spot_img
Home Blog Page 6442

ସାରୁଅ ଜମି ଜାଲିଆତି ମାମଲା: ଜଗି ଓ ଜୟ ପଣ୍ଡାଙ୍କ ଆବେଦନ ଉପରେ ହୋଇପାରିଲାନି ଶୁଣାଣି

ଭୁବନେଶ୍ୱର: ବଢିଲା ପଣ୍ଡା ଦମ୍ପତ୍ତିଙ୍କ ଅଡୁଆ  । ଜଗି ଓ ଜୟ ପଣ୍ଡାଙ୍କ ସାରୁଅ ଜମି ଜାଲିଆତି ମାମଲା ରଦ୍ଦ କରିବାର ଆବେଦନର ହୋଇପାରିନି ଶୁଣାଣି  । ହାଇକୋର୍ଟରେ ଆଜି ଶୁଣାଣି ହୋଇପାରି ନଥିବାବେଳେ ଏହା ଆସନ୍ତା କାଲିକୁ ଘୁଞ୍ଚିଥିବା ସୂଚନା  । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡାଙ୍କ ମାମଲାରେ ଶୁଣାଣି କରିଥାନ୍ତେ ହାଇକୋର୍ଟ ।  ତାଙ୍କ ବିରୋଧରେ ରୁଜୁ ଏତଲାକୁ ରଦ୍ଦ କରିବାକୁ ଉଭୟ ବୈଜୟନ୍ତ ଓ ଜଗି ଆବେଦନ କରିଛନ୍ତି । ଏନେଇ ପ୍ରାରମ୍ଭିକ ଶୁଣାଣି କରି ଗତ ୫ତାରିଖରେ ହାଇକୋର୍ଟ ଉଭୟଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ ନକରିବାକୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଆଜି ସୁରକ୍ଷା ଅବଧି ସରିଥିବାବେଳେ, ହାଇକୋର୍ଟ ଶୁଣାଣିକୁ ଆସନ୍ତା କାଲିକୁ ଘୁଞ୍ଚାଇ ଦେଇଛନ୍ତି  ।

ଏହି ମାମଲାରେ ଗତ ୫ ତାରିଖରେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ହଡ଼ପ ହୋଇଛି ବୋଲି ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରେସମିଟ କରି ପଣ୍ଡା ଦମ୍ପତ୍ତିଙ୍କ ଗୁମର ଖୋଲିଥିଲା  କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା  । ସେହିଦନ ହିଁ ଗିରଫ ହେବା ଭୟରେ ଆଗୁଆ ଜଗି ଓ ଜୟ ପଣ୍ଡା ହାଇକୋର୍ଟରୁ ଆଣ୍ଟିସିପେଟୋରି ବେଲ ଆଣିବାରେ ସକ୍ଷମ ହୋଇଥିଲେ  । ହାଇକୋର୍ଟ ୧୨ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ  । ନିଜ ଦଳିତ ଡ୍ରାଇଭରଙ୍କୁ ମୋହରା କରି ଶାଗମାଛ ଦରରେ ଜମି ହାତେଇଛନ୍ତି ବୋଲି ଇଓଡବଲ୍ୟୁ ସୂଚନା ଦେଇଥିଲା  ।

