spot_img
Home Blog Page 6444

ବିହାର ବିଜୟ ପାଇଁ କର୍ମୀଙ୍କୁ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବିହାରରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଛନ୍ତି । ରେଜଲ୍ଟ ପ୍ରକାଶ ପାଇବା ପରେ ଆଜି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ କେନ୍ଦ୍ରମନ୍ତ୍ରୀ ଉତ୍ସବରେ ସାମିଲ ହୋଇ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ।

PM Modi

ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିହାର ବିଜୟ ପଛର ସିକ୍ରେଟ, ଦଳୀୟ କର୍ମୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ କରୋନା ସଂକ୍ରମଣ ମଧ୍ୟରେ ବି କୋଟିକୋଟି ଲୋକ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାରୁ ମୋଦି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

PM Modi

ଏହାସହ ମୋଦି କହିଛନ୍ତି ବିହାରର ନିରବ ଭୋଟର୍‌ମାନେ କଥା କହିବା ସହ ବିଜେପିକୁ ଆଶିର୍ବାଦ କରିଛନ୍ତି । ଲୋକେ ଆମକୁ ଭୋଟ୍‌ ଦେଲେ ବୋଲି ନୁହେଁ, ବଡ଼ ଉଦ୍ଦୀପନାର ସହ ଆମେ ଗଣତନ୍ତ୍ରର ଏହି ଉତ୍ସବ ପାଳନ କରିବା କାରଣରୁ ଆପଣମାନଙ୍କୁ ଧନ୍ୟବାଦ । ଦେଶର ମାତ୍ର କେତୋଟି ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ବି ସମଗ୍ର ଦେଶବାସୀଙ୍କ ଧ୍ୟାନ ନିଉଜ୍‌ ଚାନେଲ୍‌, ଟ୍ୱିଟର୍‌ ଏବଂ ନିର୍ବାଚନ କମିସନ୍‌ଙ୍କ ୱେବ୍‌ସାଇଟ୍‌ ଉପରେ ନିବଦ୍ଧ ଥିଲା ବୋଲି ମଧ୍ୟ କହିଛନ୍ତି ମୋଦି ।

ବିଜୟ ନିମନ୍ତେ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ, ଫଳାଫଳର ସଙ୍କେତ ସୁଦୂରପ୍ରସାରୀ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଆଡ଼େ ଆମେ ବିଜୟୀ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଯାହା ହୋଇଥିଲା ଏହା ତା’ର ଅତିରକ୍ତ ଅଂଶବିଶେଷ ବୋଲି କହିଛନ୍ତି ମୋଦି ।

ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା, ପକ୍ଷ ନରଖି ସମୟ ମାଗିଲା ଓଟିଭି

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା । ଶ୍ରମ ବିଭାଗ ନିକଟରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟାଇମ୍ ପିଟିସନ ଦାଖଲ ହୋଇଛି । ୧୦ ଦିନ ସମୟ ମାଗିଛନ୍ତି ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ । ଆଜି ଡିଭିଜନାଲ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ୍ ହୋଇଥିଲା । ପ୍ରତିନିଧିଙ୍କ ଜରିଆରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ ଟାଇମ୍ ପିଟିସନ ଦାଖଲ କରିଛନ୍ତି । ପରବର୍ତ୍ତୀ ନିଷ୍ପତ୍ତି ଶ୍ରମ କମିଶନର ନେବେ ।

Sarua Studio Labour Strike Case, Labour Commission Records Contract Labours Statements

ସେପଟେ ଆନ୍ଦୋଳନରତ ଠିକା କର୍ମଚାରୀଙ୍କ ପ୍ରତିନିଧିଙ୍କ ଠାରୁ ଦୀର୍ଘ ୬ ଘଣ୍ଟାର ବୟାନ ରେକର୍ଡ କରିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ । ଓଟିଭିର ସାରୁଅ ଷ୍ଟୁଡିଓରେ ମୋଟ ୩୩ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରୁ ୨୪ ଜଣ ଓଟିଭିରୁ ଦରମା ପାଉଥିବା ବେଳେ ୯ ଜଣ କର୍ମଚାରୀ ଥାର୍ଡ ପାର୍ଟି ଜରିଆରେ ଦରମା ପାଉଥିଲେ । ଆଜି ନିଯୁକ୍ତି ଓ ଦରମା ସମ୍ପର୍କିତ କାଗଜପତ୍ର ପଇଠ କରିଛନ୍ତି କର୍ମଚାରୀ ।

Sarua Studio Labour Strike Case, Labour Commission Records Contract Labours Statements

