spot_img
Home Blog Page 6416

କରୋନା ଡରେଇଲା, ଏଥରକ ବସିବନି ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନଜରରେ ରଖି ଚଳିତବର୍ଷ ସଂସଦର ଶୀତକାଳୀନ ଅଧିବେଶନ ବସିବ ନାହିଁ । ମିଳିଥିବା ସୂଚନା ଅନୁସାରେ ଶୀତକାଳୀନ ଅଧିବେଶନକୁ ଆଗାମୀ ମୌସୁମୀ ଅଧିବେଶନ ସହ ମିଶାଇ ଦିଆଯାଇଛି । କୁହାଯାଉଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ ଦ୍ରୁତି ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

Parliament Not To Hold Winter Session Due To Covid-19 Concern Will Be Merged With Monsoon Session

ଗତ ସେପ୍ଟେମ୍ବର ମାସରେ ସଂସଦର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ଅନିଶ୍ଚିତ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ସ୍ୱଳ୍ପ ଅବଧିର ଅଧିବେଶନରେ ସଂସଦର ଉଭୟ ଗୃହରେ ୨୫ ବିଧେୟକ ପାରିତ ହୋଇଥିଲା । ରାଜ୍ୟସଭାରେ ହଙ୍ଗାମା ଯୋଗୁଁ ବିପକ୍ଷ ଦଳର ୮ ଜଣ ସଦ୍ୟସଙ୍କୁ ରବିବାର ଶେଷ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ରାଜ୍ୟସଭା ଓ ଲୋକସଭା ଉଭୟ ଗୃହ ଲଗାତାର ୧୦ ଦିନ ଯାଏଁ ଚାଲିଥିଲା ।

Parliament Not To Hold Winter Session Due To Covid-19 Concern Will Be Merged With Monsoon Session

୨୩ ଘଣ୍ଟା ଅଧିକ ଚାଲିଲା ଗୃହ

୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଲୋକସଭାରେ ବିନା ଛୁଟିରେ ୧୦ଟି ବୈଠକ ବସିଥିଲା । ଯେଉଁଥିରେ ନିର୍ଦ୍ଧାରିତ ୩୭ ଘଣ୍ଟା ତୁଳନାରେ ପ୍ରାୟ ୬୦ ଘଣ୍ଟାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଏହି ପ୍ରକାରେ ଦେଖିଲେ ନିର୍ଦ୍ଧାରିତ ସମୟରୁ ଅତିରିକ୍ତ ୨୩ ଘଣ୍ଟା ଗୃହକାର୍ଯ୍ୟ ହୋଇଥିଲା ।

ଉତ୍ତର କୋରିଆର ନୂଆ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ: ପୂରା ଆମେରିକାକୁ କରିପାରେ ଧ୍ୱଂସ

ପୋଙ୍ଗୟାଙ୍ଗ: ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ । ପୂରା ଆମେରିକାକୁ ଧ୍ୱଂସ କରିଦେବା ଭଳି ମିସାଇଲ୍‌ର ପରୀକ୍ଷଣ କରି ଏବେ ପୁଣି ଚର୍ଚ୍ଚାରେ ଏହି କୋରିଆନ୍ ରାଷ୍ଟ୍ର ।  ଦେଶର ପ୍ରତିଷ୍ଠା ଦିବସରେ ଏହି ନୂଆ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଆଉ ଏହି ମିସାଇଲକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମିସାଇଲ୍ ବୋଲି ଦାବି କରିଛି ଉତ୍ତରକୋରିଆ । କେବଳ ଗୋଟିଏ ନୁହେଁ ଏଭଳି ୪ ମିସାଇଲ ରହିଛି ଉତ୍ତର କୋରିଆ ପାଖରେ । ଆଉ ଏହି ଖବର ପ୍ରଚାରିତ ହେବା ଉତ୍ତର କୋରିଆକୁ ନେଇ ଆରମ୍ଭ ହୋଇଯାଇଛି ନାନା ଆଲୋଚନା । ଏଭଳି କି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହ ମଧ୍ୟ ଉତ୍ତର କୋରିଆକୁ ତୁଳାନା କରାଯାଉଛି । ବିଶେଷଜ୍ଞଙ୍କ ମତରେ କୌଣସି ପରିସ୍ଥିତିରେ ଯଦି ଆମେରିକା ଓ ଉତ୍ତର କୋରିଆ ମଧ୍ୟ ଯୁଦ୍ଧ ଉପୁଜେ ତେବେ ଏହାର ମୁକାବିଲା କରିବା ଆମେରିକା ପାଇଁ ଆଉ ସେତେଟା ସହଜ ହେବନି ।  ତେବେ ଆସନ୍ତୁ ଜାଣିବା ଏହି ମିସାଇଲ୍ କେତେ ଶକ୍ତିଶାଳୀ ।