୨୦୧୦ରୁ ୨୦୧୩ ମଧ୍ୟରେ ରବି ୨୦ ଲକ୍ଷ ଟଙ୍କାରେ ଅନ୍ୟ ଦଲିତଙ୍କଠାରୁ ୭. ୨୯ ଏକର ଜମି କିଣିଥିଲେ  । ୨୦୧୬  ରୁ ୨୦୧୯ ମଧ୍ୟରେ ସେ ଏହାକୁ ଜଗି ଓ ଜୟଙ୍କୁ ୬୫ ଲକ୍ଷ ଟଙ୍କାରେ ବିକିଥିଲେ । କିନ୍ତୁ ଏ ବାବଦରେ ଦଳିତ ଡ୍ରାଇଭର ରବି ସେଠୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି  । ଏପରି ଭାବେ ଜମି ଜାଲିଆତି ଓ ହଡପ ଜରିଆରେ ବେଆଇନ କାରବାର ହୋଇଛି ବୋଲି କହିଥିଲା ଇଓଡବଲ୍ୟୁ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବଲ୍ୟୁ । କିନ୍ତୁ ବେଆଇନ ଅର୍ଥ କାରବାରର ତଦନ୍ତ ପୋଲିସ ପରିସରଭୁକ୍ତ ନୁହେଁ ବୋଲି କହି ଅଧିକ ତଦନ୍ତ ଲାଗି ଆୟକର ବିଭାଗକୁ ତଦନ୍ତ ଦାଇତ୍ତ୍ୱ ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଇଓଡବଲ୍ୟୁ । ଏହି ମାମଲାରେ ନଭେମ୍ବର ପହିଲାରେ ‘ଓଡ଼ିଶା ଇନ୍‌ଫ୍ରାଟେକ୍‌’ର ନିର୍ଦ୍ଦେଶକ ତଥା ଓଟିଭର ଚିଫ୍‌ଫାଇନାନ୍‌ସିଆଲ ଅଫିସର ତଥା ସୂତ୍ରଧର ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ତାପର ଦିନ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା  ।

ମନୋରଞ୍ଜନଙ୍କ ବିରୋଧରେ ଆଇପିସି ଧାରାର ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ଖ ଲାଗିଛି  । ଏସସି/ଏସଟି ଆକ୍ଟର ୩ (୧) (ଜି) (କ୍ୟୁ) ଧାରାରେ ମାମଲା ରୁଜୁ ହୋଇଥିଲା । ଏହାପରେ ମନୋରଂଜନ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ  । ଏହାକୁ ନେଇ ତାଙ୍କ ଶାଳକ ହରିହର ମିଶ୍ର ଉଭୟ ଜଗି ଓ ଜୟଙ୍କ ଉପରେ ଖୁବ ବର୍ଷିଥିଲେ  । କହିଥିଲେ, ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଉଭୟ ବକ୍‌ରା ବନେଇ ବିଶାଳ ସାମ୍ରାଜ୍ୟ ଗଢିଛନ୍ତି  । ୨୦୦୮ରେ ୧୨ ବର୍ଷ ତଳର ଏହି କେଳେଙ୍କାରୀରେ ପ୍ରଥମେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲିମିଟେଡ ଗଢାଯାଇଥିଲା  । କମ୍ପାନୀରେ ପ୍ରଥମେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥଙ୍କୁ ନେଇ ସାରୁଅରେ ଜମି ହଡ଼ପ ଆରମ୍ଭ ହୋଇଥିଲା  । ୨୦୧୦ରେ  ଜଗି ଏଥିରୁ ବାହାରି ଗଲା ପରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ କରାଯାଇଥିଲା  । କିନ୍ତୁ ମନୋରଂଜନ ନିର୍ଦ୍ଦେଶକ ହେବା ପରେ ତାଙ୍କ ଅମଳରେ ମାତ୍ର ଦୁଇଟି ଜମି କିଣାଯାଇଥିଲା ଯାହା ସାଧାରଣ ବର୍ଗର ବୋଲି ଶାଳକ କହିଥିଲେ  । ତେଣୁ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ  । ତେବେ ଗତକାଲି ମନୋରଂଜନଙ୍କୁ ବେଲ ମିଳିଛି  ।