ତେବେ ଉଭୟ ପକ୍ଷଙ୍କୁ ସାମ୍ନା ସାମ୍ନି ପଚରାଉଚରା କରିବା ପାଇଁ ନୋଟିସ୍ କରିଥିଲେ ଡିଭିଜନାଲ ଶ୍ରମ ଆୟୁକ୍ତ । କିନ୍ତୁ ବାତାବରଣ ଠିକ୍ ନଥିବା ଦର୍ଶାଇ ଓଟିଭି କର୍ତ୍ତୃପକ୍ଷ ୧୦ ଦିନ ସମୟ ମାଗିଛନ୍ତି । ଏନେଇ କେବଳ କର୍ମଚାରୀ ମାନଙ୍କ ବୟାନ ରେକର୍ଡ କରିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ । ଆଗକୁ ଯଦି ଓଟିଭି କର୍ତ୍ତୃପକ୍ଷ ନିଜର ପକ୍ଷ ନରରଖନ୍ତି ତା’ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ ।

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ

0

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବସିବ ବୈଠକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି । ଆସନ୍ତା କାଲି ଅପରାହ୍ନ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ଆଗାମୀ ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଚିଠାକୁ ଅନୁମୋଦନ କରାଯାଇପାରେ ।  ସେହିପରି ଏହି ବୈଠକ ପରେ  ୫ଟା ୧୫ ମିନିଟରେ କ୍ୟାବିନେଟ ବୈଠକ ବସିବ ବୋଲି ଜଣାପଡିଛି । ଏହି ବୈଠକରେ ପ୍ରାୟ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଏଥିରେ ରାଜସ୍ୱ, ସ୍ୱାସ୍ଥ୍ୟ ଏବଂ ପୂର୍ତ୍ତ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ।  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିସି ମାଧ୍ୟମରେ ଉପସ୍ଥିତ ରହିବେ । ଅନ୍ୟ ମନ୍ତ୍ରୀମାନେ ସଚିବାଳୟ ଓ ଜିଲ୍ଲା ହେଡକ୍ୱାର୍ଟରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେବେ ।

Eco ReTreat 2020 : ଆରମ୍ଭ ହେଲା ବୁକିଂ , ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ସେଥିପାଇଁ ତ ଓଡ଼ିଶାକୁ ଭାରତର ବେଷ୍ଟ କେପ୍ଟ ସିକ୍ରେଟ ବୋଲି କୁହାଯାଇଥାଏ । ସୁଦୀର୍ଘ ବେଳାଭୂମି, ମନ୍ଦିରମୟ ସହର, ପୁରାତନ ସ୍ଥାପତ୍ୟ, ନଦୀ, ଅଭୟାରଣ୍ୟ, କାର୍ତ୍ତିରାଜି ଆମ ସମ୍ପଦ । ଏସବୁ ବାଦ୍ ଦେଲେ ଏକ ନିଆରା ପଦକ୍ଷେପ ଓଡ଼ିଶା ପର୍ଯ୍ୟଟନକୁ ଦେଇଥିଲା ଭିନ୍ନ ଏକ ପରିଚୟ । ତାହା ଥିଲା ଇକୋ ରି-ଟ୍ରିଟ୍  । ପୁରୀ ଜିଲାର କୋଣାର୍କ ବେଳାଭୂମିରେ ଆରମ୍ଭ ହୋଇଥିବା ଏକ ଇକୋ-ରିଟ୍ରିଟ୍ ଚଳିତଥର ହୋଇଛି ସମ୍ପ୍ରସାରିତ । କେବଳ କୋଣାର୍କ ନୁହେଁ, ଏଣିକି ହୀରାକୁଦ, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡ଼ିରେ ଏହି ବ୍ୟବସ୍ଥା କରାଯିବ । ରହଣି ଠାରୁ ଖାଇବା ପିଇବା ସବୁଥିରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସ୍ଥାପତ୍ୟର ଝଲକ ।

ଆସନ୍ତା ଡିସେମ୍ବର ୮ ତାରିଖରୁ ଆରମ୍ଭ ହେଉଥିବା ଏହି ଇକୋ-ରିଟ୍ରିଟ୍  ଆସନ୍ତା ୨୦୨୧ ଫେବୃୟାରୀ ୨୮ ଯାଏ ଜାରି ରହିବ । ଏହାର ଲୋଗୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉଦଘାଟନ କରାଯାଇଛି । ଏଥିସହିତ ଆଜିଠୁ ଏଥିପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି । କରୋନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ ଗାଇଡଲାଇନ ପାଳନ କରାଯିବ । ପର୍ଯ୍ୟଟକ ମାନେ ଓଟିଡିସିର ପୋର୍ଟାଲ ecoretreat.odishatourism.gov.in ରେ ରହଣି ପାଇଁ ବୁକିଂ କରିପାରିବେ  ।

