ରାଜଧାନୀରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜୋରିମାନା କାଟିଲା ଟ୍ରାଫିକ୍‌ ପୋଲିସ

BBSR SCooty Fine

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜୋରିମାନା । ଫାଇନ୍‌ ଆଦାୟ କଲେ ପରିବହନ ଅଧିକାରୀ । ସ୍କୁଟି ଚାଳକ ନାବାଳକ ହୋଇଥିବା ବେଳେ, ବିନା ହେଲମେଟରେ ଅନ୍ୟଜଣକୁ ପଛରେ ବସାଇ ଯାଉଥିଲେ । ଟ୍ରାଫିକ ପୋଲିସ ଯାଞ୍ଚ ବେଳେ ଧରାପଡିଥିଲେ ଏହି ନାବାଳକ । ଫରେଷ୍ଟ ପାର୍କ ଅଞ୍ଚଳରେ ସ୍କୁଟି ଚାଳକଙ୍କୁ ଜରିମାନା ହୋଇଛି । ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି ।

BBSR SCooty Fine

ଗତ ଫେବ୍ରୁଆରୀ ୬ରେ ଭଦ୍ରକ ଅଞ୍ଚଳରେ ଜଣେ ନାବାଳକ ରଙ୍ଗ ରୁଟ୍‌ରେ ଯାଇ ଫସିଥିଲେ । ହଜାରେ କି ଦୁଇ ହଜାର ନୁହେଁ ପ୍ରାୟ ୪୨ ହଜାର ୫ଶହ ଟଙ୍କାର କଟିଥିଲା ଚାଲାଣ‌ । ଭଣ୍ଡାରୀପୋଖରୀ ଛକ ନିକଟରେ ଗୋଟିଏ ବାଇକ୍‌ରେ ୩ ଜଣ କଲେଜ ଛାତ୍ର ଯାଉଥିବା ବେଳେ ଧରାପଡିଥିଲେ । ରଙ୍ଗ ରୁଟ୍‌ରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଯାହା ଆଧାରରେ ଆରଟିଓ ପକ୍ଷରୁ ମୋଟା ଅଙ୍କର ଚାଲାଣ କଟାଯାଇଛି ।

BBSR SCooty Fine

ଅନ୍ୟପଟେ ପରିବହନ ମନ୍ତ୍ରୀମ ମଧ୍ୟ ସୂଚନା ଦେଇସାରିଛନ୍ତି ଯେ, ପୂର୍ବ ଭଳି ଟ୍ରାଫିକ୍‌ ଚେକିଂ କଡ଼ାକଡ଼ି ହେବ । କରୋନା ପାଇଁ କଟକଣାକୁ କୋହଳ କରାଯାଇଥିଲା । ପହିଲାରୁ ବାଇକ୍‌ରେ ଏକ କାଳିନ ଦୁଇ ଜଣ ବସିଲେ ଉଭୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଉଛି । ଏହାସହ ପୂର୍ବର ଯେଉଁ ସବୁ ନୂଆ ନିୟମ ଲାଗୁ କରାଯାଇଥିଲା ତାହା ଉପରେ କଡ଼ା ନଜର ରଖାଯିବ ।

Leave a Reply