ଦୀପିକାଙ୍କର ଏହି ଫିଲ୍ମରେ ଗୀତ ଗାଇ ପୁଣି ଫେରିବେ ରାନୁ ମଣ୍ଡଲ

ମୁମ୍ବାଇ: ଫିଲ୍ମ “ସରୋଜିନୀ” ପାଇଁ ଅଭିନେତ୍ରୀ ଦୀପିକା ଚିଖଲିଆ ଚର୍ଚ୍ଚାରେ ଅଛନ୍ତି । ଏହା ଏକ ବାୟୋପିକ୍ ଫିଲ୍ମ । ସେ ଏହି ଚଳଚ୍ଚିତ୍ରରେ ସରୋଜିନୀ ନାଇଡୁ ଭୂମିକାରେ ଅଭିନୟ କରିବେ । ତେବେ ଦୀପିକାଙ୍କର ଏହି ଫିଲ୍ମରେ ରାନୁ ମଣ୍ଡଳ ଗୀତ ଗାଇବେ । ସୋସିଆଲ ମିଡିଆରେ ଦୀପିକା ଏନେଇ ସୂଚନା ଦେଇଛନ୍ତି । ଦୀପିକା ନିଜ ଟ୍ୱିଟର ଆକାଉଣ୍ଟରେ ସରୋଜିନୀ ଫିଲ୍ମରେ ଅଭିନୟ କରିବା ନେଇ କହିଛନ୍ତି ।

ଏହା ବ୍ୟତୀତ ସିନେମା ପାଇଁ ରାନୁ ମଣ୍ଡଳ ଧୀରଜ ମିଶ୍ରଙ୍କ ଦ୍ୱାରା ଲିଖିତ ଗୀତ ଗାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏହା ସହ ଦୀପିକା ରାନୁଙ୍କର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ରାନୁ ମଣ୍ଡଳ କହିଛନ୍ତି ଯେ, ସେ ଧୀରଜ ମିଶ୍ରଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ ସରୋଜିନୀରେ ସେ ଗୀତ ଗାଇବେ । ଫିଲ୍ମର ସମସ୍ତ ଗୀତ ଗାଉଛନ୍ତି ରାନୁ । ରାନୁ ଏଥିପାଇଁ ଦର୍ଶକଙ୍କ ସପୋର୍ଟ, ଭଲ ପାଇବା ଓ ସମ୍ମାନ ଚାହାନ୍ତି ବୋଲି କହିଛନ୍ତି।

ରାନୁ ମଣ୍ଡଳ ରେଳ ଷ୍ଟେସନରେ ଗୀତ ଗାଇ ଜୀବନ ଯାପନ କରୁଥିଲେ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ହୋଇଥିଲେ। ଲତା ମଙ୍ଗେଶକରଙ୍କ ପ୍ୟାର କା ନଗମା ଗୀତ ଗାଇ ରାନୁ ମଣ୍ଡଳ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଗାୟକ ହିମେଶ ରେଶମିଆ ତାଙ୍କୁ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ। ସେ ହିମେଶଙ୍କ ସହ “ତେରି ମେରି କାହାନୀ” ଗୀତ ଗାଇଥିଲେ।

ନିକଟରେ ଖବର ଆସିଥିଲା ​​ଯେ, ରାନୁ ମଣ୍ଡଳଙ୍କ ଜୀବନରେ ପୁଣି ଅନେକ ସମସ୍ୟା ଦେଖାଦେଇଥିଲା । ସେ ତାଙ୍କ ନୂଆ ଘର ଛାଡି ପୁରୁଣା ଘରକୁ ସିଫ୍ଟ ହୋଇଛନ୍ତି । ରାନୁ ମଣ୍ଡଳଙ୍କୁ କୌଣସି କାମ ମିଳୁନଥିଲା । ସେଥିପାଇଁ ସେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ । କରୋନା ଭାଇରସ ଯୋଗୁଁ କାମ ନ ପାଇବାରୁ ତାଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ହେଲେ ପୁଣି ଏବେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ମିଳିଛି । ଯେଉଁଥିପାଇଁ ସେ ଖୁବ ଖୁସି ଅଛନ୍ତି । ତେବେ ରାନୁଙ୍କର ଏହି ଗୀତ ହିଟ୍ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି ।