ଫୋନରୁ ତୁରନ୍ତ ହଟାଇ ନିଅନ୍ତୁ ଏହି ୭ଟି ଆପ୍ସ, ଖାଲି ହୋଇ ଯାଇପାରେ ଆକାଉଣ୍ଟ

ଏଣ୍ଡ୍ରୟଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ଆଉ ଯଦି ଗେମରେ ଆପଣଙ୍କ ସଉକ ରହିଛି ତ ଏହି ଖବର ଆପଣଙ୍କ ଲାଗି । ସ୍ମାର୍ଟଫୋନ୍ ଜମାନାରେ ଛୁଆଙ୍କ ଠାରୁ ଯୁବକ ଏବେ ସମସ୍ତଙ୍କ ପସନ୍ଦ ମୋବାଇଲ୍ ଗେମିଂ । ଯଦି ଆପଣ ଗେମ୍ ମାୟାରେ ପଡ଼ିଛନ୍ତି, ତାହାଲେ ଆପଣଙ୍କୁ ମୋବାଇଲରୁ କିଛି ଆପ୍ଲିକେସନକୁ ହଟାଇବାକୁ ପଡ଼ିବ । ଗୁଗଲ ପ୍ଲେ ଷ୍ଟୋରରୁ ଏଭଳି କିଛି କ୍ଷତିକାରକ ଆପ୍ସ ମିଳିଛି ଯାହା ଆପଣଙ୍କ ଗୋପନୀୟତାକୁ କ୍ଷତି ପହଞ୍ଚାଇବା ସହ ଫ୍ରଡ୍ କରୁଛନ୍ତି ।

Avast Warned About These 7 Malicious Fraud Android Apps

ଡିଜିଟାଲ ସିକ୍ୟୁରିଟି ଫର୍ମ Avast, ଗୁଗୁଲ୍ ପ୍ଲେ ଷ୍ଟୋରରେ ଏମିତି କିଛି ଆପକୁ ଖୋଜି ପାଇଛି । ଯେଉଁ ଆପ୍ ଗେମର୍ସଙ୍କୁ ଟାର୍ଗେଟ୍ କରେ । ବିଶେଷ କରି ଲୋକପ୍ରିୟ ଭିଡିଓ ଗେମ୍ Minecraft ବ୍ୟବହାରକାରୀଙ୍କୁ ଏହାଦ୍ୱାରା ଟାର୍ଗେଟ୍ କରାଯାଉଛି । Avast ଅନୁସାରେ Fleeceware ଆପ୍ସ ବ୍ୟବହାରକାରୀଙ୍କ ଟଙ୍କା ଚୋରାଇ ନେଉଛି । ବ୍ୟବହାରକୀରଙ୍କ ମୋବାଇଲରେ ନୂଆ ସ୍କିନ୍ସ, ୱାଲପେପର ଓ ଗେମ୍ ମୋଡିଫିକେସନ ଜରିଆରେ ଟଙ୍କା ଗାଏବ କରୁଛି ।

Avast Warned About These 7 Malicious Fraud Android Apps

ଏହି ସିକ୍ୟୁରିଟି ଫର୍ମ କହିଛି- ଏହିଭଳି ୭ଟି ଆପ୍ଲିକେସନ୍ ଗୁଗଲ୍ ପ୍ଲେ ଷ୍ଟୋରରେ ରହିଛି ଓ ଏହା Fleecware ଆପ୍ ଅଟେ । ଏହି ଶ୍ରେଣୀର ଆପର ମାଗଣା ଟ୍ରାଏଲ୍ ବେଳେ ତିନିଦିନର ଆକର୍ଷଣୀୟ ଅଫର ଦିଅନ୍ତି । ପୁଣି ସପ୍ତାହକୁ ଆକାଉଣ୍ଟରୁ ୩୦ ଡଲାର କାଟି ନିଅନ୍ତି । ଏହି ଆପକୁ ଏମିତି ଫ୍ରଡ୍ ଡିଜାଇନ୍ କରନ୍ତି । ଯେମିତି ବ୍ୟବହାରକାରୀଙ୍କୁ ଏହାର ସବସ୍କ୍ରିପସନ୍ ଚାର୍ଜ ଜଣାପଡ଼ିବ ନାହିଁ । ଏବଂ ଆପର ଟ୍ରାଏଲ୍ ନେବା ପରେ ଆପଣ ଭୁଲିଯିବେ । ଏମିତି ପ୍ରକାରେ ଏହି ଆପ୍ ଆକାଉଣ୍ଟରୁ ଟଙ୍କା କାଟିନିଏ ।