Hwasong-5 ('Scud B' Variant) | Missile Threat

ଉତ୍ତର କୋରିଆ ଛୋଟ ଦେଶ ହୋଇଥିଲେ ମଧ୍ୟ ନିଜ ସୈନ୍ୟ ବଳ ଲଗାତାର ବୃଦ୍ଧି କରୁଛି । ନିକଟରେ ଉତ୍ତର କୋରିଆ ଏକ ନୂଆ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍)ର ପରୀକ୍ଷଣ କରିଛି । ଯାହାର ନାମ ହେଉଛି ହବାସୋଙ୍ଗ-୧୫ ରହିଛି । ଜାପାନୀ ଖବର ସରବରାହ ସଂସ୍ଥା ମୁତାବକ ଉତ୍ତର କୋରିଆ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଉତ୍ତର କୋରିଆକୁ ପରମାଣୁ ଶକ୍ତି ସମ୍ପନ୍ନ ଅପରାଜେୟ ଦେଶ ଭାବେ ଅଭିହିତ କରାଯାଇଛି । ଉତ୍ତରକୋରିଆ ଏକ ଏଭଳି ଦେଶ ଯାହା ନିକଟରେ ସବୁ ପ୍ରକାର ପରମାଣୁ ଶକ୍ତି ରହିଛି । ଯାହା କୌଣସି ବିକଶିତ ରାଷ୍ଟ୍ର ପାଖରେ ରହିଥାଏ । ପରମାଣୁ ବମ୍, ହାଇଡ୍ରୋଜନ୍ ବମ୍ ରହିବା ସହ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍‌ର ପରୀକ୍ଷଣ ମଧ୍ୟ ହୋଇଛି  । ଏଭଳି ସ୍ଥିତିରେ ଯଦି ଆମେରିକା ଅବା ଅନ୍ୟ କୌଣସି ଦେଶ ସହ ଉତ୍ତର କୋରିଆ ମୁହାଁମୁହିଁ ହୁଏ ତେବେ ସ୍ଥିତି ବିପକ୍ଷ ଦେଶର ଅତି ଗମ୍ଭୀର ହୋଇଯିବ ।

ଅପରପକ୍ଷରେ ଉତ୍ତର-କୋରିଆର ଏଭଳି ବର୍ଦ୍ଧିତ ଶକ୍ତିକୁ ସ୍ୱୀକାର କରିଛି ଆମେରିକା । ଆମେରିକୀୟ ଗଣମାଧ୍ୟମ ଭକ୍ସ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଓବାମା ଶାସନ ସମୟରେ ପେଣ୍ଟାଗନର ଟପ୍ ଅଧିକାରୀ ଥିବା ପୂର୍ବ ନେଭି ଅଫିସର ଜେମ୍ସ ଷ୍ଟ୍ରେବରିଡାଇସ୍‌ଙ୍କ ଅନୁଯାୟୀ ଉତ୍ତର କୋରିଆ ସହ ଯୁଦ୍ଧ ବହୁ କଷ୍ଟକର ହେବ  । ଏହାର କାରଣ ଏହା ନୁହେଁ ଯେ,   ଉତ୍ତର କୋରିଆ ପାଖରେ ପରମାଣ ଅସ୍ତ୍ରଶସ୍ତ୍ର ରହିଛି । ଯାହା ଅତି ନିକଟରୁ ଅତି ଦୂରରେ ଥିବା ଟାର୍ଗେଟକୁ ଧ୍ୱସଂ କରିପାରିବ । ଏହାର ମୁଖ୍ୟ କାରଣ ହେଉଛି ଯେ, ଉତ୍ତର କୋରିଆ ପାଖରେ ଅସୀମିତ ସଂଖ୍ୟାରେ ରକେଟ ଲଞ୍ଚର ରହିଛି ।

କଂଗ୍ରେସନାଲ୍ ରିସର୍ଚ୍ଚ ସର୍ଭିସ (Congressional Research Service)ର ଅନୁମାନ ଯେ, କିମଙ୍କ ନିକଟରେ ଦୁନିଆର ସବୁଠାରୁ ଘାତକ ରସାୟନିକ ହତିଆର ରହିଛି । ସେଠାକାର ସୈନିକଙ୍କ ନିକଟରେ ଅଢ଼େଇ ହଜାରରୁ ୫ ହଜାର ମେଟ୍ରିକ ଟନ ଯାଏଁ ପ୍ରାଣଘାତକ ନର୍ଭ ଏଜେଣ୍ଟସ୍ ରହିଛି । ଯାହାର ପ୍ରୟୋଗ ମାତ୍ରକେ ଲକ୍ଷ ଲକ୍ଷ ଲୋକ ଥରକେ ପ୍ରାଣ ହରାଇବେ । ଆମେରିକା ଅବା ଅନ୍ୟ କୌଣସି ଦେଶ ଅଧିକ ଆକ୍ରୋଶ ପ୍ରଦର୍ଶନ ତେବେ ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍ କେମିକାଲ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାକୁ ତିଳେମାତ୍ର ବିଳମ୍ୱ କରିବେନାହିଁ ।

