spot_img
Home Blog Page 6443

ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

ପାଟଣା: ପୁଣି ବିହାରରେ ରାଜ୍ କରିବେ ନୀତୀଶ କୁମାର । ବିହାରରର ଶାସନ ଗାଦିରେ ବସିବେ ନୀତୀଶ । ଚଳିତ ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ଦିପାବଳୀ ପରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତୀଶ । ଆସନ୍ତା ୧୬ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।

୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର । ତେବେ ପ୍ରଶ୍ନ ଉଠୁଛି, ବିହାରରେ ନୀତିଶ ବନିପାରିବେ କି ନିତିଦିନିଆ ମୁଖମନ୍ତ୍ରୀ ? ଜନାଦେଶରେ ତିନି ନମ୍ବର ଦଳ ପାଲଟିଥିବା ଜେଡ଼ିୟୁର କ୍ଷମତା ଭବିଷ୍ୟତ କଣ ? କ୍ଷମତା ରାଜନୀତିର ସାପସିଡ଼ି ଖେଳରେ ତିନି ନମ୍ବର ଆସନକୁ ଚାଲିଯାଇଛି ଜେଡିୟୁ  । ଗତଥର ୭୧ ଆସନ ପାଇଥିବା ଦଳ ଏଥର ୨୮ ଆସନ ହରାଇ ମାତ୍ର ୪୩ ଆସନରେ ଅଟକିଯାଇଛି  । ନୀତିଶଙ୍କ ୧୦ ମନ୍ତ୍ରୀଙ୍କୁ ଏଥର ଦେଖିବାକୁ ମିଳିଛି ପରାଜୟର ମୁହଁ  ।

ଏହାସହ ଏନଡିଏ ମେଣ୍ଟରେ ସାନ ଭାଇ ଥିବା ବିଜେପି ଏଥର ବଡ଼ ଭାଇ ପଦକୁ ପ୍ରମୋସନ ପାଇଛି । ବିଜେପି ପ୍ରଥମରୁ ସ୍ପଷ୍ଟ କରିଛି ଦଳ କ୍ଷମତାକୁ ଫେରିଲେ ନୀତିଶ ହିଁ ହେବେ ମୁଖ୍ୟମନ୍ତ୍ରୀ । ଏଥର ନିର୍ବାଚନରେ ଏନଡିଏକୁ ମୋଟ୍ ୧୨୫ ଆସନ ମିଳିଛି । ବିଜେପିକୁ ୭୪ ଓ ଜେଡିୟୁକୁ ୪୩ ଆସନ ମିଳିଛି । ତେଣୁ ଏଥର ମନ୍ତ୍ରୀମଣ୍ଡଳରେ ବିଜେପିକୁ ଅଧିକ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍: ଭିଜିଲାନ୍ସ ଜାଲରେ ୨ କିରାଣି

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସବ କଲେକ୍ଟର ଅଫିସ ବରିଷ୍ଠ କିରାଣି । ସବ କଲେକ୍ଟର ଅଫିସ ସିନୟର କିରାଣି ହେଉଛନ୍ତି ଉଦୟନାଥ ଜେନା । ଅଫିସ ସମେତ ଭୁବନେଶ୍ୱର ଓ କେନ୍ଦ୍ରାପଡା ସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ।

ଅପରପକ୍ଷରେ ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣି ରତ୍ନାକର ମହାନ୍ତି । ଚହଟା ସ୍ଥିତ ବାସଭବନ ସହ ମୋଟ ୭ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଯାଜପୁର ଭିଜିଲାସନ୍ସ ଟିମ । ଆୟବହିର୍ବୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲି ଥିବାବେଳେ ନଗଦ ୯ ଲକ୍ଷ୍ୟ ଟଙ୍କା ସହ ୩ଶହ ଗ୍ରାମର ସୁନା ସହ ବହୁ ଗୁରୁତ୍ୱପୁର୍ଣ କାଗଜପତ୍ର ଜବତ ହୋଇଛି । ଭିଜିଲାନ୍ସ DSP ସୁରେନ୍ଦ୍ର କୁମାର ରାୟଗୁରୁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲୁ ରହିଥିବାବେଳେ ଆଗାମୀ ସମୟରେ ବହୁ ଗୁରୁତ୍ୱପୁର୍ଣ ତଥ୍ୟ ମିଳିବ ବୋଲି ଭିଜିଲାସନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ

ଫିଲ୍ମ ‘ପଠାନ’ ପାଇଁ ଦୀପିକା ନେଲେ ସବୁଠୁ ଅଧିକ ପାରିଶ୍ରମିକ, ଜାଣନ୍ତୁ କେତେ… ?