PTCର ପଞ୍ଜୀକରଣ ଓ ନବୀକରଣ ଆବେଦନରକୁ ସ୍ୱୀକୃତି ଦେଇପାରିବ ଆଞ୍ଚଳିକ ପରିବହନ କେନ୍ଦ୍ର

ଭୁବନେଶ୍ୱର: ଏଣିକି ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରର ପଞ୍ଜୀକରଣ ଓ ନବୀକରଣ ଆବେଦନକୁ ସ୍ୱୀକୃତି ଦେଇପାରିବେ ଆଞ୍ଚଳିକ ପରିବହନ କେନ୍ଦ୍ର । OMV ଆକ୍ଟ (୧୯୯୩) ୧୨୯-A ଅନୁଯାୟୀ ଏହି କ୍ଷମତା ଆଞ୍ଚଳିକ ପରିବହନ କେନ୍ଦ୍ରକୁ ଦିଆଯାଇଛି ।

ରାଜ୍ୟ ସରକାରଙ୍କ 5-t  ନୀତି ଅଧିନରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରର ପଞ୍ଜୀକରଣ ଓ ନବୀକରଣ ଆବେଦନକୁ ଅଧିକ ସହଜରେ ସ୍ୱୀକୃତି ପ୍ରଦାନ ଓ ସେବାକୁ ଆହୁରି ସୁଖଦ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଏଣିକି ଆଞ୍ଚଳିକ ପରିବହନ କେନ୍ଦ୍ର ପକ୍ଷରୁ ଏହି ସ୍ୱୀକୃତି ପ୍ରଦାନ କରାଯାଇପାରିବ ।

ଏଥିସହିତ ଆବେଦନକାରୀ  https://parivahan.gov.in/parivahan/  ମାଧ୍ୟମରେ ଆବଶ୍ୟକୀୟ ପ୍ରମାଣ ପତ୍ରକୁ ଏହି ପୋର୍ଟାଲରେ ଅପଲୋଡ୍ କରିବା ସହ ଧାର୍ଯ୍ୟ ଫି’ ପ୍ରଦାନ କରିବେ । ଏବଂ ସ୍ୱୀକୃତି ମିଳିବା ପରେ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ର ସ୍ୱୀକୃତି ପତ୍ର ମଧ୍ୟ ଡାଉନଲୋଡ୍ କରିପାରିବେ ।

ହତ୍ୟା ନା ଆତ୍ମହତ୍ୟା: ଖୋଲୁଛି ପାଟଣାଗଡ଼ର ୬ଜଣଙ୍କ ଡେଥ୍ ମିଷ୍ଟ୍ରି

ବଲାଙ୍ଗୀର: ଖୋଲୁଛି ପାଟଣାଗଡ଼ ଡେଥ୍ ମିଷ୍ଟ୍ରି । କୁସୁମପଡ଼ାରେ ଗୋଟିଏ ପରିବାରର ୬ଜଣଙ୍କର କେମିତି ହେଲା ମୃତ୍ୟୁ? ବଢିଲା ହତ୍ୟା ସନ୍ଦେହ । ପୂର୍ବ ଶତ୍ରୁତା ନେଇ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପରିବାରର ଅନ୍ୟ ସମ୍ପର୍କୀୟ ଓ ୨ ପୁଅ ସେମାନଙ୍କୁ ଚିହ୍ନିଥିବା ପୋଲିସକୁ କହିବା ପରେ ସନ୍ଦେହ ଆହୁରି ଘନୀଭୂତ ହୋଇଛି । ଆଜି ମୃତ ୬ଜଣଙ୍କ ଶବ ବ୍ୟବଛେଦ କରାଯିବ ।

ଗତକାଲି ଘର ଭିତରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଥିଲା। ପାଟଣାଗଡ଼ ସଅଁରାପଡ଼ାର କୁସମପଡ଼ାର ବୁଲୁ ଯାନୀ‌ ତାଙ୍କ ସ୍ତ୍ରୀ ଓ ୪ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣ ସଦସ୍ୟ‌ଙ୍କ ମୃତଦେହ ପୋଲିସ ଠାବ କରିଥିଲା। ଯଦିଓ ଶବ ବ୍ୟବଚ୍ଛେଦ ପରେ ଚିତ୍ର ସ୍ପଷ୍ଟ ହେବ ତଥାପି ଗତକାଲି ଉଦ୍ଧାର ହୋଇଥିବା ମୃତ ଦେହର ପଛପଟ ମୁଣ୍ଡରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ମୃତ୍ୟୁ ହେଲା, ସେନେଇ ତନାଘନା କରୁଛି ପୋଲିସ ।