ତେବେ ହବାସୋଙ୍ଗ-୧୫ ମିସାଇଲ ପାଖାପାଖି ୧୩ ହଜାର କିଲୋମିଟର ଯାଏଁ ଲକ୍ଷ ଭେଦ କରିପାରିବ ବୋଲି କହିଛି ଉତ୍ତର କୋରିଆ । ନିଜ ଦେଶର ପ୍ରତିଷ୍ଠା ଦିବସ ଅବସରରେ ସେଠାକାର ଜନତା ଏବଂ ବିଶ୍ୱବାସୀଙ୍କୁ ନଜରକୁ ଏହି ମିସାଇଲକୁ ଅଣାଯାଇଥିଲା । ଏହି ମିସାଇଲ୍ ତରଳ ଇନ୍ଦନରେ ଚାଲିଥାଏ । ଏଣୁ ଏହା ଏୟାର ଡିଫେନ୍ସ ସିଷ୍ଟମ୍ ସ୍କାନ୍‌ରେ ମଧ୍ୟ ଆସିନଥାଏ ।

ତେବେ ଭାରତ ପାଖରେ ମଧ୍ୟ ବିଧ୍ୱଂସକାରୀ ବ୍ରହ୍ମୋସ୍ ମିସାଇଲ ରହିଛି । ଯାହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଭାବେ ବିବେଚିତ । ଭାରତର ବ୍ରହ୍ମପୁତ୍ର ଏବଂ ଋଷର ମସ୍କବା ନଦୀର ନାମରେ ଏହି ମିସାଇଲକୁ ବ୍ରହ୍ମୋସ କୁହାଯାଇଛି । ତେବେ ଏହି ମିସାଇଲର ସବୁଠାରୁ ବଡ଼ ବିଶେଷ୍ୱତ ହେଉଛି ଏହା ସ୍ଥଳଭାଗ, ଜଳଭାଗ ଓ ଆକାଶ ମାର୍ଗରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରିବ ।

ସଂସ୍କୃତ କାବ୍ୟ ପୁସ୍ତକ ରଥେଶ ଶତକମ୍ ଓ ସମୁଦ୍ର ଶତକମ୍ ଉନ୍ମୋଚିତ

ଭୁବନେଶ୍ୱର: ଲୋକାର୍ପିତ ହୋଇଯାଇଛି ସଂସ୍କୃତ କାବ୍ୟର ୨ଟି ପୁସ୍ତକ । ରଥେଶ ଶତକମ୍ ଓ ସମୁଦ୍ର ଶତକମ୍ ବହି ଲୋକାର୍ପିତ ହୋଇଯାଇଛି । ଦୁଇ ପୁସ୍ତକକୁ ଉଲ୍ଲେଖ କରିଛନ୍ତି ଡକ୍ଟର କୃଷ୍ଣକେଶବ ଷଡ଼ଙ୍ଗୀ । ଓଡ଼ିଶା ସଂସ୍କୃତ କାବ୍ୟ ପରମ୍ପରାର ଏକ ଧାରା ଥିଲା । ଏହାକୁ ଉଦଜୀବିତ କରିବାପାଇଁ ଏକ କ୍ଷୁଦ୍ର ପ୍ରୟାସ କରିଛନ୍ତି କୃଷ୍ଣକେଶବ । ଏହି ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ ଅନେକ କବି ଓ ଲେଖକ । କରୋନା ଗାଇଡଲାଇନ୍ ଭିତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Two Sanskrit Book Inaugurated In Bhubaneswar

