବାରକୁ ସୁରକ୍ଷା ଦେବେ ସିଆରପିଏଫ୍‌ ଯବାନ । ଏକ ୮୦ ଜଣିଆ ଟିମ୍ ପରିବାରକୁ ସୁରକ୍ଷା ଦେବେ ବୋଲି ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ତତ୍ପରତା ପ୍ରକାଶ ପାଇଛି ।

CRPF

ପୀଡ଼ିତାଙ୍କ ପରିବାରକୁ ସିଆରପିଏଫ୍‌ ଅଧିକାରୀ ସାକ୍ଷାତ କରିଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ସହ ମଧ୍ୟ ଆଲୋଚନା କରାଯାଇଛି । ସ୍ଥାନୀୟ ଏକ ସ୍କୁଲରେ ଜବାନ ମାନେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟ ସରକାର ପୀଡିତାଙ୍କ ପରିବାରକୁ ବର୍ତ୍ତମାନ ସୁରକ୍ଷା ଦେଉଛନ୍ତି । ଗଣଦୁଷ୍କର୍ମ ମାମଲା କୋର୍ଟରେ ବିଚାରଧିନ ଥିବାବେଳେ ପରିବାରର ସୁରକ୍ଷା କଡାକଡି କରିବା ପାଇଁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

CRPF

ଗତ ସେପ୍ଟେମ୍ବର ୧୪ରେ ହାଥରସରେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକଙ୍କୁ ନଜଣାଇ ରାତି ଅଧରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

CRPF

ଆଜି ସରୁଛି ପ୍ରଚାର: ବୁଥ୍ ମୁହାଁ ପୋଲିଂ ପାର୍ଟି,

ବାଲେଶ୍ୱର: ସଦର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଶେଷ ପ୍ରୟାସ କରୁଛନ୍ତି ୩ଦଳର ପ୍ରାର୍ଥୀ । ସେପଟେ ବୁଥ ମୁହାଁ ପୋଲିଂ ପାର୍ଟି। ଅବାଧ ନିରପେକ୍ଷ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୩ ତାରିଖରେ ୨ଲକ୍ଷ ୩୦ହଜାର ୨୯୭ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଉପନିର୍ବାଚନ ପାଇଁ ୩୫୦ଟି ଲାଇଟ ଭେଇକିଲ ସମେତ ୬୦ଟି ହେଭି ଭେଇକିଲ ନିୟୋଜିତ କରାଯାଇଛି । ୬୭ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ମୋଟ ୩୪୬ ବୁଥ କରାଯାଇଥିବା ବେଳେ ୧ ହଜାର ୮ଶହ ପୋଲିଂ ଏବଂ ପ୍ରିଜାଇଡିଂ ଅଫିସର ନିୟୋଜିତ ହୋଇଛନ୍ତି  ।

୧ହଜାର ଭୋଟରଙ୍କ ପାଇଁ ଗୋଟିଏ ବୁଥ କରାଯାଇଛି। କୋଭିଡ କଟକଣା ମଧ୍ୟରେ ମତଦାନ କରିବେ ଭୋଟର। ତା ପୂର୍ବରୁ ସବୁ ବୁଥ ସାନିଟାଇଜ କରାଯାଇଛି । ଭୋଟ ଦେବାକୁ ଯିବାବେଳେ ମାସ୍କ ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା କୁ ଗୁରୁତ୍ୱ ଦିଆଯାଇଛି । ଭୋଟର ମାନେ ଯେମିତି ଅଧିକ ଭିଡ ନ କରିବେ ସେଥିପାଇଁ ଅଧିକ ବୁଥ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରତି ଦୁଇ ମିଟର ବ୍ୟବଧାନରେ ଗୋଲେଇ କରାଯାଇଛି। ବୁଥକୁ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ଭୋଟ ଦେବାକୁ ଯିବା ସମୟରେ ବିଏଲଓଙ୍କ ପକ୍ଷରୁ ଚିରୁକୁଟି ଦିଆଯାଇଛି। ବିଭିନ୍ନ ମଡେଲ ବୁଥ ଗୁଡିକରେ ହାଇଟେକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭୋଟରଙ୍କୁ ଥର୍ମାଲ ସ୍କନରରେ ଟେମ୍ପ୍ରେଚର ମପାଯିବ। ସନ୍ଦେହ ହେଲେ ସେମାନଙ୍କୁ ଶେଷରେ ଭୋଟ ଦେବାକୁ ସୁଯୋଗ ଦିଆଯିବ। ସାଧାରଣ ଭୋଟର ଭୋଟ ଦେଇସାରିବା ପରେ ପୋଲିଂ ଅଧିକାରୀ ମାନେ ପିପିଇ କିଟ୍ ପିନ୍ଧି କରୋନା ସନ୍ଦିଗ୍ଧ ଙ୍କ ଭୋଟ ଗ୍ରହଣ କରିବେ। ସେପଟେ ସଦର ନିର୍ବାଚନ ମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର 31ଟି ଓ୍ୱାର୍ଡରେ ମୋଟ ୯ ପ୍ଲାଟୁନ ଆରପିଏଫ୍‌,୨୬ ପ୍ଲାଟୁନ୍‌ ଓଏସ୍‌ଏପି ଫୋର୍ସ ସହିତ ୩୧ଟି ମୋବାଇଲ ସ୍କ୍ୱାର୍ଡ, ୧୦ଟି ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ୫ଜଣ ଅତିରିକ୍ତ ଏସ୍‌ପି, 8ଜଣ ଡ଼ିଏସ୍‌ପି, ୨୨ ଜଣ ଇନ୍ସପେକ୍ଟର, ୧୫୨ଜଣ ଅଫିସର, ୮ଜଣ ହାଭିଲଦାର, ୩୫୨ଜଣ ଏପିଆର ଫୋର୍ସଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ନିୟୋଜିତ କରାଯାଇଛି । ଅ୍ରବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ।

