କଙ୍କଡ଼ା ବିଛା ପାଇଁ ଧନୀ ହେଲେ, ଗୋଟିଏ ଗ୍ରାମ ବିଷକୁ ବିକୁଥିଲେ ୭୦ଲକ୍ଷରେ

ଆଜିକାଲି ଅଜବ ଜିନିଷ କରି ଟଙ୍କା ରୋଜଗାର କରିବା ସାଧାରଣ କଥା ହୋଇଗଲାଣି । କେତେ ଜଣଙ୍କ କେତେ ସଉକ ମଧ୍ୟ ରହିଛି । କିନ୍ତୁ ଏସବୁ ମଧ୍ୟରେ କଙ୍କଡ଼ା ବିଛା ଧରିବା ସଉକ ବି ସାମିଲ ରହିଛି । ୨୫ ବର୍ଷ ବୟସ୍କ ମହମ୍ମଦ ହାମଦି ଜଣେ ଏହିପରି ଲୋକ ଯିଏ କି କଙ୍କଡ଼ା ବିଛା ଧରି ଜଣେ ଲକ୍ଷପତି ହୋଇ ପାରିଛନ୍ତି । ଇଜିପ୍ଟର ବାସିନ୍ଦା ମହମ୍ମଦ ହାମଦି କଙ୍କଡ଼ା ବିଛା ବିଷ ବିକ୍ରି କରନ୍ତି । ଆଉ ଏହି ଅଦ୍ଭୁତ ବ୍ୟବସାୟ ଦିନେ ତାଙ୍କୁ ଏତେ ଧନୀ ଏବଂ ସଫଳ କରିବ, ସେ ନିଜେ ମଧ୍ୟ ଭାବି ନଥିଲେ । ଗୋଟିଏ ଗ୍ରାମ ବିଷ ବଦଳରେ ସେ ପ୍ରାୟ ୭୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

ବିଷ କେଉଁ କାମରେ ଆସିଥାଏ ?

ମିଶରର ମରୁଭୂମି ଏବଂ ତଟୀୟ ଅଞ୍ଚଳରେ ବିଚ୍ଛା ଧରିବାର ସଉକ କେତକଙ୍କ ଠାରେ ଦେଖା ଦେଇଥାଏ । ଏମମଧ୍ୟରେ କିଛି ସମୟ ପୂର୍ବରୁ ମହମ୍ମଦ ହାମଦି ନାମକ ଜଣେ ଯୁବକ ଆର୍କିଓଲୋଜି ପଢା ଅଧାରୁ ଛାଡ଼ିଦେଇଥିଲେ । ସେ ଏହି କଙ୍କଡ଼ା ବିଛାମାନଙ୍କ ଠାରୁ ବିଷ ବାହାର କରିଥାନ୍ତି ଏବଂ ଏହାର ବ୍ୟବହାର ଔଷଧ ପ୍ରସ୍ତୁତିରେ ହୋଇଥାଏ ।

ଏବେ ବଡ଼ କମ୍ପାନୀର ମାଲିକ

୨୫ବର୍ଷ ବୟସରେ ମହମ୍ମଦ ହାମଦି ‘କାୟରୋ ବେନୋମ କମ୍ପାନୀ’ ମାଲିକ ହୋଇପାରିଛନ୍ତି । ଏହା ଏମିତି ଏକ ପ୍ରୋଜେକ୍ଟ  ଯେଉଁଥିରେ ୮୦ହଜାର ଭିନ୍ନ ଭିନ୍ନ ପ୍ରଜାତୀର ବିଚ୍ଛା ଏବଂ ସାପ ରଖାଯାଇଥାଏ । ଆଉ ଏହି ସାପ ଓ ବିଚ୍ଛାମାନଙ୍କ ଠାରୁ ବିଷ ବାହାର କରାଯାଇ ଔଷଧ ପ୍ରସ୍ତୁତ କମ୍ପାନୀକୁ ବିକ୍ରି କରାଯାଇଥାଏ ।

କେମିତି ବିଷ ବାହର କରାଯାଇଥାଏ ?

ୟୁବି ଲାଇଟ (ଅଲ୍ଚ୍ରାବାୟୋଲେଟ ଲାଇଟ) ସାହାଯ୍ୟରେ ଧରା ଯାଇଥିବା କଙ୍କଡ଼ା ବିଛାଙ୍କ ଠାରୁ ବିଷ ବାହରକରିବାକୁ ହଲକା ଇଲେକଟ୍ରିକ ଝଟକା ଦିଆଯାଇ ଥାଏ । ବିଦ୍ୟୁତ୍ ଝଟକା ପାଇବା ମାତ୍ରେ ବିଛାମାନଙ୍କ ବିଷ ବାହାରକୁ ଆସିଯାଏ  ଏବଂ ଏହାକୁ ସଂଗ୍ରହ କରିଦିଆଯାଇଥାଏ ।

୧ଗ୍ରାମ ଜହର କେତେ ଟଙ୍କା ?

ସୂଚନା ଅନୁସରେ,କଙ୍କଡ଼ା ବିଛାମାନଙ୍କର ୧ଗ୍ରାମ ବିଷରୁ ପାଖାପାଖି ୨୦ହଜାରରୁ ୫୦ହଜାର ପର୍ଯ୍ୟନ୍ତ ବିଷରୋଧକ ଡୋଜ ତିଆରି କରାଯାଇଥାଏ । ଏହି ବିଷରୋଧକ ଔଷଧ ତିଆରି କରିବା ସମୟରେ ବିଷର ପିରମାଣରେ ବିଶେଷ ଧ୍ୟାନ ଦିଆଯାଇଥାଏ ।

କେଉଁଠାରେ ହୋଇଥାଏ ବିଷର ରପ୍ତାନି ?

ମହମ୍ମଦ ହାମଦି କଙ୍କଡ଼ା ବିଷକୁ ୟୁରୋପ ଏବଂ ଆମେରିକାରେ ରପ୍ତାନି କରାଯାଇଥାଏ । ସେଠାରେ ଏହି ବିଷକୁ ବ୍ୟବହାର କରି ଔଷଧ ପ୍ରସ୍ତୁତ ହୋଇଥାଏ । ଗୋଟିଏ ଗ୍ରାମ କଙ୍କଡ଼ା ବିଛାର ବିଷକୁ ବିକ୍ରି କରାଗଲା ୧୦ ହଜାର ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୭୩ ଲକ୍ଷ ଟଙ୍କା ମିଳିଥାଏ ।

ବିଷରୋଧକ ଔଷଧ କାହିଁକି ମହଙ୍ଗା ?

ସୂଚନା ଅନୁସାରେ, ପ୍ରତିବର୍ଷ ଆମେରିକାର ପ୍ରାୟ ୮୦ ହଜାର ଲୋକଙ୍କୁ ବିଷାକ୍ତ ସାପ କିମ୍ବା କଙ୍କଡ଼ା ବିଛା କାମୁଡ଼ନ୍ତି। ଯେତେବେଳେ ଏହି ବିଷାକ୍ତ ଜୀବମାନେ କାମୁଡ଼ନ୍ତି, ଜଣେ ମଣିଷ ତୁରନ୍ତ ଚିକିତ୍ସା ଆବଶ୍ୟକ କରିଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ ବିଷରୋଧକ ଔଷଧ ବହୁତ କମ ସଂଖ୍ୟାରେ ମିଳିଥାଏ । ବୋଧହୁଏ ଏହି କାରଣରୁ ଏହି ଔଷଧର ମୂଲ୍ୟ ବହୁତ ଅଧିକ ହୋଇଥାଏ ।

Leave a Reply