ଇସ୍କନ ନାଁରେ ଚାଲିଛି ମହାଠକେଇ ! ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତେଜିଲା ବିବାଦ…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାର ଗଜରାଜପୁର ଗ୍ରାମରେ ଏକ ମନ୍ଦିରକୁ ନେଇ ବିବାଦ ଉଠିଛି । ମନ୍ଦିର ନିର୍ମାଣ ବେଳେ ଏହା ଇସ୍କନ ଅନୁମୋଦିତ ବୋଲି କୁହାଯାଇଥିଲା । ଯାହା ଫଳରେ ଆଖପାଖର ଅଧିକାଂଶ ଗ୍ରାମର ଲୋକେ ଚାନ୍ଦାଭେଦା ଦେଇ ମନ୍ଦିର ନିର୍ମାଣ କରିଥିଲେ । ତେବେ ଏବେ ଏହା ଇସ୍କନ ଅନୁମୋଦିତ ମନ୍ଦିର ନୁହେଁ ବୋଲି କଥା ଉଠୁଛି । ଇସ୍କନ ଟ୍ରଷ୍ଟ୍ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ସଂପୃକ୍ତ ମନ୍ଦିର ସହ ସଂସ୍ଥାର କୌଣସି ସମ୍ପର୍କ ନାହିଁ, ତେଣୁ ଇସ୍କନର ନାକୁ ବ୍ୟବହାର ନକରି ଶୀଘ୍ର ହଟାଯାଉ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆଖପାଖର ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ଲୋକଙ୍କ କହିବା କଥା ଯେ ସେମାନଙ୍କୁ ଇସ୍କନ ମନ୍ଦିର ବୋଲି କୁହାଯାଇଥିବାରୁ ହିଁ ସେମାନେ ମନ୍ଦିର ଉଦ୍ଦେଶ୍ୟରେ ଦାନ କରିଥିଲେ । ନଚେତ୍ ସେମାନେ ଏତେ ମାତ୍ରାରେ ଅର୍ଥ ହୁଣ୍ଡିକୁ ଦେଇନଥାନ୍ତେ । ଅନ୍ୟପକ୍ଷରେ ମନ୍ଦିର ମହନ୍ତଙ୍କ କାର୍ଯ୍ୟକଳାପକୁ ମଧ୍ୟ ସନ୍ଦେହ ଘେରକୁ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା  । ଅଞ୍ଚଳବାସୀଙ୍କ କହିବା କଥା ଯେ ମନ୍ଦିର ପରିସରରେ ଥିବା ମଠରେ ଭଗବତ ବିରୋଧୀ କାର୍ଯ୍ୟ ଚାଲୁଛି ।

ସେହିଭଳି ମଠରେ କୌଣସି ମହିଳା ରହିବା ନେଇ ବାରଣ କରାଯାଇଥିଲେ ମଧ୍ୟ ମଠ ପରିସରରେ ମହିଳାଭକ୍ତମାନେ ରହୁଛନ୍ତି । ମହନ୍ତଙ୍କର ଏଭଳି କାର୍ଯ୍ୟକଳାପ ତାଙ୍କୁ ବିବାଦୀୟ କରିଥିବା ବେଳେ ମହନ୍ତଙ୍କୁ ଏପ୍ରସଙ୍ଗରେ ପ୍ରଶ୍ନ ପଚରାଯିବା ପରେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି । ସ୍ଥାନୀୟ ଲୋକେ ଘଟଣାର ତଦନ୍ତ ସହ ମହନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସମ୍ମୋହନ କରୁଥିଲେ ପ୍ରଫେସର, ସମସ୍ତେ ଜାଣିବା ପରେ କ’ଣ ହେଲା ତାଙ୍କ ଅବସ୍ଥା…..

ନୂଆଦିଲ୍ଲୀ : ସମ୍ମୋହନ, ଏକ ପ୍ରକ୍ରିୟା ଯାହା ନିଜକୁ ଶାନ୍ତି ପ୍ରଦାନ କରିଥାଏ । ଆଣିଦେଇଥାଏ ଆତ୍ମତୃପ୍ତି । ଏକଥା ଆମେ ନୁହେଁ, କହିଥାଆନ୍ତି କେତେକ ମନସ୍ତତ୍ତ୍ୱବିତ୍ ଏବଂ ପ୍ରଫେସର । ଏହି ସମ୍ମୋହନ ପ୍ରକ୍ରିୟା ଦ୍ୱାରା ପୂର୍ବ ଜନ୍ମ ସମ୍ପର୍କରେ କୁଆଡେ ଜାଣି ହୁଏ । ଏକଥା ଜଣେ ସାଇକୋଲୋଜିଷ୍ଟ ତଥା ପ୍ରଫେସର ନିଜ ଛାତ୍ରଛାତ୍ରୀଙ୍କ ଉପରେ ଗବେଷଣା କରି ମତ ରଖିଛନ୍ତି ।