ମୁମ୍ବାଇ: ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ଦୀପିକା ପାଦୁକୋନ୍ ନିକଟରେ ବଲିଉଡରେ ତାଙ୍କର ୧୩ ବର୍ଷ ପୂରଣ କରିଛନ୍ତି ।  ଶାହରୁଖ ଖାନଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୯ ନଭେମ୍ବର ୨୦୦୭ ରେ ମୁକ୍ତିଲାଭ କରିଥିଲା । ଏହା ପରେ ଦୀପିକା ଗୋଟିଏ ପରେ ଗୋଟିଏ ଅନେକ ସୁପରହିଟ୍ ଫିଲ୍ମ ଭୋଟି ଦେଇଥିଲେ । ଆଉ ଏବେ ସେ ବଲିଉଡର ଏକ ନମ୍ବର ହିରୋଇନ୍ ଭାବେ ପରିଚିତ ।

ଏବେ କିନ୍ତୁ ଦୀପିକା ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ପଠାନ୍’ ଏବେ ପୁଣି ଚର୍ଚ୍ଚାରେ ଅଛି । ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ନଜର ଆସିବେ । ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଶାହରୁଖ ଖାନଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୯ ନଭେମ୍ବର ୨୦୦୭ରେ ମୁକ୍ତିଲାଭ ହୋଇଥିଲା । ଏବେ ପୁଣିଥରେ ପରଦାରେ ଏକାଠି ହେବାକୁ ଯାଉଛନ୍ତି ଏହି ସୁପରହିଟ୍ ଜୋଡ଼ି ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କୁ ଏକ ଜବରଦସ୍ତ ଆକ୍ସନ୍-ଥ୍ରୀଲର ଫିଲ୍ମ ଭାବେ ପରଦାକୁ ଆସିବାକୁ ଯାଉଛି । କୁହାଯାଉଛି ଯେ ଫିଲ୍ମ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଇଛି। ଏବଂ ଏହି ଫିଲ୍ମ ପାଇଁ ଦୀପିକାଙ୍କ ପାରିଶ୍ରାମିକ ବିଷୟରେ ବଡ ଖବର ଆସିଛି । ସୂଚାନା ଅନୁସାରେ, ଦୀପିକା ‘ପଠାନ’ ପାଇଁ ପ୍ରାୟ ୧୪-୧୫ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି । ଏବଂ ସୁଟିଂ ସେ ଆସନ୍ତା ବର୍ଷ ଠାରୁ ଆରମ୍ଭ କରିବେ । ସୂଚନା ଅନୁଯାୟୀ, ଫିଲ୍ମ ‘ପଠାନ୍’ ପାଇଁ ୨୦୦କୋଟିର ବଜେଟ୍ ପ୍ରସ୍ତୁତ କରାଯାଇଛି। ଏହା ହେଉଛି ଆଜି ପର୍ଯ୍ୟନ୍ତ ବଲିଉଡର ସବୁଠାରୁ ମହଙ୍ଗା ଆକ୍ସନ୍ ଫିଲ୍ମ ।

୧୮୬୮ କ୍ରିକେଟ୍ ଟିମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ଅଷ୍ଟ୍ରେଲିଆ: ପିନ୍ଧିବ ସ୍ୱଦେଶୀ ଜର୍ସି, ଜାଣନ୍ତୁ କାହିଁକି