Avast Warned About These 7 Malicious Fraud Android Apps

Avast ଏକ ବିବୃତିରେ କହିଛି- ‘ଯେଉଁ ଲୋକ ପ୍ରତ୍ୟେକ ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ତାର ଡିଟେଲ୍ସ ପଢ଼ନ୍ତି ନାହିଁ, ସେହିଭଳି ଲୋକଙ୍କୁ ଏହି ଫ୍ରଡ୍ ଟାର୍ଗେଟ୍ କରେ । ଏହି ସ୍କାମରେ ବିଶେଷ କରି ଯୁବକ ଓ ଛାତ୍ରମାନେ ଫସିଯାଆନ୍ତି । କାରଣ ସେମାନେ ସବସ୍କ୍ରାଇବ କରିନିଅନ୍ତି, କିନ୍ତୁ ଆପକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପଢ଼ନ୍ତି ନାହିଁ ।’ Avast ଏହି ଆପ୍ ଗୁଡ଼ିକର ଏକ ତାଲିକା ଜାରି କରିଛି । ଏଥିରେ ଏହା ବି କୁହାଯାଉଛି ଏଭଳି ଫ୍ରଡ୍ ଆପକୁ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି । Avast ଏଭଳି ଆପକୁ ଫୋନରୁ ହଟାଇବା ସହ ସବସ୍କ୍ରିପସନ୍ ବାତିଲ୍ ପାଇଁ ପରାମର୍ଶ ଦେଇଛି ।

Avast Warned About These 7 Malicious Fraud Android Apps

Avast ଜାରି କରିଥିବା Fleeceware ଆପ୍ ତାଲିକା

  • Skins, Mods, Maps for Minecraft PE
  • Skins for Roblox
  • Live Wallpapers HD & 3D Background
  • MasterCraft for Minecraft
  • Master for Minecraft
  • Boys and Girls Skins
  • Maps Skins and Mods for Minecraft

ପୁଣି ଆସିଲା ଖୁସି ଖବର ! ଋଷର ଦାବି, ମୋ ଟିକା ୯୨% ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ କରୋନା ଭାଇରସ୍‌ ପାଇଁ ଟିକା ପ୍ରସ୍ତୁତ କରିବାରେ ଦିନରାତି ଅହରହ ପରିଶ୍ରମ କରିବାରେ ଲାଗିପଡ଼ିଛନ୍ତି । ଟିକା ଦୌଡ଼ରେ ସବୁଠୁ ଆଗରେ ଥିବା ଋଷ ଏହାର ପ୍ରଥମ ଟିକା ସ୍ପୁଟନିକ୍-ଭି ଉପରେ ଏକ ବଡ଼ ଦାବି କରିଛି । ଋଷ କହିଛି ଯେ ଏହି ଟିକା ୯୨ ପ୍ରତିଶତ ଲୋକଙ୍କ ଉପରେ ପ୍ରଭାବଶାଳୀ ।

ଏହା ମଧ୍ୟ କୁହାଯାଇଛି ଯେ, ମଧ୍ୟବର୍ତ୍ତୀକାଳିନ ପରୀକ୍ଷା ସରିବା ପରେ ଏହାର ଫଳାଫଳ ଅନୁଯାୟୀ ସ୍ପୁଟନିକ୍-ଭି ଟିକା କରୋନା ଜୀବାଣୁଠାରୁ ସୁରକ୍ଷା ଦେବାରେ ୯୨ ପ୍ରତିଶତ ପ୍ରଭାବଶାଳୀ । ସୂଚନାଯୋଗ୍ୟ ଯେ, ସ୍ପୁଟ୍ନିକ୍-ଭିର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମୋଦନ ମିଳିସାରିଛି । ଏହା ବେଲାରୁଷ, ୟୁଏଇ, ଭେନେଜୁଏଲା ଏବଂ ଅନ୍ୟାନ୍ୟ ଦେଶ ତଥା ଭାରତରେ ଆରମ୍ଭ ହୋଇସାରିଛି ।

ଋଷ ଏବେ ସୁଦ୍ଧା କରୋନାର ତିନୋଟି ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି ସାରିଥିବା ଦାବି କରିଛି । ସେ ଅଗଷ୍ଟରେ ପ୍ରଥମ ଟିକା ସ୍ପୁଟନିକ୍-ଭି ଲଞ୍ଚ କରିଥିଲା । ଏହାପରେ ୧୪ ଅକ୍ଟୋବରରେ ଦ୍ୱିତୀୟ ଟିକା, ଏପିଭାକ୍‌କରୋନା ଆସିଥିଲା । ଏହାପରେ ଏବେ କରୋନାର ତୃତୀୟ ଟିକା ପ୍ରସ୍ତୁତ କରିସାରିଥିବା ଦାବି କରିିଛି ଚୀନ୍‌ ।

ଋଷର ତୃତୀୟ ଟିକା ଚୁମାକୋବ ସେଣ୍ଟର ଅଫ୍‌ ରିଜିୟନ୍‌ ଏକାଡେମି ଅଫ୍‌ ସାଇନ୍ସେସ୍‌ରେ ପ୍ରସ୍ତୁତ କରାଯାଉଛି । ରିପୋର୍ଟ ଅନୁଯାୟୀ, ଆକ୍ଟିଭ୍‌ ହୋଇନଥିବା ଏହି  ଟିକାକୁ  ଡିସେମ୍ବର ୨୦୨୦ ସୁଦ୍ଧା ଅନୁମୋଦନ ମିଳିବାର ସମ୍ଭାବନା ରହିଛି ।