ଡକ୍ଟର ବସୀମ ଆଲାଦୀନ ସମ୍ମୋହନ ପ୍ରକ୍ରିୟା କରୁ କରୁ ଜଣେ ଛାତ୍ରୀଙ୍କୁ ଏମିତି କଥା କହିଥିଲେ । ଯାହା ତାଙ୍କୁ ଅସହଜ କରିଦେଇଥିଲା । ପ୍ରଫେସର ଜଣଙ୍କ କହିଥିଲେ ଯେ, ସେହି ଛାତ୍ରୀ ଜଣଙ୍କ ଏବଂ ସେ ପୂର୍ବଜନ୍ମରେ ଦମ୍ପତି ଥିଲେ । କେବଳ ସେହି ଛାତ୍ରୀଜଣଙ୍କୁ ନୁହେଁ । ଭିନ୍ନ ଭିନ୍ନ ବ୍ୟକ୍ତିକୁ ଭିନ୍ନ ଭାବରେ ସମ୍ମୋହନ କରି ଏମିତି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କୁ ଯେତେବେଳେ ହେଲ୍ଥ ଆଣ୍ଡ ପ୍ରଫେସନାଲ କେୟାର ସର୍ଭିସ ପକ୍ଷରୁ ମନୋନୀତ କରାଗଲା । ସେ ସମସ୍ତଙ୍କଠାରୁ ଅଲଗା ଲାଗିଥିଲେ । କେତେଜଣ ଯୁବତୀଙ୍କ ସହ ମିଶି ପ୍ରଫେସର ଜଣଙ୍କ ତିଆରି ଥିଲେ ଏକ ଅପ୍ରେଟିସ୍ କ୍ଲବ । ପ୍ରଫେସର ଜଣଙ୍କ ଏହି ଯୁବତୀମାନଙ୍କୁ ମାନସିକ ଦୁଶ୍ଚିନ୍ତା ପାଇଁ ଆଣ୍ଟି ଡ୍ରିପେସିଭ୍ ମେଡିସିନ୍ ନେବା ପାଇଁ ବାରଣ କରିଥିଲେ । ଏହା ବଦଳରେ ସମ୍ମୋହନ ପ୍ରକ୍ରିୟା ଆପଣାଇବା ପାଇଁ କହିଥିଲେ ।

ଏହି ପ୍ରକ୍ରିୟାରେ ପ୍ରଫେସର ଜଣଙ୍କ ଆଖି ବନ୍ଦ କରିବାକୁ ଛାତ୍ରୀଙ୍କୁ କହୁଥିଲା । ଏହା ପରେ ତାଙ୍କ ଚେହେରାରେ ଫୁଲକୁ ଛୁଆଁଇ ମିଠା ମିଠା କଥା କହୁଥିଲା । ଯେମିତି କି ଗତ ଜନ୍ମରେ ସେମାନେ ଦମ୍ପତି ଥିଲେ । ପ୍ରାୟ ୬୦୦ ବର୍ଷ ଧରି ସେ ତାଙ୍କୁ ଅପେକ୍ଷା କରି ରହିଥିଲେ । ସେହିପରି ସେ ଚାହିଁଥିବା ଜିନିଷ ଯଦି ତାଙ୍କୁ ନ ମିଳେ, ତେବେ ଭଲ ହେବ ନାହିଁ । ଇଏ ଗଲା ମନସ୍ତତ୍ତ୍ୱ କଥା । ଏହି ସମ୍ମୋହନର ସମସ୍ତ ପ୍ରକ୍ରିୟାକୁ ପ୍ରଫେସର ଜଣଙ୍କ ନିଜ ମୋବାଇଲରେ ରେକର୍ଡିଂ କରି ରଖିଥିଲେ । ଏମିତି ଏକାଧିକ ଜଣଙ୍କୁ ନିଜର ସମ୍ମୋହନ ଜାଲରେ ଫସାଇଥିଲା ପ୍ରଫେସର । ତା ବିରୋଧରେ କାଳେ ଛାତ୍ରଛାତ୍ରୀମାନେ ଏକାଠି ହୋଇଯିବେ, ସେମାନଙ୍କ ବିରୋଧରେ ଫାଟ ସୃଷ୍ଟି କରିବାକୁ ଚାହିଁଥିଲା ପ୍ରଫେସର ।

ଏନେଇ ପ୍ରଫେସର ଆଲାଦୀନ ବିରୋଧରେ ଅଭିଯୋଗ ହୋଇଥିଲେ ବି, ଏହା ଯେ ସାଧାରଣ ପ୍ରକ୍ରିୟା ଥିଲା ବୋଲି ସେ ଦାବି କରିଥିଲା । ସମ୍ମୋହନ ଏକ ସାଧାରଣ ପ୍ରକ୍ରିୟା ବୋଲି ସେ ସଫେଇ ଦେଇଥିଲା । ହେଲେ ଆଲାଦୀନଙ୍କ ଏହି ସବୁ ବରକତ କାରଣରୁ ବହୁ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଲା । ପରିଶେଷରେ ତାଙ୍କୁ ଉକ୍ତ ବିଶ୍ୱବିଦ୍ୟାଳୟରୁ ବାହାର କରି ଦିଆଗଲା ।