0

ମେଲବର୍ଣ୍ଣ: ସ୍ୱଦେଶୀ ଜର୍ସି ପରିଧାନ କରିବ ଅଷ୍ଟ୍ରେଲିଆ ଦଳ । ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୁରୁଷ କ୍ରିକେଟ ଦଳ ଏହି ସ୍ୱଦେଶୀ ଜର୍ସି ପରିଧାନ କରିବ । କ୍ରିକେଟ ସହାୟତାରେ ନିଜ ଦେଶର ଐତିହ୍ୟକୁ ସ୍ୱୀକୃତି ଦେବା ଏବଂ ଉତ୍ସାହିତ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆନ୍ କ୍ରିକେଟ ଏଭଳି ନିଷ୍ପତ୍ତି ନେଇଛି । ତେଣୁ ଅଷ୍ଟ୍ରେଲିଆ ଟିମ୍ ପାଇଁ ନୂଆ ପରିପାଟୀର ଜର୍ସିକୁ ବାଦ୍ ଦେଇ ସ୍ୱଦେଶୀ ଜର୍ସିକୁ ଗୁରୁତ୍ୱ ଦିଆଯାଇଛି । ଏହି ଜର୍ସି ଏଏସ୍‌ଆଇସିଏସ୍ ଏବଂ ଦୁଇ ଜଣ ସ୍ୱଦେଶୀ ମହିଳା ଅଣ୍ଟି ଫିଓନା କ୍ଳାର୍କେ  ଓ କର୍ଟନି ହାଗନେ ମିଳିତ ସଂଯୋଜନାରେ ପ୍ରସ୍ତୁତ ହୋଇଛି । ଆରୋନ୍ ଫିଞ୍ଚଙ୍କ ଟି-୨୦ ଦଳ ପୂରା ଟି-୨୦ ଶୃଙ୍ଖଳାରେ ଅବିଶ୍ୱସନୀୟ ସ୍ୱଦେଶୀ ଜର୍ସି ପିରଧାନ କରିବ ବୋଲି ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତା’ର ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ପରିଧାନ କରିଥିବା ସ୍ୱଦେଶୀ ଜର୍ସିର  ଚିତ୍ରକୁ ବୁଧବାର ଟ୍ୱିଟ୍ କରିଛି । ସ୍ୱଦେଶୀ ଜର୍ସି ପିନ୍ଧି ପ୍ରଥମ ଫଟୋ ପୋଜ୍ ଦେଇଥିବା ମିଚେଲ୍ ଷ୍ଟାର୍କ ମଧ୍ୟ ଖୁବ୍ ଉତ୍ସାହିତଥିବା କହିଛନ୍ତି । ପୁରୁଷ କ୍ରିକେଟ ଦଳର ଏହି ଜର୍ସି ୧୮୬୮ କ୍ରିକେଟ ଦଳ ପ୍ରତି ଶ୍ରଦ୍ଧାଞ୍ଜଳି ହେବ । ଯେଉଁ ଦଳ ସମୁଦ୍ର ପଥରେ ଅଷ୍ଟ୍ରେଲିଆରୁ ୟୁକେ ପର୍ଯ୍ୟନ୍ତ ତିନି ମାସିଆ ଯାତ୍ରା କରି ୪୭ ମ୍ୟାଚ ଖେଳିଥିଲେ । ସୂଚନାଯୋଗ୍ୟ, ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ୱର ୪ ତାରିଖରୁ କାନ୍‌ବେରାରେ ଆରମ୍ଭ ହେବ । ଭାରତ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ତିନିଟି ଟି-୨୦ ବ୍ୟତୀତ ତିନିଟି ଦିନିକିଆ ଏବଂ ୪ ଟେଷ୍ଟ ଖେଳିବାର ସୂଚୀ ରହିଛି ।

ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ଏଥର ଦୀପାବଳି ହେବ ବିଶେଷ । କାରଣ ଦିପାବଳୀରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ରହିଛି ବମ୍ଫର ଉପହାର । ଏହି ଦିପାବଳିରେ ପାଞ୍ଚ ବର୍ଷ ପାଇଁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀ ୧୫ ପ୍ରତିଶତ ବେତନ ବୃଦ୍ଧି ଉପହାର ମିଳିଛି । ଭାରତୀୟ ବ୍ୟାଙ୍କ ସଂଘର କର୍ମଚାରୀ ଅଫିସର୍ସ ୟୁନିଅନ୍ ସହିତ ଆଲୋଚନା ପରେ ଏହି ଚୁକ୍ତି ହୋଇଛି ।

ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ୭,୮୯୮ କୋଟି ଟଙ୍କା ଭାର ପଡ଼ିବ । ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ମେହେଟ୍ଟା ବୁଧବାର କହିଛନ୍ତି ଯେ, ଭାରତୀୟ ବ୍ୟାଙ୍କ ଆସୋସିଏସନ ୟୁନିଅନ ଏବଂ ଅଫିସର ୟୁନିଅନ ସହ ବେତନ ବୃଦ୍ଧିକୁ ନେଇ ହୋଇଥିବା ନିଷ୍ପତ୍ତି ଉପରେ ସହମତି ଘୋଷଣା କରାଯାଇଛି । ନଭେମ୍ବର ୧, ୨୦୧୭ ଠାରୁ ଏହା କାର୍ଯ୍ୟକାରୀ ହେବ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଏବଂ ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛି।

୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର: ସତର୍କତା ଓ କଟକଣା ଉପରେ ଗୁରୁତ୍ୱ

0

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଉଭୟ କେନ୍ଦ୍ରକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ବିଭାଗ । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୮ମାସ ଧରି ବନ୍ଦ ଥିଲା ଉଭୟ ବିଜ୍ଞାନ କେନ୍ଦ୍ର । ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲେ ହେଁ ସତର୍କତା ଓ କଟକଣା ଉଭୟକୁ ଦିଆଯାଇଛି ଗୁରୁତ୍ୱ ।