ଡମ୍ପିଂ ୟାର୍ଡରେ କାହିଁକି ସାମ୍ବାଦିକ ସମ୍ମିଳନୀ କଲେ କଂଗ୍ରେସ ନେତା ସୁରେଜୱାଲା ? ଜାଣନ୍ତୁ କାରଣ…

ପାଟଣା: ରାଜନୀତିରେ ସବୁ କିଛି ସମ୍ଭବ । ଭୋଟ୍ ପାଇଁ ବହୁତ କିଛି କରିପାରନ୍ତି ନେତା । ଭୋଟ୍ ପାଇଁ ନେତା ନାଳ ପାର ହୋଇ ଯାଉଥିବା ଆପଣ ଦେଖିଥିବେ । କେବେ ଦେଖିଛନ୍ତି କି ? ନିର୍ବାଚନ ବେଳେ ନେତା ଅଳିଆ ଗଦା ଉପରେ ଛିଡ଼ା ହୋଇ ଭାଷଣ ଦେବା । ହଁ ଏମିତି ଘଟିଛି ବିହାର ନିର୍ବାଚନରେ । ବିହାରର ନୀତିଶ ସରକାରଙ୍କୁ ଘେରିବାକୁ ଯାଇ ଏମିତି ଢଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ସଚିବ ରଣଦୀପ ସୁରେଜୱାଲା ।

Congress Leader Randeep Surjewala PC In Patna GPO Dumping Ground Bihar Election

ରଣଦୀପ ସୁରେଜୱାଲା ଦଳର ଅନ୍ୟ ନେତାଙ୍କ ସହିତ ପାଟଣା ଜିପିଓ ନିକଟ ଅଳିଆ ଗଦାରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଖୋଲା ସ୍ଥାନରେ ବର୍ଜ୍ୟବସ୍ତୁ ଫିଙ୍ଗା ଯାଉଥିବାରୁ ଏହାକୁ ନେଇ ସେ ବିହାର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । କହିଥିଲେ ଏହି ଦୃଶ୍ୟ ଦେଖିବାକୁ କେହିନାହିଁ । ରାଜଧାନୀ ମଝି ଭାଗରେ ଏମିତି ହେଉଛି । କେବେ ଏଠାରେ ସୁନ୍ଦର କମ୍ପ୍ଲେକ୍ସ ନିର୍ମାଣ ହେବାର ଥିଲା । କିନ୍ତୁ ଆଜି ଅବସ୍ଥା ଦେଖି ନିଅନ୍ତୁ ବୋଲି ସୁରେଜୱାଲା କହିଛନ୍ତି ।

ସୁରେଜୱାଲା କହିଛନ୍ତି- ବିହାରର ପାଣି, ବିହାରର ପବନ ଯେତିକି ବିଷାକ୍ତ ହୋଇଛି । ସେତିକି ବିଷାକ୍ତ ନୀତିଶ ସରକାରଙ୍କ ଚିନ୍ତାଧାରା ଓ ବିଚାର । ନୀତିଶ କେବେ ଏହି ସ୍ଥାନରେ ହେଲିକପ୍ଟର ଓହ୍ଲାନ୍ତୁ ବୋଲି ସୁରେଜୱାଲା କହିଛନ୍ତି । ବିଗତ ୨୫ ବର୍ଷ ମଧ୍ୟରେ ସର୍ବାଧିକ ଥର ପାଟଣାରେ ବିଜେପି ସାଂସଦ ଓ ବିଧାୟକ ନିର୍ବାଚିତ ହୋଇଛନ୍ତି । ତଥାପି ଦେଖନ୍ତୁ ସହରର ଅବସ୍ଥା କେମିତି ଅଛି । ସ୍ମାର୍ଟ ସିଟି ରାଙ୍କିଂରେ ପାଟଣା ୩୩ ତମ ସ୍ଥାନରେ ରହିଛି । ଏମାନେ ବିହାରବାସୀଙ୍କ ଜୀବନକୁ ନଷ୍ଟ କରୁଛନ୍ତି ।

Congress Leader Randeep Surjewala PC In Patna GPO Dumping Ground Bihar Election

ସେ ଆହୁରି କହିଛନ୍ତି- ନୀତିଶ ସରକାରଙ୍କ ନାଳ-ଜଳ ଦୁନୀତିକୁ ମୋଦି ସରକାର ଧରି ନେଇଛନ୍ତି । ବିହାରର ୨୫ ହଜାର କୋଟି ଟଙ୍କାର ଏହି ଯୋଜନା ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି । ସେ ପ୍ରଶ୍ନ କରିଛନ୍ତି- ଏହି ଦୁର୍ନୀତି ଟଙ୍କାରେ ନୀତିଶ କୁମାରଙ୍କ ଦଳ ହେଲିକପ୍ଟର ଉଡ଼ାଉ ନାହିଁ ତ ?