 

ଜମ୍ମୁ-କାଶ୍ମୀରର ମୁସଲିମ୍ ବହୁଳ ଅଞ୍ଚଳରୁ ମୁସଲମାନଙ୍କୁ ହଟାଇବା ଲାଗି ଷଡ଼ଯନ୍ତ୍ର କରୁଛି କେନ୍ଦ୍ର: ମେହବୁବା

ଶ୍ରୀନଗର: ତ୍ରିରଙ୍ଗା, କାଶ୍ମୀର ଯୁବକଙ୍କୁ ଚାକିରି ପରେ ଆଉ ଏକ ଗୁଳି ମାରିଛନ୍ତି ମେହବୁବା ମୁଫତି । ଏଥରକ ଧର୍ମ, ସମ୍ପ୍ରଦାୟକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କେନ୍ଦ୍ର କୋର୍ଟକୁ ଫିଙ୍ଗିଛନ୍ତି ବଲ୍ । ଅଭିଯୋଗ କରିଛନ୍ତି- କେନ୍ଦ୍ର ସରକାର ଜନସଂଖ୍ୟା ପରିର୍ତ୍ତନ ଲାଗି ଷଡ଼ଯନ୍ତ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି- ମୁସଲିମ୍ ବହୁଳ ଅଞ୍ଚଳରୁ ମୁସଲମାନମାନଙ୍କୁ ବାହାର କରି ଦେବା ଲାଗି ଉଦ୍ଦିଷ୍ଟ ବୋଲି ମେହବୁବା ସଂଗୀନ ଅଭିଯୋଗ କରିଛନ୍ତି ।

Mehbooba Mufti Alleges Center For Divisive Politics With The People Of Jammu And Kashmir

ସୋମବାର ବିଜେପିକୁ ଟାର୍ଗେଟ୍ କରି ମେହବୁବା କହିଛନ୍ତି- କେନ୍ଦ୍ର ସରକାର ଏମିତି ଷଡ଼ଯନ୍ତ୍ର କରୁଛନ୍ତି । ଯାହାଦ୍ୱାରା ଜମ୍ମୁ-କାଶ୍ମୀରର ଜନସଂଖ୍ୟା ବଦଳିଯିବ । ମେହବୁବା ଅଭିଯୋଗ କରିଛନ୍ତି- କେନ୍ଦ୍ର ଜମ୍ମୁ-କାଶ୍ମୀରର ଲୋକଙ୍କ ମଧ୍ୟରେ ଭାଗବଣ୍ଟା ରାଜନୀତି କରୁଛି । କେନ୍ଦ୍ର ନୀତି ଏହି ହେଉଛି କୌଣସି ପ୍ରକାରେ ଏଠାକାର ମୁସଲିମ୍ ବହୁଳ ଅଞ୍ଚଳରୁ ମୁସଲମାନଙ୍କୁ ବାହାର କରି ଦିଆଯିବ ।

Mehbooba Mufti Alleges Center For Divisive Politics With The People Of Jammu And Kashmir

ନିର୍ବାଚନ ପୂର୍ବରୁ ବଡ଼ ଅଭିଯୋଗ

ଜମ୍ମୁ-କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ହେଉଥିବା ବେଳେ ମେହବୁବାଙ୍କ ଏଭଳି ବୟାନ ଆସିଛି । ରାଜ୍ୟରେ ଆସନ୍ତା କିଛି ଦିନ ମଧ୍ୟରେ ବିକାଶ ପରିଷଦ ଆସନ ପାଇଁ ମତଦାନ ହେବ । ପିପୁଲ୍ସ ଗ୍ରୁପ୍ ଫର ଗୁପକାର ମେଣ୍ଟରେ ସାମିଲ ହୋଇଥିବା ମେହବୁବାଙ୍କ ଦଳ ଏଥର ନିର୍ବାଚନ ଲଢୁଛି । ଯାହାକୁ ଗୁପକାର ମେଣ୍ଟ ବୋଲି ମଧ୍ୟ କୁହାଯାଉଛି । ମେହବୁବା ଏହି ମେଣ୍ଟରେ କଂଗ୍ରେସ, ନ୍ୟାସନାଲ କନଫରେନ୍ସ ଓ ଅନ୍ୟ ଦଳ ସହିତ ନିର୍ବାଚନକୁ ଓହ୍ଲାଇଛନ୍ତି । ମେଣ୍ଟର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଜେପି ।