ଭୁବନେଶ୍ୱର ଓ ଢେଙ୍କାନାଳରେ ରହିଛି ୨ଟି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଏଠାରେ ବର୍ଷତମାମ ଲାଗି ରହେ ପର୍ଯ୍ୟଟକଙ୍କ ଭିଡ଼ । ତେବେ କୋଭିଡ୍ କଟକଣା ଯୋଗୁଁ ବିଗତ ୮ମାସ ଧରି ବନ୍ଦ ଥିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଫଳରେ ଏଭଳି ପର୍ଯ୍ୟଟନ ସ୍ଥଳ ପରିଦର୍ଶନରୁ ବଞ୍ଚିତ ହେଉଥିଲେ ଦର୍ଶକ । ସରକାରଙ୍କ ନିଷ୍ପତ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦେଶ ପରେ ପୁଣି ଖୋଲିଛି ଉଭୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ସକାଳ ସାଢେ ୯ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲି ରହିବ । ତେବେ ଏଥର ପୂର୍ବଭଳି ନଛୁଇଁ କିପରି ଅନୁଭବ କରିବେ ସେଥିପାଇଁ କରାଯାଇଛି ସେନସର ବ୍ୟବସ୍ଥା ।

ଦୀର୍ଘ ମାସ ଧରି ଖୋଲିବାକୁ ଅପେକ୍ଷା କରିରହିଥିଲେ ପର୍ଯ୍ୟଟକ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ କରାଯାଉଛି । କୋଭିଡ କଟକଣା ସତ୍ତ୍ୱେ ବିଜ୍ଞାନ କେନ୍ଦ୍ର ବୁଲି ବେଶ୍ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଧୀରେ ଧୀରେ ପର୍ଯ୍ୟଟନ ସ୍ଥଳ ଖୋଲୁଥିବାବେଳେ ଏ ପର୍ଯ୍ୟନ୍ତ ଖୋଲିପାରିନି ପଠାଣୀ ସାମନ୍ତ ପ୍ଲାନେଟେରିୟମ୍ । ଯାହାକୁ ଅପେକ୍ଷା କରିଛନ୍ତି ପର୍ଯ୍ୟଟକ ।

ଆଜି ଏହି ରାଶିର ଲୋକମାନଙ୍କର ବଢିବ ଅର୍ଥଚିନ୍ତା, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୧୨/୧୧/୨୦୨୦, ଗୁରୁବାର, ତୁଳା ମାସର ୨୭ଦିନ

୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, କାର୍ତ୍ତିକ କୃଷ୍ଣ ଦ୍ୱାଦଶୀ ରାତ୍ର ୯ଟା ୩୦ ଗତେ ୧୩ଶୀ

– କନ୍ୟା ଅହୋରାତ୍ର

– ହସ୍ତା ନକ୍ଷତ୍ର ରାତ୍ର ୦୧:୫୩ ପର୍ଯ୍ୟନ୍ତ

– ଘାତ ଚନ୍ଦ୍ର – ବୃଷ ରାଶିର

– ଘାତ ବାର – ତୁଳା ଓ କୁମ୍ଭ ରାଶିର

– ଯୋଗିନି – ନୈଋତେ ରାତ୍ର ୦୯:୩୦ ଗତେ ଦକ୍ଷିଣେ

– ପୁଷ୍କର ଦୋଷ – ୧ପାଦ ରାତ୍ର ୦୯:୩୦ ପଯ୍ୟନ୍ତ

– ନିଷିଦ୍ଧ ଖାଦ୍ୟ – ମସୁର ଡଲି ଓ ପୋଇ

– ଶୁଭ ମୂହୁର୍ତ୍ତ –

ପ୍ରାତଃ ୦୫:୫୭ ରୁ ୦୭:୨୬

ସନ୍ଧ୍ୟା ୦୫:୫୫ ରୁ ରାତି ୦୯:୨୨

– ଅଶୁଭ ମୂହୁର୍ତ୍ତ –

ଦିବା ୧୨:୫୪ ରୁ ସଂଧ୍ୟା ୦୫:୦୪

ରାତ୍ର ୧୧:୩୧ ରୁ ରାତ୍ର ୦୧:୦୭

୧୨.୧୧.୨୦୨୦, ଗୁରୁବାର

ମେଷ ରାଶି

ଅଶ୍ୱିନୀ – ନିଜର ସକ୍ଷ ମୁତାବକ କିଛି ଖାଦ୍ୟ କୌଣସି ଜିବକୁ ଖାଇବାକୁ ଦିଅନ୍ତୁ ମନର ଆଶା ପୂରଣ ହେବ ।