ନବରଙ୍ଗପୁର ଜିଲ୍ଲାରୁ ୬ ରାଜ୍ୟରେ କାୟା ବିସ୍ତାର କରିଥିଲେ ଗଞ୍ଜେଇ ମାଫିଆ

ନବରଙ୍ଗପୁର: ପୋଲିସ ଆକ୍ସନରେ ଛାନିଆ ହେଲେଣି ଗଞ୍ଜେଇ ମାଫିଆ । ବେଆଇନ୍ ଗଞ୍ଜେଇ କାରବାରର ମୂଳତ୍ପୋଟନ ଲାଗି ନବରଙ୍ଗପୁର ପୋଲିସ ପଦକ୍ଷେପ ନେଇଛି । ଗଞ୍ଜେଇ କାରବାରରେ ସମ୍ପୃକ୍ତ ଜିଲ୍ଲାର ୩ ଜଣଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି ପୋଲିସ । ଏହି ସବୁ ସମ୍ପତ୍ତି ବେଆଇନ୍ ଉପାୟରେ ଅର୍ଜିତ ଧନରେ କରାଯାଇଥିଲା । ସମ୍ପତ୍ତିର ମୂଲ୍ୟ ପ୍ରାୟ ୪.୫୯ କୋଟି ଟଙ୍କା ହେବ ବୋଲି ଜିଲ୍ଲା ପୋଲିସ ସୂଚନା ଦେଇଛି ।

Nabarangpur Police Seized 4.59 Crore Assets Of Ganja Mafia

ତିନି ଗଞ୍ଜେଇ ମାଫିଆ ହେଲେ କଷାଗୁମୁଡ଼ା ପନରାଗୁଡା ଗାଁର ପ୍ରଭାକର ମାଳି, ଅନିରୁଦ୍ଧ ମାଳି ଓ ରମେଶ ମାଳି । ଏମାନେ ପରଦା ପଛରେ ରହି ବେଆଇନ୍ ଗଞ୍ଜେଇ କାରବାର କରୁଥିଲେ । ଓଡ଼ିଶା ସମେତ ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ୬ ରାଜ୍ୟରେ ଗଞ୍ଜେଇ ସାମ୍ରାଜ୍ୟ ବିସ୍ତାର କରିଥିଲେ । ନବରଙ୍ଗପୁରରୁ ଚଳାଉଥିଲେ ବେଆଇନ୍ ଗଞ୍ଜେଇ ନେଟୱର୍କ । ଏମାନେ ଏକାଧିକ NDPS ଆକ୍ଟ ମାମଲାରେ ସମ୍ପୃକ୍ତ ରହିଛନ୍ତି । ଏମାନଙ୍କ ବିରୋଧରେ କଷାଗୁମୁଡ଼ା ସହ ପାପଡ଼ାହାଣ୍ଡି ଥାନାରେ NDPS ଆକ୍ଟରେ ମାମଲା ରହିଛି ।

Nabarangpur Police Seized 4.59 Crore Assets Of Ganja Mafia

NDPS ଆକ୍ଟ ୧୯୮୫ ଆଧାରରେ ଅସ୍ଥାବର ସମ୍ପତ୍ତି- ୪ଟି ବିଲ୍ଡିଂ, ୪ ଏକର ୮୨ ସେଣ୍ଟ ଜମିକୁ ଜବତ କରାଯାଇଛି । ସେହିଭଳି ସ୍ଥାବର ସମ୍ପତ୍ତି- ଗୋଟିଏ ବୁଲେଟ୍, ଗୋଟିଏ ସ୍କୁଟି, ଗୋଟିଏ କାର, ୨ଟି ଟ୍ରାକ୍ଟର ସହ ଟ୍ରଲି ଏବଂ ନଗଦ ୯ ଲକ୍ଷ ୩୯ ହଜାର ୪୩୩ ଟଙ୍କା ଜବତ କରିଛି ପୋଲିସ । ଏମାନଙ୍କ ଆକାଉଣ୍ଟରେ ୪ କୋଟି ୫୯ ଲକ୍ଷ ୬୮ ହଜାର ୨୮୯ ଟଙ୍କା ଦେଣନେଣ ହୋଇଛି ।

Nabarangpur Police Seized 4.59 Crore Assets Of Ganja Mafia

ଅନ୍ୟ ଦେଣନେଣ ପୋଲିସ NDPS ଆକ୍ଟ ଅନୁଯାୟୀ ଖୋଳତାଡ଼ କରୁଛି । କମ୍ପିଟେଣ୍ଟ ଅଥରିଟି କୋଲକାତାଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ପୋଲିସ ସମ୍ପତ୍ତି ଜବତ କରିଛି । ପ୍ରଭାକର ମାଳି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ନବରଙ୍ଗପୁର ଜେଲରେ ଥିବା ବେଳେ ରମେଶ ମାଳି ଓ ଅନିରୁଦ୍ଧ ମାଳି ଫେରାର ଅଛନ୍ତି ।