ସୂଚନା ଅନୁସାରେ, ପରିବାର ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ୨ପୁଅ ଜୀବିତ ଅଛନ୍ତି । ଗୁରୁବାର ଦିନ ସକାଳେ ଏହି ଦୁଇଜଣଙ୍କୁ ପୋଲିସ ପଚାରାଉଚରା କରିଛି । ପଚରାଉଚରା ସମୟରେ ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବୁଲୁ ଜନୀଙ୍କ ମଝିଆ ପୁଅ ସରୋଜ ଯାନୀଙ୍କ ଅଭିଯୋଗରେ ଭୋଳା ଯାନୀ ଓ ଶିବା ଯାନୀଙ୍କୁ ଅଟକ ରଖାଯାଇଥିଲା । ଏହି ଦୁଇଜଣ ପୂର୍ବରୁ ହତ୍ୟା ପାଇଁ ଧମକ ଦେଇଥିବା  ବୁଲୁ ଜନୀ ଅଭିଯୋଗ କରିଛନ୍ତି । ତେବେ ଦୁଇଜଣ ଜଙ୍ଗଲରେ ଲୁଚିଥିବା ବେଳେ ପୋଲିସ ଉଠାଇ ନେଇଛି । ହତ୍ୟାରେ ୧୨ରୁ ୧୫ଜଣ ଅଭିଯୁକ୍ତ ସମ୍ପୂର୍କ୍ତ ଥିବା ଅଭିଯୋଗ କରିଛନ୍ତି ସରୋଜ ।

ଅପହୃତ ବ୍ୟବସାୟୀଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ

ରାଉରକେଲା: ପୋଲିସକୁ ମିଳିଲା ବଡ଼ ସଫଳତା ।  ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଉଦ୍ଧାର । ୫ଦିନର କଠିନ ପରିଶ୍ରମ ପରେ ମିଳିଲା ସଫଳତା । ଅପହୃତ ପ୍ରଦୀପ କୁଣ୍ଡୁଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ । ନିଜ ସିଭିଲଟାଉନସିପ ବାସଭବନରେ ପହଞ୍ଚିଲେ ପ୍ରଦୀପ ।  ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଅପହରଣକାରୀ ଦୃଵୁତ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।  ଉଦ୍ଧାର କରିବା ପାଇଁ ସୁନ୍ଦରଗଡ଼ ପୋଲିସର ୬ଟି ଟିମ ପ୍ରସ୍ତୁତ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା ।

ସୂଟନା ଅନୁସାରେ, ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ଗତ ୭ତାରିଖ ମଧ୍ୟ ରାତିରେ  ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ବିଜାଵାହାଲ କ୍ରସରରୁ କାରରେ ରାଉରକେଲା ଆସୁଥିବାବେଳେ  ଅପହରଣ ହୋଇଥିବା ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ସାଗରିକା ନାଥ ।

ଆଶ୍ୱସ୍ତି: ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଦିନକରେ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ରୁ ୫୭୨, ଲୋକାଲ କେସ୍ ୪୧୪ । ଖୋର୍ଦ୍ଧାରୁ ୧୧୨, କଟକରୁ ୮୧, ସୁନ୍ଦରଗଡ଼ରୁ ୮୦, ଅନୁଗୁଳରୁ ୬୪, ମୟୂରଭଞ୍ଜରୁ ୫୭, ଜଗତସିଂହପୁରରୁ ୫୪, କେନ୍ଦରୁଝରରୁ ୪୯, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ ୫ହଜାର ୯୮୬ଥିବା ବେଳେ ଆକ୍ଟିଭ କେସ୍ ୧୧୯୭୩, ସୁସ୍ଥ ହେଲେଣି ୨ଲକ୍ଷ ୯୨ହଜାର ୪୭୭ ।

ଲଞ୍ଚ ହେବାକୁ ଯାଉଛି Realmeର 5G ଫୋନ୍, ଜାଣନ୍ତୁ କଣ ରହିଛି ମୂଲ୍ୟ…?

