ଉଚ୍ଛେଦ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା

କଟକ: କଟକ ଏସସିବିର ସଂପ୍ରସାରଣ ଯୋଜନାରେ ଜଗତପୁର ଗୋଲେଇରୁ ନିମପୁର ଦେଇ ମହାନଦୀ ବ୍ୟାରେଜ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଏଥିପାଇଁ ଆଜି ଜଗତପୁରରେ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଉଛେଦ ଆରମ୍ଭରୁ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଦୀର୍ଘ ଦିନ ଧରି ଏଠାରେ ରହି ବ୍ୟବସାୟ କରୁଥିବାରୁ ସେମାନେ ଉଚ୍ଛେଦକୁ ବିରୋଧ କରିଥିଲେ ।

ପ୍ରଥମେ ଥଇଥାନ କର ବୋଲି ଦାବୀ କରିଥିଲେ ସ୍ଥାନୀୟ ବାସିନ୍ଦା । ଉତ୍ତେଜନା ଓ ରାସ୍ତାରୋକକୁ ନଜରରେ ରଖି ପୂର୍ବତନ ବିଧାୟକ ଓ ପ୍ରଶାସନିକ ଅଧିକାରୀ ସେଠାରେ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ବ୍ୟବସାୟୀଙ୍କୁ ଭେଣ୍ଡି ଜୋନରେ ଦୋକାନ କରିବାକୁ ଦିଆଯିବ ବୋଲି ପ୍ରଶାସନ ପକ୍ଷର ପ୍ରତିଶ୍ରୁତି ଦିଆଯାଇଥିଲା ।

ପ୍ରତିଶ୍ରୁତି ପରେ ଶାନ୍ତ ହୋଇଥିଲା ପରିବେଶ । ଏହା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବରୁ ରୋଗୀଙ୍କୁ ବଡ଼ ମେଡ଼ିକାଲ ପହଞ୍ଚିବାରେ ଅସୁବିଧା ହେଉଥିଲା ଏବଂ ଠିକ୍ ସମୟରେ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରିନଥିଲେ । ତେଣୁ ବଡ ମେଡିକାଲ ଯିବାକୁ  ରାସ୍ତା ସଂପ୍ରସାରଣ କରାଯାଉଛି ଏହାପରେ ଜଗତପୁର ଗୋଲେଇରୁ ସହଜରେ ରୋଗୀଙ୍କ ଗାଡି ଆସି ବଡ ମେଡିକାଲରେ ପହଞ୍ଚି ପାରିବ।

Leave a Reply