ଦ୍ୱିଜା ନକ୍ଷତ୍ର – ଆଜି ହଳଦିଆ ମିଠା କିମ୍ବା ପିଠା ଗୃହର ଗୁରିଜନ ଏବଂ ଛୋଟପିଲାଙ୍କ ଖୁଆନ୍ତୁ କଲ୍ୟାଣ ହେବ ।

କୃତ୍ତିକା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରିବେ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଲାଲ

– ଖାଇବା ସମୟରେ କ୍ଷୀର କିମ୍ବା ଦହି ମିଶାଇ ଖାଆନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ସ୍ନାନସାରି  ଓଁ ରାଁ ରାହବେ ନମଃ ୫୪ଥର ଜପ କରନ୍ତୁ କଲ୍ୟାଣ ହେବ ।

ରୋହିଣି ନକ୍ଷତ୍ର – ମନ ଅଜଣା ଭୟ ମଧ୍ୟରେ ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ, ମା ଲକ୍ଷ୍ମୀଙ୍କର ବ୍ରତ ରଖନ୍ତୁ କଲ୍ୟାଣ ହେବ ।

ମୃଗଶିରା ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ସ୍ନାନପରେ ଲକ୍ଷ୍ମୀଙ୍କର ସ୍ତୁତି ପାଠ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଲାଲ ରଙ୍ଗ

– ମହୁ କିମ୍ବା କୌଣସି ମିଠା ଖାଇ ଦିନଟି ଆରମ୍ଭ କରନ୍ତୁ କଲ୍ୟାଣ ହେବ ।

ମିଥୁ ରାଶି

ମୃଗଶିରା ନକ୍ଷତ୍ର – ଆଜି ମନ ଦୁର୍ବଳ ରହିବ, ସ୍ନାନବେଳେ ତେଲ ଲଗାଇବେ ନାହିଁ ଏବଂ ବାଧିଲା ଭଳିଆ କାହାକୁ କହିବେ ନାହିଁ ।

ଆର୍ଦ୍ରା ନକ୍ଷତ୍ର – ଆଜି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ ନହେଲେ ନିଜର କ୍ଷତି ହେବ, ହନୁମାନଚାଳିଷା ଜପ କରନ୍ତୁ କଲ୍ୟାଣ ହେବ ।

ପୂନର୍ବସୁ ନକ୍ଷତ୍ର – ଆଜି ଗୋରଚନା ପାଖରେ ରଖିବେ ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

– ଶୁଭ ରଙ୍ଗ – ସବୁଜ

– ହରେ କୃଷ୍ଣ ହରେ ରାମ ମନେମନେ ଜପ କରୁନ୍ତୁ କଲ୍ୟାଣ ହେବ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଅର୍ଥଚିନ୍ତା ବଢିବ ତେଣୁ ମନେ ମନେ ଓଁ କୁବେରାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ପୂଷ୍ୟା ନକ୍ଷତ୍ର – ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ, ଓଁ ନମଃ ଶିବାୟ ଜପ କରନ୍ତୁ କଲ୍ୟାଣ ହେବ  ।

ଅଶ୍ଲେଷା ନକ୍ଷତ୍ର –  ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ତେଣୁ ସ୍ନାନସାରି ମହାମୃତ୍ୟୁଞ୍ଜୟ ୫୪ଥର ପାଠକରନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ହଳଦିଆ

ଆଜି ମା’ ଲକ୍ଷ୍ମୀଙ୍କର ବ୍ରତ ରଖନ୍ତୁ ଏବଂ ଗାଇଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ସିଂହ ରାଶି

ମଘା ନକ୍ଷତ୍ର – ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ତମ୍ବା ପାତ୍ରରେ ଜଳପାନ କରନ୍ତୁ ମନମୁତାବକ ଫଳ ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ମଲ୍ଲି, ଟରାଟ, ଚମ୍ପା ନିଜ ଗୃହରେ ମା ଲକ୍ଷ୍ମୀଙ୍କୁ ସଜାନ୍ତୁ ଆର୍ଶିବାଦ ମିଳିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି ଆମିଷ ଖାଇବେ ନାହିଁ ଏବଂ ସୂର୍ଯ୍ୟଙ୍କର ଗାୟତ୍ରି ୧୧ଥର ଜପ କରିବେ ।

– ଶୁଭରଙ୍ଗ – ଧଳା

– ମହୁ କିମ୍ବା ମିଠା ଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କଟିଯିବ ।

କନ୍ୟା ରାଶି  

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି ହଳଦି ମିଶା ଖେଚୁଡି ଖାଆନ୍ତୁ ଏବଂ ୩ଟି ଛୋଟ ପିଲାଙ୍କ ଖୁଆନ୍ତୁ କଲ୍ୟଣ ହେବ ଆଶାଜନକ ସବୁ କାମ ପୂରଣ ହେବ ।