ନୀତୀଶଙ୍କ ଶପଥ ପାଠ ପରେ ଶୁଭେଚ୍ଛା ଜଣାଇଲେ ନବୀନ…

ଭୁବନେଶ୍ୱର: ନୀତୀଶ କୁମାର କ୍ରମାଗତ ଭାବେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଏନଡିଏ ନେତୃତ୍ୱାଧୀନ ସରକାରର ମୁଖ୍ୟ ଭାବେ ସେ ବିହାର ଦାୟିତ୍ୱ ସମ୍ଭାଳିବେ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନବୀନ, ଟ୍ୱିଟ୍ କରି ଲେଖିଛନ୍ତି ଯେ କ୍ରମାଗତ ୪ର୍ଥ ଥର ପାଇଁ ଶପଥ ନେଇଥିବା ଉପଲକ୍ଷେ ଶୁଭେଚ୍ଛା ଜଣାଉଛି । ନୂଆ ସରକାର ଓ ନୀତୀଶଙ୍କୁ ଅଭିନନ୍ଦନ । ଉଲ୍ଲେଖଯୋଗ୍ୟ ବିହାର ନିର୍ବାଚନରେ ଏନଡିଏ ଗଠବନ୍ଧନ ୧୨୫ ଆସନ ପାଇ ସରକାର ଗଠନ କରୁଛି । ନୀତୀଶ ଏହି ସରକାରର ମୁଖିଆ ଭାବେ ଦାୟିତ୍ୱ ନେଇଛନ୍ତି ।

ବୁଢାବଳଙ୍ଗ ନଦୀରେ ବୁଡି ଜଣେ ମୃତ, ୨ ନିଖୋଜ…

ବାଲେଶ୍ୱର: ବୁଢାବଳଙ୍ଗ ନଦୀରେ ବୁଡି ୨ ଜଣ ଯୁବକ ନିଖୋଜ ହୋଇଛନ୍ତି । ଏପର୍ଯ୍ୟନ୍ତର ସୂଚନା ପର୍ଯ୍ୟନ୍ତ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇସାରିଛି । ଘଟଣା ଅନୁଯାୟୀ, ବାରୁଣୀ ଘାଟରେ ୫ଜଣ ଯୁବକ ସାଙ୍ଗ ହୋଇ ଗାଧୋଉଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ୨ ଜଣ ପହଁରି କୂଳକୁ ପଳାଇ ଆସିଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଥିଲେ ।  ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତ ଶରୀର ଏବେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଖୋଜାଖୋଜି ଜାରି ରହିଛି । ତେବେ ସୂଚନଯୋଗ୍ୟ ଯେ ୫ ଜଣ ଯାକ ଯୁବକ ନିଳଗିରି ଅଞ୍ଚଳର ଅଟନ୍ତି ।

ବ୍ୟାଟେରୀଚାଳିତ ଗାଡ଼ିରେ ସଫେଇ; ଦାୟିତ୍ୱରେ ସ୍ୱୟଂ ସହାୟକ ଗୋଷ୍ଠୀ

କୋରାପୁଟ: କୋରାପୁଟ ଜିଲ୍ଲାରେ କୋଟପାଡ ବିଜ୍ଞାପିତ ପରିଷଦ ଅଞ୍ଚଳ ଏକ ଅଭିନବ ପ୍ରୟାସ କରିଛି । ପ୍ରଥମ କରି ସହରରେ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଗାଡିର ଚାଳକ ମଧ୍ୟ ଜଣେ ମହିଳା ରହିବେ  ଓ ଏହି କାର୍ଯ୍ୟରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯିବ । ତେବେ ଗାଡି ଚାଳକମାନଙ୍କୁ ପ୍ରଥମେ ଏନେଇ ପ୍ରଶିକ୍ଷଣ ଦିଆଯିବ ।

ପ୍ରଶିକ୍ଷଣ ନେଇ ସାରିବା ପରେ ଉକ୍ତ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ସହାୟକରେ ସଫେଇ କାର୍ଯ୍ୟ ହେବ । ପ୍ରତ୍ୟହ ଏହି ଗାଡ଼ି ପ୍ରତି ୱାର୍ଡରେ ପହଞ୍ଚି ଆବର୍ଜନା ସଂଗ୍ରହ କରିବେ । ତେବେ ଆଜି ଏହି ଗାଡ଼ିର ଉଦଘାଟନ ହୋଇଛି । ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ଗାଡ଼ିକୁ ଉଦଘାଟନ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଭୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇଟି ବଡ ବାର୍ତ୍ତା ଦେବା କଥା କହିଛନ୍ତି । କୁହାଯାଇଛି ଯେ, ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ ଅକ୍ଷୟ ଶକ୍ତିର ଉପଯୋଗ କରି ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