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ବର୍ତ୍ତମାନ 5G ଟେକ୍ନୋଲୋଜି ସହ ଫୋନ ଆଣୁଛନ୍ତି । ଏହି ସମୟରେ ରିଅଲମି ମଧ୍ୟ ତାହାର ଶସ୍ତା 5G ଫୋନ୍ ରିଅଲ୍ ମି 7 5G ଲଞ୍ଚ କରିବାକୁ ଯାଉଛି । କୁହାଯାଉଛି ଯେ ଏହି ଫୋନର ମୂଲ୍ୟ ୨୦,୦୦୦ରୁ କମ୍ ହୋଇପାରେ । ଏହି ଫୋନ ଭାରତ ସମେତ ଅନେକ ଦେଶରେ ଲଞ୍ଚ ହେବ। ଏହି ଫୋନକୁ Realme V5 ର ଗ୍ଲୋବାଲ୍ ଭାରିଏଣ୍ଟ ଭାବରେ ଦେଖାଯାଉଛି । ଏହି ଫୋନ୍ ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ।

କେତେ ଟଙ୍କାରେ ହେବ ବିକ୍ରି ?

Realme 7 5G ସମ୍ବନ୍ଧୀୟ କୌଣସି ଅଫିସିଆଲ୍ ବିବରଣୀ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଟିପ୍ସଟର୍ ଅନୁଯାୟୀ, Realme 7 5Gକୁ  RMX2111 ମଡେଲ୍ ନମ୍ବର ସହ ଦେଖି ଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଏହାର 6GB RAM + 128GB ଷ୍ଟୋରେଜ୍ ଭେରିଏଣ୍ଟର ମୂଲ୍ୟ ୧,୪୯୯ ୟୁଆନ୍ ଅର୍ଥାତ୍ ପ୍ରାୟ ୧୭,୦୦୦ ଟଙ୍କା ହୋଇପାରେ । ଏହାସହ 8GB RAM + 128GB ଷ୍ଟୋରେଜ ଥିବା ଭେରିଏଣ୍ଟ ୧,୮୯୯ ୟୁଆନ୍ ଅର୍ଥାତ୍ ୨୧,୪୦୦ ଟଙ୍କାରେ ଲଞ୍ଚ ହୋଇପାରେ ।

Realme 7 5G ର ବିଶେଷତ୍ୱ ହେଉଛି, ଏହି ଫୋନରେ ୬.୫ -ଇଞ୍ଚର ଡିସପ୍ଲେ ଦିଆଯାଇପାରେ । ଏବଂ ଏହି ଫୋନ୍ octa core MediaTek Dimensity 720 SoC ପ୍ରୋସେସର ହୋଇପାରେ । ଏଥିରେ 5000mAh ବ୍ୟାଟେରୀ ଦିଆଯାଇପାରେ, ଯାହା ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସିବ ।

କ୍ୟାମେରା

Realme 7 5Gର ପଛରେ ୪ ଟି କ୍ୟାମେରା ରହିପାରେ, ଯେଉଁଥିରେ ପ୍ରାଇମେରୀ ସେନ୍ସର ୪୮ ମେଗାପିକ୍ସେଲ ହୋଇପାରେ  । ଏହା ପରେ, ୮ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଲେନ୍ସ ଏବଂ  2-2 ମେଗାପିକ୍ସେଲର ଡେପଥ୍ ସେନସର ଏବଂ ମାକ୍ରୋ ଲେନ୍ସ ହୋଇପାରେ । ଏହାସହ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ମଧ୍ୟ ଦିଆଯାଇପାରେ ।

Vivo V20 SEକୁ ଦେବ ଟକ୍କର

Vivo V20 SE କ୍ୱାଲକମ୍ ସ୍ନାପଡ୍ରଗନ୍ 720G ପ୍ରୋସେସର ସହ ରହିଛି । ଫୋନରେ 33W ଫ୍ଲାସଚାର୍ଜ ଟେକ୍ନୋଲୋଜି ସମର୍ଥନ ଅଛି । ଫୋନର ପଛ ପ୍ୟାନେଲରେ 64 ମେଗାପିକ୍ସେଲ ମେନ୍ ସେନ୍ସର ସହିତ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ଫୋନର ମୂଲ୍ୟ ପ୍ରାୟ ୧୮,୮୦୦ ଟଙ୍କା ।