କେବଳ ପୃଥିବୀରେ ନୁହେଁ, ଅନ୍ୟ ଗ୍ରହରେ ବି ଝଡ଼ ତୋଫାନ ! ସାମ୍ନାକୁ ଆସିଲା ଫଟୋ…

ନୂଆଦିଲ୍ଲୀ: ପୃଥିବୀ ଆମ ସୌର ମଣ୍ଡଳରେ ଏକମାତ୍ର ଗ୍ରହ ନୁହେଁ ଯେଉଁଠି ବିଜୁଳି ଦେଖିବାକୁ ମିଳିଥାଏ । ଝଡ଼ ତୋଫାନ୍‌ ଆସିଲେ ସାଧାରଣତଃ ମେଘ ଫାଟିଥାଏ ଏବଂ ବିଜୁଳି ଦେଖାଯାଇଥାଏ ।

ତେବେ ଏଭଳି ଅନେକ ଗ୍ରହ ରହିଛି ଯେଉଁଠି ଝଡ଼ ତୋଫାନ ସହ ବିଜୁଳି ଦେଖାଯାଇଥାଏ । ବର୍ତ୍ତମାନ ସମୟରେ ଆମ ସୌର ମଣ୍ଡଳର ସବୁଠୁ ବଡ଼ ଗ୍ରହ (ବୃହସ୍ପତି)ରେ ଭୟଙ୍କର ଝଡ଼ ତୋଫାନ୍‌ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ମେଘ ଫାଟି ଜୋରଦାର୍‌‌ ବିଜୁଳି ମଧ୍ୟ ଚମକୁଛି । ଏଠାରେ ଦୁଇ ପ୍ରକାର ବିଜୁଳି ଦେଖିବାକୁ ମିଳିଛି । ଏହି ବିଜୁଳି ଓ ଝଡ଼ ତୋଫାନର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

Jupiter Photo

ଆମେରିକା ସ୍ପେସ୍ ଏଜେନ୍ସି ନାସାର ଜୁନୋ ସ୍ପେସ୍‌ କ୍ରାଫ୍ଟ ଏହି ଭୟଙ୍କର ଝଡ଼ ତୋଫାନ୍‌, ବଜ୍ରପାତ ଏବଂ ଘୂର୍ଣ୍ଣିବାତ୍ୟାର ଫଟୋ ଉଠାଇଛି । ସାଧାରଣ କ୍ୟାମେରା ବ୍ୟତୀତ ଫଟୋଗୁଡ଼ିକ ଇନଫ୍ରାରେଡ୍, ଅଲଟ୍ରାଭାଇଓଲେଟ୍ କ୍ୟାମେରାରେ ମଧ୍ୟ ଉତ୍ତୋଳନ କରାଯାଇଛି ।

ଏହି ଫଟୋଗୁଡ଼ିକୁ ତର୍ଜମା କରି ଦଖିବା ପରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ, ଏଠାରେ ଦୁଇ ପ୍ରକାର ବିଜୁଳି ଦେଖାଯାଇଥାଏ । ନାସାର ବୈଜ୍ଞାନିକମାନେ ଗୋଟିଏର ନାଁ ସ୍ପ୍ରାଇଟ୍ ଦେଇଥିବା ବେଳେ ଅନ୍ୟଟିର ନାମ ଏଲ୍‌ଭ୍‌ସ ରଖିଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଏହି ଝଡ଼ ତୋଫାନ ତଥା ବିଜୁଳିର ଗର୍ଜନ ବାୟୁମଣ୍ଡଳ ବାହାରେ ହିଁ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅନ୍ତରୀକ୍ଷରେ ଆଲୋକ ଦେଖାଯାଇଛି ।

ସ୍ପ୍ରାଇଟ୍ ବିଜୁଳିର ଶକ୍ତି ଏତେ ଯେ, ଏହା ଶହ ଶହ କିଲୋମିଟର ଦୂରରୁ ମଧ୍ୟ ବାରି ହୋଇ ପଡ଼ୁଛି । ଏକ ସ୍ପଟ ଲାଇଟ୍‌ ଭଳି ତାହା ଦେଖାଯାଉଛି । ସେହିଭଳି ଏଲ୍‌ଭ୍‌ସ୍ ବାୟୁମଣ୍ଡଳ ଉପରେ ଶହ ଶହ କିଲୋମିଟର ବିସ୍ତାର ହୋଇ ରହିଥିବା ଦେଖାଯାଉଛି । ଏଥିରେ ଛୋଟ ଛୋଟ ସ୍ପାର୍କ ଦେଖାଯାଇଥାଏ । ଏହାର ଅର୍ଥ ଅନେକ ସ୍ଥାନରେ ଏକ ସହିତ ବିଜୁଳି ମାରୁଛି । ମେଘ ତଳେ ଏବଂ ଉପରେ ଉଜ୍ଜ୍ୱଳ ଆଲୋକ ଦେଖାଯାଉଛି ।