ହସ୍ତା ନକ୍ଷତ୍ର – ଛେନାର ମଣ୍ଡା ପିଠା ମାଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ କଲ୍ୟାଣ ହେବ ।

ଚିତ୍ରା ନକ୍ଷତ୍ର – ପ୍ରତି କାଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡରେ ଯନ୍ତ୍ରଣା ଭୋଗିବେ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ

– ୨‍୧ଥର ଓଁ ରାଧାବଲ୍ଲଭାୟ ନମଃ ଜପ କରିନ୍ତୁ କଲ୍ୟାଣ ହେବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ, ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ କଲ୍ୟାଣ ହେବ ।

ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ଓଁ ଗଂ ଗଣପତୟେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ବିଶାଖା ନକ୍ଷତ୍ର – ନିଜର ଆତ୍ମିୟ ବନ୍ଧୁବାନ୍ଧବ ଓ ସାଙ୍ଗସାଥି ଙ୍କର ସହଯୋଗ ରହିବ ଫଳରେ କୌଣସି ମନମୁତାବକ କାର୍ଯ୍ୟ ପୂରଣ ହେବ,

ଆଜି ଲବଙ୍ଗ ପାଟିରେ ରଖି ଦିନକାଟନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ

– ଚନ୍ଦନ କାଠି ଶିବମନ୍ଦିରରେ ଦାନ କରନ୍ତୁ କଲ୍ୟାଣ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – କର୍ମକ୍ଷେତ୍ରରେ ବାଧାବିଘ୍ନର ସୂଚନା ରହିଛି ତେଣୁ ଆଜି ନିଜର ଯୋଜନା ଗୁଡିକ ଗୁପ୍ତ ରଖନ୍ତୁ ଏବଂ ରୁଟିଗୁଡ ଗାଇଙ୍କୁ ଖୁଆଇବେ କଲ୍ୟାଣ ହେବ ।

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ, ଆର୍ଥିକ ଅଭାବ ରହିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ଭାବିଥିବା କିମ୍ବା ଚେଷ୍ଟା କରୁଥିବା କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବାରେ ବାଧା ଉପୁଜିବ, ଆଜି ଖଣ୍ଡେ ଆଦା ପାଟିରେ ରଖି ଦିନ ଅତିବାହିତ କରନ୍ତୁ ।

– ଶୁଭ ରଙ୍ଗ – ସବୁଜ

– ତମ୍ବାର ପାତ୍ରରେ ଜଳ, ଲାଲ ଚନ୍ଦନ ଏବଂ ଗୁଡ ମିଶାଇ ସୂଯ୍ୟଙ୍କୁ ଅଘ୍ୟ ଦିଅନ୍ତୁ ।

ଧନୁ ରାଶି

ମୂଳା ନକ୍ଷତ୍ର – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ, ପାଠ୍ୟ ଉପକରଣ ଗରିବ ପିଲାଙ୍କୁ ଦିଅନ୍ତୁ କଲ୍ୟାଣ ହେବ ।

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ॥

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ ।

– ଶୁଭ ରଙ୍ଗ – ଧଳା

– ହଳଦିଆ କନିଅର ଏବଂ ଚମ୍ପା ଫୁଲ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ମନୋବାଞ୍ଛିତ ଫଳ ମିଳିବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।

ଶ୍ରବଣା ନକ୍ଷତ୍ର – ଆଶାଜନକ ପରିବେଷ ପରିସ୍ଥିତି ରହିବ ଏବଂ କିଛି ଖାଦ୍ୟ କୌଣସି କଳା ଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଧନିଷ୍ଠା ନକ୍ଷତ୍ର – ଆଜି ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ‍ତେଣୁ ଓଁ ଗଂ ଗଣପତୟେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଧଳା

– ଓଁ ସୋମାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଆୟଠାରୁ ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାର୍ଯ୍ୟ ହାସ ହେବ, ପାରାଙ୍କୁ ଚଣା ଖୁଆଇବେ କଲ୍ୟାଣ ହେବ ।

ଶତଭିଷା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗୃହନିମାଣ ଆଦି କାଯ୍ୟ ଆରମ୍ଭ କରିବେ ।

ପର୍ବଭାଦ୍ର ନକ୍ଷତ୍ର – ସମୟ ଏତେ ଶୁଭ ରହିବ ନାହିଁ ତେଣୁ ଖଣ୍ଡେ ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ ।

– ଶୁଭ ରଙ୍ଗ – କମଳା

– ଓଁ ନମଃ ଶିବାୟ ଜପ କରନ୍ତୁ କଲ୍ୟାଣ ହେବ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଆଜି ସକାଳୁ ସୁନ୍ଦରାକାଣ୍ଡ ପାଠ ସହିତ ମଥାରେ ଚନ୍ଦନ ଲଗାନ୍ତୁ ଦିନଟି ମନମୁତାବକ ରହିବ ।