ସାରୁଅ ଜମି କେଳେଙ୍କାରୀ ମାମଲା: ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ମାମଲାର ହେବ ଶୁଣାଣି

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲା । ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡାଙ୍କ ମାମଲାରେ ଶୁଣାଣି କରିବେ ହାଇକୋର୍ଟ । ତାଙ୍କ ବିରୋଧରେ ରୁଜୁ ଏତଲାକୁ ରଦ୍ଦ କରିବାକୁ ଉଭୟ ବୈଜୟନ୍ତ ଓ ଜଗି ଆବେଦନ କରିଛନ୍ତି । ଏନେଇ ପ୍ରାରମ୍ଭିକ ଶୁଣାଣି କରି ଗତ ୫ତାରିଖରେ ହାଇକୋର୍ଟ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଆଜି ପର୍ଯ୍ୟନ୍ତ ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା, ପକ୍ଷ ନରଖି ସମୟ ମାଗିଲା ଓଟିଭି

‘କାଳିଆ’ ଯୋଜନା ନାଁରେ ଆଦିବାସୀ ମହିଳାଙ୍କ ଠାରୁ ଠକେଇ: ୩୭ ହଜାର ୪୦୦ ଟଙ୍କା ଓ ୨ଟି ଏଟିଏମ୍ କାର୍ଡ ଜବତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗାଁର ନିରୀହ ଆଦିବାସୀ ମହିଳା ଚାଷୀ ଙ୍କୁ ‘କାଳିଆ’ ଯୋଜନାରେ ଆର୍ଥିକ ସହାୟତା କରାଇଦେବି କହି ୩୯ ହଜାର ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ସୁରେଖା ମଲ୍ଲିକ, ଦ୍ରୌପଦୀ ମଲ୍ଲିକ, ଗୁଦୁ ମଲ୍ଲିକଙ୍କ ଠାରୁ ୧୦ ହଜାର ଲେଖାଏଁ ଏବଂ ବାଙ୍କି ମଲ୍ଲିକଙ୍କ ଠାରୁ ୯ ହଜାର ଟଙ୍କା ଏଭଳି ମୋଟ ୩୯ ହଜାର ଟଙ୍କା ଗରିବ ଆଦିବାସୀ ମହିଳା ଚାଷୀମାନଙ୍କ ଠାରୁ ଅଭିନବ ଉପାୟରେ ଠକେଇ ହୋଇଛି।  ସମ୍ପୃକ୍ତ ଯୁବକକୁ ଦିଗପହଣ୍ଡି ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାନଡୁମ୍ୱୁଳା ଗାଁର କୃଷ୍ଣ ସେଠୀ।

 କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ନିକଟରୁ  ୩୭ ହଜାର ୪୦୦ ଟଙ୍କା,୨ ଟି ଏଟିଏମ କାର୍ଡ, ବିଭିନ୍ନ ସରକାରୀ ପଦାଧିକାରୀଙ୍କ ରବ୍ବର ଷ୍ଟାମ୍ପ, କାଳିଆ ଯୋଜନା ର ଚିଠା ପୁସ୍ତିକା ଓ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଦିଗପହଣ୍ଡି ପୋଲିସ ।