Jupiter Photo

ନାସାର ବୈଜ୍ଞାନିକମାନେ ଯେତେବେଳେ ଏନେଇ ଅଧିକ ରିସର୍ଚ୍ଚ କରିଥିଲେ ସେତେବଳେ ଜାଣିବାକୁ ପାଇଥିଲେ ଯେ, ବାୟୁମଣ୍ଡଳରେ ଥିବା ନାଇଟ୍ରୋଜେନ୍ କଣିକା ଅନ୍ୟ ଗ୍ୟାସ୍ ସହିତ ଧକ୍କା ହେବାରୁ ଏଭଳି ବିଜୁଳି ସୃଷ୍ଟି ହେଉଛି । ୨୦୧୬ ରୁ ୨୦୨୦ ମଧ୍ୟରେ, ଜୁନୋ ସ୍ପେସ୍‌ କ୍ରାଫ୍ଟ ବୃହସ୍ପତି ଗ୍ରହରେ ୧୧ଟି ବଡ଼ ବଜ୍ରପାତ ରେକର୍ଡ କରିଛି । ଏହି ବଜ୍ରପାତର କ୍ଷେତ୍ରଫଳ ଅପେକ୍ଷାକୃତ ବୃହତ୍ତର ।

Jupiter Photo

ଏହି ଝଡ, ବଜ୍ରପାତ ଏବଂ ମେଘ ଉପରେ ଅଧ୍ୟୟନର ରିପୋର୍ଟଗୁଡିକ ଜିଓଫିଜିକାଲ୍ ରିସର୍ଚ୍ଚ: ‘ପ୍ଲାନେଟ୍‌ସ’ରେ ପ୍ରକାଶ ପାଇଛି । ଏହାକୁ ଲେଖିଥିବା ଲେଖକ ତଥା ବୈଜ୍ଞାନିକ ରୋହିଣୀ ଜିଲ୍ସ କହିଛନ୍ତି ଯେ, ତାଙ୍କ ପାଖରେ ଏଭଳି ବଜ୍ରପାତର ଅନେକ ପ୍ରକାର ପ୍ରମାଣ ରହିଛି । ସେଗୁଡ଼ିକ ଅତ୍ୟନ୍ତ ଚମତ୍କାର ଦେଖାଯାଏ । ବୃହସ୍ପତି ଗ୍ରହର ଭୂପୃଷ୍ଠ ଏବଂ ବାୟୁମଣ୍ଡଳଠାରୁ ଏହି ଆଲୋକଗୁଡିକ ଶହ ଶହ କିଲୋମିଟର ଉପରେ ଦୃଶ୍ୟମାନ ହୁଏ ।

Jupiter Photo

ରୋହିଣୀ କହିଛନ୍ତି ଯେ, ଜୁନୋ ମହାକାଶଯାନରୁ ବୃହସ୍ପତି ଗ୍ରହ ଏହି ଫଟୋଗୁଡ଼ିକ ବହୁତ ଦୂରରୁ ଉତ୍ତୋଳନ କରାଯାଇଛି । ଯେତେବେଳେ ଏହା ଆହୁରି ନିକଟରୁ ଉତ୍ତୋଳନ କରାଯିବ ସେତେବେଳେ, ଆହୁରି ଆଶ୍ଚର୍ଯ୍ୟକର ଫଟୋ ସାମ୍ନାକୁ ଆସିବ । ଏହାସହ ତାଙ୍କୁ ଗଭୀର ଅଧ୍ୟୟନ କରିବାକୁ ମଧ୍ୟ ସୁଯୋଗ ମିଳିବ । ଏହାସହ ବୃହସ୍ପତି ଗ୍ରହର ବାୟୁମଣ୍ଡଳ ବିଷୟରେ ଅଧିକ ତଥ୍ୟ ଜାଣିବାରେ ସହାୟକ ହେବ ।

Jupiter Photo

ଶୃଙ୍ଖଳିତ ଢଙ୍ଗରେ ହେବ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ, ସରିଲା ପ୍ରସ୍ତୁତି ବୈଠକ

