ଡିସେମ୍ବରରେ ହେବ ଓଡ଼ିଶା କ୍ରିକେଟ ଲିଗ୍, ଫ୍ଲଡ୍‌ ଲାଇଟ୍‌ରେ ହେବ ସିଲେକ୍ସନ୍‌

କଟକ: ପ୍ରଥମ ଥର ଲାଗି ଡିସେମ୍ବର ମଧ୍ୟ ଭାଗରେ ଓସିଏ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଓସିଏଲ କ୍ରିକେଟ ଲିଗ୍‌ । କୋଭିଡ୍ କଟକଣା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍‌ରେ ଆୟୋଜିତ ହେବ ଏହି ଲିଗ୍‌ । ଏଥିପାଇଁ ଆସନ୍ତା ୧୨ ତାରିଖରୁ ଖେଳାଳୀ ଚୟନରେ ଭାଗ ନେବେ ରାଜ୍ୟର ୧୬୮ ଖେଳାଳି ।

କରୋନା ପାଇଁ ଓସିଏର ଘରୋଇ କ୍ରିକେଟ ସିଜିନ୍‌ ଏଥର ବେଶ ବିଳମ୍ବିତ ହୋଇଛି । ଫଳରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ପ୍ରସ୍ତୁତି କରିବାକୁ ଏଥର ଓସିଏ ‘ଓଡିଶା କ୍ରିକେଟ ଲିଗ୍‌’ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ମଧ୍ୟ ଭାଗରେ ଆୟୋଜନ କରିବାକୁ ଯାଉଛି ।

ଖେଳାଳୀ ଚୟନ କୋଭିଡ୍ କଟକଣା ମଧ୍ୟରେ କରାଯିବା ପରେ ଶ୍ରେଷ୍ଠ ୮୪ ଖେଳାଳୀଙ୍କୁ ନେଇ ୬ଟି ଟିମ୍‌ ଗଠନ କରାଯିବ । ଏହି ଟିମ୍‌ ଗୁଡିକ ମଧ୍ୟରେ ବାରବାଟୀରେ ଫ୍ଲଡ୍‌ ଲାଇଟ୍‌ରେ ମ୍ୟାଚ୍‌ ଖେଳାଯିବ । ଏଥର ଆଠ ମାସ ହେବ କରୋନା ପାଇଁ ଖେଳ ବନ୍ଦ ଥିବାରୁ ଏବେ ଓସିଏ ଲିଗ୍‌ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଯୁବ କ୍ରିକେଟର । ଓସିଏଲ ଲିଗ୍‌ରୁ ଏଥର କିଛି ଶ୍ରେଷ୍ଠ ଖେଳାଳୀ ବାହାରିବେ ବୋଲି ଆଶା କରାଯାଉଛି ।

Leave a Reply