 ଅଭିଯୁକ୍ତ କୃଷ୍ଣ ଗତ ରବିବାର ଚଢ଼େୟାଗରଦ ଗ୍ରାମରେ ପହଞ୍ଚି ନିଜକୁ କୃଷି ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ବୋଲି ପରିଚୟ ଦେଇଥିଲା । ଆଦିବାସୀ ମହିଳା ଚାଷୀମାନଙ୍କୁ ରାଜ୍ୟସରକାରଙ୍କ  ‘କାଳିଆ’ ଯୋଜନା ହିତାଧିକାରୀ ତାଲିକାରେ  ନାମ ଲଗାଇଦେବି  କହି ଆଧାର ନମ୍ବର ଓ ବ୍ୟାଙ୍କ ଖାତାର ଜେରକ୍ସ କପି ମାଗିଥିଲା । । ସୋମବାର ପୁଣି ଉକ୍ତ ୪ ଜଣ ମହିଳାଙ୍କୁ ବ୍ୟାଙ୍କ ଜମା ଖାତା ଧରି  ସିଦ୍ଧେଶ୍ଵର ଗ୍ରାମ ସ୍ଥିତ ଏକ ବ୍ୟାଙ୍କ ନିକଟକୁ ଆସିବା ପାଇଁ କହିଥିଲେ । କୃଷ୍ଣଙ୍କ କଥା ଅନୁସାରେ ମହିଳା ମାନେ ନିଜ ନିଜ ବ୍ୟାଙ୍କ ଖାତା ନେଇ ଏକ ଅଟୋ ରେ ବ୍ୟାଙ୍କକୁ ଆସିଥିଲେ। ସେଠାରେ ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାକୁ ୨୨ହଜାର ଟଙ୍କା ଲେଖାଏଁ ଛାଡ଼ିଦେବି କହି ସେମାନଙ୍କ ବ୍ୟାଙ୍କ  ଖାତାରୁ କୌଶଳ କ୍ରମେ ୩୯ ହଜାର ଟଙ୍କା ଉଠାଣ କରି ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ।  ପଇସା କଟିଯିବା ପରେ ମହିଳାମାନେ କୃଷ୍ଣଙ୍କୁ ଅଟୋରେ ବସାଇ ଗ୍ରାମର ଅନ୍ୟ କିଛି ମହିଳାଙ୍କ ନାଁ କାଳିଆ ଯୋଜନା ହିତାଧିକାରୀ ତାଲିକାରେ ଲଗାଇ ଦେବାକୁ ଗାଁ କୁ ଚାଲନ୍ତୁ କହି କୌଶଳକ୍ରମେ ଡାକି ନେଇଥିଲେ। ଅଟୋ ଗାଁ ରେ ପହଞ୍ଚିବା ପରେ କୃଷ୍ଣଙ୍କୁ ଘେରି ଯାଇ ସେମାନେ ନିର୍ଦ୍ଧୁମ ମାଡ଼ ମାରିଥିଲେ।  ଗାଁ ଲୋକଙ୍କ ଦ୍ୱାରା ମାଡ଼ ଭୟରେ କୃଷ୍ଣ ସବୁ ଠକାମୀ ମାନିଯାଇଥିଲେ। ଗାଁ ରେ ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଗାଁରେ ପହଞ୍ଚି କୃଷ୍ଣଙ୍କୁ  ଥାନାକୁ ଆଣି ପଚରାଉଚରା କରିବାରୁ ସମସ୍ତ ତଥ୍ୟ ଜଣାପଡ଼ିଥିଲା।

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଘୋଡା ହାଡ଼ ନଦୀରେ  ଖଲିଙ୍ଗି ଗାଁର ଯୁବକଙ୍କ ମୃତଦେହ ସକାଳୁ ସକାଳୁ ଭାସୁଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଶଙ୍କର ଲେଙ୍କା(୩୫)। ଶଙ୍କର କାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ଖୋଜି ପାଇନଥିଲେ ।

 ତେବେ ସକାଳୁ ନଦୀକୁ ଶୌଚ ହେବାକୁ ଆସିଥିବା ଗ୍ରାମବାସୀ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ । ମୃତଦେହକୁ ବ୍ରହ୍ମପୁର MKCG FMTକୁ ଶବ ବ୍ୟବଛେଦ ପାଇଁ ପଠାଯିବାର ବ୍ୟବସ୍ଥା କରୁଛି । ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇପାରିବ । ମୃତ ଶଙ୍କର ଜଣେ ଟ୍ରାକ୍ଟର ଡ୍ରାଇଭର ।