ପୁରୀ : ଶେଷ ହେଲା ନାଗାର୍ଜୁନ ବେଶ ପ୍ରସ୍ତୁତି ବୈଠକ । ନିଷ୍ପତ୍ତି ଅନୁଯାୟୀ ବେଶ ନିର୍ମାଣ ଶୃଙ୍ଖଳିତ ଭାବରେ ସାରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା  ବୈଠକ ପରେ ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବେଶ ନିର୍ମାଣର ୪୦ ପ୍ରତିଶତ କାର୍ଯ୍ୟ ସରିଥିବା ସୂଚନା ଦିଆଯାଇଛି  । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପରେ ଏହି ‘ବେଶସାଜ’କୁ କିଭଳି ରଖାଯିବ ସେନେଇ ରେକର୍ଡ ଅଫ ରାଇଟ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯିବ  । ତେବେ ନାଗାର୍ଜୁନ ବେଶ ନେଇ ଆଗକୁ ଅନ୍ୟ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ପତିତପାବନଙ୍କ ନାଗାର୍ଜୁନ ବେଶ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ କିମ୍ବା ଆଲୋଚନା ହୋଇ ନ ଥିବା ଜଣାପଡିଛି । ଅନ୍ୟପଟେ  ଦୀପାବଳି ନୀତି ଶ୍ରୀମନ୍ଦିର ରେ ଯଥା ରୀତି ପରମ୍ପରା ଅନୁଯାୟୀ ପାଳିତ ହେବ ବୋଲି ଜଣାପଡିଛି । କୋଭିଡ କଟକଣା ମଧ୍ୟରେ ହିଁ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ।

ମହଙ୍ଗା ପଡ଼ିଲା କ୍ଷୀରରେ ଗାଧୋଇବା, ଭାଇରାଲ ପରେ ଗିରଫ ହେଲେ

ନୂଆଦିଲ୍ଲୀ: ଆପଣଙ୍କ ନିକଟରେ ପହଞ୍ଚୁଥିବା ଦୁଗ୍ଧ ଜାତୀୟ ପ୍ରଡକ୍ଟ କେତେ ସୁରକ୍ଷିତ? ଆପଣ ଖାଉଥିବା ଖାଦ୍ୟରେ କେତେ ଶୁଦ୍ଧତା ଅଛି? କମ୍ପାନୀ ଆପଣଙ୍କ ସହିତ ବିଶ୍ୱାସଘାତକତା କରୁନାହିଁ ତ? କ’ଣ କେବେ ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ଆସିଛି? ଆଉ ଯଦି ସେହିଭଳି କିଛି ଘଟଣା ଆପଣଙ୍କ ସହିତ ଘଟୁଛି ଆପଣ କେଉଁଭଳି ପ୍ରତିକ୍ରିୟା ଦେଖାଇବେ ? ନିକଟରେ ଏହା ସହିତ ଜଡ଼ିତ ସେହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବାମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରାଲ ଭିଡ଼ିଓରେ ଏକ ଡେୟରୀ କମ୍ପାନୀର କର୍ମଚାରୀ ପ୍ଲାଣ୍ଟ ମଧ୍ୟରେ କ୍ଷୀରରେ ଗାଧୋଉ ଥିବାର ନଜର ଆସିଛି ।

ଏହି ଭାଇରାଲ ଘଟଣା ତୁର୍କୀର ଏକ ଡେୟରୀ କମ୍ପାନୀର । କ୍ଷୀରରେ ସ୍ନାନ କରୁଛନ୍ତି ପ୍ଲାଣ୍ଟର ଜଣେ କର୍ମଚାରୀ । ଆଉ ଏହି ଭିଡ଼ିଓକୁ କ୍ୟାମେରାରେ କେହି ଜଣେ କଏଦ କରିଛି । ଯାହାପରେ ଭିଡ଼ିଓ ପ୍ରଥମେ ଟିକଟକରେ ଭାଇରାଲ ହୋଇଥିଲା ଏବଂ ପରେ ପରେ ଅନ୍ୟ ସୋସିଅଲ ମିଡିଆ ପ୍ଲାଟଫର୍ମରେ । କିନ୍ତୁ ଫୁଟେଜକୁ ନେଇ ନିଜର ରାୟ ଦେଇଛନ୍ତି ଡେୟରୀ ପ୍ଲାଣ୍ଟ ସହିତ ଜଡ଼ିତ ପ୍ରଶାସନ । ତାଙ୍କ କହିବା ଅନୁସାରେ ତାହା କ୍ଷୀର ନୁହେଁ ବରଂ ସଫା କରିବାର ଏକ ଲିକ୍ୱିଡ ଥିଲା । ଅବଶ୍ୟ କମ୍ପାନୀ ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଉକ୍ତ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଦେଇଛି ।

 

ରିପୋର୍ଟ ଅନୁସାରେ ଏହି ଫୁଟେଜ କୋନ୍ୟାର ସେଣ୍ଟ୍ରାଲ ଏନାଲୋଟିୟନର ଏକ ଡାୟରୀ ପ୍ଲାଣ୍ଟର । କ୍ଷୀରକୁଣ୍ଡ ମଧ୍ୟରେ ନଜର ଆସିଥିବା ବ୍ୟକ୍ତିଙ୍କ ନାମ ଏମରେ ସାୟର । ଭିଡ଼ିଓକୁ ଅପଲୋଡ କରିଥିବା ବ୍ୟକ୍ତିଙ୍କ ନାମ ୟୁଗୁର ତୁରଗୁଟ । ଉଭୟଙ୍କୁ ଗିରଫ କରାଯାଇଛି ।