ପୁଣି ନକଲି ଘିଅ କାରଖାନା ଠାବ: କୋଟିଏ ଟଙ୍କାର ଅପମିଶ୍ରିତ ଘିଅ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

କଟକ: କଟକରେ ପୁଣି ଠାବ ହେଲା ନକଲି ଘିଅ କାରଖାନା। ନକଲି ତେଲ, ନକଲି ସସ୍ ପରେ ଏବେ ନକଲି ଘିଅ କାରଖାନା ଠାବ ହୋଇଛି । ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଠାବ ହୋଇଥିଲା । ଜଗତପୁର ନୂତନ ଶିଳ୍ପାଞ୍ଚଳରେ ମିଳିତ ଚଢ଼ାଉ ହୋଇଛି । ଅପମିଶ୍ରଣ କରି ସୁବାସ ବ୍ରାଣ୍ଡ ନାଁରେ ଘିଅ ବିକ୍ରି ହେଉଥିଲା ।

କମିଶନରେଟ୍ ପୋଲିସ,‌ ଖାଦ୍ୟ ସୁରକ୍ଷା ଅଧିକାରୀ, ଓଜନ ଓ ମାପ ବିଭାଗ ନିରୀକ୍ଷକ ଚଢ଼ାଉରେ ସାମିଲ ହୋଇଛନ୍ତି  ।  କୋଟିଏରୁ ଅଧିକ ଟଙ୍କାର ଅପମିଶ୍ରିତ ଘିଅ ଜବତ ହୋଇଛି । ତେବେ ଏହି କାରଖାନାରେ କେବଳ ଘିଅ ନୁହେଁ ଅସଲି ବ୍ରାଣ୍ଡରେ ନକଲି ଦ୍ରବ୍ୟ ପ୍ରସ୍ତୁତ ହେଉଥିବାର ମଧ୍ୟ ନଜର ଆସିଛି । ଘିଅ ସହ ବିଭିନ୍ନ ବ୍ରାଣ୍ଡର ସସ୍, ଆଚାରକୁ ମଧ୍ୟ ଅପମିଶ୍ରଣ କରାଯାଉଥିବା ଜଣାପଡ଼ିଛି ।

କିଛି ଦିନ ତଳେ ଜଗତପୁରରେ ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ । ନକଲି କାରଖାନା ଚାଲୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା।

Leave a Reply