ଉତ୍ତରଭାଦ୍ର ନକ୍ଷତ୍ର – ଆଜି ଗଙ୍ଗାଜଳ ସହିତ ହଳଦି ମିଶାଇ ଗୃହରେ ମାଲକ୍ଷ୍ମୀଙ୍କୁ ସ୍ନାନକରାନ୍ତୁ ଏବଂ ପାଦୁକା ପାଆନ୍ତୁ ଆର୍ଶିବାଦ ମିଳିବ ।

ରେବତୀ ନକ୍ଷତ୍ର – ଆଜି ଚାକିରି ହେଉ କିମ୍ବା ବ୍ୟବସାୟ ସତର୍କ ରହିବେ ନଚେତ କ୍ଷୟକ୍ଷତି ହେବ, ଗୋଟା ହଳଦି ପାଖରେ ରଖି ଦିନ କାଟନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ନିଳ ରଙ୍ଗ

– ମଥାରେ ହଳଦି ଚନ୍ଦନ ଅକ୍ଷତ ଲଗାନ୍ତୁ ଏବଂ ଗୋଟା ହଳଦି ପାଖରେ ରଖନ୍ତୁ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ 

ସାରୁଅ ଜମି କେଳେଙ୍କାରୀ: ୧୨ ଦିନରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ୧୨ ଦିନରେ ପହଞ୍ଚିଲାଣି ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଶୀତ କାକରରେ ନ୍ୟାୟ ପାଇଁ ପଡିରହିଛନ୍ତି ଠିକା କର୍ମଚାରୀ। ସେପଟେ ଶ୍ରମ ବିଭାଗ ନିକଟରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦାଖଲ ହୋଇଛି ଟାଇମ ପିଟିସନ । ୧୦ ଦିନ ସମୟ ମାଗିଛନ୍ତି ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ। ଗତକାଲି ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ ହୋଇଥିଲା ।

ପ୍ରତିନିଧିଙ୍କ ଜରିଆରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ ଟାଇମ ପିଟିସନ ଦାଖଲ କରିଛନ୍ତି । ପରବର୍ତ୍ତୀ ନିଷ୍ପତ୍ତି ଶ୍ରମ ଆୟୁକ୍ତ ନେବେ । ସେପଟେ ଆନ୍ଦୋଳନରତ ଠିକା କର୍ମଚାରୀଙ୍କ ପ୍ରତିନିଧିଙ୍କ ଠାରୁ ଦୀର୍ଘ ୬ ଘଣ୍ଟାର ବୟାନ ରେକର୍ଡ କରିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ । ଓଟିଭି ସାରୁଅ ଷ୍ଟୁଡିଓରେ ମୋଟ ୩୩ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୪ ଜଣ ଓଟିଭିରୁ ଦରମା ପାଉଥିବା ବେଳେ ୯ ଜଣ କର୍ମଚାରୀ ଥାର୍ଡପାର୍ଟି ଜରିଆରେ ଦରମା ପାଉଥିଲେ।

ଗତକାଲି ୮ ଜଣ କର୍ମଚାରୀଙ୍କ ବୟାନ ରେକର୍ଡ ସହ ନିଯୁକ୍ତି ଓ ସେମାନେ ଦରମା ସଂପର୍କିତ କାଗଜପତ୍ର ପଇଠ କରିଛନ୍ତି। ଗତକାଲି ଉଭୟ ପକ୍ଷଙ୍କୁ ସାମ୍ନା ସାମ୍ନି ପଚରାଉଚରା କରିବା ପାଇଁ ନୋଟିସ କରିଥିଲେ ଡିଭିଜନାଲ ଶ୍ରମ ଆୟୁକ୍ତ। କିନ୍ତୁ ବାତାବରଣ ଠିକ ନଥିବା ଦର୍ଶାଇ ଓଟିଭି କର୍ତ୍ତୃପକ୍ଷ ୧୦ ଦିନ ସମୟ ମାଗିଛନ୍ତି । ଫଳରେ କେବଳ କର୍ମଚାରୀଙ୍କ ବୟାନ ରେକର୍ଡ କରି ଛାଡିଛନ୍ତି ଶ୍ରମ ଆୟୁକ୍ତ। କର୍ମଚାରୀ ମାନେ ଦେଇଥିବା କାଗଜପତ୍ର ଅନୁଧ୍ୟାନ କରାଯିବ। ତେବେ ଆଗକୁ ଯଦି ଓଟିଭି କର୍ତ୍ତୃପକ୍ଷ ନିଜର ପକ୍ଷ ନରଖନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ।

ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏହିସବୁ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି । ତେବେ ଅପରାହ୍ନ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ଆଗାମୀ ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଚିଠାକୁ ଅନୁମୋଦନ କରାଯାଇପାରେ ।

ସେହିପରି ୫.୩୦ରେ କ୍ୟାବିନେଟ ବୈଠକ ବସିବ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଯୋଗେ ଉପସ୍ଥିତ ରହିବେ । ମନ୍ତ୍ରୀମାନେ ସଚିବାଳୟ ଓ ଜିଲ୍ଲା ହେଡକ୍ୱାର୍ଟରରୁ ଭିସି ଯୋଗେ ଯୋଡି ହେବେ । ଅତିରିକ୍ତ ବଜେଟକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇପାରେ। ଏହି ବୈଠକରେ ପ୍ରାୟ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ନେଇ ଆକଳନ କରାଯାଉଛି । ଏଥିରେ ରାଜସ୍ୱ, ସ୍ୱାସ୍ଥ୍ୟ ଏବଂ ପୂର୍ତ୍ତ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ।  ଅନ୍ୟପଟେ ଅନ୍ୟ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ବାଜିପାରେ ମୋହର ।

ଦୀର୍ଘ ବର୍ଷ ହେବ ଭାରତରେ ରହୁଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ବାଇଡେନ୍‌ଙ୍କ ସମ୍ପର୍କୀୟ !

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍‌ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ନିର୍ବାଚନରେ ​​ବିଜୟୀ ହୋଇସାରିଛନ୍ତି । ସେ ଆଗାମୀ ଦିନରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସମସ୍ତେ ଜାଣନ୍ତି ବାଇଡେନ୍‌ଙ୍କ ପୂରା ପରିବାର ଆମେରିକାରେ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି ତାଙ୍କର କିଛି ସମ୍ପର୍କୀୟ ଭାରତରେ ମଧ୍ୟ ରୁହନ୍ତି ।

ନାଗପୁରର କିଛି ବାସିନ୍ଦା ଦାବି କରିଛନ୍ତି ଯେ, ସେମାନେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ସମ୍ପର୍କୀୟ ଏବଂ ସେମାନେ ୧୮୭୩ରୁ ସେହି ଗୋଟିଏ ସହରରେ ରହୁଛନ୍ତି । ସୂଚନା ଅନୁଯାୟୀ, ୨୦୧୩ ରେ ଯେତେବେଳେ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତ ଆସିଥିଲେ, ସେତେବେଳେ ସେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ତାଙ୍କର କିଛି ଦୂର ସମ୍ପର୍କୀୟ ଭାରତର ଆର୍ଥିକ ରାଜଧାନୀରେ ରୁହନ୍ତି ।

୨୦୧୩ରେ ମୁମ୍ବାଇରେ ଏବଂ ୨୦୧୫ରେ ଓ୍ୱାସିଂଟନରେ ହୋଇଥିବା କାର୍ଯ୍ୟକ୍ରମରେ ବାଇଡେନ୍‌ କହିଥିଲେ ଯେ, ୧୯୭୨ରେ ସିନେଟର ହେବା ପରେ, ସେ ଭାରତର ବିଣ୍ଡେସରୁ ଏକ ଚିଠି ପାଇଥିଲେ । ସେଥିରୁ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କର ଜେଜେ ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ରେ କାମ କରୁଥିଲେ । ଏହି ଚିଠିଟି ନାଗପୁରର ଲେସଲି ବାଇଡେନଙ୍କ ଦ୍ୱାରା ଲେଖାଯାଇଥିଲା । ଯାହାଙ୍କ ନାତି ନାଗପୁରରେ ରହୁଛନ୍ତି ଆଉ ସେ ଦାବି କରିଛନ୍ତି ଯେ, ତାଙ୍କ ପରିବାର ୧୮୭୩ରୁ ସେହି ଅଞ୍ଚଳରେ ରହୁଛନ୍ତି ।

ଲେସଲିଙ୍କ ନାତୁଣୀ ସୋନିଆ କହିଛନ୍ତି ଯେ, ଲେସଲି ବାଇଡେନ ନାଗପୁରରେ ରହୁଥିଲେ ଏବଂ ତାଙ୍କ ମୃତ୍ୟୁ ପୂର୍ବରୁ ୧୯୮୩ ମସିହାରେ ସେ ‘ଅରେଞ୍ଜ ସିଟି’ରେ ଭାରତ ଲଜ୍‌ ଆଣ୍ଡ ହଷ୍ଟେଲ ଏବଂ ଭରତ କାଫେର ମ୍ୟାନେଜର ଥିଲେ ।