କୋଭିଡ଼ କଟକଣା ମଧ୍ୟରେ ୨୦ରୁ ଆରମ୍ଭ ହେବ ବିଧାନସଭା, କାଲିଠୁ କରୋନା ଟେଷ୍ଟିଂ ଆରମ୍ଭ

ଭୁବନେଶ୍ୱର : କରୋନା କଟକଣା ଭିତରେ ନଭେମ୍ବର ୨୦ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି l ଏଥିଲାଗି  କାଲିଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ  କର୍ମଚାରୀ ଓ ବିଧାନସଭାର କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ କରାଯିବ । ଯେଉଁମାନଙ୍କ ରିର୍ପୋଟ ନେଗେଟିଭ ଆସିବ, ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସେପଟେ ଚଳିତ ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ନେହେବା ନେଇ ବିରୋଧୀ  ନାପସନ୍ଦ କରିଛନ୍ତି  ।

ମନ୍ତ୍ରୀ, ବିଧାୟକ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ ବୋଲି ଜଣାପଡିଛି  । କାଲିଠୁ ସକାଳ ୮ଟା ୩୦ ମିନିଟ୍ ରୁ   କୋଭିଡ଼ ପରୀକ୍ଷା ଆରମ୍ଭ ହେବ ବିଧାନସଭା ପରିସରରେ । ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ ଏହି ଟେଷ୍ଟ ବାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି  । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । ଏହାର ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ପ୍ରଦାନ କରାଯାଇଛି  । ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ବି  କୋଭିଡ ସ୍ଥିତି ହେଉଥିବାରୁ  ଗୃହକାର୍ଯ୍ୟକୁ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି  । ଏଥର ବି ଗୃହ ୨ଟି ପର୍ଯ୍ୟାୟରେ ସାଢେ ଚାରି ଘଣ୍ଟା  ଲେଖାଏ ଚାଲିବ । ବିଧାୟକଙ୍କ ବସିବା ପାଇଁ ସମସ୍ତ  ବ୍ୟବସ୍ଥା କରାଯାଇଛି ।  ତଳ ମହଲା ସମେତ ବାଚସ୍ପତିଙ୍କ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।  ବିଧାୟକମାନେ ବସିକି ପ୍ରଶ୍ନ ପଚାରିପାରିବେ ଓ ମନ୍ତ୍ରୀମାନେ ମଧ୍ୟ ବସିକି ଉତ୍ତର ରଖିପାରିବେ । ଯେଉଁମାନେ ଗୃହକୁ ଆସିପାରିବେନି ସେମାନେ ଆଗୁଆ ଲେଖିକି ଦେବା ପାଇଁ କୁହାଯାଇଛି l  ପେପର ଘରକୁ ପଠାଯିବ । ଏପରିକି ବିଧାୟକ ମାନେ ଚାହିଁଲେ ଅନ ଲାଇନରେ ଅଧିବେଶନରେ ଯୋଗଦେଇ ପାରିବେ ।

Congress Rocks In Odisha Assembly Over Hathras Issue

ଅନ୍ୟପକ୍ଷରେ ସର୍ବଦଳୀଯ଼ ବୈଠକକୁ ନେଇ ଅସନ୍ତୋଷ ବ୍ୟକ୍ତ  କରିଛନ୍ତି ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାୟକ ।  ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ  ମଧ୍ୟ ପ୍ରଶ୍ନକାଳ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  । ସେପଟେ ଶାସକ ଦଳ କହିଛି ଯେ ନିୟମ ଅନୁସାରେ ବାଚସ୍ପତି ଗୃହ କାର୍ଯ୍ୟ ଚଳାଉଛନ୍ତି l ଶୂନ୍ୟକାଳରେ ବହୁ ପ୍ରସଙ୍ଗ ଆଲୋଚନା ହେଉଛି ଓ ବିରୋଧୀ ପୂର୍ବ ଅଧିବେଶନ ଅନେକ ପ୍ରସଙ୍ଗ ଉଠାଇ ଆଲୋଚନା କରିଥିଲେ l ଏଥର ବି ଆଲୋଚନା ହେବ ବୋଲି ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି l

ଶୀତ ଅଧିବେଶନ ପାଇଁ  ବିଧାନସଭା ପରିସରକୁ ଦୈନିକ ସାନିଟାଇଜେସନ ପାଇଁ ବିଏମସିକୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ବିଧାୟକ ତଥା ବିଧାନସଭାକୁ ପ୍ରବେଶ କରିବାକୁ ଥିବା ଗଣମାଧ୍ୟମପ୍ରତିନିଧି , ଅଫିସର ଏବଂ ଷ୍ଟାଫଙ୍କୁ କରୋନା ପ୍ରିଭେଣ୍ଟିଭ କିଟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।